STORYMIRROR

Lokanath Rath

Inspirational

3  

Lokanath Rath

Inspirational

ମୂକ୍ତ ବିହଙ୍ଗ (ସପ୍ତମ ଭାଗ )

ମୂକ୍ତ ବିହଙ୍ଗ (ସପ୍ତମ ଭାଗ )

4 mins
421

ମମତାର ଫୋନ ପାଇ ସଙ୍ଗୀତା ବହୁତ ଖୁସି ହେଇଗଲା | ସଙ୍ଗୀତା କହିଲା, "ତୁ ଅବିନାଶ ବାବୁଙ୍କୁ କହ ମୋତେ ଦୁଇ ଦିନ ସମୟ ଦେବେ, ମୁଁ ସବୁ କାଗଜ ପତ୍ର ନେଇ ଆସିବି | ଯଦି କହିବୁ ମୁଁ ସାଙ୍ଗରେ ମୋ ସ୍ୱାମୀ ସମୀରଙ୍କୁ ନେଇ ଆସିବି, ସେ ବି ଆସି ଯାଇଥିବେ | ତୁ ତ ଜାଣୁ ସମୀର ଜଣେ ସାମ୍ବାଦିକ ଓ ସେ ଏବେ କାମରେ ଯାଇଛନ୍ତି ଓ କାଲି ଫେରିବେ | ସେ ମୋ ପୁଅ ଶରତକୁ ତା ହଷ୍ଟେଲରୁ ନେଇ ଫେରିବେ, ଏବେ ତାର କଲେଜ ଛୁଟି ହେଇଯିବ ଏକ ମାସ ପାଇଁ | " ମମତା ଖୁସି ହୋଇ କହିଲା, "ତୁ ଆସିଲା ବେଳେ ସାଙ୍ଗରେ ସମୀର ବାବୁ ଓ ଶରତକୁ ନେଇକରି ଆସିବୁ | ମୋ ପୁଅ ଆକାଶ ଓ ଝିଅ ଆରତୀଙ୍କ ବି ଛୁଟି ହେଇଯିବ, ତେଣୁ ସେମାନେ ଏକାଠି ମିଶିବେ | ତା ଛଡା ମୁଁ ତୋ ବର ସମୀର ବାବୁଙ୍କୁ ବହୁତ ଦିନ ପରେ ଦେଖିବି ଓ ତୋ ପୁଅକୁ ପ୍ରଥମ ଥର ଦେଖିବି | ହଁ ମନେ ରଖିଥା, ଯଦି ସେମାନେ ଆସିବେ ନାହିଁ ତେବେ ଆଉ ଏ କାମ ଦାମ କିଛି ମୋର କରିବାର ନାହିଁ | ଯାହା ହେଲେ ବି ମୁଁ ଶରତର ମାଉସୀ | "

ମମତାର କଥା ଶୁଣି ସଙ୍ଗୀତା ହସି ହସି କହିଲା, "ହଉ ବାବା, ତୁ ଯାହା କହିଲୁ ସେଇଆ କରିବି | ତୁ ପଢିଲା ବେଳେ ଯେମିତି ଥିଲୁ, ଏବେ ସେମିତି କହୁଛୁ | ସତ କହୁଛି, ତୋତେ ଏତେ ଦିନ ପରେ ପାଇ ମୋର ଦମ୍ଭ ଆହୁରି ବଢି ଯାଇଛି | ହଉ ଏବେ ରାତି ହେଲାଣି, ସବୁ କାମ ସାରେ, ପୁଣି ପରେ କଥା ହେବା | "ଏତକ କହି ସଙ୍ଗୀତା ଓ ମମତା ଫୋନ ରଖିଦେଲେ | ମମତା ଆସି ଅଵିନାଶଙ୍କୁ ସବୁ କଥା କହିଲା | ଅବିନାଶ ଯେତେବେଳେ ଜାଣିଲେ ଯେ ସାମ୍ବାଦିକ ସମୀର ହେଉଛନ୍ତି ସଙ୍ଗୀତାର ସ୍ୱାମୀ, ବହୁତ ଖୁସି ହେଇଗଲେ | ସେ ମମତାକୁ କହିଲେ, "ତୁମେ ଜାଣିଛ ମମତା ଏହି ସମୀର ବାବୁ ଜଣେ ନିର୍ଭୀକ ଓ ସଚ୍ଚୋଟ ସାମ୍ବାଦିକ | ସେ ମୁଁ ପାଠ ପଢିଲା ବେଳେ ମୋର ଉପର ବର୍ଷର ଛାତ୍ର ଥିଲେ | ମୁଁ ତାଙ୍କୁ ବହୁତ ପସନ୍ଦ କରୁଥିଲି | ମୋ ବାପା ଓ ମାଆଙ୍କ ମୃତ୍ୟୁ ପରେ ସେ ମୋତେ ବହୁତ କିଛି କଥା କିଛି ରାଜନୈତିଜ ନେତାଙ୍କ ଷଡଯନ୍ତ୍ର ବିଷୟରେ କହିଥିଲେ | ସେ ସେତେବେଳେ ଯେଉଁ ସମ୍ବାଦପତ୍ର ରେ କାମ କରୁଥିଲେ, ସେଠାରୁ ଚାକିରୀ ଛାଡି ଦେଇ ଏବେ ସ୍ୱାଧୀନ ସାମ୍ବାଦିକ ଭାବେ କାର୍ଯ୍ୟ କରୁଛନ୍ତି | ମୁଁ ତାଙ୍କୁ ବହୁତ ସମ୍ମାନ ଦିଏ | ବଡ଼ ବଡ଼ ନେତା ବି ତାଙ୍କୁ ଟିକେ ଭୟ କରନ୍ତି | ତାଙ୍କର ସମାଜସେବା ପ୍ରତି ବହୁତ ଆଗ୍ରହ ଥିଲା ମଧ୍ୟ | ସେ ଅନାଥ ଆଶ୍ରମକୁ ବହୁତ ଥର ଆସିଛନ୍ତି ଓ ସେହି ପିଲାମାନଙ୍କ ପାଇଁ କିଛି କାମ ବି କରିଛନ୍ତି | ଜା ହେଉ ବହୁତ ଦିନ ପରେ ସମୀର ଭାଇଙ୍କ ସହିତ ଦେଖା ହେବ | ବହୁତ ଭଲ କଲ ତୁମେ ସମସ୍ତଙ୍କୁ ଡାକି | "ମମତା ଅଵିନାଶଙ୍କ ଠାରୁ ଏସବୁ ଶୁଣି ଖୁସି ହେଇଗଲେ ଓ ରୋଷେଇ କରିବାକୁ ଗଲେ | ରାତିର ଖାଇବା ସରିବା ପରେ ମମତା ବାକି ସବୁ କାମ ସାରି ନିଜ ଚିତ୍ରକଳା କରୁଥିବା କୋଠରୀକୁ ଗଲେ | ସେଠାରେ ସେ ତାଙ୍କର ପ୍ରାୟ ସବୁ ଚିତ୍ରକଳାକୁ ରଖିଛନ୍ତି | ଏବେ କିଛି ଦିନ ହେବ ଆରମ୍ଭ କରିଥିବା ଚିତ୍ର ସହିତ କିଛି ଯୋଡ଼ିଲେ ଓ ଏମିତି କରୁ କରୁ ପ୍ରାୟ ଏକ ଘଣ୍ଟା ହେଇଗଲା | ଶେଷରେ ସେ ବି ଶୋଇବାକୁ ଗଲେ | ମମତା ଦେଖିଲେ ଯେ ଅବିନାଶ ଶୋଇ ନାହାନ୍ତି, ସେ ତାଙ୍କ ମେଜ ଉପରେ କିଛି ଲେଖିବାରେ ବ୍ୟସ୍ତ ଅଛନ୍ତି | ମମତା ଅନେକ ଥର ଦେଖିଛନ୍ତି ଯେ ଅବିନାଶ ରାତିରେ କିଛି ଲେଖନ୍ତି, କିନ୍ତୁ କଣ ଜାଣି ନାହାନ୍ତି | ସେ ଭାବନ୍ତି ବୋଧେ କିଛି ଅଫିସର କାମ କରୁଛନ୍ତି | ମମତା କେବେ ସେ ବିଷୟରେ ତାଙ୍କୁ ପଚାରି ନାହାନ୍ତି | ମମତା ଚୁପଚାପ ଯାଇ ଶୋଇ ପଡିଲେ ଓ କିଛି ସମୟ ପରେ ଅବିନାଶ ବି ଆସି ଶୋଇ ପଡିଲେ |  

ପରଦିନ ସକାଳୁ ଉଠି ସମସ୍ତେ ନିଜ ନିଜ କାମରେ ଲାଗି ଗଲେ | ମମତା ନିଜ କାମ ସାରି ଅବିନାଶଙ୍କୁ ଅରୁଣ ଓ ଅନିତାଙ୍କ ପାଇଁ କିଛି ଖାତା ଆଣିବାକୁ କହିଲେ | କାରଣ ମମତା ଏବେ ତାଙ୍କୁ ପରୀକ୍ଷା ପାଇଁ ପ୍ରସ୍ତୁତ କରାଇବେ | ଅବିନାଶ ବହୁତ ଖୁସି ହୋଇଗଲେ ମମତାର କଥା ଶୁଣି | ତାଙ୍କୁ ଲାଗିଲା ଯେମିତି ଟଙ୍କା ପିତା ମାତାଙ୍କ ଅଧୁରା ସ୍ୱପ୍ନ ଏବେ ସେ ମମତା ସହିତ ମିଶି ପୂରଣ କରି ପାରିବେ | ସେ ନିଜର ନିତ୍ୟକର୍ମ ସାରି ଖାଇଦେଇ ନିଜ କାମରେ ବାହାରିଗଲେ | ଆଶିଷ ଓ ଆରତୀ ବି ପାଠ ପଢିବାକୁ ବାହାରିଗଲେ | ମମତା ତାଙ୍କ ଚିତ୍ରକଳା ବିଦ୍ୟାଳୟକୁ ବାହାରି ଗଲେ | ସମସ୍ତେ ସମସ୍ତଙ୍କର କାମରେ ବ୍ୟସ୍ତ ହୋଇଗଲେ | ଅପରାହ୍ନ ତିନିଟା ବେଳେ ଅରୁଣ ଓ ଅନିତା ଆସିଲେ ମମତାଙ୍କ ସହିତ ତାଙ୍କ ଘରକୁ ଓ ସନ୍ଧ୍ୟା ପାଞ୍ଚଟା ଯାଏ ପଢି ଅନାଥ ଆଶ୍ରମକୁ ଚାଲିଗଲେ | ସେମାନେ ବି ବହୁତ ମନ ଦେଇ ପଢୁଛନ୍ତି ଦଶମ ପରୀକ୍ଷାରେ ଯେମିତି ହେଲେ ବି ଭଲ ନମ୍ବର ରଖି ଉତ୍ତୀର୍ଣ ହେବେ | ଯେଉଁ ପାଠ ପଢ଼ିବାର ତାଙ୍କ ସ୍ୱପ୍ନ ଦିନେ ସେମାନେ ପରିସ୍ଥିତିର ଚାପରେ ରହି ମନରେ ଲୁଚାଇ ଦେଇଥିଲେ, ଏବେ ଅବିନାଶ ଓ ମମତାଙ୍କ ପାଇଁ ତାହା ସଫଳ କରିବାର ସୁଯୋଗ ଆସିଛି | ସେମାନେ ତାକୁ ପୂରଣ କରି ତାଙ୍କ ମନ ଭିତରେ ବନ୍ଦ ହୋଉ ରହିଥିବା ସେହି ସ୍ୱପ୍ନକୁ ପୂରଣ କରି ମୁକ୍ତ ବିହଙ୍ଗ ପରି ଉଡିବାକୁ ଦେବେ | 


ଅନିତା ଓ ଅରୁଣ ଚାଲିଗଲା ପରେ ମମତା କିଛି ସମୟ ନିଜ ଚିତ୍ରକୁ ସଜାଇବାରେ ଲାଗୁଥିଲେ, ସେହି ସମୟରେ ଦ୍ୱାର ଘଣ୍ଟି ବାଜିବାକୁ ଲାଗିଲା | ସେ ଦ୍ୱାର ଖୋଲି ଦେଖିଲେ ଅବିନାଶ, ଆଶିଷ, ଆରତୀ ଓ ତାଙ୍କ ବାପା ବିକାଶ ବାବୁ ଠିଆ ହୋଉଛନ୍ତି | ପ୍ରଥମେ ମମତା ଆଶ୍ଚର୍ଯ୍ୟ ହେଇଗଲେ ସମସ୍ତଙ୍କୁ ଏକାଠି ଦେଖି, ତାପରେ ତାଙ୍କ ବାପା ବିକାଶ ବାବୁଙ୍କ ଅଚାନକ ଆସିବା ଓ ଏକା ଆସିବା ତାଙ୍କୁ ଆହୁରି ଚକିତ କରୁଥିଲା | ଘର ଭିତରକୁ ପଶୁ ପଶୁ ଅବିନାଶ ନିଜ ଜୋତା ଖୋଲୁ ଖୋଲୁ ମମତାର ମୁହଁ ଦେଖି ବୁଝି ପାରିଲେ ଓ କହିଲେ, "ଆରେ ଏଥିରେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ | ବାପା ମୋତେ ଫୋନ କରି କହିଲେ ଜରୁରୀ କାମରେ ଆଜି ଆସୁଛନ୍ତି, ତେଣୁ ତାଙ୍କୁ ଆଣିବାକୁ ଯାଇଥିଲି ଆଉ ବାଟରେ ଆସିବା ବେଳେ ଆଶିଷ ଓ ଆରତୀଙ୍କୁ ନେଇ ଆସିଲି | ଏବେ ସବୁ ବୁଝି ହେଲା କି ନାହିଁ ?"ଏତକ ଶୁଣି ମମତା ଟିକେ ଆଶ୍ୱସ୍ତ ହେଲେ | ସମସ୍ତେ ହାତ ଗୋଡ଼ ଧୋଇ ଆସି ବସିଲା ବେଳକୁ ମମତା ଜଳଖିଆ କରି ଆଣି ରଖିଦେଲେ | ମମତା ତାଙ୍କ ବାପା ବିକାଶ ବାବୁଙ୍କୁ କିଛି ପଚାରିବାକୁ ଯାଉଥିଲେ, ସେତିକିବେଳେ ବିକାଶ ବାବୁ କହିଲେ, "ତୋ ମାକୁ ମୁଁ ଗାଁ ରେ ଛାଡି ଆସିଛି | ଏଠାକାର କାମ ସାରି ଦିନେ ଦୁଇଦିନ ମଧ୍ୟରେ ମୁଁ ଗାଆଁକୁ ଯିବି ଓ ସେଠାକାର ସବୁ କାମ ସାରି ତୋ ମାକୁ ନେଇ ଆସିବି | ତୁ ଆଉ ଏତେ ବ୍ୟସ୍ତ ହେଇ ମୋତେ ପ୍ରଶ୍ନ କର ନାହିଁ | ମୁଁ ଅବିନାଶଙ୍କୁ କହିଛି ଆସନ୍ତା କାଲି ଯାଇ ଏହି ସହରର ଘର ଓ ଜାଗାର ଆମ ଦୁଇଜଣଙ୍କ ଭାଗ ତୋ ନାମରେ ରେଜେଷ୍ଟ୍ରି କରି ଦେବାକୁ | କାରଣ ଏବେ ମାନସ ବହୁତ ଗଣ୍ଡଗୋଳ କରିବାକୁ ଆରମ୍ଭ କଲାଣି | ଆଉ ଗାଆଁର ଚାଷ ଜମି ଆମ ଦୁଇଜଣଙ୍କ ଭାଗ ଅନାଥ ଆଶ୍ରମ ନାମରେ ରେଜିଷ୍ଟ୍ରି କରିଦେବା | ଯେତେ ଶୀଘ୍ର ଏହି ସବୁ କାମ କରିଦେବି ମୁଁ ଚିନ୍ତାମୁକ୍ତ ହେବି | ମୋ ମନରୁ ସବୁ କିଛି ଅସୁବିଧାର ଭାବନା ମୁକ୍ତ ହୋଇ ମୁକ୍ତ ବିହଙ୍ଗ ପରି ସବୁଦିନ ପାଇଁ ଉଡି ଚାଲିଯିବ | ତୋ ଶ୍ୱଶୁର ଓ ମୋର ସ୍ୱପ୍ନ ପୂରଣ ହେବ | "


ମମତା ଏବେ ବୁଝି ପାରିଲେ ତା ବାପା ବିକାଶ ବାବୁଙ୍କ ଅଚାନକ ଆସିବାର କାରଣ | ସେ ବି ଖୁସି ହେଉଥିଲେ ଜାଣି ଯେ ତା ବାପା ନିଜ ସ୍ୱପ୍ନକୁ ପୂରଣ କରିବାକୁ କେତେ ବ୍ୟଗ୍ର | 



Rate this content
Log in

Similar oriya story from Inspirational