STORYMIRROR

Sunanda Mohanty

Tragedy Action Thriller

3  

Sunanda Mohanty

Tragedy Action Thriller

ମୁଠାଏ ଫୁଲର ସ୍ମୃତି

ମୁଠାଏ ଫୁଲର ସ୍ମୃତି

2 mins
146

   ଫୁଲ ଦିଟା ବିନା ଠାକୁର ପୂଜା ତୃପ୍ତି ଦିଏନା । ଶ୍ରାଦ୍ଧ ତଥା ଗଣେଷ, ସରସ୍ଵତୀ ପୂଜା ସ୍ଵାଧୀନତା, ଜନରାଜ୍ୟ ଦିବସ, ଓ ଅନ୍ୟାନ୍ୟ ପର୍ବପର୍ବାଣୀରେ ଫୁଲ ଗଣ୍ଡେ ନିହାତି ଦରକାର। ଦଶହରାରେ ଫୁଲଦିଟା ନହେଲେ କେମିତି ହେବ ଭାବି,ଚାରି ଛଅ ଦିନ ପୁର୍ବରୁ ଫ୍ରିଜରେ ଟଗର ଫୁଲ ପଲିଥିନ ଦୁଇଟି ସାଇତି ରଖିଥିଲେ ସାକ୍ଷୀ। ଭାବୁଥିଲେ ବାସି ଫୁଲ ହେଉ ପଛେ, ନାହିଁ ମାମୁଁ ଠୁ କଣା ମାମୁଁ ଭଲ ନ୍ୟାୟରେ ଚଳିଯିବ ଦଶହରା।

   ଧୁଆ ପୋଛା ସାଜ ସଜ୍ଜା ଭିତରେ ସଜ ବସିଲା କାଗଜ, କଲମ, ଲେଖନୀ, ଛୁରୀ କତୁରୀ, କଟୁରୀ ସହ ବହିପତ୍ର ଓ ଚକ୍। ଯାହା ମିଳିଲା ଯାହା ନମିଳିଲା ନାହିଁ, ମନ ତୋହର ନିଜ ଗୁରୁ ଉଦ୍ଧବ କେତେ ତୁ ପଚାରୁ ନ୍ୟାୟରେ। ସାଲୁକନା ସହ ସୁନ୍ଦର୍ ଲାଲ ଛିଟ କପଡା ପକାଇ ସଜ ବସିବା ସହ ଗାଡି ଧୁଆ ଚାଲିଥାଏ ସ୍ୱାମୀଙ୍କର। ସୋମନାଥ ବ୍ରତ ନିଜର ଓ ଖୁଦୁରୁକୁଣୀ ବ୍ରତ ଝିଅ ବୋହୁଙ୍କର , ସବୁ ସଜାଡ଼ି ଧୂପ, ଦୀପ, ଝୁଣା, ଅଗରବତୀ, ସିନ୍ଦୁର, ଚନ୍ଦନ, କର୍ପୁର ସଜାଡ଼ି ଫୁଲ ଆଣିବାକୁ ଗଲେ ସାକ୍ଷୀ। ପଲିଥିନ୍ ଦୁଇଟି ଫିଟାଇ ଆଶ୍ଚର୍ଯ୍ୟ ହେଲେ, ଫୁଲ ସବୁ ପୋଚି ଯାଇଥିଲା। ଏକରେ ପଲିଥିନରେ ରଖିବାର ଭୁଲ ଦୁଇରେ ବାସି ଫୁଲ କଣ ଠାକୁରଙ୍କୁ ପିନ୍ଧେଇବା କଥା କି। ଦୁଇଟି ଯାକ ଦୋଷରୁ ମହାପାତକ ଲାଗି ଫୁଲ ନଷ୍ଟ। ନିଜ ଭୁଲକୁ ନିଜ ପଣତରେ ବାନ୍ଧି ଛାତ ଉପରେ ତୁଳସୀ ଚଉରା ଓ ସୂର୍ଯ୍ୟ ପୁଜା ପାଇଁ ଆବଶ୍ୟକୀୟ ସରଞ୍ଜାମ ନେଇ ଚାଲିଲେ ସାକ୍ଷୀ।

   ଉପରେ ଯେତେ ଫୁଲ ଗଛ ଲଗାଇଲେ, ମାଙ୍କଡ଼ ରଖୁନି। କେବେ ଗଛ ଉପାଡ଼ି ନେଉଛି ତ କେବେ କୁଣ୍ଡ ଭାଙ୍ଗି ଦେଉଛି। ହଉ ଯାହା ଭାଗ୍ୟରେ ଥିବ। ସବୁ ଠାକୁରଙ୍କ ଦାନ ଓ ଆଶୀର୍ବାଦ। ବିନା ଫୁଲରେ ଠାକୁର ପୂଜା, ପୁଣି ଦଶହରା ପୂଜା କରିବାକୁ ପଡ଼ିବ ଭାବି ମନ ଗୋଳେଇ ଘାଣ୍ଟି ଲାଗୁଥାଏ। ସେକଥା ସ୍ବାମୀଙ୍କୁ କହିଲେ ବିରକ୍ତ ହେବେ। କହିଥିଲେ କିଣା ଯାଇପାରିଥାନ୍ତା କହି ରାଗିବେ।

  ସନ୍ତର୍ପଣରେ ଉଠିଲେ ଉପରକୁ ସାକ୍ଷୀ। କି ଆଶ୍ଚର୍ଯ୍ୟ ଧଳା ଅପରାଜିତା ଫୁଲ ଫୁଟିଛି ମୁଠାଏ। ଖାଲି ସେତିକି ନୁହେଁ, ଲଗାଇଥିବା ଟଗରଗଛରେ ଗୋଟାଏ ପତ୍ର ନଥିଲେ ବି ଫୁଟିଛି ଦୁଇ ପେନ୍ଥା ଶୁଭ୍ର ଫୁଲ। ଧନ୍ୟ ମାଆ ଦୁର୍ଗା, ଶିବଶଙ୍କର ତଥା ମାଆ ମଙ୍ଗଳା ସହ ତେତିଶ ଶହ କୋଟି ଦେବାଦେବୀ । ଧନ୍ୟ ତୁମ୍ଭ ମହିମା। ସବୁ ପୂଜା ସାରି ଗାଡି ପୂଜା କଲାବେଳେ ସ୍ଵାମୀ ପଚାରୁଥିଲେ ଅପରାଜିତା ଫୁଲ କେଉଁଠାରୁ ପାଇଲ ? ସନ୍ତୁଷ୍ଟ ଓ ସଗର୍ବେ ସାକ୍ଷୀ କହୁଥିଲେ ଉପରେ ଫୁଟିଛି। ସ୍ଵାମୀ ଆଁ କରି ଚାହିଁଥିଲେ।


Rate this content
Log in

Similar oriya story from Tragedy