Maheswar sahoo

Inspirational

2.5  

Maheswar sahoo

Inspirational

ମୁଁ ସେଦିନର ବେବିନା ନୁହେଁ

ମୁଁ ସେଦିନର ବେବିନା ନୁହେଁ

10 mins
374


ଗ୍ରୀଷ୍ମ ତାତିର ପରସ ଦେଇ ହଜି ଯାଉଛନ୍ତି ସୁରୁଜ । ଗୋଧୂଳିର ଅବକାଶରେ ଚାରିଆଡ଼ କୋଳାହଳ ପୂର୍ଣ । ପଶୁ ପକ୍ଷୀ ମାନେ ନିଜ ନିଜର ବାସକୁ ପ୍ରତ୍ୟାବର୍ତ୍ତନ କରୁଛନ୍ତି ନାନା ବାଇଆ ଗୀତର ମଧୁର ଝଙ୍କାରରେ । ମନ୍ଦିର, ମସଜିଦ, ଚର୍ଚ୍ଚ, ଗୀର୍ଜା ଆଉ ଗୁରୁଦ୍ୱାର ଆଦି ଉପାସନା ପୀଠ ଗୁଡିକରୁ ଭାସି ଆସୁଛି ଘଣ୍ଟ ଓ ଘଣ୍ଟା ଆଦି ପ୍ରାଥନାର ସ୍ୱର । ସାରା ଦିନ କାମ କରି କୃଷକ ଓ ଶ୍ରମିକ ମାନେ ଆନନ୍ଦରେ ଗୀତ ଗାଇ ଗାଇ ଫେରୁଛନ୍ତି ନିଜର ବାସ ଭବନକୁ ଟିକିଏ ସୁଖ ଦୁଃଖ ହେଇ, ମଉଜ ମଜଲିସ କରି ଆନନ୍ଦରେ ବିଶ୍ରାମ ନେବାର ଆଶାରେ । ଛାତ୍ର ଓ ଛାତ୍ରୀ ମାନେ ନିଜକୁ ପ୍ରସ୍ତୁତି କାର୍ଯ୍ୟରେ ବ୍ୟସ୍ତ କାରଣ ନିଜର ଘର ପାଠର ସମାପନ କରିବା ପାଇଁ । ଗାଁ ଓ ସହରର ଗୃହିଣୀ ମାନେ ସଞ୍ଜ ଓ ଆରତିରେ ନିଜ ପରିବାରର ମଙ୍ଗଳ ପାଇଁ ଭଗବାନଙ୍କୁ ପୂଜା ଅର୍ଚନାରେ ବ୍ୟସ୍ତ । ପ୍ରକୃତି ନିଜର ଦିନ ବେଳର ବେଶ ବଦଳାଇ ଆଣି ଦେଉଛି ସିଥିଳତା ସାଙ୍ଗରେ ମୃଦୁ ପବନ । ଏଇ ମନଲୋଭା ପରିବେଶ ବହୁତ ଆତ୍ମତୃପ୍ତି କର ଓ ଶାନ୍ତି ଦାୟକ ।


   ସନ୍ଧ୍ୟା ସମୟ, ରାମ ବାବୁଙ୍କ ଘରେ ସନ୍ଧ୍ୟା ଆରତୀ ଚାଲିଥାଏ । ବେବିନା ଅଠର ବୟସର ଝିଅ ଟିଏ । ରାମ ବାବୁଙ୍କର ଆର୍ଥିକ ପରିସ୍ଥିତି ଏକ ପ୍ରକାରେ ଭଲ ଥିଲେ ମଧ୍ୟ, ପତ୍ନୀ ସବିତାଙ୍କ କଥାରେ ରାମ ବାବୁ ଝିଅ ବେବିନାକୁ ଆଉ ବିଦ୍ୟାଳୟକୁ ପଠାଇ ନ ଥିଲେ । ବେବିନା ଘରେ ରୋଷେଇ କାମ କରେ । ଘର ଓଳେଇ ଦିଏ ଓ ବାସନ କୁସନ ମଜା ମଜିରେ ମାଆ ସବିତାଙ୍କୁ ସାହାଯ୍ୟ କରେ । ସବୁ କାମରେ ବେବିନା ଏକ ପ୍ରକାର ପାରଙ୍ଗମ ହୋଇ ସାରିଥାଏ । 


   ରାମ ବାବୁ ଜଣେ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ । ମାସିକ କୋଡିଏ ହଜାର ଭଳି ଦରମା ପାଉଛନ୍ତି । ସେଇ ପଇସାରେ ଘରର ସମସ୍ତ ଖର୍ଚ୍ଚ ଆରାମରେ ଚଳି ଯାଏ । ନିଜ ମାଆଙ୍କ ଆପତ୍ତି ଯୋଗୁଁ ରାମ ବାବୁ ଆଉ ଝିଅକୁ ଅଧିକ ନ ପଢ଼ାଇ ଘର କାମ ଶିଖିବାକୁ ନିର୍ଦେଶ ଦେଇଥିଲେ । ବେବିନା ମଧ୍ୟ ଘର କାମ କରିବାରେ ଧୁରନ୍ଦର ହୋଇ ସାରିଛି । ସମସ୍ତ କାମ ସେ ଖୁସିରେ ଖୁସିରେ କରିଥାଏ । ଘରର ସନ୍ଧ୍ୟା ଆରତୀ ସରିଲା ପରେ ସବିତା ଦେବୀ ଆସି ବେବିନାକୁ କହିଲେ, " ବେବିନା ତୁ ଆଜି ବିଶ୍ରାମ ନେ ଆଉ ଘରେ ଟିଭି ଦେଖିବୁ ଯାଆ । ମୁଁ ଆଜି ରୋଷେଇ କରି ଦେଉଛି " ।


ହଉ ମାଆ କହି ବେବିନା ଯାଇ ବିଶ୍ରାମ ନେଲା । 


ଘରେ ବସି ବେବିନା ବିଶ୍ରାମ ନେଉ ଥାଏ ଠିକ ଏହି ସମୟରେ ଏକ ଅଜଣା ନମ୍ବରରୁ ଘର ଫୋନରେ କଲ ଟିଏ ଆସିଲା ।


ବେବିନା ଫୋନ ଉଠାଇ କଥା ହେଲେ,


ବେବିନା କହିଲେ , " ହ୍ୟାଲୋ ଆପଣ କିଏ କହୁଥିଲେ ",


ଅଜଣା ନମ୍ବର , " ଆପଣ ବେବିନା କହୁଛନ୍ତି " ।


ବେବିନା, " ହଁ ଆଜ୍ଞା ଆପଣ କିଏ କହୁଥିଲେ " ।


ଅଜଣା ନମ୍ବର, " ବେବିନା ଆପଣ ଗୋଟେ ରାତି ମନୋରଞ୍ଜନ କରିବାକୁ କେତେ ନେଉଛନ୍ତି " ।


ଏତକ ଶୁଣିଲା ପରେ ବେବିନା ଜାଣି ସାରିଥିଲା ୟେ କେହି ପାଗଳ ଭୂଷଣ୍ଡ ହୋଇଥିବ । ନ ହେଲେ ମଦ୍ୟପ ହେଇ ଥିବ । " ଏମିତି କଣ କହୁଛନ୍ତି ଆଜ୍ଞା ! ଆମେ ଭଦ୍ର ପରିବାରର ଲୋକ । ମୋ ବାପା ଜଣେ ଶିକ୍ଷକ, ଆପଣଙ୍କୁ ଟିକେ ଲାଜ ଲାଗୁନି ଏମିତି କହିବାକୁ ଛି ଛି ଛି....। ଘରେ ମାଆ ଆଉ ଭଉଣୀ ଥିଲେ ଆପଣ କଣ ଜଣେ ଅନ୍ୟ କାହାର ଝିଅ କି ଭଉଣୀକୁ କହି ପରିଥାନ୍ତେ " ।


ଅଜଣା ନମ୍ବର, " ଭଦ୍ର ଲୋକ ହୋଇଥିଲେ ନିଜ ନମ୍ବର ଜନ ସମ୍ମୁଖରେ ପ୍ରଚାର କରି ନ ଥାନ୍ତା, ହଉ ଏବେ କୁହ କେତେ ନେବେ ଗୋଟେ ରାତି ପାଇଁ" ।


ବେବିନା ହଠାତ କାଟି ଦେଇଥିଲା ଫୋନ । ମନେ ମନେ ବହୁତ ରାଗିଥିଲା । ରାଗିଲେ କଣ ହେବ ଯେ, ଆମ ନମ୍ବର ଜନସମ୍ମୁଖରେ ଆସିଲା କିପରି । ଏମିତି ଭାବୁ ଭାବୁ ପୁଣି ଏକ ଅଜଣା ନମ୍ବରରୁ କଲ ଆସିଥିଲା ।


ବେବିନା କଲ ଗ୍ରହଣ କରି , "ହ୍ୟାଲୋ "


ଅଜଣା ନମ୍ବର, " ବେବିନା ମ୍ୟାଡାମ କହୁଥିଲେ "


ବେବିନା, " ହଁ କୁହନ୍ତୁ, ଆପଣ କିଏ କହୁଥିଲେ " ।


ଅଜଣା ନମ୍ବର, " ବେବିନା ମ୍ୟାଡାମ , ଆପଣ ଗୋଟେ ରାତି ପାଇଁ କେତେ ନେଉଛନ୍ତି । ମୋର ଗୋଟେ ରାତି ପାଇଁ ମନୋରଞ୍ଜନ ଦରକାର । ଆପଣ କେତେ ନେଇ ମୋତେ ଖୁସି କରାଇ ପାରିବେ " ।


ବେବିନା, " କାହିଁକି ମୋତେ ହଇରାଣ କରୁଛନ୍ତି କହିଲେ । ଆପଣ ମାନେ କିଏ କହୁଛନ୍ତି ।ମୋତେ ବାରମ୍ବାର କାହିଁକି ନୂଆ ନୂଆ ନମ୍ବରରୁ କଲ କରୁଛନ୍ତି । ମୁଁ କି ଦୋଷ କରିଛି ଆପଣ ମାନଙ୍କର " । କହି କାନ୍ଧି ପକେଇ ଥିଲା ବେବିନା । ଭାବିଲା ମାଆଙ୍କୁ ଜଣେଇବ । ହେଲେ ମାଆଙ୍କୁ କଣ କହିବ । ମାଆ ଯଦି ସନ୍ଦେହ କରନ୍ତି । ବାପା ଯଦି ମୋତେ ଘୃଣା କରନ୍ତି । 


ସେଦିନ ସନ୍ଧ୍ୟା ଠାରୁ ଆରମ୍ଭ ହୋଇ ଯାଇଥିଲା ନୂଆ ନୂଆ ନମ୍ବରରୁ ଅଜଣା ଛତରା ଟୋକା ମାନଙ୍କର କଲ ପରେ କଲ । ସ୍ତମ୍ଭିଭୂତ ହୋଇ ଯାଇଥିଲା ନିରୀମାଖୀ ବେବିନା । କାହିଁକି ଏମିତି ଅଜଣା ନମ୍ବରରୁ ଲଗାତାର କଲ ଆସୁଛି । ସେ ଆଉ କାହାରି କଲ ସଂଗ୍ରହ ନ କରି ଫୋନ ବନ୍ଧ କରିଦେଇ ରଖି ଦେଇଥିଲା । ପୁଣି ଭାବିଲା ବାପା ପଚାରିବେ ଘର ଫୋନ କାହିଁ ମୁଁ ଟିକେ କଥା ହେବାର ଅଛି । ମାଆ କହିବେ ଟିକେ ମାମୁଁଙ୍କ ପାଖକୁ କଲ କଲୁ ରେ ବେବିନା ।


ସାହସ ଓ ଦମ୍ଭ ଧରି ସମସ୍ୟାର ସମାଧାନର ଉପାୟ ଚିନ୍ତା କରିଥିଲା ବେବିନା । ବେବିନାର ଜଣେ ସମ୍ପର୍କୀୟ ଥାଏ ନୀତିଶ । ହିସାବରେ ପିଉସୀଙ୍କ ପୁଅ । ବେବିନା ଦୁଃଖ ସୁଖ ସବୁବେଳେ ନୀତିଶ ସହିତ ଭାଗିଦାରୀ କରି ଥାଏ । ନୀତିଶ କୁ କହିଲା ନୀତିଶ ଭାଇ, ମୋ ନମ୍ବରରେ ବାରମ୍ବାର ଅଜଣା ନମ୍ବରରୁ ବହୁତ କଲ ଆସୁଛି । ସମସ୍ତେ ମୋତେ କହୁଛନ୍ତି ତୁ ଗୋଟେ ରାତି ମନୋରଞ୍ଜନ କରିବାକୁ କେତେ ନେବୁ । ମୁଁ କଣ କରିବି ଭାଇ ? ବାପା ଆଉ ମାଆ ଜାଣିଲେ ମୋତେ ସନ୍ଦେହରେ ଦେଖିବେ । 


ନୀତିଶ ସାନ୍ତ୍ୱନା ଦେଇ କହିଲା ଦେଖ ବେବି । ଇଏ କେହି ଜଣେ ବତାରା ପିଲାର କାମ । ତୋତେ ହଇରାଣ କରିବାକୁ ଏମିତି କରିଛି । ମନ ଦୁଖ କରନା । ସମସ୍ତ ନମ୍ବରରୁ ଫୋନ କଲ ରେକର୍ଡ଼ିଂଗ କରି ରଖ । ମୁଁ ଯାଇ ଦେଖା କରୁଛି । କିଛି ଗୋଟେ ଉପାୟ କରିବା । ଅଧର୍ଯ୍ୟ ହେଲେ କି ଭାଙ୍ଗି ପଡିଲେ ଚଳିବ ନାହିଁ ବେବି ।


ବେବିନା, " ଠିକ ଅଛି ଭାଇ କିଛି ଗୋଟେ ଉପାୟ କର, ମୋ ସୁନା ଭାଇ ଅଛି ପରା ମୁଁ ଡରିବି କାହିଁକି ଯେ " ।


ବେବିନା ନିର୍ଭୟ ହୋଇ ଯାଇଥିଲା । ଘରେ ଫୋନ ଖରାପ ହୋଇ ଯାଇଛି କହି ସେଦିନ ଫୋନ ବନ୍ଧ କରି ରଖିଲା । ତହିଁ ଆର ଦିନ ନୀତିଶ ଆସି ଘରେ ପହଁଚିଲା । ବେବିନା ଘରେ ଥାଏ । ବାପା ବିଦ୍ୟାଳୟକୁ ଚାଲି ଗଲେ । ମାଆ ଠାକୁର ଘରେ ପୂଜାରେ ବ୍ୟସ୍ତ ଥାନ୍ତି । ନୀତିଶ କହିଲା ବେବି ତୋ ଫୋନ ଖୋଲିଲୁ । ଦେଖିବା କିଏ ସବୁ କଲ କରିଛନ୍ତି । ବେବିନା ନିଜର ଫୋନ ଖୋଲି ଦେଇଥିଲେ । ୟେ କଣ ହଜାର ହଜାର ମିଷଡ଼ କଲର ଆଲର୍ଟ । ସେଇ କ୍ଷଣି ଜଣେ ଅଜଣା ନମ୍ବରରୁ କଲ ଆସିଲା । ନୀତିଶ କଲ ଉଠେଇ କଥା ହେଲେ । ବେବିନା ପାଇଁ ଦଲାଲି କରୁଛନ୍ତିକି ଆପଣ ? ଆଉ ରାତିକୁ କେତେ ନେଉଛନ୍ତି ବୋଲି ପ୍ରଶ୍ନ ଆସିଥିଲା । 


ନୀତିଶ ପଚାରିଲେ ଭାଇ ଆପଣ କେଉଁ ଠାରୁ କହୁଛନ୍ତି ଆଉ ଏଇ ନମ୍ବର କେଉଁଠୁ ପାଇଲେ ।


ଅଜଣା ନମ୍ବର, " ଦେଖନ୍ତୁ ଭାଇ ମୁଁ ଏଇନେ ବାଙ୍ଗାଲୋର ଯାଉଛି । ମୁଁ ବସିଥିବା ବଗିରେ ଗୋଟେ ଟଏଲେଟ ଅଛି । ତାରି ଭିତରେ ଅଛି । ଏଠି କାନ୍ଥରେ ଲେଖା ଯାଇଛି ଯାହାକି ଓଡ଼ିଆରେ..."


ନୀତିଶ, " କଣ ଲେଖା ଯାଇଛି ବାବୁ "।


ଅଜଣା ନମ୍ବର, " ଲେଖା ଯାଇଛି ସୁନ୍ଦରୀ ବେବିନା ପାଇଁ ଯୋଗା ଯୋଗ କରନ୍ତୁ । କେବଳ ଗୋଟିଏ ରାତିରେ ଜୀବନ ସାରା ପାଇଁ ମନୋରଞ୍ଜନ । ଫୋନ ଯଦି ମୋ ମାଆ ଉଠେଇବେ ରଙ୍ଗ ନମ୍ବର କହି କଟିଦେବେ । ନ ହେଲେ ମୋ ସହିତ କଥା ହୁଅନ୍ତୁ ଓ ମଜା ନିୟନ୍ତୁ " ।


ଅଜଣା ନମ୍ବର, " ଦେଖନ୍ତୁ ବାବୁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ମୁଁ ପାଣିରେ ଧୋଇ ସେ ଲେଖା ସବୁ ଲିଭେଇ ଦେଇ ସାରିଛି । ଆପଣ ଗୋଟେ କାମ କଲେ ଭଲ ହେବ ସବୁ ଦିନ ପାଇଁ ୟେ ନମ୍ବର ବଦଳେଇ ଦିଅନ୍ତୁ । ଆଉ ନୂଆ ଅଜଣା ନମ୍ବରରୁ କଲ ଆସିବ ନାହିଁ । ମୁଁ ଜଣେ ସାଧାରଣ ଶ୍ରମିକ । ବାଙ୍ଗାଲୋର ରେ କାମ କରେ । ମୋର ବି ମାଆ ଆଉ ଭଉଣୀ ଅଛନ୍ତି ସେଇଥି ପାଇଁ ମୁଁ ପଢି ସାରି ଲିଭେଇ ଦେଇଛି ଲେଖା ଗୁଡିକୁ "।


ନୀତିଶ, " ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ମହାଶୟ । ଆପଣ ଶ୍ରମିକ ନୁଁହ । ଆପଣ ଜଣେ ଜୀବନ ରକ୍ଷକ । ଆପଣ ଜଣେ ନାରୀର ସମ୍ମାନ ରକ୍ଷକ । ଆପଣ ହେଉଛନ୍ତି ୟେ କଳି ଯୁଗର ରାମ ଅବତାର । ଆପଣଙ୍କ ନାମ ଜାଣିପାରିବିକି ମହାଶୟ" ।


" ମହେଶ ମୋର ନାମ । ହେଲେ ବେବିନାର କେହି ଜଣେ ଶତ୍ରୁ ଏମିତି କାମ କରିଛି ତେଣୁ ସେଇ ଶତ୍ରୁ ପାଖରେ ବେବିନାର ନମ୍ବର ମଧ୍ୟ ରହିଛି, ତେଣୁ ଆପଣଙ୍କୁ ମୋର ବିନିତ ଅନୁରୋଧ ଆପଣ ଏଇ ନମ୍ବର ବଦଳେଇ ଦେଇ ଶାନ୍ତିରେ ଜୀବନ କାଟନ୍ତୁ । ନ ହେଲେ ସେ ଶତ୍ରୁ ବେବିନାର ସର୍ବନାଶ କରିବାକୁ ପଛଘୁଞ୍ଚା ଦେଵ ନାହିଁ " ମହେଶ କହି ନିଜ ଫୋନ କଲ କାଟି ଦେଲେ ।


ବେବିନା କାନ୍ଧ କାନ୍ଧ ହୋଇ କହି ପକାଇଲା ନୀତିଶ ଭାଇ ଆମ ଗାଁର ତୋଫାନ ବୋଲି ପିଲାଟିଏ । ମୋତେ ସବୁବେଳେ ବିଦ୍ୟାଳୟ ଯିବା ରାସ୍ତାରେ ହଇରାଣ କରେ । ମୋ ନମ୍ବରକୁ ସବୁବେଳେ କଲ କରେ । ସେ ବହୁତ ହଇରାଣ କରୁଥିଲା । ଅଥଚ ସେ ବାରମ୍ବାର ମୋ ସାମ୍ନାକୁ ଆସିବା ଦ୍ୱାରା ମୁଁ ଟିକେ ଆକର୍ଷିତ ହୋଇ ଯାଇଥିଲି ହେଲେ । ମୋ ହୃଦୟରେ ତା ପ୍ରତି କିଛି ନ ଥିଲା । ମୋତେ ଦିନେ ରାସ୍ତାରେ ଅଟକାଇ ଧମକ ଦେଇ କହିଲା ମୁଁ ତତେ ବିବାହ କରିବି । ନ ହେଲେ ତତେ ଛାଡ଼ିବି ନାହିଁ । ଗୁଣ୍ଡା ଲଗେଇ ଉଠେଇ ନେବି । ମୁଁ ମଧ୍ୟ ତାକୁ କହିଥିଲି ଆମେ କଣ ଭାଇ ଭଉଣୀ ପରି ସମ୍ପର୍କ ରହିପାରିବା ନାହିଁ । ସମ୍ପର୍କ କେବଳ କଣ ବିବାହର ଚରମ ସୀମାରେ ସରିଥାଏ । ଭାଇ ବହୁତ ବୁଝେଇଲି ବାପା ଆଉ ମାଆ ମଧ୍ୟ ତା ପାଇଁ ମୋ ପଢ଼ା ବନ୍ଧ କରିଦେଲେ । ତଥାପି ତାର ରାଗ ମେଣ୍ଟି ନାହିଁ ସେ ଏମିତି ତଳକୁ ଖସି ଯାଇ ମୋତେ ହଇରାଣ କରୁଛି । ଭାଇ ସେ ମୋତେ ଛାଡିବ ନାହିଁ । ମୋର ଭାଇ ନାଁହାନ୍ତି ବୋଲି ତୁମକୁ ଭାଇ ବୋଲି ମଣିଛି । ମୋର ସୁଖ ଦୁଃଖ ତୁମ ସହିତ ବାଣ୍ଟିଛି । ସବୁ ସ୍ନେହ ଆଦର ତୁମକୁ ଦେଇଛି । ମୋତେ ତୋଫାନ କବଳରୁ ବଞ୍ଚାଅ ଭାଇ ।


ନୀତିଶ, " ଧର୍ଯ୍ୟ ହରା ନ ହେଇ ଆଗକୁ କଣ କରିବା ସେଇ କଥା ଚିନ୍ତା କର ବେବି । ତୁ ସେଇ ବେବିନା ନୁଁହ ଯିଏ ଧର୍ଷିତ ହୋଇ ସମସ୍ତ ଥାନା, ନ୍ୟାୟାଳୟ, ଆଇନ କାନୁନ ଦ୍ୱାରସ୍ତ ହୋଇ ମଧ୍ୟ ନ୍ୟାୟ ନ ପାଇ ଆତ୍ମ ହତ୍ୟା କରିବାକୁ ବାଧ୍ୟ ହୋଇଥିଲା । ତୁ ପରା ମୋ ଗେଲ୍ଲୀ, ସ୍ନେହୀ ବେବି । ତତେ କିଏ କିଛି ଆଖି ଉଠେଇ କହି ଦେଵ ଆଉ ମୁଁ ତାକୁ ଏମିତି ଛାଡି ଦେବୀ । ତୁ ଆଗ ତା ଘର ଠିକଣା ଆଉ ବାପାଙ୍କ ନାଁ କହ । ମୁଁ ଏଇନେ ତାଙ୍କ ଘରକୁ ଯିବି " ବାହାରି ପଡିଲେ ନୀତିଶ ତୋଫାନର ଘରକୁ, ହେଲେ ୟେ କଣ ତୋଫାନ ଘରେ ନାହିଁ । ଦୁଇ ଦିନ ତଳେ ବାଙ୍ଗାଲୋର ପଳେଇ ଯାଇଛି । ତୋଫାନର ବାପା ଆଉ ମାଆଙ୍କୁ ସବୁ କଥା ଜଣେଇଥିଲା ନୀତିଶ । ଫେରି ଆସିଥିଲା ବେବିନା ଘରକୁ । ବେବିନା କୁ ବୁଝେଇ ସୁଝେଇ ନିଜ ଘରକୁ ପ୍ରତ୍ୟାବର୍ତ୍ତନ କରିଥିଲା ନୀତିଶ ।


ନୀତିଶ ଆସି ଘରେ ଧମକ ଚୁମକ କରି ଯାଇଥିବା କଥା ତୋଫାନ କାନରେ ବାଜିଲା । ବାପା ମାଆ ବହୁତ ଧିକାର କରିଥିଲେ ତୋଫାନକୁ । ଆମ ନାଁ ପକେଇବୁ ତୁ ଅକର୍ମା ,ଅଲଜ୍ୟା ଏମିତି ବହୁତ କହି ଧିକ୍କାର କରିଥିଲେ ତୋଫାନର ବାପା ଆଉ ମାଆ । ତୋଫାନ ଆହୁରି ରାଗରେ ଜଳି ଯାଇଥିଲା । ବେବିନାକୁ ପାନେ ଦେଵ ବୋଲି ସ୍ଥିର କରି ନେଇଥିଲା । ତା ମନରୁ ବେବିନା ପ୍ରତି ପ୍ରେମ ଆଉ ଦୟା ସବୁ କୁଆଡେ ମେଳେଇ ଯାଇଥିଲା । ପ୍ରତିଶୋଧ ପରାୟଣ ହୋଇଯାଇଥିଲା ତୋଫାନ । ବାଙ୍ଗାଲୋରରୁ ଫେରି ଆସିଥିଲା ଓ ନିଜ ଘରକୁ ନ ଯାଇ ବେବିନାର ଆଖ ପାଖରେ ଛାଇ ହୋଇ ଘୁରି ବୁଲିଲା ।


ଏମିତି ହୋଲିର ବାତାବରଣ । ଚାରି ଆଡ଼ ସୁସଜିତ ବିମାନ ମାନଙ୍କରେ ପ୍ରଭୁ ରାଧା କୃଷ୍ଣଙ୍କର ମେଳଣ ପର୍ବ ଅନୁଷ୍ଠିତ ହେଉଥାଏ । ବେବିନା ମଧ୍ୟ ମେଳଣ ଦେଖିବାକୁ ବାହାରିଛି ବାପା ଓ ମାଙ୍କ ସହିତ । ସେପଟେ ତୋଫାନ ନିଜ ସାଙ୍ଗ ମାନଙ୍କୁ ମଦ ଓ ମାଂଶ ଖୁଆଇ ପୁରା ଟେର କରି ରଖିଥାଏ । ଆମେ ଆଜି ହୋଲିର ମେଳଣରୁ ବେବିନାକୁ ଉଠେଇ ଆଣିବା । ପାଖ ଜଙ୍ଗଲରେ ଜବରଦସ୍ତି କରି ଧର୍ଷଣ କରିବା । ତା ପରେ ବେବିନାର ହତ୍ୟା କରି ନିଜ ଆତ୍ମାକୁ ଶାନ୍ତି କରିବି । ବିନା ପ୍ରମାଣରେ ପୁନଶ୍ଚ ବାଙ୍ଗାଲୋର ପଳେଇଯିବି । 


ଛଦ୍ମବେସି ହୋଇ, ମୁଣ୍ଡରେ ଟୋପି ଲଗେଇ ବୁଲି ଚାଲିଥାଏ ମେଳଣ ଯାତ୍ରାରେ । ରାତ୍ର ମେଳଣ କାର୍ଯ୍ୟକ୍ରମ ଆରମ୍ଭ ହେଲା । ସମସ୍ତ ବିମାନ ଏକତ୍ର ହେଲେ । ଘଣ୍ଟ ଘଣ୍ଟା, ମୃଦଙ୍ଗ, ଝାଞ୍ଜ, କଂସାଳ, ରଙ୍ଗ ଢୋଲ, ତୁରୀ ମଉରୀ ଓ ଡିଜେ ବାଜା ମଧ୍ୟ ଆରମ୍ଭ ହୋଇଗଲା ଠାକୁର ବାଡ଼ିଆ ବିମାନ ପକ୍ଷରୁ । ନାନାବିଧ ରୋଷଣୀରେ ଚାରିଆଡ଼ ଆଲୋକିତ ଓ କମ୍ପିତ ହୋଇ ଉଠିଲା । ଆଲୋକ ସଜ୍ଜା ମଧ୍ୟ ଆକର୍ଷଣୀୟ ଓ ମନୋରଂଜକ ଥିଲା । ଜନସଂଖ୍ୟା କ୍ରମଶଃ ବୃଦ୍ଧି ହେବାରେ ଲାଗିଥାଏ ।ମେଳଣ ପଡ଼ିଆରେ ଘୁରି ବୁଲୁଥାଏ ତୋଫାନ । ଅଦିନିଆ ତୋଫାନ ପରି ନିଜର ଗର୍ବ, ଅହଂକାର, ଦୁଷ୍ଟତାର ପରାକାଷ୍ଠା ନେଇ ଚାତକ ପରି ଚାହିଁ ରହିଥାଏ ବେବିନାର ବାଟକୁ । ସାଥୀମାନେ ମଧ୍ୟ ଅନୁସରଣ କରୁଥାନ୍ତି ତୋଫାନକୁ । ସମସ୍ତଙ୍କ ଅଣ୍ଟିରେ ରହିଥାଏ ଧାରୁଆ ଛୁରୀ । 


  ବେବିନା ବାପା ଓ ମାଆଙ୍କ ସହିତ ଆସିଥାଏ । ସାଥିରେ ଆସିଥାଏ ନୀତିଶ ମଧ୍ୟ । ମେଳଣ ର ଭିଡ଼ ମଧ୍ୟରେ ତୋଫାନର ନଜର ପଡି ଯାଇଥିଲା ବେବିନା ଉପରେ । ତୋଫାନ ଚିହ୍ନେଇ ଦେଇଥିଲା ତା ସାଙ୍ଗ ମାନଙ୍କୁ । ଏଇଟା ସୁବର୍ଣ୍ଣ ସୁଯୋଗ ଚାଲ ମୁଁହରେ ରୁମାଲ ଭର୍ତ୍ତି କରିଦେଇ ଉଠେଇନେବା । ଭିଡ଼ ମଧ୍ୟରୁ ଟାଣି ନେଇଥିଲେ ବେବିନାକୁ । ମୁଁହରେ ରୁମାଲ ଦେଇ ଭିଡ଼ ମଧ୍ୟରୁ ଉଠାଇ ନେଇଥିଲେ । ସତରେ ବେବିନା ବହୁତ ସରଳ, ନିରୀହ, ଶାନ୍ତ ଓ ଭଦ୍ର ଝିଅଟିଏ । ଏମିତି ଝିଅଟି ଉପରେ ହେଉଥିବା ଅତ୍ୟାଚାର ଭଗବାନ ସହିବେ କିପରି । ଯେଉଁ ଭଗବାନ କୃଷ୍ଣ ଓ ରାଧାଙ୍କ ମେଳଣର ପବିତ୍ର ପଡିଆ ମଧ୍ୟରେ ଅତ୍ୟାଚାରି କେବେବି ଉତ୍ତୀର୍ଣ ହୋଇ ପାରିବ ନାହିଁ । ଯେଉଁ କୃଷ୍ଣ ଅତ୍ୟାଚାରୀ, ଦୁରାଚାରି, ଦିଗ୍ବବିଯଇ ଓ ଅସୁରଶ୍ରେଷ୍ଟ କଂଷାସୁରଙ୍କର ବଦ୍ଧ କରି, ଦୁନିଆରୁ ପାପର ବୃକ୍ଷ ଉତକ୍ଷେପଣ କରି ଧର୍ମର ବୃକ୍ଷ ରୋପଣ କରିଥିଲେ ସେହି କୃଷ୍ଣଙ୍କର ପବିତ୍ର ମେଳଣ ପିଠାରୁ ଅପରାଦ୍ଧି କୁଆଡେ ଯିବ ଯେ ! 


    ବେବିନାକୁ ସେମାନେ ନେଇ ଯାଇଥିଲେ ଜଙ୍ଗଲର ମଧ୍ୟ ସ୍ଥଳକୁ । ତୋଫାନର ପିଛାରେ ପୁରା ମେଳଣ ପୀଠର ଲୋକ । ପୋଲିସ ମଧ୍ୟ ଜଙ୍ଗଲ ଚାରିପାଖରେ ଘେରି ଯାଇଥିଲେ । ପୂର୍ଣ୍ଣିମା ଜହ୍ନର ମଧ୍ୟମ ରାତ୍ରି । ଚତୁରପାର୍ଶ୍ୱ ଝାପ୍ସା ଆଲୋକିତ ହୋଇ ଥାଏ ।ବେବିନା ନିଜକୁ ମଝି ନଈରେ ଭାସୁଥିବା କୁଟା ଖିଅଟିଏ ଭଳି ମନେ କରୁଥାଏ। ନିଃସହାୟ ଅବସ୍ଥାରେ ରହିଲେ ଯିଏ ଯାହା ଚାହିଁବ ବ୍ୟବହାର କରିବ । ବେବିନାର ଶରୀରରୁ ଅର୍ଧେକ କପଡା ଚିରି ଦେଇଥାନ୍ତି ତୋଫାନର ଲୋକମାନେ । ତୋଫାନ ର ଲୋକମାନେ ମଣିଷ ଭଳି ନ ଥିଲେ । ମଦ ନିଶାରେ ମତୁଆଲ ହୋଇ ଭଲ କଣ ଆଉ ଖରାପ କଣ ସେମାନେ ଜାଣିପାରୁନଥିଲେ । ତୋଫାନ ସୃଷ୍ଟି କରିଥିବା ଝଡ଼ର ଅନ୍ତ ହୋଇଥିଲା । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଯାଇଥିଲେ । 

   ପୋଲିସ କର୍ମୀଙ୍କୁ ଦେଖି ତୋଫାନ ନିଜ ଅଣ୍ଟିରୁ ଚାକୁ କାଢି ଲଗେଇ ଦେଇଥିଲା ବେବିନାର ଗଳା ରେ । କହୁଥିଲା ମୋ ପାଖକୁ ଆସିଲେ ବେବିନାର ଗଳା କାଟି ଦେବୀ । ଟିକେ ବି ପାଖକୁ ଆସ ନାହିଁ । ଉପସ୍ଥିତ ସମସ୍ତ ଜନତା କ୍ଷୁବ୍ଧ ହୋଇ ଯାଇଥିଲେ । ଆଗକୁ ବଢିଲେ ବେବିନାର ହତ୍ୟା କରି ଦେଇ ପାରେ । ଜଙ୍ଗଲର ଗୋଟିଏ ଗଛରେ ମାଙ୍କଡ ଟିଏ ରହୁଥିଲା । ସେ ସବୁ ଘଟଣା ଦେଖୁଥିଲା । ସେ ମଧ୍ୟ ଲୋକ ମାନଙ୍କର ସମାହାର ଦେଖି ଭୟଭିତ ହୋଇଯାଇଥିଲା । ହେଲେ କଣ ହେବ ସେ ମନେ ମନେ ଭାବୁଥାଏ ଏଇ ମଣିଷ ଜାତି କଣ ଏତେ ନୃଶଂସ । ଅକ୍ଳେଶରେ ଏଇ ଲୋକମାନେ ନିଛାଟିଆ ଜଙ୍ଗଲରେ ଝିଅଟିକୁ ହତ୍ୟା ଉଦ୍ୟମ କରୁଛନ୍ତି ହେଲେ ଏତେ ଗୁଡିଏ ଲୋକ ତାଙ୍କର କିଛି କରିପାରୁ ନାଁହାନ୍ତି । ମଣିଷ ବୁଦ୍ଧିମାନ ସହିତ ଜ୍ଞାନ ବିଜ୍ଞାନରେ ପାରଙ୍ଗମ ହୋଇ ମଧ୍ୟ ଏମିତି ଦୁର୍ବଳ ଉପରେ ସବଳର ଅତ୍ୟାଚାର ଚାଲିଛି । ବେବିନା ଭଗବାନଙ୍କୁ ପ୍ରାଥନା କରିଚାଲିଛି । ହେ ରାମ ହେ କୃଷ୍ଣ ମୋତେ ୟେ ବିପତ୍ତିରୁ ଉଦ୍ଧାର କର । ମୁଁ ତୁମ ନିକଟରେ କଣ ଅନ୍ୟାୟ କରିଥିଲି ମୋତେ ଏମିତି ଲୋକ ମାନଙ୍କ ସମ୍ମୁଖରେ ଅବହେଳିତ ଲାଂଛିତ କରୁଛ ଭଗବାନ । ଠିକ ଏହି ସମୟରେ ଭଗବାନ ରାମଙ୍କ ଦୁତ ହନୁମାନ ଲଙ୍କାରେ ସୀତା ମାତାଙ୍କୁ ଉଦ୍ଧାର କଲା ଭଳି, ମାଙ୍କଡଟି ଡେଇଁ ପଡିଥିଲା ତୋଫାନ ଉପରକୁ । ମାଙ୍କଡ ସିଧା କୁଣ୍ଢେଇ ପକେଇଥିଲା ତୋଫାନକୁ । ତଳେ ପକେଇ ଦେଇଥିଲା ଦୁଇ ହାତ କୁ ଧରି । ତା ପରେ ପୋଲିସ କର୍ମୀ ମାନେ ଘେରି ଯାଇ ବେବିନାକୁ ଉଦ୍ଧାର କରିଥିଲେ । ତୋଫାନ ଓ ତାର ସାଙ୍ଗ ମାନେ ପୋଲିସ ଦ୍ୱାରା ନିୟନ୍ତ୍ରିତ ହୋଇ କାରାଗାରକୁ ଯାଇଥିଲେ । 

  ସେଇ ଦିନ ଠାରୁ ବେବିନା ଶାନ୍ତିରେ ନିଜ କର୍ମ କରିଥିଲା । ଏବେ କୌଣସି ମୁହୂର୍ତ୍ତରେ କେହି ଟୋକା ଜଣେ ବେବିନାକୁ ନଜର ପକେଇ କିଛି କହିଲେ ବେବିନା ତା ମୁଁହକୁ ବି ଅନାଏ ନାହିଁ । ବହୁତ ଧୀର ନମ୍ର ହୋଇ ଯାଇଥିଲା । ଦୁଷ୍ଟତାର ପରି ସମାପ୍ତିରେ ତୋଫାନ ହତ୍ୟା ଉଦ୍ୟମ ଓ ବଳାତ୍କାର ଉଦ୍ୟମର ସାମ୍ବିଧାନିକ ଧାରା ଅନୁଶାରେ କାରାଗାରରେ କୋଡିଏ ବର୍ଷ ରହିବାର ଦଣ୍ଡ ପାଇ ସଜା କାଟୁ ଅଛି । ସାଙ୍ଗ ମାନେ ମଧ୍ୟ ସେହିପରି ସଜା କାଟୁଛନ୍ତି ।

  ବେବିନା କୁହେ ମୁଁ ସେହି ବେବିନା ନୁହେଁ ମୋତେ ବଳାତ୍କାର କରିବାକୁ ଉଦ୍ୟମ କରିବ ଓ ନିର୍ଭୟରେ ଆଇନିକୁ ହାତକୁ ନେଇ ମୁକ୍ତ ଅବସ୍ଥାରେ ବୁଲି ଚାଲିବ । ମୁଁ ଆଜିର ବେବିନା......ମୁଁ ଆଜିର ବେବିନା...ମୁଁ ସେଦିନର ବେବିନା ନୁହେଁ......!!!


ମହେଶ୍ୱର ସାହୁ

ଗୋପୀବିନ୍ଧା, ବ୍ରାହ୍ମଣ ଗାଁ,

ବାଲେଶ୍ଵର(ଭଦ୍ରକ)


Rate this content
Log in

Similar oriya story from Inspirational