STORYMIRROR

Ananga Patel

Inspirational

3  

Ananga Patel

Inspirational

ମୁଁ କରୋନା କହୁଛି

ମୁଁ କରୋନା କହୁଛି

3 mins
117

ବିଜୟର ଉତ୍ସବ ମନାଅ......


 ବିଶ୍ୱକୁ ବିଜୟ କରି ସାରିଲା ପରେ, ବିଶ୍ୱର ବଛା ବଛା ମହାମାରୀ ଯିଏକି ଅତୀତରେ ଏହି ମଣିଷକୁ ଆତଙ୍କିତ କରି ଦେଇଥିଲା, ସେହି ମହାମାରୀ ମାନଙ୍କୁ ନେଇ ଆମେରିକାର ସର୍ବୋଚ୍ଚ ଅନୁଷ୍ଠାନ ହ୍ୱାଇଟ ହାଉସରେ ଏକ ଭବ୍ୟ ସମ୍ମିଳନୀର ଆୟୋଜନ କରିଥିଲା କରୋନା l ଏହି ସମ୍ମିଳନୀ ଉପସ୍ଥିତ ସମସ୍ତ ମହାମାରୀ ମାନଙ୍କୁ ଭବ୍ୟ ସ୍ୱାଗତ କରି ଠୋ... ଠୋ... ହସି ହସି କରୋନା କହିବା ଆରମ୍ଭ କଲା........

    ଆଃ.... ମଜା ଆସିଗଲା, ବହୁତ ମଜା ଆସିଗଲା ମଣିଷକୁ ପ୍ରତ୍ୟେକ ଥର ଆକ୍ରମଣ ଅପେକ୍ଷା ଏଥର ଆକ୍ରମଣ ରେ ମୃତ୍ୟୁର ତାଣ୍ଡବ ଲୀଳା ଶହେ ଗୁଣ ବଢିଗଲା ଚାରିଆଡେ ଖାଲି କୁଢ଼ କୁଢ଼ ଶବ, କେଉଁଠି ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ପଡିଛି ତ କେଉଁଠି ନଈକୂଳରେ ଭାସି ବୁଲୁଛି, କେଉଁଠି ଶବ ଦାହ କରିବା ପାଇଁ ସ୍ଥାନ ନାହିଁତ କେଉଁଠି ଶବ ରଖିବାକୁ ସ୍ଥାନ ନାହିଁ, ଶବକୁ ନିଜର ପୁଅ, ଝିଅ, ପତ୍ନୀ, ବନ୍ଧୁ ଭାଇ, ପରିଜନ ଛୁଇଁବାକୁ ଭୟ କରୁଛନ୍ତି l ଆଉ କିଛି ଦିନ ପରେ ଏହି ମଣିଷର ଶବ ଶ୍ଵାନ, ଶୃଗାଳ, ଚିଲ ର ଆହାର ପାଲଟି ଯିବ l ଦିନଥିଲା ଏହି ମଣିଷ ନିଜର ଦମ୍ଭ, ଗର୍ବ, ଅହଂକାର, ସଂକୃତି ଓ ପରମ୍ପରା ର ସ୍ୱାଭିମାନ ରେ ପୋତି ହୋଇ ସମାଜର ଦ୍ୱାହି ଦେଉଥିଲା ଆଜି ତାର ଶବକୁ ଚାରିକାନ୍ଧ ସହ ଛ ଖଣ୍ଡ କାଠର ସବାରୀ ମିଳୁନାହିଁ, ପୁଅ ମୁଖାଗ୍ନି ଦେବାକୁ ଯୋଗ୍ୟ ହୋଇ ପାରୁନାହିଁ ତ ପତ୍ନୀ ସ୍ୱାମୀର ମୁହଁରେ ତୁଳସୀ ପାଣି ଦି ଟୋପା ଦେଇ ପାରୁନାହିଁ କି ଶବ ଉପରେ ମଥା ରଖି ଦି ଟୋପା ଲୁହ ଗଡେଇ ପାରୁନାହିଁ କି ଶଙ୍ଖା ସିନ୍ଦୂର ଦି ପଟ ଅର୍ପଣ କରି ପାରୁନାହିଁ କି ଭାଇର ଶବ ଉପରେ ମଥା ରଖି ଭଉଣୀ କଇଁ କଇଁ କାନ୍ଦି ପାରୁ ନାହିଁ l ତାର ଶବ ସଂସ୍କାର କରିବାକୁ ବନ୍ଧୁ ଭାଇ ପରିଜନର ଆବଶ୍ୟକ ପଡୁ ନାହିଁ ପାଖ ପଡୋଶୀରୁ ଆହା କରିବାକୁ କେହି ଯାଇ ପାରୁ ନାହାନ୍ତି କି ସ୍ୱର୍ଗ ଦ୍ୱାର ଯିବାକୁ ସୌଭାଗ୍ୟ ମଣୁଥିବା ଶବ ଆଜି ସେଠିକି ଯିବାକୁ ଭୟ କରୁଛି, ଗାଁ ଦାଣ୍ଡରେ ତାର ଶେଷ ପରିକ୍ରମା ହେଉ ନାହିଁ କି ରାମ ନାମ ଶୁଭୁନାହିଁ, କି ଖଇ କଉଡ଼ି ପଡୁନାହିଁ ନିର୍ଜନ ମରୁଭୂମିର ପଥିକ ପରି ଏକାକୀ ହୋଇଯାଇଛି l ସତରେ କେତେ ଅଲୋଡ଼ା ହୋଇ ଯାଇଛି ମଣିଷର ଶବ l ବିଶ୍ୱର ଚତୁର୍ଦିଗରେ ଚାଲିଥିବା ଏପରି ତାଣ୍ଡବ ଲୀଳା ଦେଖି ମନ ଅତ୍ୟନ୍ତ ଆନନ୍ଦରେ ପୁରିଗଲା l ମୋ ଆଗରେ ମଣିଷ କେତେ ଅସହାୟ,କେତେ ଦୁର୍ବଳ ସତରେ ବହୁତ ମଜା ଆସିଗଲା l ମତେ ପରାଜୟ କରିବାର ଦୁଃସାହସ ମଣିଷ ପାଖରେ ନାହିଁ l ମୁଁ ଅପରାଜେୟ, ମୁଁ ଅଜର ଅମର, ମୁଁ ଅବିନାଶି,ଆଜିଠାରୁ ବିଶ୍ୱର ସମସ୍ତ ମହାମାରୀ ମୋର ନେତୃତ୍ୱ ରେ ପରିଚାଳିତ ହେବେ, ଆପଣ ମାନେ ସମସ୍ତେ ଏଥିରେ ଏକମତ ତ ?

    ସମସ୍ତେ ଏକ ସ୍ୱରରେ କହି ଉଠିଲେ ହଁ ମହାମହିମ ହଁ ଆମେ ଆପଣଙ୍କ ପ୍ରସ୍ତାବରେ ଏକ ମତ l

     ଏପରି ଭବ୍ୟ ସମ୍ମିଳନୀ ରେ ନିର୍ଭିକ ଭାବରେ ଉଦବୋଧନ ଦେଇ ଚାଲିଥାଏ, କରୋନା l ଠିକ ଏହି ସମୟରେ ଖେଁ ଖେଁ କରି କାଶ କହି ଉଠିଲା ମହାମହିମ ମଣିଷ ଧିରେ ଧିରେ ଅଧିକରୁ ଅଧିକ ସଚେତନ ହେବାରେ ଲାଗିଛି l ହାତକୁ ସାବୁନରେ ବାରୂମ୍ବାର ଧୋଇବାକୁ ଆରମ୍ଭ କଲାଣି, ଗାଁ ଗଣ୍ଡା, ସହର ନଗର, କାର୍ଯ୍ୟାଳୟ ସବୁକୁ ସାନିଟାଇଯେସନ କରିବା ଆରମ୍ଭ କଲାଣି, ଗୋଟିଏ ମାକ୍ସ ପରିବର୍ତ୍ତେ ଡବଲ ମାକ୍ସ ବ୍ୟବହାର କଲାଣି, ସାମାଜିକ ଦୂରତାକୁ ବାଧ୍ୟତା ମୂଳକ କଲାଣି, ସରକାରୀ ସ୍ତରରେ ନିୟମକୁ କଡାକଡି କଲାଣି l ଲକ ଡାଉନ ସଟଡାଉନ କଲାଣି, ଦୋକାନ ବଜାର ବନ୍ଦ କଲାଣି, ବସ ମଟର, ରେଳଗାଡି, ଉଡ଼ାଜାହାଜ, ପାଣିଜାହାଜ ସବୁ ବାତିଲ କଲାଣି, ଆଉ ସବୁଠୁ ବଡ଼ କଥା ହେଲା ଡବଲ ଡୋଜ ପ୍ରତିଷେଧକ ଟୀକା ନେବାକୁ ଆରମ୍ଭ କଲାଣି l ଯଦି ଏପରି ଆହୁରି କିଛି ଦିନଚାଲିବ ତେବେ ଆମର ସତ୍ତା ଲୋପ ପାଇଯିବ,ମଣିଷ ଆଗରେ ଆମକୁ ହାର ମାନିବାକୁ ପଡିବ l

    ଉତ୍ତମ,ଅତି ଉତ୍ତମ ଆମର ଯୋଜନା ଫଳିଭୂତ ହେବାରେ ଲାଗିଛି l ମଣିଷକୁ ଭ୍ରମିତ କରିବାରେ ଆମେ ସଫଳ ହୋଇ ଚାଲିଛୁ l ମଣିଷ ଗୋଟିଏ ଦିଗରେ ସଚେତନ ହେଲେ କଣ ହେଲା ତାକୁ ଅନ୍ୟ ଦିଗରେ ଆକ୍ରମଣ କରିବା l ମୁଁ ମଣିଷ ସାମ୍ନାରେ ଏହାଠୁ ବି ଆହୁରି ଭୟଙ୍କର ରୂପରେ ପ୍ରକଟ ହେବି l

 ମଣିଷର ଶିକ୍ଷାନୀତି, ଅର୍ଥନୀତି, କୁଟନୀତି ତଥା ରାଜନୀତି ପରି ବିଶିଷ୍ଟ ସ୍ୱାସ୍ଥ୍ୟନୀତି କୁ ଧୂଳିସାତ କରିଦେବି l ଦେଶ ଦେଶ ଭିତରେ ସମ୍ପର୍କ କଥା ଛାଡ଼ ପରିବାର ପରିବାର ମଧ୍ୟରେ ସମ୍ପର୍କ ରଖିବାକୁ ଦେବିନାହିଁ l ମଣିଷ ମୋ ପାଦର ଧୂଳି ଚାଟିବାକୁ ବାଧ୍ୟ ହେବ l ସବୁଠାରୁ ଖୁସିର କଥା ହେଲା ଏହି ମଣିଷ ଭିତରେ ବି ଅନେକ ମଣିଷ ମୋ ଆଗମନ ରେ ଖୁସି ଅଛନ୍ତି ତଥା ମତେ ଧନ୍ୟବାଦ ମଧ୍ୟ ଦେଉଛନ୍ତି.... l


    ଆଜିର ବୈଠକ ଏଠି ସମାପ୍ତ କରିବା ଏବଂ କାଲି ଠିକ ଦଶ ଟାରେ ଏହି ବୈଠକ ପୁନଃ ଆରମ୍ଭ କରିବା ବାଏ ବାଏ..।

                 କ୍ରମଶଃ.......



Rate this content
Log in

Similar oriya story from Inspirational