STORYMIRROR

Ananga Patel

Abstract

3  

Ananga Patel

Abstract

ମୁଁ କରୋନା କହୁଛି

ମୁଁ କରୋନା କହୁଛି

2 mins
141


ମୁଁ ପୁଣି ଫେରିବି.........


    ବିଶ୍ୱ ବିଜୟ ପରେ କରୋନାର ଭବ୍ୟ ପାଞ୍ଚ ଦିନିଆ ସମ୍ବିଳନୀ ଶେଷ ହେବାକୁ ଥାଏ ଏବଂ ବିଦାୟ ନେବାର ସମୟ ପାଖେଇ ପାଖେଇ ଆସୁଥାଏ l ମଞ୍ଚ ଉପରେ ମଞ୍ଚାସିନ ହୋଇ ବିକଟାଲ ରୂପୀ କରୋନା ସମସ୍ତଙ୍କୁ ସ୍ୱାଗତ କରି କହି ଉଠିଲା "ଏହି ଭବ୍ୟ ସମ୍ବିଳନୀ ର ପଞ୍ଚମ ଦିନରେ ସମସ୍ତଙ୍କୁ ହାର୍ଦ୍ଧିକ ସ୍ୱାଗତ କହୁ କହୁ କରତାଳିରେ ସମଗ୍ର ଗଗନ ପବନ ପ୍ରକମ୍ପିତ ହୋଇ ଉଠିଲା, ଆପଣମାନେ ସମସ୍ତେ ଜାଣିଛନ୍ତି ଆଜି ସମଗ୍ର ବିଶ୍ଵବାସୀ ଏକ ଅଜଣା ଆତଙ୍କରେ ଥରହର ହେଉଛନ୍ତି, ମୋଠାରୁ ବଞ୍ଚିବା ପାଇଁ ବିଭିନ୍ନ ଉପାୟ ମାନ ଆପଣାଉଛନ୍ତି l କେଉଁଠି ଶଙ୍ଖଘଣ୍ଟ ଫୁଙ୍କୁ ଛନ୍ତି ତ କେଉଁଠି ସନ୍ଧ୍ୟା ସମୟରେ ଘିଅଦୀପ ଜାଳୁ ଛନ୍ତି, କେତେକ ସ୍ଥାନରେ ସାମାଜିକ ଦୂରତା ବଜାୟ ରଖୁଛନ୍ତି ତ, କିଏ କିଏ ମୁହଁରେ ମାସ୍କ, ହାତରେ ସାନିଟାଇଜର ତ ଅଧିକାଂଶ କୋଭିସିଲ ଅବା କୋଭାକ୍ସସିନ ପରି ପ୍ରତିଷେଧକ ଟୀକା ନେଉଥିବା ବେଳେ କିଛି ଆୟୁର୍ବେଦା ନାକରେ ଡ୍ରପ ପକାଇ ମୋଠୁ ସୁରକ୍ଷିତ ରହିବା ଭଳି ଉପାୟ ମାନ ଆପଣାଉଛନ୍ତି,ଏହା ଛଡ଼ା ବା ଆଉ କଣ କରିପାରିବେ l କାରଣ ମଣିଷ ସବୁ ବାଟ ବନ୍ଦ କରିସାରିଛି, ଅତୀତରୁ ଏବେ ପର୍ଯ୍ୟନ୍ତ ମଣିଷ ଯାହା ସବୁ ଜ୍ଞାନ ପ୍ରାପ୍ତ କରିଛି ତାକୁ କାହାଣୀ ବୋଲି ଭାବି ନେଇଛି,ଏହାଛଡା ଆଉ କିଛି ନୁହେଁ l କାରଣ ମଣିଷ ସ୍ୱାର୍ଥର ପୂଜାରୀ ଅଟେ, ସ୍ୱାର୍ଥ ସାଧନ ପାଇଁ ଯେ କୌଣସି ଅନୈତିକ କାର୍ଯ୍ୟ କରିବାକୁ ପଛଘୁଞ୍ଚା ଦିଏ ନାହିଁକି ପଶ୍ଚାତାପ ମଧ୍ୟ କରେ ନାହିଁ l ପ୍ରତ୍ୟେକ କ୍ଷେତ୍ରରେ ପ୍ରତ୍ୟେକ ମୁହୂର୍ତ୍ତ ରେ ଭୁଲ ରାସ୍ତାକୁ ଠିକ ରାସ୍ତା ବୋଲି ବାଛି ନିଏ l ଏକତା କୁ ଘୃଣା କରେ ତଥା ଅନେକତା ର ଜୟଗାନ କରେ l

ମା ଠାରୁ ପୁଅକୁ, ଭାଇ ଠାରୁ ଭାଇକୁ, ସ୍ତ୍ରୀ ଠାରୁ ସ୍ୱାମୀକୁ, ବନ୍ଧୁ ଠାରୁ ବନ୍ଧୁ କୁ,କେତେବେଳେ ସମ୍ପତ୍ତି ଲୋଭରେ ତ କେତେବେଳେ ସତ୍ତା ଲୋଭରେ ତ କେତେବେଳେ ସମ୍ମାନ ଲୋଭରେ ତ କେତେବେଳେ ସ୍ୱାର୍ଥ ଲୋଭରେ ଅଲଗା କରି ନିଜକୁ ଶ୍ରେଷ୍ଠ ମଣିଥାଏ l ଯାହାକି ଆମ ପାଇଁ ଏକ ବଡ଼ ଉପଲବଧି ଅଟେ ଏବଂ ମୋ ପାଇଁ ଖୁସିର ଖବର ଅଟେ l

 ତେଣୁ ମୁଁ ବହୁତ ଶୀଘ୍ର ଏହି ପୃଥିବୀ ପୃଷ୍ଠରେ ଭିନ୍ନ ରୂପରେ ପ୍ରକଟ ହେବି, ତୁମେ ମୋର ସେହି ସମୟକୁ ଅପେକ୍ଷା କରିଥାଅ l ସମସ୍ତଙ୍କୁ ଉଦବୋଧନ ଦେଇ କରୋନା ସମ୍ବିଳନୀ ସମାପ୍ତ କରି ବିଦାୟ ନେଲା l




Rate this content
Log in

Similar oriya story from Abstract