STORYMIRROR

Ananga Patel

Inspirational

4  

Ananga Patel

Inspirational

ମୁଁ କରୋନା କହୁଛି

ମୁଁ କରୋନା କହୁଛି

3 mins
367


        ଭବ୍ୟ ସମ୍ବିଳନୀ ର ଦ୍ୱିତୀୟ ଦିବସରେ ବିଶ୍ୱ ବିଜେତା କରୋନା ଉପସ୍ଥିତ ସମସ୍ତ ମହାମାରୀ ମାନଙ୍କୁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରି କହି ଉଠିଲା..

      ବିଶ୍ୱ ବିଜୟ ପରେ ଆମର ପରବର୍ତ୍ତୀ ଲକ୍ଷ ହେଲା

ମଣିଷକୁ ଆମ ନିଜ ଅଧୀନକୁ ଆଣିବା, ଦାସ ରୂପରେ ତାକୁ ସେବା କରାଇବା କାରଣ ମଣିଷ ଅତି ବିଚକ୍ଷଣ, ବୁଦ୍ଧିମାନ ସବୁ ପ୍ରକାରର ଜ୍ଞାନ ତାହାରି ପାଖରେ l ଯଦି ଏହି ପ୍ରକାରର ଜ୍ଞାନୀ ଲୋକ ଆମର ଦାସ ହୋଇଗଲେ କେବଳ ବିଶ୍ୱରେ ନୁହେଁ ସଂମ୍ପୂର୍ଣ ବ୍ରହ୍ମାଣ୍ଡରେ ଆମକୁ ପରାଜୟ କରିବାର ସାହସ କାହାରି ହେବ ନାହିଁ l ଅତୀତରେ ଯେଉଁ ଶାସକଙ୍କ ଜ୍ଞାନୀ ମନ୍ତ୍ରୀ ଥିଲେ ବା ବର୍ତ୍ତମାନ ଯେଉଁ ଦେଶର ଜ୍ଞାନୀ ପରାମର୍ଶ ଦାତା ଅଛନ୍ତି ସେଦେଶ ଅତ୍ୟନ୍ତ ବିକଶିତ ଓ ସୁରକ୍ଷିତ l ଯେଉଁ ପରିବାରରେ ଶିକ୍ଷିତା, ଶୁଶିଳା, ଗୁଣବତୀ,ଦୟାମୟୀ , ପ୍ରେମମୟୀ, ସ୍ନେହମୟୀ, କ୍ଷମାମୟୀ, କରୁଣାମୟୀ, ମିଷ୍ଟଭାଷୀ,ବିଶ୍ୱାସୀ,ବିନମ୍ର ପ୍ରଦର୍ଶିନୀ, ସୁପରାମର୍ଶ ପ୍ରଦାୟିନୀ, ସମଦର୍ଶୀ ନାରୀ ଟିଏ ଅଛି ସେ ପରିବାର କେବେବି ଭିକ ମାଗିବ ନାହିଁ କି କାହା ଆଗରେ ହାତ ପତେଇବା ତ ଦୂରର କଥା କାହା ଆଗରେ ମୁଣ୍ଡ ନୁଆଇଁବ ନାହିଁ l ସେଥିପାଇଁ ମଣିଷ ଆମର ଅଧୀନତା ସ୍ୱୀକାର କରାଇବା ଅତି ଜରୁରୀ ହୋଇ ଯାଇଛି l ଏହା ଉପରେ ଅତି ଗଭୀର ଆଲୋଚନା କରିବା ପୂର୍ବରୁ ମଣିଷ କିପରି ଆମକୁ ଭଲ ପାଇବା ଆରମ୍ଭ କଲାଣି ତାର ଏକ ଝଲକ ଦେଖି ନେବା l

    କରୋନା କୁ ପ୍ରଦାନ କରାଯାଇଥିବା ପତ୍ର ମଧ୍ୟରୁ ଗୋଟିଏ ପତ୍ର ବ୍ଲଡ଼ କେନସର ଉଠାଇ ଆଣି ପଢିବାକୁ ଆରମ୍ଭ କଲା l

      ମହାଶୟ ମୋର ପ୍ରଣାମ ଗ୍ରହଣ କରିବେ l ମୋର ନାମ ରଶ୍ମି, ଏକ ନିପଟ ମଫସଲ ଗାଁରେ ମୋର ଶଶୁର ଘର l ଅତି ଧୂମଧାମ ରେ ଆମ ଦୁଇଜଣଙ୍କ ର ବିବାହ ହୋଇଥିଲା l ହେଲେ ବୈବାହିକ ଜୀବନର ସୁଖ ମୁଁ ବେଶୀ ଦିନ ଉପଭୋଗ କରି ପାରିନଥିଲି l ବିବାହର ତିନି ଦିନ ପରେ ମୋ ସ୍ୱାମୀକୁ ତାଙ୍କର କର୍ମସ୍ଥଳୀ ଯିବାକୁ ପଡିଥିଲା l ମୋ ସ୍ୱାମୀ ମତେ ବହୁତ ଭଲ ପାଆନ୍ତି, ଉଭୟେ ଅଲଗା ହେବାର ଇଛା ନଥିଲେ ବି ବାଧ୍ୟ ହୋଇଥିଲୁ ଅଲଗା ହେବା ପାଇଁ କାରଣ ଏହା ଆମ ପରିବାରର ତଥା ଆମ ଜୀବନ ଜୀବିକାର କଥା ଥିଲା l ତାଙ୍କ ଅଫିସରେ ମୋ ସ୍ୱାମୀଙ୍କୁ ତାଙ୍କର ଅଫିସର ମାନେ ବହୁତ ଭଲ ପାଆନ୍ତି କାରଣ ମୋସ୍ୱାମୀ ଜଣେ ସଛୋଟ ଓ ନିଷ୍ଠାପର କର୍ମୀ ଅଟନ୍ତି l ବର୍ଷକୁ କେବଳ ମାତ୍ର ପନ୍ଦର ଦିନ ଛୁଟି ମିଳେ l ବିବାହର ତିନିଦିନ ପରେ ପୁଣି ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡିବ, ଏବଂ ମାତ୍ର ପନ୍ଦର ଦିନ ପାଇଁ l ଏହା ଭାବି ଭାବି ମନ ଅସ୍ଥିର ହୋଇ ଉଠୁଥାଏ l କିନ୍ତୁ କିଛି ଉପାୟ ମଧ୍ୟ ନଥାଏ l ଆମର ବିବାହ ଡିସେମ୍ବର ମାସରେ ହୋଇଥିଲା, ଗୋଟିଏ ମାସ ବିତିଗଲା ପରେ ଫେବୃଆରୀ ମାର୍ଚ୍ଚ ରେ ଟିଭିରେ ରେଡ଼ିଓ ରେ ଆପଣଙ୍କ ଚର୍ଚ୍ଚା ଆରମ୍ଭ ହୋଇଗଲା l ମୁଁ ସତ କହୁଛି ପ୍ରଥମେ ପ୍ରଥମେ ଆପଣଙ୍କୁ ବହୁତ ରାଗିଛି, ଗାଳି ବି କରିଛି l କଣ ଏମିତି ଗୋଟିଏ ମହାମାରୀ ଆସିଗଲା ଯେ ଘରୁ ବାହାରକୁ ବାହାରି ପାରିବ ନାହିଁ, କାହା ଘରକୁ ଯାଇ ପାରିବ ନାହିଁ, କାହାର ଛୁଇଁଲା ଜିନିଷ ଆଣି ପାରିବ ନାହିଁ, ପାଖାପାଖି ବସି ପାରିବ ନାହିଁ,ମୁହଁକୁ ସର୍ବଦା ଢାଙ୍କି ରଖିବ, ସାବୁନରେ ବାରୁମ୍ବାର ହାତକୁ ଧୋଇବ ଇତ୍ୟାଦି ଇତ୍ୟାଦି... l ହଠାତ ଦିନେ ଭାରତ ସରକାର ଘୋଷଣା କଲେକି ଆସନ୍ତା ଦୁଇଦିନ ପରେ ସମଗ୍ର ଦେଶରେ ଅନିର୍ଦ୍ଧିଷ୍ଟ ସମୟ ପାଇଁ ଲକଡାଉନ କରାଯିବ ତେଣୁ ବାହାରେ ଥିବା ଶ୍ରମିକ, କର୍ମୀ, ବ୍ୟବସାୟୀ, ଗାଡି ଚାଳକ, ଚାକିରୀ ନିଜ ନିଜ ଘରକୁ ଫେରିଯାନ୍ତୁ l ହଠାତ ଦିନେ ମୋ ପାଖରେ ମୋସ୍ୱାମୀ ଉପସ୍ଥିତ ଥିଲେ, ତାଙ୍କୁ ଦେଖି ସପ୍ନ ପରି ଲାଗୁଥାଏ ନିଜ କୁ ନିଜେ ବିଶ୍ୱାସ କରିପାରୁ ନଥାଏ ଯେ ମୋ ପାଖରେ ମୋ ସ୍ୱାମୀ ଅଛନ୍ତି l ଏକ ଲମ୍ବା ସମୟ ସେ ଘରେ ରହିଲେ, ବୈବାହିକ ଜୀବନକୁ ମନଭରି ଉପଭୋଗ କଲି l ମୁଁ ଏବେ ଗର୍ଭବତୀ ଅଛି ଏବଂ ଏହା ହୋଇଥିଲା ଆପଣଙ୍କ ପାଇଁ ଆପଣ ପୃଥିବୀ ପୃଷ୍ଠକୁ ଆସିନଥିଲେ ଏହା ସମ୍ଭବ ହୋଇ ପାରିନଥାନ୍ତ l ତେଣୁ ଆପଣଙ୍କୁ ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ ।

   ମଣିଷ ତରଫରୁ ଧନ୍ୟବାଦ ପତ୍ର ପାଇ କରୋନାର ଛାତି କୁଣ୍ଡେମୋଟ ହୋଇଉଠୁଥାଏ l ଦୁଇଗୁଣିତ ଉତ୍ସାହ ନେଇ କହି ଉଠିଲା ମଣିଷକୁ ହାସଲ କରିବାରେ ଏହା ଏକ ଅମୋଘ ମାଧ୍ୟମ ଅଟେ l

                     

  


Rate this content
Log in

Similar oriya story from Inspirational