STORYMIRROR

Ananga Patel

Inspirational

4  

Ananga Patel

Inspirational

ମୋ ନାତୁଣୀର ପ୍ରଶ୍ନ..?

ମୋ ନାତୁଣୀର ପ୍ରଶ୍ନ..?

2 mins
261



    କାର୍ତ୍ତିକ ମାସ ହୋଇଥାଏ l ଆମ ଗାଁ ଯଦିଓ ମଫସଲୀ, ତଥାପି ଅନେକ ପର୍ବ ପର୍ବାଣୀ, ସଂସ୍କୃତି ଓ ପରମ୍ପରା କୁ ବେଶ ଆଡମ୍ବର ସହକାରେ ସଫଳତା ର ସହ ପାଳନ କରିଥାଉ l ଏହି ପର୍ବ ପର୍ବାଣୀ ମଧ୍ୟରୁ କାର୍ତ୍ତିକ ପୂର୍ଣ୍ଣିମା ଅନ୍ୟତମ l ଏହି ପୂର୍ଣ୍ଣିମା ଦିନ ଆମ ଗାଁ ରେ ବଡ଼ ମେଳା ଲାଗିଥାଏ, ଆଉ ପ୍ରତ୍ୟେକ ଘରର ବନ୍ଧୁ ବାନ୍ଧବ ମାନେ ଏହି ମେଳା ଦେଖିବାକୁ ଆମ ଗାଁ କୁ ଆସିଥାନ୍ତି l ଆମ ଘରକୁ ମଧ୍ୟ ମୋର ଝିଅ ଜ୍ୱାଇଁ ସହିତ ଅତି ପ୍ରିୟ ନାତୁଣୀ ମଧ୍ୟ ଆସିଥାନ୍ତି l ପ୍ରତ୍ୟେକ ଘରେ ଘରେ କାର୍ତ୍ତିକ ମାହାତ୍ମ୍ୟ ଭାଗବତ ପାଠ କରିଥାନ୍ତି l ଆମ ଘରେ ମୋ ସ୍ତ୍ରୀ ଭାଗବତ ପଢ଼ୁଥାନ୍ତି, ମୋ ସହିତ ମୋ ନାତୁଣୀ ମଧ୍ୟ ଭାଗବତ ଆନନ୍ଦ ମନରେ ଶୁଣୁଥାଉ l ହଠାତ ନାତୁଣୀ ତାର ଆଈକୁ କହିଲା, "ଆଈ ଟିକିଏ ରହିଯାଅ" l 
ଆଈ ଭାଗବତ ପଢ଼ିବା ବନ୍ଦ କରି କହିଲା " ହଇଲୋ ହୁଣ୍ଡୀ କଣ ପାଇଁ ଅଟକାଇଲୁ କହ "? 
ନାତୁଣୀ କହିଲା "ଅଜାଙ୍କୁ ମୋର ଗୋଟିଏ ପ୍ରଶ୍ନ ଅଛି "l
ମୁଁ ତାକୁ କୋଳକୁ ଟାଣି ଆଣି ଗେଲରେ କହିଲି " ପଚାରୁଣୁ କଣ ପଚାରିବାର ଅଛି "?
ନାତୁଣୀ କହିଲା " ଅଜା ଏବେ ଏବେ ଆଈ ଭାଗବତରେ ଗାଇଲେ ଯେ ଯେଉଁମାନେ ଏହି କାର୍ତ୍ତିକ ମାସରେ ନିଷ୍ଠାପର ଭାବରେ ସ୍ନାନ କଲେ ତାର ସମସ୍ତ ପାପ ଧୋଇଯାଏ, ଏହା କଣ ଠିକ୍ ?
ମୁଁ କହିଲି " ହଁ ଲୋ ଏହା ଠିକ ଅଟେ, ଏହି କାର୍ତ୍ତିକ ମାସ ସାରା ହେଉ ଅବା ମାସର ଶେଷ ପାଞ୍ଚ ଦିନ ଯାହା ପଞ୍ଚୁକ ନାମରେ ପରିଚିତ କିମ୍ବା ପୂର୍ଣ୍ଣିମା ଦିନ ବି ଯିଏ ସ୍ନାନ କରିବ ତାର ସମସ୍ତ ପାପ ନଷ୍ଟ ହୋଇ ଯିବ "l
ନାତୁଣୀ କହିଲା " ତୁମେ ଠିକ କହିଛ ଅଜା ! କାର୍ତ୍ତିକ ସ୍ନାନ କରିଦେଲେ ଯଦି ସବୁ ପାପ ନଷ୍ଟ ହୋଇଯାଏ ତେବେ ଏତେ ପାପୀ ଆମ ସମାଜରେ କେମିତି ହେଉଛନ୍ତି, ହଜାର ହଜାର ସଂଖ୍ୟାରେ ଲୋକମାନେ ନିୟମିତ ଭାବରେ କାର୍ତ୍ତିକ ସ୍ନାନ, ମାଘ ସ୍ନାନ,ଗଙ୍ଗା ବୁଡ଼ ପକାଉଛନ୍ତି 
ତଥାପି ପାପ ନ କମି ପାପୀ ସଂଖ୍ୟା ଅଧିକ ମାତ୍ରାରେ ବଢ଼ି ଚାଲିଛି କାହିଁକି କୁହ "?
   ମୋର ଅକଲ ଗୁଡ଼ୁମ ହୋଇଗଲା 
ମୋ ନାତୁଣୀର ପ୍ରଶ୍ନର ଯଦି ସଠିକ ଉତ୍ତର ଥାଏ ତେବେ ଦେବାକୁ ଅନୁରୋଧ ରହିଲା l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational