ମୁଁ କରୋନା କହୁଛି
ମୁଁ କରୋନା କହୁଛି
ମୁଁ କରୋନା କହୁଛି । ଆଜି ମୁଁ ସମସ୍ତଙ୍କୁ ଘର ଭିତରେ ବସାଇଛି । ଆଜି ମୁଁ ସମସ୍ତଙ୍କୁ ହାତ ମୁଠାରେ ରଖି ନଚଉଛି । ହା ହା ହା.... ଆଉ ଆଜି ଭାରତରେ ମୋର କାୟା ବିସ୍ତାର କରି ଚାଲୁଛି । ଯେତେ ଲୁଛି ଲେବି ମୁଁ ଛାଡିବିନି । ସମସ୍ତଙ୍କୁ ମାରି ଦେବି । କାହିଁକି ନା ଏ ମାନବ ଜାତି ମୋର ବଡ଼ ଶତ୍ରୁ । ସେ ମୋ ମାଆକୁ ପ୍ରତି କ୍ଷଣ ଯନ୍ତ୍ରଣା ଦେଇ ଦେଇଛି । ମାେ ମାଆର ସୌନ୍ଦର୍ଯ୍ୟକୁ ପ୍ରତି କ୍ଷଣ ନଷ୍ଟ କରି ଚାଲିଛି ।
ପ୍ରତି କ୍ଷଣ ତାର ହୃଦୟକୁ ଡିନାମାଇଣ୍ଡ ଦେଇ ବିଦାରଣ କରିଛି । ତାକୁ ଆଶ୍ରୟ କରି ରହିଥିବା ଆନେକ ଉଦ୍ଭିଦ ଜୀବ ଜନ୍ତୁ ସମସ୍ତଙ୍କୁ ନିଜ ସ୍ବାର୍ଥ ପାଇଁ ପ୍ରତିକ୍ଷଣ ବଳି ପକାଇଛି । କିନ୍ତୁ ସେ କେବେ ବି ଚିନ୍ତା କରି ନାହିଁ ମୋ ମାଆ କଥା ଏ ଜୀବଜଗତ କଥା । ଯେତେ ବେଳେ ପାରିଲା ମୋ ମାର ସନ୍ତାନ କୁ ହତ୍ୟା କରି ମୋ ମାଆ ପିଣ୍ଡ ଉପରେ ରଖି ଖାଇଲା । ମୁଁ କେତେଦିନ ଏମିତି ଦେଖି ଚୁପ୍ ରହି ଥାନ୍ତି । କେତେ ଦିନ । କିନ୍ତୁ ଆଜି ମୁଁ ଆଜି ମୋ ମାଆ ମୁହଁ ରେ ହସ ଫେରାଇ ପାରିଛି । ଆଜି ମୋ ପାଇଁ ମୋ ମାଆ ଆନନ୍ଦ ରେ ଶୋଇଛି । ଆନନ୍ଦରେ ଶୋଇଛି । ମାଆ ତୁ ଜମାରୁ ବେସ୍ତ ହବୁନି ତ ପାଖରେ ମୁଁ ସର୍ବଦା ଅଛି । ତୁ ଶୋଇପଡ଼ ମାଆ ଶୋଇପଡ଼ । ହେ ମାନବ ସମାଜ ହେ ଭାରତ ବାସି ମୁଁ ତୁମକୁ ସୂଚାଇ ଦେବା ପାଇଁ ଆସିଛି । ତୁମ୍ଭେ ମାନେ ନିଜ ଆଚରଣକୁ ପରିବର୍ତନ କର ନଚେତ୍ ମାେ ଠାରୁ ଭୟଙ୍କର କେହି ହେବେନି ।