Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Ghanashyam Biswal

Inspirational


2  

Ghanashyam Biswal

Inspirational


ମୁଁ ବି

ମୁଁ ବି

4 mins 371 4 mins 371

ସପନ ଦେଖିବାକୁ ସତେ କାହାକୁ ବା ଭଲ ନ ଲାଗେ? ସପନର ଦୁନିଆଁ ତା କେତେ ନିଆରା l ସlତରଙ୍ଗୀ ହୋଇ ଦେହ ଓ ମନକୁ ଭିଜେଇଦେବାରେ ସପନମାନେ ବେଶ ମାହିର l ମୁଁ ବି ତ କେତେ ସପନ ଦେଖିଥିଲି l ସୁଦୂର ନୀଳ ଆକାଶ କୁ ଛୁଇଁବାର ନିଶା ଏଯାଏଁ ବି ମୋ ମନରୁ ଲିଭିନି l ପ୍ରଜାପତିଟିଏ ହୋଇ ଏ ଦୁନିଆଁରେ ଥିବା ସବୁ ବଗିଚାର ଫୁଲମାନଙ୍କୁ ସାଙ୍ଗ ବନେଇ ଉଡିବି ଖୋଲା ଆକାଶରେ ମୋ ଡେଣା ମେଲାଇ l ହେଲେ ସବୁ ସପନ କଣ ସାତ ହୁଏ? ବେଳେବେଳେ ପାହାନ୍ତିଆ ରାତିର ସପନ ପାଲଟିଯାଏ ଅଭିଶାପ l ଏଇ ନିରୋଳା ନିହାତି ବାସ୍ତବତାକୁ ମୁଁ ଆଜି ମୋ ହୃଦୟର ଗଭୀରତମ ପ୍ରଦେଶରୁ ହୃଦୟଙ୍ଗମ କରିପାରୁଛି l ସ୍ୱାର୍ଥପର ହୋଇ ନିଜର ସବୁ ଆଶା ଓ ଆକାଂକ୍ଷାକୁ ପୂରଣ କରିବାପାଇଁ ମୁଁ ନିଜର ଅସ୍ତିତ୍ବକୁ ସମ୍ପୂର୍ଣରୂପେ ହଜେଇ ଦେଇଥିଲି l ସେଦିନ ଭଗବାନ ଗୌତମ ବୁଦ୍ଧ ସତ କହିଥିଲେ ସେ ନିରୀହ ମା ମନକୁ ବୁଝାଇବାକୁ ଯାଇ l ଏ ସଂସାରରେ ନିଜର ବୋଲି କେହି ନାହାନ୍ତି l ସବୁ ମିଛ ମାୟା ର ସଂସାର l ଏମିତି କୌଣସି ବ୍ୟକ୍ତି ନାହିଁ ଯାହାର ଦୁଃଖ ନାହିଁ କି ଏମିତି ଘର ନାହିଁ ଯେଉଁ ଘରେ କେହି ବି ମରି ନାହାନ୍ତି l ସେଦିନ ସେ ଦୁଃଖିନୀ ମା ହତାଶ ହୋଇ ଫେରିଥିଲା କାହା ଘରୁ ବି ସୋରିଷ ମୁଠାଏ ନପାଇ l ହେଲେ ପରେ ପରେ ଠିକ ବୁଝି ପାରିଥିଲା ସ୍ବପ୍ନ, ଆଶା ଓ ବାସ୍ତବତା ମଧ୍ୟରେ ଥିବା ପ୍ରକୃତ ଫରକ ଟା କଣ l ଆଜି ମୁଁ ସେଇ ଦୁଃଖିନୀ ମା ର ବେଦନା ରେ ଜର୍ଜରିତ l ଏବେ ମତେ କାହିଁକି କେଜାଣି ସପନ ଦେଖିବାକୁ ବହୁତ ଡର ମାଡୁଛି l ସହିବାର ସବୁ ସୀମା ଟପିଯିବା ପରେ ଆଉ କଣ ମଣିଷ ଆଉ ମଣିଷ ହୋଇ ଥାଏ l ସେ ଟା ପାଲଟି ଯାଇଥାଏ ଗୋଟିଏ ଜିଅନ୍ତା ଶବ l ପିଲାଟି ବେଳରୁ ବାପ ଛେଉଣ୍ଡ ହେଲି l ଭିକ ମାଗି ପେଟ ପୋଷିଲି l ଏ ସମାଜରେ ଝିଅଟିଏ ହୋଇ ଜନ୍ମ ହେବାଟା କଣ ମହାପାପ? ମୋ ମା ମୋତେ ଦିନକୁ ଦି ଓଳି ଖାଇବାକୁ ଦେଇପାରିଲା ନାହିଁ ଯେ ସେ ମତେ ଆଣି ଆମ ଗାଁ ବୁଢା ଜମିଦାର ଘରେ ଶହେ ଟଙ୍କା ରେ ବିକିଦେଲା l ସେହିଦିନଠୁଁ ମୁଁ ପାଲଟିଗଲି ଗୋଟିଏ ପୋଷା କୁକୁର l ଘରର ସବୁ ବାସନମଜା କାମଠୁ ଆରମ୍ଭକରି ଲୁଗାପଟା ସଫା କରିବା କାମସବୁ ମୁଁ କରିବି l ଆଉ କହିବାକୁ ମାଗିଲେ ଖାଇବି ଦି ଗାଲରେ ଦି ଚାପୁଡ଼ା l ବାଃ ରେ ବିଧାତା, ବାଃ ତୋର ନିୟମ କାନୁନ l ବେଳେ ବେଳେ ଇଚ୍ଛା ହୁଏ କଣ ଟିକେ ଖାଇ ସବୁଦିନ ପାଇଁ ଶାନ୍ତିରେ ଶୋଇ ପଡିବି l ଜମିଦାର ପୁଅ ବି ମତେ ଖାଲି ଟା ରେ କେତେ ଗାଳି ଗୁଲଜ କରେ l ତା ଇଚ୍ଛା ହେଲେ ମୋ କଅଁଳିଆ ଗାଲ ରେ କଷି କି ଲଦିଦିଏ l ମୁଁ ଜୀବନର ନ ଥିବା ପଥର ଟିଏ ପରି ନିଜ ଆଖିର ଲୁହ ନିଜେ ପିଇ କାନ୍ଥ କୋଣ ରେ ଯାଇ ଯାହା ପାରେ ତାହା କାନ୍ଦେ l ମୋ ଫଟା କପାଳକୁ ବି କେତେ ନିନ୍ଦା କରେ l ହେଲେ କିଛି ବି ପରିବର୍ତନ ହୁଏନି ମୋ ଜୀବନର ଚଲାପଥରେ l ରାସ୍ତାରେ ମୋ ବୟସର କୁନି କୁନି ଝିଅମାନଙ୍କୁ ସ୍କୁଲ ଯାଉଥିବାର ଦେଖିଲେ ମୋ ଛାତି ଭିତରେ ଝଡ ସୃଷ୍ଟି ହୁଏ l ମୁଁ ବି ସେମାନଙ୍କପରି ପାଠ ପଢି ବଡ ମଣିଷ ହେବି l ସାରା ଦୁନିଆରେ ମୋ ନାଁ କରିବି l ଏମିତି ଅନେକ କଥା ମୋ ମନରେ ନୁଆଁ ଆଶା ଓ ସ୍ବପ୍ନ ର ଢେଉ ସୃଷ୍ଟି କରେ l ହେଲେ ମତେ କାହିଁକି ଲାଗେ ସପନ ଦେଖିବା ଯାହା ନିଜ ମନ ଓ ଦେହକୁ ତୁଚ୍ଛାଟାରେ ଆଘାତ କରିବା ତାହା l ମୁଁ କଣ ଜାଣିଥିଲି ସେଦିନ ମୋ ଜୀବନରେ ଏତେ ବଡ ଅଘଟଣ ଘଟିବ ବୋଲି l ମୁଁ ତ ନିରୀହ ଝିଅ ଟିଏ l ସେଦିନ ଜମିଦାର ପୁଅ ମୋତେ ସ୍କୁଲ ବୁଲେଇ ନେବ କହି ଡାକିନେଲା l ମୋ ଖୁସି କହିଲେ ନସରେ l ମୁଁ ହଠାତ ବାହାରି ପଡିଲି ମୋ ନୀତିଦିନିଆଁ ଚିରା ଫ୍ରକ ପିନ୍ଧି l ହେଲେ ସେଦିନ କାହିଁକି ଜମିଦାର ପୁଅ କେତେ ଗେଲରେ କଥା ହେଉଥିଲା ଓ ମୋ ପାଇଁ ନୁଆଁ ପୋଷାକ ବି ଆଣିଥିଲା l ମୋତେ ତା ବାଇକ ରେ ବସାଇ ଆମ ଗାଁ ଆମ୍ବତୋଟା ଆଡ଼େ ନେଇଗଲା l ମୁଁ ସ୍କୁଲ ଆଉ କେତେ ବାଟ ପଚାରିବାରୁ ମୋତେ ଚୁପ ବୋଲି ଧମକ ବି ଦେଲା l ହେଲେ କିଛି ସମୟ ପାରେ କେଉଁଠି ଥିଲେ କେତେ ଟୋକା ଆମ ପାଖକୁ ମାଡି ଆସିଲେ l ମୋ ଦେହକୁ ଟାଣିଓଟାରି ପକେଇଲେ l ମୁଁ ଚିତ୍କାର କରୁଥାଏ l ହେଲେ ଜମିଦାର ପୁଅ ରାକ୍ଷସ ପରି ମୋତେ ଆକ୍ରମଣ କଲା l ସମସ୍ତେ ମିଶି ମୋତେ ଜବରଦସ୍ତି କରି ମୋର ଇଜ୍ଜତ ଲୁଟିନେଲେ l ମୁଁ ଦରମରା ଅବସ୍ଥାରେ ପଡି ରହିଲି l ବହୁ କଷ୍ଟରେ ଧୀରେ ଧୀରେ ପାଖରେ ଥିବା ନଇଁକୁ ଯାଇ ପାଣି ପିଇଲି ଓ ଦୀର୍ଘ ନିଃଶ୍ୱାସଟିଏ ନେଲି l ମନ ହେଉଥାଏ ଆମ୍ବ ଗଛରେ ରସି ଲଗାଇ ଜୀବନ ହରିଦେବି l ହେଲେ ମୁଁ ବି ହାରି ଯିବାର ଝିଅ ନୁହେଁ l ଜୀବନ ଯୁଦ୍ଧରେ ମୁଁ ହାରିଯାଇନାହିଁ l ମୁଁ ବି ଲଢ଼ିବି l ମୁଁ ବି ସେଇ ରାକ୍ଷସ ମାନଙ୍କୁ ଉଚିତ ଶିକ୍ଷା ଦେବି l ଝିଅ ସରଳ ଓ ନିରୀହ ହୋଇପାରେ କିନ୍ତୁ ଦୁର୍ବଳା ନୁହେଁ l ମୁଁ ଧୀରେ ଧୀରେ ଚାଲି ଚାଲି ଆମ ଗାଁ ପାଖ ଥାନାକୁ ଯାଇ ସବୁକଥା କହିଲି l ସେମାନେ ମୋତେ ନିଜଠାରୁ ବି ଆପଣାର କରି ସାଉଁଟି ନେଲେ l ମୋର ଡାକ୍ତରୀ ଚିକିତ୍ସା କରାଇ ମୋର ଖାଇବା ପିଇବା ସବୁ ବନ୍ଦୋବସ୍ତ କରିଦେଲେ l ଏବେ ମୁଁ ଜାଣିବାକୁ ପାଇଛି ମୋର ଇଜ୍ଜତ ଲୁଟିନେଇ ଥିବା ନରରୂପୀ ପିଶାଚମାନେ କୁଆଡେ କାରାଗାର ଭିତରେ ଥାଇ ତାଙ୍କ କରିଥିବା ପାପର ପ୍ରାୟଶ୍ଚିତ କରୁଛନ୍ତି l ବର୍ତ୍ତମାନ ମୁଁ ଗୋଟିଏ ଝିଅମାନଙ୍କର ଅନାଥାଶ୍ରମରେ ରହି ପାଠ ବି ପଢୁଛି l ହେଲେ ଏ ସମାଜରେ ରହିବାକୁ ଆଉ ମତେ ବିଲକୁଲ ବି ଭଲ ଲାଗୁନି l ଆଉ କେତେଦିନ ମୋ ପରି ନିରୀହ ଫୁଲ ମାନେ ଫୁଟିବା ଆଗରୁ ତାଙ୍କୁ ଦଳି ଚକଟି ତାଙ୍କ ଜୀବନକୁ ଛାରଖାର କରି ଦିଆଯାଉଥିବା? ଆଉ କେତେଦିନ ମୋ ପରି ଝିଅ ମାନେ ସ୍ବପ୍ନ ଦେଖିବା ଆଗରୁ ତାଙ୍କ ସ୍ବପ୍ନକୁ ଧୂଳିସାତ କରି ଦିଆଯାଉଥିବ? ଏ ପ୍ରଶ୍ନ ର ଉତ୍ତର ବୋଧେ କେବେ ମିଳିବ ତାର ଯଥାର୍ଥ ସମୟ ଏଯାଏଁ ସ୍ଥିର ହୋଇ ପାରିନି l ହଉ ସେ ଯାହା ବି ହେଉ ମୁଁ ବି ଉତ୍ତର ପାଇବା ଆଶାରେ ନ ରହିବାକୁ ନିଜର ମନକୁ ବୁଝାଇସାରିଛି ଓ ଏ ସମାଜରେ ମୁଣ୍ଡଟେକି ଠିଆ ହୋଇ ଦୋଷୀ କୁ ଉଚିତ ଶିକ୍ଷା ଦେବାପାଇଁ ମନେ ମନେ ସ୍ଥିର କରି ସାରିଛି l


Rate this content
Log in

More oriya story from Ghanashyam Biswal

Similar oriya story from Inspirational