The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Saroj Kumar Jena

Inspirational

3  

Saroj Kumar Jena

Inspirational

ମୁଁ ଅସହାୟ ବାପା

ମୁଁ ଅସହାୟ ବାପା

6 mins
11.8K


         

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ଅଧିନସ୍ଥ ମହିଧରପୁର

ଗାଁର ବିଜୟ ମୁଦୁଲି । ପରିବାର କହିବାକୁ ଗଲେ ଦୁଇଟି ପୁଅ ଆଉ ସ୍ତ୍ରୀକୁ ନେଇ ତାର ପରିବାର । ବଡ଼ ପୁଅ ନବମ ଶ୍ରେଣୀରେ ପାଠ ପଢୁଥାଏ । ସାନ ପୁଅ ମାତ୍ର ଚାରି ବର୍ଷର । 

  ଗୋଟେ ଦିନ ସକାଳୁ ସକାଳୁ ବିଜୟ କାମକୁ ବାହାରୁ ଥାଏ । ତାର ସ୍ତ୍ରୀ ରଞ୍ଜୁ କହିଲା ଆରେ ଶୁଣୁଚ ,ପିଲାଟିର ଏବେ ଦୁଇ ଦିନ ପରେ କଣ ଗୋଟିଏ ତାଙ୍କ ବିଦ୍ୟାଳୟରେ ହେବ କହୁଥିଲା ।ଆଉ ସେଥିପାଇଁ କିଛି ପଇସା ମାଗୁଥିଲା ନୂଆ ଜାମା କିଣିବ ବୋଲି ।ଏହା ଶୁଣି ବିଜୟ କହିଲା ହଉ ।


 ରାତି ହେଲା ଘରକୁ ଆସିଲା ବିଜୟ କାମ ସାରି । ସ୍ତ୍ରୀ ତାର ପଚାରିଲା ମୁଁ କଣ ସକାଳେ କହିଥିଲି ।କିଛି ମନେ ଅଛି ନା ନାଇଁ । ବିଜୟ କହିଲା ହଁ ରଞ୍ଜୁ ମନେ ଅଛି ସବୁ ମୋର । ସକାଳ ପାଇଲା ବଡ଼ ପୁଅ ସମ୍ବିତ ବୋଉକୁ କହିଲା ବୋଉ ତୋତେ କଣ କହିଥିଲି ।ବୋଉ ତାର କହିଲା ହଁ ବାପା ମୁଁ ଜଣେଇଛିରେ ।ବାପା କିଛି ପଇସା ରଖିଛନ୍ତି ମୋତେ ଦେବେ ବୋଲି କହିଛନ୍ତି ।ଏଇ ଗାଁ ମୁଣ୍ଡ ଆଡେ କୁଆଡ଼େ ଯାଇଛନ୍ତି ।ଆସିଲେ ଦେବେ ତୁ ନୂଆ ଜାମା କିଣିବୁ । ଏପଟେ ରଞ୍ଜୁ ମନେ ମନେ ଭାରି ଭାବୁଥାଏ ପିଲାଟିର ବିଦ୍ୟାଳୟରେ କଣ ହେଉଛି ଯେ ଏମିତି ପୁଅ ନାକେଦମ୍ କରି ସାରିଲାଣି ।


   ଗାଁ ମୁଣ୍ଡ ଆଡୁ ବିଜୟ ଆସି ରଞ୍ଜୁଙ୍କୁ କହିଲା ।ଶୁଣ ପୁଅକୁ ନେଇ ଛକକୁ ଯାଇ ଶିବ ଡ୍ରେସ ଦୋକାନରୁ ମୋ ନାଁ କହି ପୁଅ ପାଇଁ ଜାମା କିଣି ଆଣିବ ।ଏପଟେ ଏହି କଥା ଶୁଣି ରଞ୍ଜୁ କହିଲା ସେ କଣ ମୋତେ ଦବ ତ । ବିଜୟ କହିଲା ହଁ ଦେବ ,ତୁମେ ଯାଇ ପୁଅକୁ ନେଇ ଆଣିବ ଜାମା ।


  ଏମିତିରେ ସେହି ଦିନ ଗୋଟେ ଚିଠି ଆସି ଘରେ ପହଞ୍ଚିଲା ଗାଁ ବିଦ୍ୟାଳୟ ପିଅନ ଦ୍ଵାରା । ଚିଠିରେ ଲେଖା ଥାଏ ଆସନ୍ତା କାଲି ଆମ ମହିଧରପୁର ଉଚ୍ଚ ବିଦ୍ୟାଳୟ ର ବାର୍ଷିକ ଉତ୍ସବ । ଏଥି ନିମନ୍ତେ ସମସ୍ତ ଅଭିଭାବକ ଜଣାଇ ଦିଆ ଯାଉଛି,ସମସ୍ତ ନିଜ ନିଜର ପିଲାଙ୍କ ସହିତ ଉପସ୍ଥିତ ରହିବ ।


 ସକାଳ ପାଇଲା ପୁଅ ନୂଆ ଜାମା ପିନ୍ଧି ବାହାରି ପଡ଼ିଲା ।ଆଉ ବୋଉକୁ କହିଲା ବୋଉ ବାପା କୁଆଡେ଼ ଗଲେ ।ଆଜି ବା ଆମ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ।ମୋ ସାଥିରେ ଯିବେ ।ବୋଉ କହିଲା ରହ କୁଆଡ଼େ ଯାଇଥିବେ ଆସିବେନି ।ଏତେ ଅତରଛିଆ କଣ ପାଇଁ ହେଉଛୁ ।ସମ୍ବିତ କହିଲା ବ୍ୟସ୍ତ ହେବିନି । ବାପା ପଛେ ଗଲେ ଯାଉଥାନ୍ତୁ ପଛେ ମୋତେ କିଛି ଟଙ୍କା ଦେଇଥାନ୍ତେ ଖର୍ଚ୍ଚ କରିବାକୁ । ଏଇତ ମା ପୁଅ କଥା ହଉ ହଉ ଇତି ମଧ୍ୟରେ ବିଜୟ ଆସି ପହଞ୍ଚିଲା ।ଆଉ ସବୁ କଥା ଶୁଣି ପୁଅକୁ ଶହେ ଟଙ୍କା ଦେଇ ପୁଅକୁ କହିଲା ତୁ ଆଗରେ ଯାଉଥା ମୁଁ ଯାଉଛି ଟିକିଏ ବିଳମ୍ବ ହେବ ।ସମ୍ବିତ କହିଲା ହଉ ବାପା ।


  ଏମିତିରେ ବାଟରେ ଯାଉ ଯାଉ ସାଇକେଲ ଧରି ବିଜୟ 

ହଠାତ୍ ଶିବ ଡ୍ରେସ ଦୋକାନୀ ତାର ବାପା ବିଜୟକୁ ଅଟେକେଇ କହିଲା ବେଜିତ୍ କରି ଆରେ ଦୁଇ ଦିନ ହୋଇଗଲାଣି କଣ ତୋ ବା ଥୋଇଥିଲା ସ୍ତ୍ରୀକୁ ପଠେଇ ପୁଅ ପାଇଁ ଜାମା କିଣି ନେଲୁ । ଏମିତି କହି କହିଲା ତୋ ପାଖରେ ଯାହା ଅଛି ଦେଇ ଯା । ଏମିତି କହି ପକେଟ୍ ଭିତରୁ ପଚାଶ ଟଙ୍କା ଛଡେଇ ନେଇ ଗଲା ଆଉ କହିଲା ବାକି ଟଙ୍କା ଆଜି ସନ୍ଧ୍ୟା ସୁଦ୍ଧା ଆଣି ଫେରେଇବୁ । 


  ଲୋକଙ୍କ ଆଗରେ ଵେଜିତ୍ ହୋଇ ଭାରି ମନ ଦୁଃଖରେ ପୁଅର ବିଦ୍ୟାଳୟ ଅଭିମୁଖେ ଗଲା । ଯାଇ ପହଁଚିଲା ବେଳକୁ ବିଦ୍ୟାଳୟର ବାର୍ଷିକ ଉତ୍ସବ ଆରମ୍ଭ ହେଉଥାଏ ।

 ବିଜୟ ଯାଇ ବସି କିଛି ସମୟ ଉପଭୋଗ କଲା ।କିନ୍ତୁ ମନକୁ ମାରି ବସିଥାଏ । 


 କିଛି ସମୟ ଗଲା ପରେ ।କିଛି ସମୟ ପାଇଁ ବାର୍ଷିକ ଉତ୍ସବ ବିରତି ହେଲା ।ବିରତି ପରେ ଦ୍ଵିତୀୟ ଅର୍ଦ୍ଧ ହେବ ।ଏହି ସମୟରେ ସମ୍ବିତ ଆସି କହିଲା ବାପା କେତେବେଳୁ ଆସିଲଣି ଏହି କଥା ସମ୍ବିତର ବାପା ଶୁଣି କହିଲେ,ହଁ ରେ ମୁଁ ବହୁତ ସମୟ ହେଲା ଆସିଲେଣି । 


  କିଛି ସମୟ ଗଲା ପରେ ।ସମସ୍ତେ ଯାଇ ବାହାରେ ବୁଲା ବୁଲି କଲେ । ବିଦ୍ୟାଳୟର ବାହାର ପାର୍ଶ୍ଵରେ ଭଲ ଭଲ ଖାଇବା ଷ୍ଟଲ ଲାଗିଥାଏ । ଠିକ୍ ଏହି ସମୟରେ ଆସି ନଜର ପଡ଼ିଲା ବିଜୟର ଏକ ଯୁବତୀ ତରୁଣୀ ଉପରେ ।

ଏମିତିରେ ଭଲ ଭାବେ ଦେଖିଲା ବେଳକୁ ଠିକ୍ ନଜର କରି ଦେଖେତ ନିଜର ଦୀର୍ଘ ଦିନର ଚିର ଶତ୍ରୁ ପ୍ରେମିକା 

ମୀନା । ବିଜୟ ତାକୁ ଦେଖି ମନରେ ବିଦ୍ୟୁତ୍ ମାରିଲା ଭଳି ଲାଗିଲା ।ତାର ପାଦ ତଳୁ ମାଟି ଖସିଯାଉଥାଏ ।ବିଶ୍ୱାସ କରି ପାରିଲା ନାହିଁ ଦୀର୍ଘ ବର୍ଷ ପରେ ଦେଖି ମନେ ପଡ଼ିଗଲା ସେହି ୧୫ ବର୍ଷ ତଳର କଥା। ଯାହା ପାଇଁ ମୁଁ ଆଜି ଏମିତି ଅବସ୍ଥା । ଯାହାତ ମନ ଦୁଃଖ ଲାଗିଥିଲା ।ଏହା କଟା ଘାରେ ଚୂନ ବୋଳିଲା ଭଳି ଆହୁରି ହେଲା । 

 

  ମନ ମାରି ବସିଥାଏ ।ଠିକ୍ ଏହି ସମୟରେ ପହଞ୍ଚିଲା ।

ସାହିର ଉଦିଆ ଭାଇ । କହିଲା ଶୁଣିଲୁ ବିଜୟ ଗୋଟେ ପାନଟେ ଦେ ଖାଇବା । ବିଜୟ କହିଲା ନାଇରେ ଉଦିଆ ଭାଇ ଆଜି ପାଖରେ କିଛି ନାଇ । ଉଦିଆ ଏହି କଥା ଶୁଣି କହିଲା ହଉ ।ନାହିଁ ତ ନାହିଁ ମନ ଦୁଃଖରେ ଏମିତି କାହିଁ ବସିଛୁ । ବିଜୟ କହିଲା ନାଇ ମ ସେ କିଛି ନୁହଁ ।ଏମିତିରେ ଉଦିଆ ଭାଇ ବିଜୟକୁ କହି ଗଲା ବେଳେ ସାଥି ହୋଇ ଘରକୁ ଯିବା ।ବିଜୟ କହିଲା ହଉ ଠିକ୍ ଅଛି ଭାଇ ।ଏମିତି କହି ତା ପାଖରୁ ଉଦିଆ ଚାଲିଗଲା । 


   ଆଉ ଠିକ୍ ଏହି ସମୟରେ ସମ୍ବିତ ଆସି ମାଗିଲା ବାପା ବାପା ପଇସା ଦେଉନ ଚାଉମିନ ଖାଇବି । ଏହା ଶୁଣି ବିଜୟ କହିଲା ମୁଁ ବା ତୋତେ ଶହେ ଟଙ୍କା ଦେଇଥିଲି କଣ କଲୁ । ସମ୍ବିତ କହିଲା ମୁଁ ଖର୍ଚ୍ଚ କରିଦେଇଛି । ଏହା ଶୁଣି କହିଲା ହଉ ତୁ ଟିକିଏ ରହ ।ଆଉ ଟିକିଏ ପରେ ଖାଇବୁ ।ଠିକ୍ ଏହି ସମୟରେ ସମ୍ବିତର ସାଙ୍ଗ ଅଭି ଆସି ଡାକିଲା ସମ୍ବିତ ସମ୍ବିତ ଆ ଯିବା କଣ କିଛି ଖାଇବା ।ଏହା ଶୁଣି ସମ୍ବିତ କହିଲା ବାପା ମୁଁ ଯାଉଛି ଖାଉଥିବି ।ତୁମେ ଯାଇ ପଇସା ଦେଇ ଦେବ । ଏତିକି କହି ଦୌଡ଼ି ସେହି ଠାରୁ ଉଭୟ ଚାଲିଗଲେ ।


   ଆଉ ଯାଇ ଖାଇବା ପାଇଁ ଠିଆ ହୋଇଥାନ୍ତି କିଛି ସମୟ ପରେ ସମ୍ବିତର ବାପା ବିଜୟ ଯାଇ ପହଞ୍ଚିଲା ବେଳକୁ । ସଠିକ୍ ସମୟରେ ଅଭି ମମି ଖୋଜି ଖୋଜି ଆସି ସ୍ଥାନରେ ବି ପହଞ୍ଚି ଗଲା ।ଆଉ ଏହି ସମୟରେ ସମ୍ବିତ କହିଲା ବାପା ଏ ହେଉଛନ୍ତି ଅଭିର ମମି । ଅଭି ମମି ଦୀର୍ଘ ଦିନ ପରେ ବିଜୟକୁ ଦେଖି ଆଚମ୍ବିତ ହୋଇଗଲା ମୀନା ।

ଠିକ୍ ଏହି ସମୟରେ ବିଜୟ ବାହାନା କରି ସେଠାରୁ ସମ୍ବିତକୁ ନେଇ ଆସିଲା ।ଏହି ସମୟରେ ଅଭି କହୁଥାଏ,ଆରେ ସମ୍ବିତ କୁଆଡେ ଯାଉଛୁ ଖାଇବା ପରା । କିନ୍ତୁ ସମ୍ବିତ ବାପା ସେହି ଠାରୁ ତାକୁ ନେଇ ଆସିଲେ ।


  ଅତି ଜିଦି କରି ସମ୍ବିତ କାନ୍ଦି କାନ୍ଦି ଖାଇବା ପାଇଁ ହେଉଥାଏ ।ଲୋକ ଗଦା ହୋଇଥାନ୍ତି ରାଗିକି ବିଜୟ ଦୁଇ ଚଟକଣା ବାଡ଼େଇ ଥିଲା ସମ୍ବିତକୁ ବିଜୟ । ଆଉ ଏହି ସମୟରେ ଉଦିଆ ଆସି ପହଞ୍ଚିଥିଲା ।ଆସି ବିଜୟକୁ କହିଲା ଆରେ ତୁ ଏ କଣ କରୁଛୁ ପିଲାଟିକୁ କାହିଁକି ମାରୁଛୁ ଏମିତି ମନ ଦୁଃଖ କରି ସେହିଠାରୁ ସମ୍ବିତ ପଳେଇଥିଲା ବିଦ୍ୟାଳୟ ଭିତରକୁ ।


  କିନ୍ତୁ ଉଦିଆର ଆଉ ବିଜୟ ଘରକୁ ସାଇକେଲ ଧରି ଚାଲି ଆସିଲେ ।ଆସିଲା ବେଳେ ବାଟରେ ବହୁତ ମନ ଦୁଃଖରେ କାନ୍ଦି ବିଜୟ ସବୁ କଥା ତାର କହିଲା ଉଦିଆକୁ ବିଜୟ କହିଲା ଶୁଣୁ ଉଦିଆ ଭାଇ ତୁ ଜାଣିଛୁ ମୋ ଜୀବନକୁ ଯିଏ ବରବାଦ କରିଦେଲା ।ମୁଁ ଜଣେ ଏତେ ଭଲ ଛାତ୍ର ହୋଇ ଆଜି ଦିନ ମଜୁରିଆ ।କାହା ପାଇଁ ତୁ କହ ସେହି ମୀନା ପାଇଁ ।ମୁଁ ଗରିବ ବୋଲି ମୋତେ ଆଡେଇ ଦେଇ ଆଜି ଧନୀ ଘରେ ବିବାହ ହୋଇ ଅୟେସ କରୁଛି ।ଆଉ ମୋତେ ମନେ ପଡ଼ିଯାଉଛି ତାର ସେହି ଧିକାର କରିଥିବା ମୋତେ ଯେଉଁ ସବୁ ଗାଳି । ତୁ କହ ଯାହା ପାଇଁ ଆଜି ମୁଁ ଏତେ କଷ୍ଟ ଭୋଗୁଛି ।ସେ ଆଜି ମୋ ସାମ୍ନାରେ ଠିଆ ହୋଇଥିଲା । ମୋତେ ଭଲ ଲାଗିଲା ନାହିଁ ସେଥି ପାଇଁ ମୁଁ ସେଠାରୁ ସମ୍ବିତକୁ ଆଣିଲି ହେରି ।କିନ୍ତୁ ଉଦିଆ କହିଲା ତୋର ତାକୁ ବାଡ଼େଇ ବାର ନଥିଲା । ଅସଲ କଥାକୁ କିନ୍ତୁ ଖୋଲି କହୁ ନଥାଏ ବିଜୟ ନିଜ ପାଖରେ ପଇସା ନଥିଲା ବୋଲି । 


  ଏମିତିରେ ଆସି ମନ ଦୁଃଖରେ ଗାଁ ବନ୍ଧ ଆଡେ ସନ୍ଧ୍ୟା ବେଳେ ବୁଲିବାକୁ ଗଲା ଆଉ ଆସି ରାତିରେ ଦେଖେତ 

ସମ୍ବିତ ଶୋଇଛି । ନିଜ ସ୍ତ୍ରୀକୁ ବିଜୟ ପଚାରିଲା ବଡ଼ ପୁଅ ଖାଇ ଶୋଇଛି । ଇଆଡ଼େ କହୁ ଥାଏ କିନ୍ତୁ ଆଖିରୁ ଗଳ ଗଳ ଲୁହ ଝରି ଆସୁଥାଏ । ରଞ୍ଜୁ ଦେଖି ପଚାରୁ ଥାଏ ଆରେ କଣ ହୋଇଛି । କାହିଁକି ଏମିତି କାନ୍ଦୁଛ ।ବିଜୟ କହିଲା ପୁଅ କୋଉ ପଟ ଘରେ ଅଛି । ରଞ୍ଜୁ କହିଲା ସେ ଏକେଣା ଘରେ ଶୋଇଛି । ଆଉ ତୁମେ ଖାଇବନି କି ? ବିଜୟ କିଛି ନ କହି ନିଦ୍ରାରେ ଥିବା ସମ୍ବିତକୁ ଆଉଁସି ବହୁ

କାନ୍ଦି ତାକୁ ଛାତିରେ ଯାକି କାନ୍ଦି କାନ୍ଦି ନିଜ ସ୍ତ୍ରୀକୁ ବିଜୟ କହୁଥାଏ ,ହେ ରଞ୍ଜୁ ତୁମେ ଦେଖ ମୁଁ ଏମିତି ହତ ଭାଗାଟେ ନିଜ ପିଲା ମାନଙ୍କ ମୁହଁରେ ହସ ଟିକିଏ ଭରି ପାରୁନି । ସମ୍ବିତ ଆମର ଭଲ ପଢୁଛି ।ଆଉ ଆଜି ମୁଁ ତାକୁ ଟିକିଏ ଭଲରେ ଖାଇବାକୁ ଦେଇ ପାରୁନି କି ଭଲରେ ପିନ୍ଧିବାକୁ ଦେଇ ପାରୁନି ।ଏହି କଥା ସ୍ତ୍ରୀ ଶୁଣି କହିଲା ତୁମେ ଏ କଣ କହୁଛ ।ବିଜୟ କାନ୍ଦି କାନ୍ଦି କହିଲା ହଁ ମୁଁ ସତ କହୁଛି ମୁଁ ଆଜି ପାଲଟିଛି ଗୋଟେ ଅସହାୟ ବାପା ।


( ସମାପ୍ତ )

 

 ସତରେ ବନ୍ଧୁଗଣ ଆଜିକାଲି ଏମିତି ବହୁତ ଘଟଣା ଘଟୁଛି ।ଆଜି ବି କିଛି ଲୋକ ବହୁତ ଅନାଟନ ରେ ଚଳୁଛନ୍ତି ସମାଜ ରେ । ଆଉ ନିଜ ପିଲାଙ୍କୁ ଦି ମୁଠା ଖାଇବାକୁ ଆଉ ପିନ୍ଧିବାକୁ ବି ପାଉନାହାନ୍ତି । ସତରେ ବହୁତ କଷ୍ଟ ଦାୟକ । ଏହା କାହାର ଉଦ୍ଦେଶ୍ୟରେ ଲେଖା ଯାଇନି ।ଯଦିଓ କାହାର ମନରେ ଆଘାତ ଲାଗିଥାଏ ମୋତେ କ୍ଷମା କରିବେ ।ଏହା ଏକ କାଳ୍ପନିକ ଗଳ୍ପ ।

.


Rate this content
Log in

More oriya story from Saroj Kumar Jena

Similar oriya story from Inspirational