Lokanath Rath

Inspirational

4.0  

Lokanath Rath

Inspirational

ମୁକ୍ତ ବିହଙ୍ଗ (ଚତୁର୍ଥ ଭାଗ)

ମୁକ୍ତ ବିହଙ୍ଗ (ଚତୁର୍ଥ ଭାଗ)

4 mins
306


ଆଜି ଜାହ୍ନବୀ ଚିତ୍ରକଳା ବିଦ୍ୟାଳୟର ଉଦଘାଟନ ହେବ | ମମତା ସକାଳୁ ଉଠି ବହୁତ ବ୍ୟସ୍ତ | ଅବିନାଶ ଆଜି ଛୁଟି ନେଇଛନ୍ତି | ଆକାଶ ଓ ଆରତୀ ବହୁତ ଖୁସିରେ ତାଙ୍କ ସାଙ୍ଗମାନଙ୍କୁ ଡାକିଛନ୍ତି ଏହି ଉତ୍ସବକୁ ଆସିବା ପାଇଁ | ଏପଟେ ବିକାଶ ବାବୁ ଅବିନାଶଙ୍କ ସହିତ ବସି ଯେଉଁ ଦଶ ଜଣ ପିଲା ତାଙ୍କ ଅଭିଵାବକଙ୍କ ସହିତ ଆସିଛନ୍ତି ନାମ ଲେଖାଇବାକୁ, ସେମାଙ୍କର ନାମ ପଞ୍ଜିକରଣ କରୁଛନ୍ତି | ସେମାନଙ୍କ ଭିତରେ ଅଛନ୍ତି ଅନାଥ ଆଶ୍ରମର ଦୁଇ ଜଣ, ଯେଉଁମାନେ ଚିତ୍ରକଳା ପ୍ରତିଯୋଗିତାରେ ଭାଗ ନେଇ ପୁରସ୍କୃତ ହେଇଛନ୍ତି | କିନ୍ତୁ କାଳ କ୍ରମେ ପ୍ରୋତ୍ସାହନ ଓ ସୁବିଧା ସୁଯୋଗର ଅଭାବରୁ ସେମାନେ ଆଗକୁ ପଢି ପାରିଲେ ନାହିଁ କି ନିଜର ଏହି କଳାକୁ ବଢାଇ ପାରିଲେ ନାହିଁ | ସେମାନେ ନିଜ ପେଟ ପୋଷିବା ପାଇଁ ଏବେ ପାଠ ପଢା ଛାଡି ଚାକିରୀ କରୁଛନ୍ତି | ସେମାନେ ହେଲେ ଅରୁଣ ଓ ଅନିତା |ସେମାନେ ଏବେ ପନ୍ଦର ଷୋହଳ ବର୍ଷ ବୟସର | ତାଙ୍କୁ ଖୋଜି ଅବିନାଶ ବାହାର କରିଛନ୍ତି ଅନାଥ ଆଶ୍ରମର ପରିଚାଳକ ବିନୟ ବାବୁଙ୍କ ମାଧ୍ୟମରେ | ଅବିନାଶ ଏହି ଅନାଥ ଆଶ୍ରମ ସହିତ ବହୁତ ଦିନରୁ ଜଡ଼ିତ ଅଛନ୍ତି | 

ଅଵିନାଶଙ୍କ ପିତା ସହରର ଜଣେ ପ୍ରତିଷ୍ଠିତ ଆଇନଜୀବୀ ସ୍ୱର୍ଗତ ଅଶୋକ କୁମାର ଦାସ | ଅଵିନାଶଙ୍କ ମା ସ୍ୱର୍ଗତ ଶାନ୍ତି ଦେବୀ ଜଣେ ସମାଜ ସେବିକା ଥିଲେ | ପିଲାଦିନୁ ଅବିନାଶ ଏହି ଅନାଥ ଆଶ୍ରମକୁ ତାଙ୍କ ମା ଶାନ୍ତି ଦେବୀଙ୍କ ସହିତ ଯାଉଥିଲେ | ତାଙ୍କ ପିତା ଅଶୋକ ବାବୁ ମଧ୍ୟ ଏହି ଅନାଥ ଆଶ୍ରମର ବହୁତ ସହାୟତା କରୁଥିଲେ | ପିଲାମାନଙ୍କୁ ପଢିବା ପାଇଁ ଅଶୋକ ବାବୁ ତାଙ୍କର କିଛି ବନ୍ଧୁଙ୍କ ସହଯୋଗରେ ଗୋଟିଏ ଟ୍ରଷ୍ଟ ଗଠନ କରି ଅର୍ଥ ସେହି ଟ୍ରଷ୍ଟରେ ରଖିଥିଲେ | ମାସିକ ଦାନ ଓ ଟ୍ରଷ୍ଟର ଗଛିତ ଅର୍ଥର ସୁଧରେ ପିଲାମାନଙ୍କର ପାଠ ପଢା ହେଇ ଯାଉଥିଲା | ଅବିନାଶ ଙ୍କୁ ତାଙ୍କ ପିତା ମାତାଙ୍କର ଏହି ସେବା କାର୍ଯ୍ୟ ବହୁତ ପ୍ରଭାବିତ କରିଥିଲା | ଅବିନାଶ ଭଲ ପାଠ ପଢୁଥିଲେ ଓ ତାଙ୍କର ଲକ୍ଷ ଥିଲା ଭାରତୀୟ ସାଧାରଣ ସେବା ପରୀକ୍ଷା ଦେଇ ଚାକିରୀ କରିବେ ଓ ସାମାଜିକ ସେବାରେ ନିଜକୁ ଲଗାଇବେ |ଅଶୋକ ବାବୁ ଓ ଶାନ୍ତି ଦେବୀ ମଧ୍ୟ ଚାହୁଁଥିଲେ ଅଵିନାଶଙ୍କର ସ୍ୱପ୍ନ ସଫଳ ହେଉ | ଅବିନାଶ ପାଠ ପଢା ଶେଷ କରି ସଫଳତାର ସହିତ ଭାରତୀୟ ସାଧାରଣ ସେବା ପରୀକ୍ଷାରେ କୃତକାର୍ଯ୍ୟ ହେଲେ | ସେ ସେହି ଚାକିରୀରେ ଯୋଗ ଦେବା ପୂର୍ବରୁ ତାଙ୍କର ବିବାହ ମମତାଙ୍କ ସହିତ ହୋଇଗଲା | ଅଶୋକ ବାବୁ ଓ ବିକାଶ ବାବୁ ପିଲାଦିନର ବନ୍ଧୁ ଥିଲେ | ଦିନେ ବିକାଶ ବାବୁଙ୍କ ଘରେ ଅଶୋକ ବାବୁ ଓ ଶାନ୍ତି ଦେବୀ ମମତାକୁ ଦେଖି ତାଙ୍କ ବୋହୁ କରିବା ପାଇ ଇଚ୍ଛା ପ୍ରକାଶ କଲେ ବିକାଶ ବାବୁଙ୍କ ଆଗରେ | ଅବିନାଶ ତାଙ୍କ ପିତା ମାତାଙ୍କ ଇଚ୍ଛାକୁ ସବୁବେଳେ ସମ୍ମାନ ଦିଅନ୍ତି, ତେଣୁ ମମତାଙ୍କ ସହିତ ବିବାହ ପ୍ରସ୍ତାବରେ ମଧ୍ୟ ସେ ସମ୍ମତ ହେଇଗଲେ | ମମତା ବିବାହ କରି ଆସିବା ପରେ ସବୁବେଳେ ଅଶୋକ ବାବୁ ଓ ଶାନ୍ତି ଦେବୀଙ୍କର ସହିତ ଅଵିନାଶଙ୍କ ଯତ୍ନ ନେଉଥିଲେ | ତାଙ୍କ ଅଧ୍ୟାପିକା ଚାକିରୀ କରିବା ପାଇଁ ସମୟ ମଧ୍ୟ ନଥିଲା | ସେ ଚାହୁଁନଥିଲେ ନିଜ ପରିବାର ପ୍ରତି ତାଙ୍କ କର୍ତ୍ତବ୍ୟରେ କିଛି ଅବହେଳା କରିବାକୁ | ସେତିକି ବେଳେ ଶାନ୍ତି ଦେବୀଙ୍କ ଶରୀର ବହୁତ ଅସୁସ୍ଥ ରହିଲା | ମମତାଙ୍କୁ ତାଙ୍କ ପାଇଁ ଅଧିକ ସମୟ ଦେବାକୁ ହେଉଥିଲା | ସେଥିପାଇଁ ଅବିନାଶ ମମତାଙ୍କୁ ଅଧ୍ୟାପିକା ଚାକିରୀ ଛାଡିବାକୁ କହିଥିଲେ | ଆକାଶ ଜନ୍ମ ହେବାର ବର୍ଷକ ପରେ ଶାନ୍ତି ଦେବୀଙ୍କ ଦେହାନ୍ତ ହୋଇଗଲା | ପରିବାରରେ ସମସ୍ତଙ୍କୁ ବହୁତ ଆଘାତ ଲାଗିଲା | ବିଶେଷ କରି ଅନାଥ ଆଶ୍ରମର ସମସ୍ତେ ଶାନ୍ତି ଦେବୀଙ୍କୁ ଝୁରି ହେଉଥିଲେ | କାରଣ ସେହି ଆଶ୍ରମ ପାଇଁ ଶାନ୍ତି ଦେବୀ ନିଜର ପୈତୃକ ଘର ଦାନ କରିବା ସହିତ, ସେଠାରେ ପିଲାମାନଙ୍କୁ ବିଭିନ୍ନ ହସ୍ତ କଳା ବି ଶିଖାଉଥିଲେ | ଏବେ ଶାନ୍ତି ଦେବୀ ଚାଲିଯିବା ପରେ ଅଶୋକ ବାବୁ ଚେଷ୍ଟା କଲେ ତାଙ୍କ ପତ୍ନୀଙ୍କ ଆତ୍ମାର ଶାନ୍ତି ପାଇଁ ସେହି ଅନାଥ ଆଶ୍ରମକୁ ଅଧିକ ସାହାଯ୍ୟର ହାତ ବଢାଇବାକୁ | କିନ୍ତୁ କିଛି ରାଜନୈତିକ ବ୍ୟକ୍ତି ନିଜର ସ୍ୱାର୍ଥ ପାଇଁ ସେହି ଅନାଥ ଆଶ୍ରମକୁ ବ୍ୟବହାର କରିବାକୁ ଲାଗିଲେ |ଅଶୋକ ବାବୁଙ୍କ ବାରଣ ସତ୍ୱେ ସେମାନେ ବିଭିନ୍ନ ଅନୈତିକ କାର୍ଯ୍ୟ କରିବାକୁ ଲାଗିଲେ |ଅଶୋକ ବାବୁ ଏହାର ବିରୋଧ କରିବାରୁ ସେମାନେ ଚକ୍ରାନ୍ତ କରି ଅଶୋକ ବାବୁଙ୍କୁ ବଦନାମ କରିବାକୁ ଲାଗିଲେ | ଏହା ଅଶୋକ ବାବୁଙ୍କୁ ଅସହ୍ୟ ହେଲା |ଅବିନାଶ ମଧ୍ୟ ବହୁତ ଦୁଃଖୀ ହୋଇଗଲେ |ଶେଷରେ ଏତେ ଅପମାନ ସହି ନ ପାରି ଅଶୋକ ବାବୁ ହୃଦଘାତରେ ଦେହତ୍ୟାଗ କଲେ | ଏଥିରେ ଅବିନାଶ ମନେ ମନେ ବହୁତ ରାଗିଗଲେ ଓ ସେହି ଦିନ ଠାରୁ ଧୀରେ ଧୀରେ ଅନାଥ ଆଶ୍ରମ ଠାରୁ ଦୁରେଇ ଗଲେ | ଯାହାଦ୍ୱାରା ସେହି ଅନାଥ ଆଶ୍ରମ ବି ଅନାଥ ହୋଇଗଲା |ସେଠିକାର ପିଲାମାନେ ଅବହେଳିତ ହେଲେ |ସେହି ଅବହେଳାର ଶିକାର ଅରୁଣ ଓ ଅନିତା ମଧ୍ୟ ହୋଇଛନ୍ତି |ଅଵିନାଶଙ୍କ ବିଜ୍ଞାପନ ପଢି ଅନାଥ ଆଶ୍ରମର ପରିଚାଳକ ବିନୟ ବାବୁ ଅଵିନାଶଙ୍କ ସହିତ ଦେଖା କରି ଅରୁଣ ଓ ଅନିତା ସମ୍ବନ୍ଧରେ ସବୁ କହିଲେ | ତାଙ୍କଠାରୁ ସବୁ ଶୁଣି ଅବିନାଶ ସେହି ଦୁଇ ଜଣଙ୍କୁ ଚିତ୍ରକଳାର ଆହୁରି ଅଧିକ ପ୍ରଶିକ୍ଷଣ ଦେବାପାଇଁ ସ୍ଥିର କଲେ ଓ ତାଙ୍କୁ ମମତାଙ୍କ ଏହି ବିଦ୍ୟାଳୟରେ ପଞ୍ଜିକରଣ କରାଇଛନ୍ତି | ସେମାଙ୍କର ସମସ୍ତ ଶିକ୍ଷାର ଖର୍ଚ୍ଚ ଦାଇତ୍ୱ ଅବିନାଶ ନେବେ ବୋଲି ପ୍ରତିଶ୍ରୁତୁ ଦେଇଛନ୍ତି | ଅବିନାଶ ଗତ ରାତ୍ରିରେ ମମତାଙ୍କୁ ସବୁ ବୁଝାଇ କହିଛନ୍ତି | ଅଵିନାଶଙ୍କ ଠାରୁ ଏସବୁ ଶୁଣି ମମତା ନିଜକୁ ବହୁତ ଧନ୍ୟା ମନେ କରିଥିଲେ ତାଙ୍କ ପତ୍ନୀ ହିସାବରେ | ସେ ଭାବିଲେ ଅବିନାଶ ଖାଲି ତାଙ୍କର ଦବି ଯାଉଥିବା ସ୍ୱପ୍ନକୁ ନୁହେଁ ବରଂ ଅରୁଣ ଓ ଅନିତାଙ୍କ ଦବି ଯାଇଥିବା ସ୍ୱପ୍ନକୁ ପୁଣି ଚେଷ୍ଟା କେଉଛନ୍ତି ସେମାନଙ୍କ ମନରୁ ବାହାର କରି ମୁକ୍ତ ବିହଙ୍ଗ ପରି ଉଡିବାକୁ ଦେବେ |

ମମତା ଯେତେବେଳେ ଅରୁଣ ଓ ଅନିତାକୁ ଦେଖିଲେ, ତାଙ୍କୁ ଆଦରରେ କୁଣ୍ଢାଇ ପକାଇ କହିଲେ, "ଏବେଠାରୁ ନିଜକୁ ସଜାଡି ନିଅ, ମୋ ପରି ତୁମେ ଦୁଇଜଣ ବି ତୁମର ମନରେ ବନ୍ଦୀ ହୋଇ ରହିଥିବା ସ୍ୱପ୍ନକୁ ପୂରଣ କରି ତାକୁ ମୁକ୍ତ ବିହଙ୍ଗ ପରି ଏହି ଦୁନିୟାରେ ଉଡିବାକୁ ଦେବ | ଅବିନାଶଙ୍କ ପରି ମୁଁ ମଧ୍ୟ ତୁମ ଦୁଇଜଣଙ୍କ ସହିତ ଅଛି | ମମତାଙ୍କ ଠାରୁ ଏତକ ଶୁଣି ଖୁସିରେ ଅରୁଣ ଓ ଅନିତାଙ୍କ ଆଖିରୁ ଲୁହ ଝରି ଯାଉଥିଲା ଓ ମମତା ତାକୁ ପୋଛି ଦେଉଥିଲେ | ଦୂରରୁ ଅବିନାଶ ଏସବୁ ଦେଖି ବହୁତ ଖୁସି ହେଉଥିଲେ |



Rate this content
Log in

Similar oriya story from Inspirational