puspalata samantary

Inspirational

3  

puspalata samantary

Inspirational

ମୁଚାଲିକା

ମୁଚାଲିକା

1 min
485


ସୁପ୍ରିୟା ବ୍ୟସ୍ତ ହୋଇ ଡାକ୍ତରଖାନା ଅଭିମୁଖେ ଦ୍ରୁତ ଗତିରେ ଯାଉଥାଏ ।ରାସ୍ତାରେ ମମତା ଦେଖାହେଲା, କଲେଜ ବେଳର ସାଙ୍ଗ ମମତା ।ପଚାରିଲା ଏତେ ବ୍ୟସ୍ତ ଜଣାପଡିଛୁ କୁଆଡେ ଯାଉଛୁ କି?ଆଜି ମୋ ମାଙ୍କର ଅପରେସନ ହେବ, ସେଥିପାଇଁ ଡାକ୍ତରଖାନାକୁ ଯାଉଛି କହିଲା ସୁପ୍ରିୟା।ମୋର ଗୋଟିଏ ଅସଙ୍ଗତି ଧାରଣା ରହିଛି, ଡାକ୍ତରଖାନା/କ୍ଲିନିକ ଓ ସେଠାର କର୍ମଚାରୀ ମାନଙ୍କୁ ନେଇ, କହିଲା ମମତା ।

ସେଇଟା କଣ ?

ସେଇଟା ହେଲା ଅପରେସନ ପୂର୍ବରୁ ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟଙ୍କ ଠାରୁ ଗୋଟିଏ ମୁଚାଲିକା ଲେଖାଇ ନିଆଯାଏ।ସେଥିରେ ଲେଖା ଯାଇଥାଏ ଯେ ଅପରେସନ ସମୟରେ ଯଦି କିଛି ଅସୁବିଧା ଘଟିଯାଏ, (ରୋଗୀର ମୃତ୍ୟୁ ମଧ୍ୟ ହୋଇଯାଏ)ତେବେ ଡାକ୍ତର, ଅପରେସନରେ ସଂଶ୍ଲିଷ୍ଟ କର୍ମଚାରୀ, ଡାକ୍ତରଖାନା/କ୍ଲିନିକ କର୍ତୁପକ୍ଷ ଦାୟୀ ରହିବେନି।ଏଭଳି ମୁଚାଲିକା ବା ଚୁକ୍ତିପତ୍ର ଲେଖି ନ ଦେଲେ ଅପରେସନ କଷ୍ଟକର ହୋଇ ପଡିବ।ଅଯଥାରେ ବିନା ଦୋଷରେ ଡାକ୍ତର, ତାଙ୍କ ଦଳ,ସମସ୍ତେ ହଇରାଣ ହୋଇଯିବେ ।ତେବେ ଏଠି ପ୍ରଶ୍ନ ଉଠୁଛି, ରୋଗୀଙ୍କ ନିକଟରୁ ଯେମିତି ଡାକ୍ତର ମୁଚାଲିକା ଲେଖାଇ ନେଉଛନ୍ତି, ସେଭଳି ମୁଚାଲିକା ଡାକ୍ତର ରୋଗୀଙ୍କ ସମ୍ପର୍କୀୟଙ୍କୁ ଦେଉଛନ୍ତି କି?


ଚିକିତ୍ସା ବିଜ୍ଞାନର ସମସ୍ତ ଆବଶ୍ୟକ ବିଧିବିଧାନ ପାଳନ କରିବାରେ କୌଣସି ପ୍ରକାର ଅବହେଳା କରାଯିବା ନାହିଁ।ରୋଗୀଙ୍କର ସର୍ବୋତ୍ତମ ମଙ୍ଗଳ ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯିବ ।ଯଦି ସେଭଳି ଅବହେଳା ବା ତୃଟି ରହେ ଏବଂ ସେଥିପାଇଁ ରୋଗୀର ଅସୁବିଧା ହୁଏ ତେବେ ସମ୍ପୃକ୍ତ ଡାକ୍ତର ଓ ତାଙ୍କର ସହଯୋଗୀ ଦାୟୀ ରହିବେ ।ରୋଗୀ ମାନଙ୍କ ପାଇଁ କୌଣସି ମୁଚାଲିକା ନଥିବାରୁ ବେଳେ ବେଳେ ରୋଗୀଙ୍କ ପେଟରେ ଗଜକନା ,କଇଁଚି,ଛୁଞ୍ଚି, ଇତ୍ୟାଦି ରହିଯାଉଛି, ରୋଗୀଙ୍କ ଜୀବନ ସଂକଟାପନ୍ନ ହେଉଛି ।ବର୍ତ୍ତମାନ ଯେଉଁ ମୁଚାଲିକା ଲେଖା ହେଉଛି ତାହା ଏକ ତରଫା ହେଉଛି, ଏହାର ପ୍ରତିବାଦ ଠିକ୍ ହେବ ନାହିଁକି?


Rate this content
Log in

Similar oriya story from Inspirational