STORYMIRROR

Secret Superstar

Inspirational

3  

Secret Superstar

Inspirational

ମୁ ବି ଦିନେ ବହୁତବଡ ପିଅନ ହେବି-5

ମୁ ବି ଦିନେ ବହୁତବଡ ପିଅନ ହେବି-5

3 mins
117

ଏବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା ଅନ୍ତତଃ ପକ୍ଷେ ଗୋଟିଏ ଥର ହେଉନା କାହିଁକି ଲୋକମାନଙ୍କ ପାଖରେ ଖାଇବା ପହଞ୍ଚାଇବା ..।କିନ୍ତୁ କିପରି ..???

 ଆଉ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଥିଲା ଲୋକମାନଙ୍କ ଭୋକକୁ କିପରି ମାରିବା ...କାହିଁକି ନା ନିଜର ଭୋକ ପାଇଁ ଖାଇବାକୁ ନେଇ ଲୋକମାନେ ମାର୍ ପିଟ୍ କରି ସବୁ ଖାଇବା ନଷ୍ଟ କରିଦେଇପାରନ୍ତି ...।କାରଣ ଦରିଦ୍ରତା ହିଁ ଅସହିଷ୍ଣୁତାର ମୁଖ୍ୟ କାରଣ ହେଇଥାଏ ।

 ସେ ନିଜ ଗାଁର ବୟୋଜ୍ୟେଷ୍ଠମାନଙ୍କ ପାଖକୁ ଗଲା ...ପଚାରିବାଲପାଇଁ .."ଯେ କଣ ଏମିତି କଲେ ମଣିଷ ତାର ଭୋକକୁ ଭୁଲିପାରିବ ଅବା କଣ ଏମିତି କଲେ ମଣିଷ ତାର ଭୋକକୁ ନିୟନ୍ତ୍ରଣ କରିପାରିବ ।

 ସେମାନେ ବିନୟକୁ କହିଲେ -କେବଳ ଗୋଟିଏ କାମ ...କିପରି କରି ମଣିଷ କୁ ଯଦି ତାର ପସନ୍ଦିତା କାମ ଅବା କିପରି କରି ତାକୁ ତାର କର୍ତ୍ତବ୍ୟ ଯଦି ମନେପକାଇଦିଆଯାଏ ..ତେବେ ସେ ତାର ଖାଇବା ମଧ୍ୟ ଭୁଲିଯିବ।

 ଯେତେବେଳେ ସେମାନେ ଏପରି କହିଲେ ...ଏବେ ବିନୟ ସେମାନଙ୍କୁ ହିଁ ଅନୁରୋଧ କରି କହିଲା ...ଆପଣମାନେ ହିଁ ଏବେ ଏହି ଦାୟୀତ୍ବ ନେଇ ମୋତେ ଏକ ବିବରଣୀ ଦିଅନ୍ତୁ କିଏ କୋଉ କାମ କରିବାକୁ ଭଲପାଏ ।

 ସତରେ ବିପଦ ସମୟରେ କେବଳ ବୟୋଜ୍ୟେଷ୍ଠ ମାନେ ହିଁ ନିଜ ଅନୁଭୂତି ରେ ଅନେକ ସାହାଯ୍ଯ କରିଥାନ୍ତି ।

 ଆଉ ବିନୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ସତ୍ୟାନୁସରଣ ରେ ପଢିଥିଲା- "ଅନୁଭୂତି ଦ୍ୱାରା ଯାହା ଜଣାଯାଏ ତାହା ହିଁ ଜ୍ଞାନ "

 ଆଉ ପୁଣି ସେ ପଢିଥିଲା -

 " ବଞ୍ଚିବା ବଢିବାର ମାନେ ହିଁ ଧର୍ମ "

ଆଉ ପୁଣି ପଢିଥିଲା -

 " ସର୍ବପ୍ରଥମ ଆମ୍ଭମାନଙ୍କୁ ଦୁର୍ବଳତା ବିରୁଦ୍ଧରେ ଯୁଦ୍ଧ କରିବାକୁ ହେବ ।ସାହାସୀ ହେବାକୁ ହେବ, ବୀର ହେବାକୁ ହେବ ।ପାପର ଜ୍ୱଳନ୍ତ ପ୍ରତିମୂର୍ତ୍ତି ଏହି ଦୁର୍ବଳତା ।ତଡ, ଯେତେ ଶୀଘ୍ର ପାର, ଏହି ରକ୍ତ ଶୋଷଣ କାରୀ ଅବସାଦ ଉତ୍ପାଦକ vampireକୁ । ସ୍ମରଣ କର ତୁମେ ସାହସୀ, ସ୍ମରଣ କର ତୁମେ ପରମପିତାଙ୍କ ସନ୍ତାନ ।ଆଗେ ସାହାସ ହୁଅ ଅକପଟ ହୁଅ ତେବେ ଜଣାଯିବ ତୁମର ଧର୍ମ ରାଜ୍ୟରେ ପଶିବାର ଅଧିକାର ଜନ୍ମିଛି ।"

  

 ଏଥିପାଇଁ ତ କେବଳ ସେ ଆରମ୍ଭ କରିଦେଇଥିଲା ଯୁଦ୍ଧ ସେହି ବଡ ଦୁର୍ବଳତା ଭୋକ ଉପରେ ।

 ଯେହେତୁ ଗାଁର ଏପରି ଅବସ୍ଥା ପାଇଁ ଯିବା ଆସିବା ବନ୍ଦ ଥିଲା ..ଏଣୁ ଗାଁର ଯେଉଁ ଲୋକମାନେ ଶିକ୍ଷକ ଥିଲେ ସେମାନଙ୍କ ଦାୟୀତ୍ବ ଥିଲା ପିଲାମାନଙ୍କୁ ପଢାଇବା ବିଭିନ୍ନ ବ୍ୟାଚ କରି । ସେହିପରି ଯେହେତୁ ଗାଁର ମହିଳାମାନଙ୍କୁ ରୋଷେଇ କରିବା ...ନିଜର ଘରକୁ ପରିଷ୍କାର ରଖିବା ସବୁବେଳେ ଭଲଲାଗେ ...ଘର କାମ କରିବା ଭିତରେ ସେମାନେ ଭୁଲିଯାଆନ୍ତି ଖାଇବା ପିଇବା କଥା ।ଏଣୁ ସେମାନଙ୍କର କାମ ଥିଲା ଯାହା ବି ଜିନିଷ ଅଛି ଯେତିକି ବି ଜିନିଷ ଅଛି ତାହାକୁ ରୋଷେଇ କରି ସଭିଙ୍କ ମଧ୍ଯ ରେ ଠିକ୍ ଭାବେ ପରିବେଷଣ କରିବା ।ଆଉ ମଧ୍ଯ କିଛି ମହିଳା ଲାଗିପଡିଥିଲେ ବାତ୍ୟା ରେ ଖିନଭିନ ହେଇଯାଇଥିବା ନିଜ ଗାଁକୁ ପୁଣିଥରେ ସୁନ୍ଦର କରିବା ପାଇଁ ।

 ଆଉ ସଭିଙ୍କ ମନରେ ଏହା ଫିଟ୍ କରିଦିଆଯାଇଥିଲା ଯେ "ଆମ ଗାଁ ହି ଆମ ପରିବାର .." 

 ବିନୟ ଏବେ ବାଛିଥିଲା କିଛି ପରିଶ୍ରମୀ ଲୋକମାନଙ୍କୁ...। ସେମାନଙ୍କୁ ନେଇ ଚାଲିଲା ନିଜ ଗାଁ ନିକଟରେ ଥିବା ଏକ ଛୋଟ industry କୁ ....ସେହି industrilist ଙ୍କ ସହ ଦେଖା କରି ନିଜ ଗାଁ ବିଷୟରେ ସବୁକିଛି କହିଥିଲା ।

 ବିନୟ ମନରେ ଟିକେ ସାହାସ ଆସିଲା ଯେବେ ସେ ତାଙ୍କ ଅଫିସରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଫଟୋ ଦେଖିଥିଲା ।ବିନୟର କଥା କୁ ସେ ଭଲଭାବେ ବୁଝିଥିଲେ ...

 ବିନୟ ତାଙ୍କୁ କହିଥିଲା -ଦେଖନ୍ତୁ ସାର୍ ଆପଣ ବାସ୍ ଏହି କିଛି ଦିନ ପାଇଁ କେବଳ ଗୋଟେ ଟାଇମ୍ ହେଉନା କାହିଁକି ଆମ ପାଇଁ ଖାଦ୍ୟର ବ୍ୟବସ୍ଥା କରିଦିଅନ୍ତୁ ।

 ମୁଁ ଜାଣିଛି ଆପଣଙ୍କ ବର୍ତ୍ତମାନ ଶ୍ରମିକର ଅନେକ ଆବଶ୍ୟକତା ଅଛି ।ଆଉ ଆପଣଙ୍କର ଏହି ଅସୁବିଧା ଦୂର କରିବାପାଇଁ ମୋ ଗାଁର ଏହି ଭାଇମାନେ ଆସିଛନ୍ତି ।ଆଉ ବାସ୍ ଆପଣ ଏବେ ଆମ ଅସୁବିଧାକୁ ଦୂର କରିଦିଅନ୍ତୁ ।


 ଏହିପରି କିଛିଦିନ ଚାଲିଲା ...,ନିର୍ବାଚନୀ ଫଳାଫଳ ବି ବାହାରିଲା ...ଏବେ ନେତା କିଏ ସାହାଯ୍ୟ କରିବାର ଟିକେ ସଂକେତ ଆସୁଥିଲା ।

 କିନ୍ତୁ ବିନୟ ଭଲଭାବେ ଜାଣିଥିଲା କଣ ହେବ ...,ନେତାମାନେ ଘର ଭାଙ୍ଗିଯାଇଛି ବୋଲି ଜଣ ଜଣ କୁ କ୍ଷତିପୂରଣ ବାବଦ କିଛି ଟଙ୍କା ଦେଇଦେବେ ।କିନ୍ତୁ ଲାଭ କଣ ହେବ ..?

 ପ୍ରତି ଥର ଏପରି ହିଁ ହେଉଛି ...,ବିଜୁ ପକ୍କାଘର ଯୋଜନା ଟଙ୍କା ହେଉ ଅବା ଇନ୍ଦିରାଆବାସ ଟଙ୍କା ହେଉ...ଯାହା ବି ସରକାର ଦିଅନ୍ତି ସେଥିରୁ ପ୍ରଥମେ କିଛି ରଖିଦେବେ ନିଜ ଅଂଚଳର କୁଜି ନେତାଗଣ ...ଆଉ ତାପରେ ଯାହା ବଳିବ ତାହା ଭଲଭାବେ ଜଣା କେମିତି ସେଥିରେ ଘର ହେବ । କିନ୍ତୁ ସେଥିରୁ ବି ହିତାଧିକାରୀ କିଛି ନିଜ ଘରର ଅନ୍ୟ ଖର୍ଚ୍ଚ ପାଇଁ ରଖିଥାଏ ପ୍ରଥମେ ଏବଂ ତାପରେ କିପରି ଗୋଟେ ଛୋଟ ଘର କରିଦିଏ କେବଳ ଅଫିସରଙ୍କୁ ଦେଖାଇବା ପାଇଁ ପ୍ରମାଣ ପାଇଁ ।କିନ୍ତୁ ଯେତେବେଳେ କି ଗୋଟେ ଘର ତାପାଇଁ ଗୁରୁତ୍ୱପୂର୍ଣ୍ଣ ...ଘର ନଥିଲେ ସେ କିଛି ବି କରିପାରିବନି ...।ଏଣୁ ଏଥର ପୁଣିଥରେ ସେ ଏପରି କିଛି ହେବାକୁ ଦେବନି ...କିଛି ନା କିଛି ତ କରିବ ଭିନ୍ନ ରୂପରେ ... (କ୍ରମଶଃ )

 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational