Pradipta Sundar Rath

Inspirational

3  

Pradipta Sundar Rath

Inspirational

ମୁ ବି ଦିନେ ବହୁତବଡ ପିଅନ ହେବି-3

ମୁ ବି ଦିନେ ବହୁତବଡ ପିଅନ ହେବି-3

3 mins
190



 ହୃଦୟ ଓ ସମୟ ଭିତରେ ବେଳେ ବେଳେ ଦୂରତା ଆସିଯାଏ । ସେତେବେଳେ ମଳୟ ହୃଦୟକୁ ନିଜର ସ୍ବପ୍ନ ର ରାସ୍ତା ଠାରୁ ବହୁ ଦୂରକୁ ଠେଲିଦିଏ ଆଉ ହାରିଯାଏ ହୃଦୟ କିନ୍ତୁ ଭାଙ୍ଗେନା ।ଅଶାନ୍ତ ମଳୟ ଶାନ୍ତ ହେଲାପରେ ପୁଣି ମିଠା ମଳୟ ସାଥିରେ ସମୟକୁ ଖୋଜି ସମୟ ସହ ଚାଲିବାକୁ ହୃଦୟ ଚେଷ୍ଟା କରେ ।

  ଆଉ ଏପରି ହେଇଥିଲା କିଛି ବିନୟ ସହ । [ହଁ ହଁ କାହାଣୀର ଆମେ ସେଇଠି ଥିଲେ ନା -ବିନୟ ନିଜର ଯୁକ୍ତ ଦୁଇ ବିଜ୍ଞାନ ଶେଷ କରିବା ପରେ ଆଗକୁ ପଢିବା ପାଇଁ ପ୍ରସ୍ତୁତ ହେବା ପାଇଁ ଆସିଯାଇଥିଲା ସହରକୁ ।

  କିନ୍ତୁ ହଠାତ୍ ବଦଳିଗଲା ସବୁକିଛି କେଉଁଠି ଥିଲା ପ୍ରଳୟର ସେ ବାତ୍ୟା ଆସିଗଲା ଠିକ୍ ଏହି ସମୟକୁ ।ସବୁକିଛି ଉଡେଇନେଇଗଲା ବିନୟ ଜୀବନରୁ ।

  ହଁ ହଁ ସେଦିନ ରାତି ସମୟ ପ୍ରାୟ 9:00 ହେବ ବିନୟର ବାପା  ।କିନ୍ତୁ ପଢିବା ସମୟରେ ବିନୟ ତାର ଫୋନ୍ କୁ ସାଇଲେନ୍ସ ମୋଡ୍ ରେ ରଖିଦେଇଥିବାରୁ ରିସିଭ୍ କରିପାରିନଥିଲା ସେ ।କିନ୍ତୁ ବହୁତ ଥର କଲ୍ କରିବା ପରେ  ବିନୟ ର ବାପା ଆଉ କଲ୍ କରିନଥିଲେ ।ସେଦିନ ବି ବିନୟ ଆଉ ମୋବାଇଲ୍ ଚେକ୍ ନକରି ଶୋଇପଡିଥିଲା ।ଆଉ ସକାଳୁ ଆରମ୍ଭ ହେଇଯାଇଥିଲା ତାଣ୍ଡବ ଲୀଳା ବାତ୍ୟାର ।ବିନୟ ଦେଖିଲା କାଲି ବାପା ଏତେ ଥର ଫୋନ୍ କରିଛନ୍ତି କିନ୍ତୁ ଏବେ ସେ କରିବ କଣ?ନେଟୱାର୍କ ହିଁ ଆସୁନି ।ମନ କିଛି ଭଲ ଲାଗୁନଥିଲା ।ଏପଟେ ବାତ୍ୟା ପାଇଁ ସହରର ବିଭିଷୀକା ନିଜ ସାମ୍ନାରେ ଦେଖୁଥିଲା ଅନୁଭବ କରୁଥିଲା ସେ ।କିପରି ଯେଉଁ ମଳୟ ଦିନେ ବଞ୍ଚିବାର ସାହାରା ବନିଥିଲା ଆଜି ସେ ତାର କରାଳ ରୂପ ଦେଖାଯାଉଛି ।ବିଶାଳ ବିଶାଳ କାଚରେ ନିର୍ମିତ ସୁଉଚ୍ଚ ଅଟ୍ଟାଳିକା କିପରି ଭାଙ୍ଗି ଚୁରମାର ହେଇଯାଉଛି ।ମନେପଡିଯାଉଛି ନିଜ ଗାଁର କଥା ଗାଁର ସେ ଚାଳ ଝାଟିମାଟି ଘର ସବୁ କଥା ।ଅବଶ୍ଯ ବିନୟର ଘର ଚାଳ ନଥିଲା ପକ୍କା ଘର ଥିଲା ତାଙ୍କର ।

   ବିନୟ ଏ କରାଳ ବାତ୍ୟା ରେ ବି ନିଜର କର୍ତବ୍ୟ କୁ ଭୁଲିନଥିଲା ।ନିଜର ନିକଟସ୍ଥ ବସ୍ତି ବାସିନ୍ଦା ମାନଙ୍କୁ ସାହାଯ୍ଯ କରୁଥିଲା ଆସିବାକୁ ତାଙ୍କର hostel ଭିତରକୁ ସୁରକ୍ଷା ପାଇଁ ନିଜର କିଛି ସାଙ୍ଗମାନଙ୍କ ସହ ।ଏହି ଭିତରେ ମନେପଡିଯାଉଥିଲା ତାର ବାପାଙ୍କ କଥା ତାକୁ ଏପରି ଲାଗୁଥିଲା ଯେପରି ତା ବାପା ତା ସାଙ୍ଗରେ ଏବେ ଅଛନ୍ତି ପୁଣି ମନେପଡୁଥିଲା ବୋଉର ସେ ମିଠା ଗାଳି -"କାହାଠୁ କଣ ମିଳିବ ବାପା ବର୍ଷା ହେଉଛି ତୁ ବାହାରକୁ ଯାଆନି ଜମା ।

  ହଠାତ୍ ବିନୟ ଆଶ୍ଚର୍ଯ୍ୟ ହେଇଗଲା ଦେଖି ଜଣେ ମିଡିଆ ରିପୋର୍ଟର କ୍ୟାମେରାମ୍ୟାନ ସହ ରିପୋର୍ଟିଂ କରୁଛନ୍ତି ।ସାହାଯ୍ୟ କରୁଛନ୍ତି ସଭିଙ୍କୁ ଏହି ସମୟରେ ।ବିନୟ ଭାବୁଥିଲା ସତରେ କର୍ତ୍ତବ୍ଯ ର ସାହାସ କେତେ ...ପାରେନା ବି ମଳୟ ରୋକି ନିଜର କରାଳ ରୂପେ ।ବିନୟ ବହୁ ସମ୍ମାନ ଦେବା ସହ ପସନ୍ଦ କରିଥିଲା ଗଣମାଧ୍ୟମ ର ଭୂମିକାକୁ ।


 [ ଶୁଣ ନା ତୁ ମଳୟ 

      କାହିଁ ଆଜି ଏ ତୋ ରୂପ ପ୍ରଳୟ

କରି ତତେ ମୁ ବିଶ୍ବାସ

      କରିଥିଲି ମୋ ନିଶ୍ବାସ

ଦେଖି ମିଠା ତୋର ଭାବ 

କରିଥିଲି ତତେ ପ୍ରେମ 

ଏ ପ୍ରଳୟର ରୂପ ଆଜି କାହିଁ ତୁ ଦେଖାଉ

ଶୁଣନା ତୁ ମଳୟ ଏତେ ଅବୁଝା କାହିଁ ହେଉ

ରୂପ ତୋର ସୁନ୍ଦର ହେଉ ଅବା ପ୍ରଳୟ

ଭୁଲିବନି ନିଜର କର୍ତ୍ତବ୍ଯ ମୋ ହୃଦୟ ।


ଏ ସୁଖ ସମୃଦ୍ଧି

    ଏ ମାଣିକ ମୋତି

ନାହିଁ ମାନେ କିଛି ତୋ ବିନା

ରାଗିଛୁ ତୁ ଯଦି ଏତେ

   ଭାଙ୍ଗିଦେ ତୋ ଇଛା ଅଛି ଯେତେ

ଜୀବନ ମୋର ତାକୁ ମାରିଦେନା

ହୁଅ ନା ଏତେ ସ୍ବାର୍ଥପର ଏତେ ଅବୁଝା ତୁ ହଁ ନା

ରୂପ ତୋର... ହେଉ ଧୀର ଅବା ପ୍ରଳୟ 

ଭୁଲିବନି ନିଜର.. କର୍ତ୍ତବ୍ଯ ମୋ ହୃଦୟ ।


ମୁ ତୋ ପାଇଁ

    ତୁ ମୋ ପାଇଁ

ମୋ ବିନା ତୋ ମାନେ ରହେନା 

ତୋ ବିନା ମୁ ଜିଇଁପାରେନା

ଏ ପ୍ରଳୟର ରୂପ କାହିଁ ତୁ ଦେଖାଉ

ଏତେ ଅବୁଝା କାହିଁ ଆଜି ହେଉ

ରୂପ ତୋର ହେଉ ସୁନ୍ଦର ଅବା ପ୍ରଳୟ 

ଭୁଲିବନି ନିଜର କର୍ତ୍ତବ୍ଯ ମୋ ହୃଦୟ ।


ଦୁଇ କାନ ଧରି

ମାଗୁଛି କ୍ଷମା ଦୁଇ ହାତ ଯୋଡି

ଫେରିଆ ତୁ ପୁଣି ପୁଣି ହେଇଯା ମଧୁର

ମାନୁଛି ଭୁଲ୍ ମୋ ଅନେକ

      କରି ନଷ୍ଟ ତୋ ଶରୀର ଦେଇଛି ତତେ ବହୁ ଦୁଃଖ

ମୋ ଭୁଲ୍ ପାଇଁ ନେଇଯିବୁ ତୁ ମୋ ଜୀବନ

ନୁହେଁ ତ ଇଏ ପ୍ରେମର ପ୍ରମାଣ

ଶୁଣନା ତୁ ମଳୟ ଏତେ ଅବୁଝା ଆଜି କାହିଁ ହେଉ ।


ରୂପ ତୋର ହେଉ ସୁନ୍ଦର ଅବା ପ୍ରଳୟ

ଭୁଲିବନି ନିଜର କର୍ତବ୍ୟ ମୋ ହୃଦୟ ।


କଥା ଦେଉଛି ତତେ

      ଖେଳିବିନି ତୋ ଶରୀର ସାଥେ

  ମୋ ଖୁସି ପାଇଁ

ତୋ ପସନ୍ଦ ଜିନିଷ ଦେବି .

        ତୋ ପାଇଁ ଗଛ ଅନେକ ଲଗାଇବି

   ଫେରିଆ ତୁ ପୁଣି ମୋ ପାଇଁ


ଏ ପ୍ରଳୟର ରୂପ ଆଜି କାହିଁ ତୁ ଦେଖାଉ

ଶୁଣନା ତୁ ମଳୟ ଏତେ ଅବୁଝା କାହିଁ ହେଉ

ରୂପ ତୋର ...ସୁନ୍ଦର ହେଉ ଅବା ପ୍ରଳୟ

ଭୁଲିବନି ନିଜର ...କର୍ତ୍ତବ୍ଯ ମୋ ହୃଦୟ ।


କିଛି ସମୟ ଭିତରେ ଚାଲିଗଲା ପ୍ରଳୟ .ନେଇଗଲା ସାଥିରେ ପ୍ରକୃତିର ସବୁ ସୌନ୍ଦର୍ଯ୍ୟ।

  ବିନୟର ମନ ଥୟ ଧରୁନଥିଲା ସେ ବାତ୍ୟା ଚାଲିଯିବା ପରେ ବାତ୍ୟା ପାଇଁ କିଛି ଗମନାଗମନ ର ସୁବିଧା ନଥିବାରୁ ନିଜ ସାଇକେଲ୍ ରେ ଆରମ୍ଭ କରିଥିଲା ସହରରୁ ତା ଗାଁକୁ ଯାତ୍ରା ।

 କିନ୍ତୁ ଜଣାନାହିଁ ବିନୟକୁ ସେପଟେ ସେ ସିନା ବଞ୍ଚାଇ ଦେଇଛି ଅନେକ ଜୀବନ ...କିନ୍ତୁ ତା ପ୍ରତିବଦଳ ରେ ଏପଟେ ଏପରି ମଣିଷ କୁ ହରାଇଦେଇଛି ଯେ ଦେଇଥିଲା ତାକୁ ଜୀବନ ।

 ( କ୍ରମଶଃ )



Rate this content
Log in

Similar oriya story from Inspirational