STORYMIRROR

Jayasena Pradhan

Romance Classics

4  

Jayasena Pradhan

Romance Classics

ମୋ ମାର୍ଗଦର୍ଶକ

ମୋ ମାର୍ଗଦର୍ଶକ

1 min
249

ସୁନ୍ଦର ସୁସଜ୍ଜିତ ଶସ୍ୟଶ୍ୟାମଳରେ ପରିପୂର୍ଣ୍ଣ, ବନମାଳାରେ ବିଶୋଭିତ ସୁଦୂର ପ୍ରସାରୀ ଧନେଇ ନଦୀର କୁଳୁକୁଳୁ ନାଦରେ ନିନାଦିତ ଜଳ ରାଶିର ଶୋଭାରେ ଶୋଭିତ ସୁନ୍ଦର ଶୋଭାରେ ଶୋଭମାୟ ଦୃଷ୍ଟିଗୋଚର ହେଉଅଛି ଏହି ମୋର ପଲ୍ଲୀ ଗ୍ରାମ। ସେହି ସୁନ୍ଦର ପରିବେଶରେ ଜନ୍ମଲାଭ କରି ମୋ ପିତାମାତା ଙ୍କ କୋଳମଣ୍ଡନ କଲି। ହେତୁ ପାଇବା ଦିନଠୁ ଆରମ୍ଭ କରି ଆଜିଯାଏ ମୋ ଜୀବନ ପରିଚାଳିତ ହୋଇଛି ମୋର ପିତା ମାତା ଗୁରୁଙ୍କ ମାର୍ଗଦର୍ଶନରେ ସୁଫଳ ହୋଇପାରିଛି।

       ଜୀବନ ସତତ ସତ୍ୟ ଶିବ ସୁନ୍ଦର ସ୍ୱରୂପ ।ଏହି ଜୀବନକୁ ବର୍ତ୍ତମାନଠାରୁ କାବ୍ୟ ଶାସ୍ତ୍ର ଅଧ୍ୟୟନ କରି ପୂର୍ଣ୍ଣ ନ କରାଯାଏ ତେବେ ଜୀବନ ପୂର୍ଣ୍ଣ ବ୍ୟର୍ଥ ହୋଇଯିବ।ଏହି ସତ୍ୟ ମାର୍ଗରେ ଗତିଶୀଳ ହେବାକୁ ହେଲେ ମଣିଷକୁ କାହାର ନା କାହାର ମାର୍ଗକୁ ଅନୁସରଣ କରିବାକୁ ହେବ।ଏହି କ୍ଷେତ୍ରରେ ମନୁଷ୍ୟ ଯାହାର ମାର୍ଗକୁ ଅନୁସରଣ କରିଥାଏ, ସେ ମହାମହିମ ହିଁ ତାହାର ମାର୍ଗଦଶକ ଅଟନ୍ତି।

     କାରଣ ଏହି ଅମୃତମୟ ଜୀବନ ବିନା ଅନୁପ୍ରେରଣାରେ କଦାପି ସତ୍ୟ ଧର୍ମର ପଥିକ ହୋଇପାରେନାହିଁ।କଥା ଅଛି "ଯସ୍ୟ ଯାଦୃଶି କର୍ମଣି ତସ୍ୟ ତାଦୃଶି ସିଦ୍ଧିର୍ଭବତି"ଅର୍ଥାତ ମନୁଷ୍ୟ ଯେପରି କର୍ମ କରିବ କେବଳ ସେହିପରି ଫଳ ପ୍ରାପ୍ତି ହେବ।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Romance