STORYMIRROR

Jayasena Pradhan

Others

3  

Jayasena Pradhan

Others

ସକାଳ

ସକାଳ

1 min
138

 ଏକଦା ପରୀଟିଏ ହୋଇ ସକାଳୁ ସକାଳୁ ଉଡିଯାଉଥିଲି ଦୁରଦିଗବଳୟରେ । ହେଲେ ଉଡି ଉଡି ଆକାଶରେ ଯାଉଥିବା ସମୟରେ ମୋତେ ବହୁତ ଖୁସି ଲାଗୁଥିଲା।କାରଣ ମୁଁ ପ୍ରଥମ ଥର ପାଇଁ ସକାଳ କୋମଳ ବାୟୁର ସ୍ପର୍ଶ ଅନୁଭବ କଲି ସେହି ଦିନ ନୀଳ ଆକାଶ ତଳେ ବସି।ଭାବିଲି ଏଇଟା ହେଉଛି ସବୁଠାରୁ ଅଧିକ ଆନନ୍ଦର ସମୟ। ମୋତେ ଏତେ ବଡ ଆନନ୍ଦ ଅନୁଭବ ହେଉଥିଲା ସେ ଦିନ କହିଲେ ନ ସରେ। ଶିଶିର ବିନ୍ଦୁ ମୁକ୍ତା ଭଳି ଦିଶୁଥିଲା ନବ ପଲ୍ଲବ ଉପରେ। ଧୀର ସମୀରରେ କୋଇଲିର କୁହୁକୁହୁ ତାନ ଭାସି ଆସୁଥିଲା ମୋର ସମୀପେ ସମୀପେ । ସେଦିନ ସେହି ସକାଳର ଅକୁହା ଆନନ୍ଦ ଅନୁଭବ କଲି ମୁଁ ମୋର କୋମଳ ହୃଦୟର କୋମଳ ଭାବନାରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍