STORYMIRROR

Jayasena Pradhan

Abstract

3  

Jayasena Pradhan

Abstract

ମୋ ପିଲା ଦିନ

ମୋ ପିଲା ଦିନ

1 min
165

"ସମୟ ସ୍ରୋତରେ ମନର ନଉକା ନିମିଷକେ ଯାଇ ବୁଲେ।ବୃଥା ରାଜପଣ ଅବ୍ୟକ୍ତ ବେଦନା ସ୍ମୃତି ରହେ ପ୍ରାଣ ଚାଲେ।।" ସମୟ ବେଳେବେଳେ ମଣିଷକୁ ଏକ ଅଫେରା ରାଇଜକୁ ଘେନିଯାଏ।ଏକ ଅଦୃଷ୍ଟ ଦୃଶ୍ୟକୁ ଦେଖାଇଦିଏ।ବଞ୍ଚିବା ଓ ବଢିବା ମଧ୍ୟରେ ମଣିଷ ତାର ସାଂସାରିକ ଜଞ୍ଜାଳ ଭିତରେ ଏତେ ପରିମାଣରେ ଛନ୍ଦି ହୋଇଯାଇଥାଏ ଯେ ସେ ସେତେବେଳେ ତାର ଜୀବନର ସବୁ ସୁଖ ଶାନ୍ତି ଭୁଲି ଯାଏ।

    ଠିକ ଏପରି ଏକ ସମୟରେ ସେ ଏକାକୀ ଭାବି ବସିଲେ ବୁଝିବାକୁ ପାଏ ଯେ ଜୀବନର ସବୁଠାରୁ ଶ୍ରେୟ ଅବସ୍ଥା ଥିଲା ତାର ପିଲାଦିନ।ଯେତେବେଳେ ସେ ତାର ମା କୋଳରେ ଅତ୍ୟାନନ୍ଦରେ ହସି ଖେଳୁ ଥିଲା।ସମସ୍ତଙ୍କର ଅତ୍ୟାଦରର ପାତ୍ର ହୋଇପାରିଥିଲା।ବାପା ,ବୋଉ ,ଭାଇ ,ଭଉଣୀ ,ଜେଜେବାପା, ଜେଜେ ମା,ଓ ଦାଦାଖୁଡୀ ଆଦି ସମସ୍ତଙ୍କର ପ୍ରିୟଭାଜନ ହୋଇପାରିଥିଲା।ଜେଜେବାପା ଓ ଜେଜେମା କୋଳରେ ବସି ପରୀ ରାଇଜର କାହାଣୀ ଭଳି କେତେ କେତେ ନୁଆଁ ନୁଆଁ କାହାଣୀ ଶୁଣୁଥିଲା।

      ଶୈଶବ କାଳରେ ଗାଁ ସାଥୀଙ୍କ ସହ ମିଳିମିଶି ଗାଁ ତୋଟା ମାଳରେବୁଲୁଥିଲା।ଚଟଶାଳୀ କୁ ଯାଇସାଥି ମେଳରେ ପାଠ ପଢା କରିବା ଇତ୍ୟାଦି

  ଏଣୁ ପିଲାଦିନ ସବୁଠାରୁ ଅଧିକ ଶ୍ରେୟସ୍କର ଅଟେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract