Prakash Sahoo

Inspirational

3  

Prakash Sahoo

Inspirational

ମୋ ମା ଟା ପରା

ମୋ ମା ଟା ପରା

3 mins
7.1K


ସେ ଥିଲେ ଜଣେ ପ୍ରାଥମିକ ଶିକ୍ଷୟତ୍ରୀ। ସ୍ୱାମୀଙ୍କ ଦେହାନ୍ତ ପରେ ପରିବାର ର ସମ୍ପୁର୍ଣ ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ଥିଲା। ଯାହା କିଛି ଦରମା ମିଳୁଥିଲା ସେଥିରେ ଦୁଇ ଝିଅ ଆଉ ଶାଶୁ ଶ୍ୱଶୁର ଙ୍କୁ ନେଇ ଭାବ ଅଭାବ ରେ ସଂସାର ଯେମିତି ସେମିତି ଚଳି ଯାଉଥିଲା। ବଡ ଝିଅ ଟି ଶାନ୍ତ ସ୍ଵଭାବ ର ଥିଲା।ମା ର ଦୁଃଖ କୁ ସେ ବୁଝି ପାରୁଥିଲା।ଛୋଟ ଝିଅ ଟକେ ଜିଦ ଖୋର ଥିଲା ଆଉ ବହୁତ ବୁଦ୍ଧିଆ ବି ଥିଲା।ସବୁଦିନେ ସେହି ଛୋଟ ଝିଅ କୁ ନିଜେ ଗାଧୋଇଦେଇ,ପାଖରେ ବସାଇ,ଖୁଆଇ,ହୋମୱର୍କ କରାଇ,ସାଙ୍ଗରେ ଧରି ସ୍କୁଲ ଯାଉଥିଲେ।

ପିଲାଟି ଥରେ ଥରେ ଜିଦ କରୁଥିଲା।ଭାରି ଅମାନିଆ ହେଉଥିଲା। ଖାଇବିନି, ଏତେ ପାଠ କରିବିନି ବୋଲି ପାଟିକରି କାନ୍ଦୁଥିଲା।ପିଲାଟି ଏମିତି ଜିଦ କରୁଥିଲାବେଳେ ସବୁବେଳେ ପ୍ରାୟ ଶାନ୍ତ ରହୁଥିବା ମା କୁନି ଝିଅ ର ମଥା ଆଉଁସି କହୁଥିଲେ-ମୋ ମା ଟା ପରା।ଏତକ ଖାଇଦିଅ, ଏତକ ସାରିଦିଅ।ସେ ଆହୁରି ଜିଦ କରୁଥିଲା,ନା ତୁମ କଥା ମୁଁ ମନିବିନି ,ଜମା ମନିବିନି।ତୁମେ କିଏ?ମା ଝିଅ ର କେଶ କୁ ସଜାଡୁ ସଜାଡୁ ତାର ଟିକି କଅଁଳ ପାପୁଲି କୁ ନିଜ ଗାଲ ରେ ଘଷୁଥିଲେ ଆଉ କହୁଥିଲେ ମୁଁ ପରା ତୋର ମା। ଏଇତକ ସାରିଦିଅ।ଏବେ ପିଲା ଟି ବୁଝି ଯାଉଥିଲା।ମା ର କୋଳ ରେ ମୁହଁ ଗୁଞ୍ଜି ଦେଉଥିଲା।ଆଉ ଜିଦ କରୁ ନ ଥିଲା ।ମା ର ସବୁ କଥା ମାନି ନେଉଥିଲା।

ସମୟ ଗଡି ଚାଲିଥିଲା।ମଣିଷ ବୟସ୍କ ହେବା ସହିତ ଧୀରେ ଧୀରେ ଅଭିଜ୍ଞ ହୋଇଯାଏ। ପରିସ୍ଥିତି,ପରିବେଶ ବଦଳି ସାରିଥିଲା ।ଝିଅ ଟି କେବଳ ବୟସ ରେ ବଡ ହୋଇ ନ ଥିଲା,ପାଠ ଶେଷ କରି ଜଣେ ଡାକ୍ତର ହୋଇ ସାରିଥିଲା।ବିବାହ ବି ହୋଇ ସାରିଥିଲା।

ମାଙ୍କ ର ଅବସର।ତେବେ ମା ଧୀରେ ଧୀରେ ଦୁର୍ବଳ ହେବା ରେ ଲାଗିଲେ।ମା ଙ୍କ ର ସ୍ୱର ଧୀରେ ଧୀରେ ଅସ୍ପଷ୍ଟ ହୋଇ ଆସୁଥିଲା।ବେଳେ ବେଳେ ଉଚ୍ଚ ରକ୍ତ ଚାପ ପାଇଁ ଟଳି ପଡୁଥିଲେ ତ ବେଳେ ବେଳେ ଜ୍ଵର ଭର୍ତ୍ତି ହୋଇଯାଉଥିଲା ଦେହ ରେ।କିଛି ଖାଇବାକୁ ଇଛା କରୁ ନଥିଲେ।କିଛି ଦିନ ହସ୍ପିଟାଲ ରେ ରହିବା ପରେ ।ସେ ସାନ ଝିଅ ଙ୍କ ଘରେ ରହିଲେ ।ସାନ ଝିଅ ନିଜେ ତାଙ୍କର ସେବା କରିଲେ।

ଝିଅ ଟି ହସ୍ପିଟାଲ ରେ ସ୍ଥିର ହୋଇ ବସିପାରୁନଥିଲା।ଭିତରେ ଭିତରେ ଆକ୍ତମାକ୍ତ ହୋଇ ପଡୁଥିଲା ଯନ୍ତ୍ରଣା ରେ।ଛାତ ଉପରେ ଏକୁଟିଆ ବସି ଆକାଶ କୁ ଅନାଇ ରହୁଥିଲା ଘଣ୍ଟା ଘଣ୍ଟା କାଳ, ବିକଳ ହୋଇ।କେତେ ବେଳେ ପ୍ରେସକ୍ରିପସନ ଅଣ୍ଡାଳୁଥିଲା ତ କେତେବେଳେ ଔଷଧ ଇଞ୍ଜେକ୍ସନ ପାକେଟ ଘାଣ୍ଟୁ ଥିଲା।

କିଛି ଦିନ ହବ ରୋଗିଣୀ ମା ହସ୍ପିଟାଲ ରୁ ଫେରିଛନ୍ତି।ସବୁଦିନ ଭଳି ଝିଅ ଟି ଅଫିସ ରୁ ଘରକୁ ଫେରି ଆସିଲା।ମୁଁହ ରେ ଶୁଖିଲା ହସ ଫୁଟାଇ ମା ଙ୍କ ପାଖରେ ବସି ପଡ଼ିଲା।ଛୋଟ ପିଲା ଙ୍କ ମଥା ଆଉଁଶି ଦେଲା ପରି ଝିଅ ଟି ମା ର ମଥା କୁ ଆଉଁଶି ଦେଉଥିଲା ଧୀରେ ଧୀରେ।ମା ର ଗୋଡ ଆଉ ହାତ କୁ ଆସ୍ତେ ଆସ୍ତେ ଚାପି ଦେଉଥିଲା ମା ଙ୍କୁ ଆରାମ ଲାଗିବ ବୋଲି।

ସ୍ୱାମୀ କିଛି ଦିନ ପାଇଁ ଛୁଟି ରେ ଆସିଛନ୍ତି ଏବେ।ସ୍ୱାମୀ କ୍ଷୀର ଗିଲାସେ ଆଣି ଆସିଲେ- ମା ଙ୍କୁ ଏତକ ପିଆଇଦିଆ ତ।ମୁଁ ଯେବେ ଠାରୁ ଆସିଲିଣି କିଛି ଖାଉ ନାହାନ୍ତି ସେ,ଠେଲି ଦେଉଛନ୍ତି ସବୁ,ଜିଦ କରୁଛନ୍ତି।ଏବେ ଝିଅ ର ପାଳି।ହାତରେ ଗ୍ଲାସ ଧରି ମା ଙ୍କ ର ଓଠରେ ଛୁଆଇଁ ଝିଅଟି ନେହୁରା ହେଉଥିଲା-ଏଇତକ ସାରିଦିଅ ମୋ ମା ମା ଟା ପରା।ମା ମୁହଁ ବୁଲାଇ ନେଲେ ବିରକ୍ତି ରେ।ଝିଅ ଥରୁଥିଲା ଲୁହ ଆଉ କୋହ ରେ ଆଷାଢ଼ ହୋଇ।ସେ ଲୋଚାକୋଚା ହୋଇଯାଉଥିଲା ଭିତରେ ଭିତରେ।ହାତରେ ଧରିଥିବା କ୍ଷୀର ଗ୍ଲାସଟିକୁ ପୁଣି ଥରେ ମା ଙ୍କ ର ଓଠ ପାଖ କୁ ନେଇ ନିଜର ବାମ ହାତ ରେ

ମା ଙ୍କ ର ମଥା ର ଅଲରା ପାଚିଲା କେଶ କୁ ଯତ୍ନ ରେ ସଜାଡି ଦେଉଥିଲା।

କିଛି ନିସ୍ତେଜପଣ,କିଛିଟା ଯନ୍ତ୍ରଣା ର ପ୍ରକୋପ,କିଛି ଅବସନ୍ନତା ଆଉ କିଛି ବିସ୍ମରଣ ଜନିତ ଅସ୍ୱସ୍ତି ରେ କ୍ଲାନ୍ତ ହୋଇପଡୁଥିଲେ ମା,"ତୁମେ କିଏ? ମୁଁ ତୁମ ମାନ ଙ୍କ କଥା ମାନିବିନି।" ଏବେ ଝିଅ ଟି ନିଜେ ହିଁ ଶାଙ୍କୁଡ଼ି ଯାଉଥିଲା,ତାର ଛାତି ରୁନ୍ଧି ହୋଇଯାଉଥିଲା,ଗଳା ବସିଯାଉଥିଲା।ସ୍ୱାମୀ ଫଳରସ ଗ୍ଲାସ ଧରି ଠିଆ ହୋଇଥିଲେ ମୂର୍ତ୍ତି ଟେ ପରି।ଏଥରକ ମା ଙ୍କ ର ଆହୁରି ପାଖ କୁ ଘୁଞ୍ଚି ଗଲା ପୁଅଟି।ଗୋଟିଏ ହାତ ରେ ମା ଙ୍କ ର ଅଲରା ପାଚିଲା କେଶ କୁ ସଜାଡୁ ସଜାଡୁ ଆର ହାତରେ ମା ଙ୍କ ର ଦୁର୍ବଳ ଶିରାଳ ପାପୁଲି କୁ ନିଜ ଗାଲ ରେ ଘଷୁ ଥିଲା ଝିଅ।ଓଦା ଓଦା ସ୍ୱର ରେ ରହି ରହି କହୁଥିଲା,"ମୁଁ ପରା ତୁମର ସେହି ମା"ଯାହା ପାଇଁ ତୁମେ ଦିନେ ବହୁତ ବ୍ୟସ୍ତ ହୋଇ ଯାଉଥିଲ,ଆଜି ତାହାରି ପ୍ରତିଶୋଧ ନେଉଛ।ମୁଁ କ୍ଷମା ମାଗୁଛି।ଏବେ ଏଇତକ ସାରିଦିଅ ।"ମୋ ମା ଟା ପରା "ଏଇତକ ସାରିଦିଅ।

ମା ଦୋ ଦୋ ଚିହ୍ନା ଆଖିରେ ଜୁଳୁ ଜୁଳୁ ଚାହିଁ ରହିଥିଲେ ଝିଅକୁ। ଝିଅର ଦୁଇ ଆଖିରୁ ବଡ ବଡ ଲୁହ ଥୋପା ଖସି ପଡୁଥିଲା। ତା ଦେହରେ ସବୁତକ ଶିରାପ୍ରଶିରା ଯେପରି ଦୁହିଁ ହୋଇଯାଉଥିଲା। ସେମିତି ଠିଆହୋଇ ମା ଙ୍କ ର ପାପୁଲି କୁ ନିଜ ଗାଲରେ ଚାପି ଧରି ତାଙ୍କର ଆଖି କୁ ଚାହିଁ ରହିଥିଲା ଝିଅ ଟି।କିଛି କ୍ଷଣ ପରେ ହୁଇଲ ଚେୟାର ରେ ବସି ରହିଥିବା ମା ମଣିଷଟି ନିଜର ମଥା ଆଉଜାଇ ଦେଲେ ସାନ ଝିଅ ର ଛାତି ରେ ନୀରବରେ । ଝିଅ ଟି ମା କୁ କୋଳେଇ ନେଲା ବେଳେ ତା ମନ ଭିତ ରେ ମା ର ସେହି ସଂଳାପ "ମୋ ମା ଟା ପରା" ଜାଗି ଉଠିଥିଲା।କେତେ ଶକ୍ତି ଅଛି ଏହି ସଂଳାପ ରେ!

ପ୍ରକାଶ ସାହୁ


Rate this content
Log in

Similar oriya story from Inspirational