Satyabati Swain

Inspirational

3  

Satyabati Swain

Inspirational

ମୋ ଭାଗ୍ୟ

ମୋ ଭାଗ୍ୟ

3 mins
485


ସମସ୍ତଙ୍କ ପ୍ରାଣରେ ଭୟ।ସବୁରି ହୃଦୟେ ଆ ହା।ଗଲା ଯା..ଏଥରକ ଆଉ ଜଣେ।କି ଯନ୍ତ୍ରଣା ଦେବେ!!କେମିତି କଲବଲ କରିବେ!!ମାରି ଦେଲେ ତ ଭଲ କିନ୍ତୁ ଯେଉଁ ଛଟ ପଟ କରିବେ।ଓଃ କି ଅସହ୍ୟ ହେବ ସେ କଷ୍ଟ!!ସମବେତ ସମ ବେଦନା କୋଣେ ନୁ କୋଣେ ମୋ ପାଇଁ।

ମୋର କିନ୍ତୁ ରକ୍ତ ଜଳୁଥିଲା ହୁ ହୁ। ହୃଦୟରେ ହିମାଳୟ ପରି ଆକାଶ ଛୁଆଁ ସାହସ।ମନରେ ମାଟିର ଧୈର୍ଯ୍ଯ ।ପ୍ରାଣରେ କର୍ତ୍ତବ୍ୟର ଅଫୁରନ୍ତ ପ୍ରଶାନ୍ତ ମହାସଗାରର ପୂର୍ଣ୍ଣିମା ଜୁଆର ଲହଡି ଭାଙ୍ଗୁଥିଲେ ମୋ ବର୍ତ୍ତମାନ ସମୟ ବେଳା ଭୂମିପରେ।ମୁଁ ନିଜକୁ କରି ନେଇଥିଲି ନିର୍ଜୀବ,ନିର୍ବାକ ।

ମୋ ଆଖିରେ ପଟି। ଅନ୍ଧାର ସୁଡଙ୍ଗ ଭିତରେ ଗଳି ପଡୁଥିଲି ମୁଁ।ଜାଣି ପାରୁ ନଥିଲି କୁଆଡେ ଯାଉଛି।

ବନ୍ଧ ଆଖି ଭିତରେ ଦେଖି ପାରୁଥିଲି କିନ୍ତୁ ଛାତିକୁ ଥରାଇଦେଲା ଭଳି ଗାଢ଼ ଅନ୍ଧାର।କେବଳ ଅନ୍ଧାର।ଟାଣି ଟାଣି ନେଇଥିଲେ ସେମାନେ।ମାରୁ ଥିଲେ ନିଷ୍ଠୁର ଭାବେ।କିନ୍ତୁ ମରିବାକୁ ଦେଉ ନଥିଲେ।

ଉପରୁ ତଳକୁ ଖସି ପଡୁଥିବା ବେଳେ ଭାବି ନଥିଲି ଯେଉଁ ମାଟି ମୋ ପାଦ ଛୁଇଁବ ସେଇଟି ମୋ ମା ନଥିବ।ନଥିବ ସେଥିରେ ବାତ୍ସଲ୍ୟ ମମତା,ଆଦର, ସୁଆଗ।ଆହା ଲୋ ମୋ ଧନ, ରାଜା ,ସୁନା କହି କୋଳେଇ ନେବା ପରିବର୍ତ୍ତେ ମାର ଶାଳାକୁ,ଛାଡନି କୁତାକୁ ଶୁଭିଲା ମୋତେ ।

ମୁଁ ବୁଝିଗଲି ଇଏ ମୋ ମା ମାଟି ନୁହେଁ ସେଇ ଯାହା ପାଇଁ ମୋ ରକ୍ତରେ ନିଆଁ।ଭୟ ପରିବର୍ତ୍ତେ ମୋ ଭିତରେ ଶହେ କୋଡିଏ କୋଟି ସିଂହର ବଳ,ତାକତ ଭର୍ତ୍ତି ହୋଇଗଲା ଯେପରି।ମୋତେ ଲାଗିଲା ମୋ ଭିତରେ ଶହେ କୋଡିଏ କୋଟି ଶରୀର,ଶକ୍ତି,କର୍ତ୍ତବ୍ୟ, ଆଶା,ସ୍ବପ୍ନ ଓ ଶପଥ ସତେକି ମିଶି ଯାଉଛି।

ମୁଁ ଉତ୍ଫୁଳିତ ହୋଇ ଉଠିଲି କୋଟି ଆବେଗରେ।ଚଉଡା ହୋଇଗଲା ମୋ ଛାତି ଅମାପ । ନିଃଶ୍ୱାସ, ବିଶ୍ୱାସ,ଭରସା ମୋତେ ଯେପରି କହିଲେ ଡର ନା ଆମେ ଅଛୁ ତୋ ଭିତରେ।ତୁ ଗୋଟିଏ ଅଗ୍ନି ପିଣ୍ଡ।ତୁ କୋଟି କୋଟି ହୃଦୟର ପ୍ରତିନିଧି, ପ୍ରାଣ, ପଣ, ଶିର, ଶରୀର ଓ ସମ୍ମାନ। କୋଟି କୋଟି ଆଶୀର୍ବାଦ,ଶୁଭେଚ୍ଛା ତୋ ଉପରେ।

ମୁଁ ହୋଇଗଲି ବେଶ ମଜଭୁତ,ଦୃଢ଼ ପାହାଡ଼ ସଦୃଶ୍ୟ । ଯେତେ ଯାତନା ଦେଲେ ବି ମୁହଁ ଖୋଲିଲି ନାହିଁ।ଯାହା ପଛେ ହୋଇଯାଉ ମୁଁ ନୀରବ ରହିବି।ଶପଥ ନେଲି ନିଜ ସହକଥା ହୋଇ। ହୋଇ ହୋଇ କଣ ଗୋଟେ ହେବ!!ମରଣ ତ।ଆରେ ସେ ବା ମୋ ପ୍ରେମିକା । ମୁଁ ତାକୁ ତ ପ୍ରାଣ ଭରି ଭଲ ପାଏ!!! ତେବେ ପ୍ରେମିକା ସହ ମରିବା କେତେ ଜଣ ଭାଗ୍ୟରେ ଜୁଟେ!!!ଏଣୁ ମୁଁ ବିଭୋର ହୋଇଗଲି ମୋ ପ୍ରେମିକା ପ୍ରେମରେ।

ମୋତେ ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଘନ ଘନ ସ୍ଥାନାନ୍ତର କରାଯାଉଥିଲା ନ ଦେଖିଲେ ବି ଅନୁଭବ କରୁଥିଲି।ଷଡ଼ଯନ୍ତ୍ର ର ଗନ୍ଧ ବାରି ପାରୁଥିଲି ମୁଁ।

ଏତିକି ବେଳେ ମରଣ ଟି ମୋତେ କାହିଁକି କେଜାଣି ଭାରି ଲୋଭନୀୟ ଲାଗିଲା।ମୁଁ ବୁଝି ଯାଇଥିଲି ମୋ ସଙ୍ଗେ ମରଣ ହାତକୁ ଯୋଡିବା ପାଇଁ ଟିକେ ବି ସମୟ ଲାଗିବ ନାହିଁ।କେତେବେଳେ ବି ଏଇ ଅଯାଚିତ ଅତିଥିଟି ମୋ ଜୀବନକୁ ଧସେଇ ପଶି ଆସିବ।ଯେ କୌଣସି ମୁହୂର୍ତ୍ତରେ ବି ଏମାନେ ମୋତେ ମାରି ପାରନ୍ତି। ସବୁ ଜାଣି ବି ମୋତେ ଦୁଃଖ ପରିବର୍ତ୍ତେ ଖୁସି ବହୁତ ଲାଗୁଥିଲା।ମୋତେ ଲାଗିଲା ମୁଁ ଗୋଟିଏ ରାଜା।ମରଣ ମୁକୁଟ ପିନ୍ଧିଛି।ଓଃ ରାଜା!!!ମରଣ ପ୍ରେମିକ!!!

ବହୁ ସମୟ ଧରି ଚୁପଚାପ ସେମାନେ ବିଚାର ବିମର୍ଷ କରୁଥିଲେ।ଘଡି ଘଡି ଫୋନ୍ ବି ଆସୁଥିଲା ସେମାନଙ୍କ ପାଖକୁ। ସେମାନେ କଥା ହେଉଥିବାର ଶୁଣିଲି ମୋତେ କୁଆଡେ ଛାଡ଼ି ଦେବେ!!! ବିସ୍ମୟ ନୁହେଁ ମୋର ବିଶ୍ୱାସ ଥିଲା ମୋ ମାଟି ଉପରେ.।ମାଟିର ମଣିଷ ଉପରେ।ଶହେ କୋଟି ଲୋକଙ୍କ ଆଶୀର୍ବାଦ ଉପରେ।

ଆଃ...ମୁଁ ଆତ୍ମହରା ହୋଇ ଅପେକ୍ଷା କଲି ସେଇ ମୁହୂର୍ତ୍ତକୁ ଯେତେବେଳେ ମୋ ପାଦ ଛୁଇଁବ ପବିତ୍ର ମାଟି; ମୋ ମା ର କଅଁଳ,ଅମୃତ ଛାତି ....ଦେଖିବ ତା ଆଖିର ଆନନ୍ଦ।ପିଇବ ତା ଖୁସିର ପ୍ରଗଳ୍ଭତା।ଆଉ ନିଃଶ୍ବାସ ନେବି ମୋ ମା ଖୋଲା ପବନ,ଆଘ୍ରାଣ କରିବ ସେଇ ପବନରେ ଥିବା ସେହ୍ନ,ଶ୍ରଦ୍ଧା,ବିଶ୍ୱାସ ଓ ବାସ୍ନା।

ଲୋଟି ପଡିବି,ଗଡିଯିବି ତା ବିଶାଳ ମମତାମୟୀ ଛାତିରେ।ରେ ସମୟ! ଶୀଘ୍ର ଶୀଘ୍ର ଦୌଡୁ।ମୁଁ ଯେ ଆଉ ଅପେକ୍ଷା କରି ପାରୁନି।ମୋ ମା ବା ମୋତେ ଡାକୁଛି ତୁ ଏତେ ଧୀରେ ଧୀରେ ଚାଲୁଛୁ କାଇଁକି ରେ ସମୟ?? ଘଣ୍ଟା ଚାଲୁଥିଲା ମୋ ପାଇଁ ସତେକି ଶୁକ୍ରବାର ଧିମେଇଁ ଧିମେଇଁ।ସକାଳୁ ପହଞ୍ଚେଇବା କଣ୍ଟ ଦେଇ ରାତି କରିଦେଲେ ।

କିନ୍ତୁ ଦେଖନ୍ତୁ ତ କେମିତି ସମସ୍ତଙ୍କ ଆଶଙ୍କା କଳ୍ପନା ଜଳ୍ପନାର ଅନ୍ତ ଘଟାଇ,ମିଥ୍ୟା ସାବ୍ୟସ୍ତ କରି ମୋ " ଭାଗ୍ୟ "ମୋତେ ଫେରାଇ ଦେଇଛି ମୋ ମାଟି ମା।ଦେଖ ମୁଁ 'ଅଭିନନ୍ଦନ' ଆଜି ଠିଆ ମୋ ମାଟି ବୁକୁରେ ।ନିଃଶ୍ୱାସ ନେଉଛି ମୋ ମାମାର ଖୋଲା ପବନରେ।ଖୁସିରେ ବୋଳି ହେଉଛି ଦେହରେ ମାଟିର ମୁଠିଏ ଧୂଳି..।

ଆଃ ମୁକ୍ତିର କି ଆନନ୍ଦ!!!

ହେ ମୋ ଭାରତ ଭୂଇଁ !ମୋ ମା ତୋତେ କୋଟି କୋଟି ପ୍ରଣାମ ।

ସତ୍ୟବତୀ ସ୍ବାଇ ମୀନୁ, ବାଲିକୁଦା,ଜଗତସିଂହପୁର


Rate this content
Log in

Similar oriya story from Inspirational