Sucharita Sena

Inspirational

4  

Sucharita Sena

Inspirational

ମଣିଷ ପଣିଆ

ମଣିଷ ପଣିଆ

10 mins
251


ଭୁବନେଶ୍ୱରର ସେଇ ତିନି ମହଲା କୋଠା | ନୂଆ ନୁହେଁ, କେବଳ ରଙ୍ଗରେ ରଙ୍ଗରେ ନିଜର ସୁନ୍ଦରତାକୁ ବଜାଇ ରଖିବାକୁ ଚେଷ୍ଟା କରି ଚାଲିଛି | "ସୁନୀଲ" ର ରହଣି ଦୁଇ ବର୍ଷ ହୋଇଗଲା ସବା ଉପର ମହଲାର ସେ ପଶ୍ଚିମପଟ ଘରେ | ଯାହାର ରୋଷେଇ ଘର ଓ ଶୋଇବା ଘରର ଝରକା ଖୋଲେ ପଶ୍ଚିମ ପଟକୁ | ଝରକା ଦେଇ ଚାହିଁଲେ ଆଖିରେ ପଡେ ଅନତି ଦୂରରେ ଯାଆଁଳା ଭଳି ଦୃଶ୍ୟ ହେଉଥିବା ଚାରି ମହଲା ବିଶିଷ୍ଟ ଦୁଇଟି କୋଠାଘର | କେବଳ ଫରକ ଯାହା ରଙ୍ଗର | ଜଣେ ହଳଦୀ ଓ ଅନ୍ୟଟି ଇଷିତ ଧୂସର | ହଳଦୀ ରଙ୍ଗର ସେ ଚାରିତାଲା ଘର ଠାରୁ ଧୂସର ରଙ୍ଗର ଘର ଉପରେ ବେଶୀ ନଜର ପଡେ ସୁନୀଲର | ହଁ ଆପଣ ଭାବି ପାରନ୍ତି କିଛି ବିଶେଷ କାରଣ ଥାଇ ପାରେ |ହଁ ଅଛି | ଧୂସର ରଙ୍ଗର ସେ ଚାରି ମହଲାର ଝରକା ଓ ବାଲକୋନୀ ଅନେକ ସମୟରେ ଖୋଲା ରୁହେ | ସେଠାରେ ରହୁଥିବା କୌଣସି ଲୋକ ବାଲକୋନୀ କୁ ଆସିଲେ ବି ସୁନୀଲ ଦେଖିପାରେ |

ନିଜ ଘରଠାରୁ କୋଷ କୋଷ ଦୂରରେ, ଓ ଏକା ରହି ଥିବାରୁ ନିଜ ଭିତରେ କିପରି ଖାଲିପଣ ସୃଷ୍ଟି ହୁଏ ସୁନୀଲ ର | ତେଣୁ ଘରେ ରହୁଥିବା ସମୟରେ ବାହରକୁ ଚାହିଁ ରହି ସମୟ ଅତିବାହିତ କରିବାକୁ ତାକୁ ଭଲ ଲାଗେ | ଖରା, ବର୍ଷା ଓ ଶୀତ ଗୋଟେ ପରେ ଗୋଟେ ତା ଆଖି ସାମ୍ନାରେ ଅତିବାହିତ ହୋଇ ଚାଲିଛି | ବର୍ତ୍ତମାନ ଟିକେ ଟିକେ ଶୀତ ପଡି ଆସିଲାଣି | ଅନ୍ୟ ଦିନ ଗୁଡିକ ତୁଳନାରେ ସଂନ୍ଧ୍ୟାର ଆଗମନ ଚଞ୍ଚଳ | ଧୋବ ଫର ଫର କପଡା ପିନ୍ଧିଲା ଭଳି କୁହୁଡି ଜମି ଆସେ ଚାରି ଦିଗରୁ | ସତେକି ଏ ଦିନଗୁଡିକରେ ରବିଙ୍କୁ ଶୀତ ଲାଗେ ଓ ନିଜକୁ ଲୁଚାଇ ନିଅନ୍ତି କମ୍ବଳ ଭିତରେ | ନହେଲେ ଏତେ ଜଲ୍ଦି କାଇଁକି ଘର ବାହୁଡ଼ିବାକୁ ? | ସବୁଦିନ ଭଳି ଆଜି ମଧ୍ୟ୍ୟ ସଂନ୍ଧ୍ୟାହେବା ପୂର୍ବରୁ ଗୋଟେ ଚୌକି ପକାଇ ସୁନୀଲ ଝରକା ପାଖରେ ବସିଗଲା | ମୁହଁର ଥୋଡୀକୁ ନିଜ ବାହୁ ରେ ଧୀରେକି ରଖି ଚାହିଁ ରହିଲା ବାହରକୁ | ଖରା, ଶୀତ ଓ ବର୍ଷା ରେ ପ୍ରକୃତିର ରୂପ ନିଆରା ନିଆରା ଥିଲେବି, ସେ ସବୁ ରୂପକୁ ଅପଲକ ନୟନରେ ଚାହିଁ ରୁହେ | ଓ ତାର ଆନନ୍ଦ ଉଠାଏ |

ହଟାତ ତାର ନଜର ପଡିଲା ସେ ଧୂସର ରଙ୍ଗର ଚାରି ମହଲା କୋଠା ଉପରେ | ତିନି ମହଲାର ଗୋଟେ ବାଲକୋନୀର ଦୃଶ୍ୟ କିଛି ଅଲଗା ଥିଲା | ମହିଳା ଜଣେ ବାଲକୋନୀ ବାହାରକୁ ଗୋଡ ବଢା଼ଉଥାନ୍ତି | ସୁନୀଲ କିଛି ବୁଝି ପାରିଲା ନାହିଁ | ନିରେଖି ଚାହିଁଲା | କଣ କିଏ ଜାଣିକି ଏପରି କରୁଛି ? | ଗୋଟେ ଗୋଡ ବାହରକୁ କରିବା ପରେ, ଅନ୍ୟ ଗୋଡ଼କୁ ବି ବାହର କରିବାକୁ ଚେଷ୍ଟା ଜାରି ରଖିଥାଏ | ସୁନୀଲ ଭଲସେ ଚାହିଁଲା ଏ କାମ ଯଦି ଛୋଟ ପିଲାଟି କରୁଥାନ୍ତା, ମନକୁ ଆସିଥାନ୍ତା ଅଭିଭାବକଙ୍କ ଦାୟିତ୍ୱହୀନତା ଓ ପିଲାଟିର ପିଲାଳିଆମୀ ଯୋଗୁ କରୁଛି | ଅଥବା ଯୁବକ ହୋଇଥିଲେ ମନଙ୍କୁ ଆସିଥାନ୍ତା କିଶ୍ବର ବୟସର ଉନ୍ମାଦନା, ଯାହା ପାହାଡ ଲଙ୍ଘିବାକୁ ବି ଇଛା ହୁଏ | କିନ୍ତୁ ଏଠାରେ ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ | ଜଣେ ମହିଳା, ଯିଏ ପାରିଧ୍ୟାନ କରିଛି ଶାଢ଼ୀ, ସେ କାହିଁକି ଏତେ କଷ୍ଟ କରି ବାଲକୋନୀ ରୁ ଡେଇଁବାକୁ ଚେଷ୍ଟା କରୁଛି | ଏତେ ଉଞ୍ଚତାରୁ ପଡିଲେ କେହି କଣ ବଞ୍ଚି ପାରିବ | ଯଦିବି ବଞ୍ଚିଲା ହୋଇପାରେ ଶରୀରର କୌଣସି ଅଙ୍ଗ ହରାଇ ସାରା ଜୀବନ ପଡିରହିବ କାଠଗଡ଼ ପରି | ସୁନୀଲ ସ୍ଥିର ହୋଇ ଆଉ ବସି ଦେଖିପାରୁ ନାଥାଏ ସେ ଦୃଶ୍ୟକୁ | ନିଶ୍ଚୟ ମହିଳା ଜଣଙ୍କ ଆତ୍ମହତ୍ୟାର ଉଦ୍ୟମ କରୁଛି | କଣ କରିବ ଦୌଡ଼ିକି ସେପର୍ଯ୍ୟନ୍ତ ଗଲେ ମଧ୍ୟ୍ୟ ବିଳମ୍ବ ଘଟି ସାରିଥିବ | ସୁନୀଲର ମନେ ପଡିଲା ପାଖରେ ଥିବା ହଳଦିଆ କୋଠାରେ ତାର ଜଣେ ସାଙ୍ଗ ରହୁଛି | ତାକୁ ଫୋନ କଲେ ସେ ଦୌଡ଼ି ଯାଇ ୱାଚମ୍ୟାନ କୁ କହି ପାରିବ | ସୁନୀଲ ଵ୍ୟସ୍ତ ଓ ବିବ୍ରତ ଭିତରେ ନିଜ ଫୋନ କୁ ଖୋଜୁଥାଏ | ପାଇବା ପରେ ପୁନଃ ଝରକା ପାଖକୁ ଦୌଡ଼ି ଆସିଲା | ସାଙ୍ଗ ନମ୍ବର କୁ ଖୋଜିବା ସମୟରେ ତା ନଜରକୁ ଆସିଲା ଆଉ କିଛି ଦୃଶ୍ୟ |

ବାଲକୋନୀର ସେ ମହିଳାକୁ ଜଣେ ପୁରୁଷ ଜୋର କରି ଟାଣି ନେଇଗଲା | ସୁନୀଲ ଦୀର୍ଘ ନିଃଶ୍ୱାସ ନେଲା | ପୁରୁଷ ଜଣଙ୍କ ଦୁଇ ଚାରି ଚାପୁଡ଼ା ମାରି ଭିତରକୁ ଟାଣି ଟାଣି ନେଇଗଲେ ମହିଳାଙ୍କୁ | ମହିଳାଙ୍କ ଉପରେ ମାଡ ବସୁଥିବାର ଦେଖି ସୁନୀଲ ବି କିଛି ମାତ୍ରାରେ ଶାନ୍ତି ଅନୁଭବ କଲା |

ଏପରି କେଉଁ ଘର ନାହିଁ ଯେଉଁଠି କଳିନାହିଁ, କିନ୍ତୁ ଜୀବନ ହାରିବା ନିଷ୍ପତ୍ତି କେବଳ ଭୀରୁ ବ୍ୟକ୍ତି ହିଁ ନେଇଥାଏ | ସବୁ ସମସ୍ୟାର ସମାଧାନ ଅଛି କିନ୍ତୁ ଆମକୁ ବାଟ ଖୋଜିବାକୁ ପଡିବ | ଜୀବନ ତ ଇଶ୍ୱରଦତ୍ତ | ତାକୁ ଏଭଳି ଭାବରେ ନଷ୍ଟ କରିବାକୁ କିଏ ଦେଇଛି ଅଧିକାର | ସୁନୀଲ ର ଖୁବ୍ ରାଗ ଆସୁଥିଲା ସେ ମହିଳା ଉପରେ | ଯାହା ହେଉ ଠିକି ସମୟରେ ସେ ପୁରୁଷ ଜଣଙ୍କ ଜୀବନ ବଞ୍ଚାଇ ଦେଇଛି ସେ ନାରୀ ର | ସୁନୀଲ ଏବେ ଝରକା ପାଖରେ ବସିବାକୁ, ସଂନ୍ଧ୍ୟା ଯାଏ ଅପେକ୍ଷା କରୁନି | ଯେତବଳେ ବି ସମୟ ମିଳୁଛି ଆସି ଦେଖି ଯାଏ ସେ ବାଲକୋନୀକୁ | ସେ ଘଟଣା ବିତିଵାକୁ ଗୋଟେ ସପ୍ତାହ ହୋଇ ଗଲାଣି | ଏଇ ସପ୍ତାହ ଭିତରେ ଥରେ ଟିଏ ବି ସେ ମହିଳା ଜଣଙ୍କ ବାଲକୋନୀକୁ ଆସିବାର ଦେଖିନି ସୁନୀଲ | ତା ସ୍ୱାମି ନିଶ୍ଚୟ ବାରଣ କରିଥିବ ସେ ବାଲକୋନୀ କୁ ଯିବାକୁ | ଯିଏ ଥରେ ଚେଷ୍ଟା କରିଛି ନିଜ ଜୀବନନେବାକୁ ଆଉ ସେ କାମରେ ପରାଜୟ ଭୋଗିଛି, ଆଉ ଥରେ ଚେଷ୍ଟା କରିବନି ବୋଲି କିଏ କହିବ |

ଏହି ଭିତରେ ପନ୍ଦରଦିନ କଟି ସାରିଥିଲା | ସେଦିନ ସଂନ୍ଧ୍ୟାରେ ସୁନୀଲ ପୁନଃ ସେ ମହିଳାକୁ ବାଲକୋନୀରେ ଦେଖିଲା | ସୁନୀଲ କୁ ଲାଗିଲା ସତେ ଯେପରି ସେ ଏକା ଲୟରେ ତାରି ଆଡକୁ ଚାହିଁଛି | ନିଶ୍ଚଳ, ଶାନ୍ତ ଓ ଚୁପ | ସଂନ୍ଧ୍ୟା ଯାଇ ରାତି ଘନେଇ ଆସୁଥାଏ | ଚାରିପଟରୁ ଘଣ୍ଟି ଓ ଶଙ୍ଖର ଶବ୍ଦ ଶୁଭୁଥାଏ | କିନ୍ତୁ ମହିଳା ଜଣକ ସେପରି ଶାନ୍ତ | ପବନରେ ଉଠୁଥିବା ତାର ସେ କେଶରାଶିକୁବି ଠିକୁ କରୁନଥାଏ | ଯେହେତୁ ସେ ବାଲକୋନୀର ଆଲୋକ ବନ୍ଦ ଥିଲା ସୁନୀଲ ଆଗକୁ କଣ ଘଟୁଥିଲା ତାପ୍ରତି ଅଜ୍ଞ ଥିଲା | ରାତି ଆଠଟା ପରେ ସେ ବାଲକୋନୀର ଆଲୋକ ଜଳି ଉଠିଲା | ସୁନୀଲ ସେହିଠାରେ ଥିଲା ସେ ଚାହିଁ ଦେଖିଲା ବାଲକୋନୀ ଶୂନ୍ୟ ଥିଲା | ଏତେ ଉଦାସୀନତା କଣ ପାଇଁ? ବଂଚିବାର ଇଛା କଣ ପାଇଁ ନାହିଁ? କଣ ପାଇଁ ଏତେ ନିଶ୍ଚଳ ସେ ମହିଳା ?| ଏପରି ଅନେକ ପ୍ରଶ୍ନ ଉଙ୍କିମାରୁଥାଏ ସୁନୀଲ ମନରେ | ସେ ପିଲାଟି ବେଳୁ ଏପରି,ସବୁ କଥାକୁ ଜାଣିବାର ଆଗ୍ରହ | ନଜାଣିବା ପର୍ଯ୍ୟନ୍ତ ଚୁପ ହୋଇ ବସି ପାରିବନି ଗୋଟେ ଯାଗାରେ | କିଛିଦିନ ହେଲାଣି ସେ ମହିଳା ରୀତିମତ ବାଲକୋନୀକି ଆସୁଛି | କିନ୍ତୁ ତା ବ୍ୟବହାର ଅଥବା କାର୍ଯ୍ୟକଲାପରେ କୌଣସି ପରିବର୍ତ୍ତନ ପାରିଲିକ୍ଷିତ ହେଉନି | ସୁନୀଲ ଆଉ ନିଜକୁ ସେ ଝରକା ପାଖରେ ରଖି କାଳ୍ପନିକ କାହାଣୀ ବନାଇବାକୁ ଚାହୁଁ ନଥିଲା ସେ ମହିଳା ବାବଦରେ | ମହିଳା ବିଷୟରେ ସତ୍ୟାସତ ଜାଣିବାକୁ ଚେଷ୍ଟା ଆରମ୍ଭ କଲା | ସୁନୀଲ ଆଗରେ ସେ ଧୂସରରଙ୍ଗର ଚାରିମହଲା କୋଠା ଥିଲା, ଯାହାକୁ ସେ ଝରକା ପଟରେ ଦେଖୁଥିଲା | ୱାଚମ୍ୟାନ ଆସି ପଚାରି ବସିଲା " ବାବୁ କେଉଁ ବ୍ଲକକୁ ଯିବେ " | ସୁନୀଲ ଟିକେ ଗମ୍ଭୀର ଭାବରେ କହିଲା " ଏଠାରେ ଘର ଖାଲି ଅଛି " | ୱାଚମ୍ୟାନ କଥା ପୁରଣ ହେବାକୁ ଦେଲାନି, ସୁନୀଲ କଥାକୁ ଅଧାରୁ ଅଟକାଇ ପଚାରିଲା " କଣ ଘର ଭଡା ଦରକାର? " |

ସୁନୀଲ ପୁନଃ କହିଲା " ନାଇଁ ନାଇଁ ଘର କିଣିବି "? |

ଏଥର ୱାଚମ୍ୟାନ ର ମୁଖମଣ୍ଡଳ ବଦଳି ଗଲା | ସେ ଧୀରେକି କହିଲା " ଆପଣ ଏଠାରେ ଦେଖନ୍ତୁ, ମୋର ବି ବହୁତ ବିଲଡରଙ୍କ ସହ ଚିହ୍ନାଜଣା, କହିବେ ଯଦି ମୁଁ ଆପଣଙ୍କ ପାଇଁ ଭଲଘର ଠିକି କରିଦେବି " | ସୁନୀଲ ଏଥର ହସିକି କହିଲା " ନିଶ୍ଚୟ, ତୁମର ଖର୍ଚ୍ଚପାଣି ରେ ଅଭାବ ହେବନି | ମୋର ଘର ଦରକାର | ଯେଉଁଠାରେ ଭଲ ଲାଗିବା ସେଠି ନେଇ ନେବି " | ଏତିକି କହି ସୁନୀଲ ଖଣ୍ଡେ ଶହେ ଟାଙ୍କିଆ ନୋଟ୍ ଧରାଇ ଦେଲା ୱାଚମ୍ୟାନ ହାତରେ | ଓ ପୁରା ବେଆରୁଆ ଢଙ୍ଗରେ କହିଲା ରଖ ଚାହା ପିଇ ନେବ | ମୁଁ ଟିକେ ଏ ପୁରା ଘର ଚାରି ପଟେ ବୁଲି ଆସେ " | ୱାଚମ୍ୟାନ ଆଜ୍ଞା ଆଜ୍ଞା କହି ହାତ ଦେଖାଇ ଦେଲା | ସୁନୀଲ ଆଗକୁ ବଢିଲା ସମ୍ପୂର୍ଣ୍ଣ ଘର ଚକର କାଟିବା ପରେ ପହଁଚିଲା ସେଇ ବାଲକୋନୀ ଆଗରେ | ବାଲକୋନୀ ରେ ସେ ମହିଳା ଦଣ୍ଡାୟମାନ | ଫରକ ଏତିକି ଥିଲା ତାର ବୟସ ଅତି ବେଶୀରେ କୋଡିଏ କି ବାଇସି ହେବ, ଏହା ଠାରୁ କମ ହେବ ପଛେ ବେଶୀ ନୁହେଁ | ଦୁର୍ବଳ ଶରୀର, ଲମ୍ବା ମୁହଁ , ସରୁ ନାକ ଓ ନାକରେ ଛୋଟ ପଥର ବସା ନାକ ଫୁଲ ବେଶ ମାନୁଥିଲା ତା ମୁହଁକୁ | ରଙ୍ଗ ସଫା ନହେଲେବି କଳାରେ ଯିବନି | ବଡ ବଡ ଆଖି | ସେ ଶୁଖିଲା ଚେହେରାରେ କିଛିତ ଥିଲା ଯାହା ସୁନୀଲକୁ ନିଜର ନିଜର ଲାଗିଲା | କେତେ ସମୟ ଅବା ଚାହିଁ ରହିଥାନ୍ତା ଜଣେ ଅଜଣା ନାରୀକୁ | କାନକୁ ଶୁଣା ଗଲା ଘଣ୍ଟି ଓ ଶଙ୍ଖର ଧ୍ଵନି | ସୁନୀଲ ନିଜକୁ ଫେରି ପାଇଲା | ଓ ଫେରିଆସିଲା ତା ଘରକୁ |

କିଛିଦିନ ଭିତରେ ସୁନୀଲ ସେ ଝିଅ ବାବଦରେ ଅନେକ କିଛି ଜାଣିବାକୁ ପାଇଥିଲା ୱାଚମ୍ୟାନ ଠାରୁ | ଝିଅଟି ର ସ୍ୱାମି ତା ବାପା ବୟସର | ଅନେକ ସମୟରେ ଘରୁ ମାରପିଟିର ଶବ୍ଦ ଶୁଣାଯାଏ | ଝିଅଟିର ବିକଳ କାନ୍ଦଣା ସମସ୍ତେ ଶୁଣନ୍ତି କିନ୍ତୁ ସ୍ୱାମି ସ୍ତ୍ରୀ ଝଗଡା ଭାବି, ନିଜ ନିଜର ବାଟ କାଟନ୍ତି | ସ୍ୱାମି ଭାବରେ ଥିବା ସେ ପୁରୁଷ ଅତ୍ୟନ୍ତ କଳିହୁଡା, ବଦରାଗୀ, ଓ ଘମଂଡୀ ସ୍ୱଭାବର | ଲୋକ ସମ୍ପର୍କ ଶୂନ୍ୟ କହିଲେ ଚଲିବ | କେହି ତା ଘରେ ପାଦ ଥାପନ୍ତି ନାହିଁ | ପ୍ରଥମ ପ୍ରଥମ କିଛି ଲୋକ ଝଗଡା ଓ ଝିଅଟିର କାନ୍ଦ ଶୁଣି କବାଟକୁ ଠକ୍ ଠକ୍ କରିଥିଲେ | କିନ୍ତୁ ସେ ପୁରୁଷ ଲୋକର କର୍କଶ ସ୍ୱର ଓ ତାଛଲ୍ୟ ବାକ୍ୟରେ କେହି ବେଶୀ ସମୟ ଠିଆ ହୋଇ ପାରିଲେ ନାହିଁ |

ସ୍ୱାମୀ ସ୍ତ୍ରୀ ଙ୍କ ଝଗଡ଼ରେ କିଏ ବା କାଇଁ ହସ୍ତକ୍ଷପ କରିବ ଏହାବି ସତ୍ୟ କଥା | କିନ୍ତୁ ଆଶ୍ଚର୍ଯ୍ୟ ହେବାର କଥା ସେ ଝିଅଟି ଯେବେବି ବାଲକୋନୀ ରେ ଠିଆ ହୁଏ ତା ହାତରେ ମୋବାଇଲି ଫୋନ ନାଥାଏ | କେବେବି ସୁନୀଲ ଦେଖିନି | ତା ସ୍ୱାମୀ ବାହାରକୁ ଗଲେ ପଛପଟରୁ ବଡ ତାଲା ଝୁଲାଇ ଦେଇ ଯାଏ | କେବେ ତାଙ୍କ ଘରକୁ ନିଜର ଲୋକ ଆସିବା କେହି କେବେ ଦେଖି ନାହାନ୍ତି | ତାହେଲେ ଝିଅଟି କଣ ବନ୍ଦୀଜୀବନ ଅତି ବହିତ କରୁଛି? |

ସୁନୀଲ ସେଦିନ ସେ ବାଲକୋନୀକୁ ଚାହିଁ ଠିଆ ହୋଇଥାଏ ତଳେ | ବାଲକୋନୀ ରେ ଠିଆ ହୋଇଥିବା ଝିଅଟି ଛୋଟ କାଗଜ ଖଣ୍ଡେ ତଳକୁ ଫୋପାଡ଼ିଲା | ସୁନୀଲ କୁ ଆଙ୍ଗୁଳିରେ ନିର୍ଦ୍ଧେଶ କଲା | ସୁନୀଲ ଟିକେ ଏପଟ ସେପଟ ଦେଖି ଦୌଡ଼ି ଗଲା କାଗଜ ଖଣ୍ଡ ପାଖକୁ, ଝପଟ କରି ଉଠାଇ ଚାଲି ଆସିଲା | ତା ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ | କଣ ଥିବ ସେ କାଗଜ ଖଣ୍ଡରେ | ନିଜ ଘରକୁ ଆସି ଖୋଲି ଦେଖିଲା, ଦୁଇ ପଦ କଥା ଥିଲା " ଦୟାକରି ସାହାଯ୍ୟ କରନ୍ତୁ " |

ସୁନୀଲ ଜାଣି ସାରିଥିଲା ଝିଅଟି ନିଶ୍ଚୟ ପରାଧୀନ | ନିଜ ମନର କଥା କହିବାକୁ ବି ସେ ମଣିଷ ଖୋଜୁଛି | ସବୁ କଥା ନ ଜାଣିଲେ କିପରି ସାହାଯ୍ୟ କରିବ ତାକୁ | ଖଣ୍ଡେ କାଗଜ ଆଣି ଲେଖିବା ଆରମ୍ଭ କଲା ସୁନୀଲ " ଦେଖନ୍ତୁ ମୁଁ ଆପଣଂକୁ ଚିହ୍ନିନି, କିନ୍ତୁ ଯେତିକି ଦେଖିଛି ଭାବୁଛି କିଛି ଅସୁବିଧା ଅଥବା ବିପଦରେ ଅଛନ୍ତି | ମୁଁ ଦୂରରୁ ଅପଣଂକୁ ସବୁ ବେଳେ ଦେଖିପାରେ କିନ୍ତୁ ପାଖକୁ ଯିବା ସମ୍ଭବ ନୁହେଁ | ମୁଁ ଆଜି ଅପଣଂକୁ ଏ ଚିଠି ଦେବି | ଚାରିଦିନ ସମୟ ଦେଉଛି, ଆପଣ ନିଜ ଅସୁବିଧା କଥା ମତେ ଚିଠି ମାଧ୍ୟ୍ୟମରେ ଜଣାଇ ପାରିବେ | ଆପଣ ଧର୍ଯ୍ୟ ରଖନ୍ତୁ ସବୁ କିଛି ଠିକି ହୋଇଯିବ " |

ଚିଠିରେ ପ୍ରେରକ ଅଥବା ପ୍ରାପ୍ତେସୁ ବିଷୟରେ କିଛି ଉଲ୍ଲେଖ କରିନଥିଲା ସୁନୀଲ | କାହା ହାତରେ ପତ୍ରଟି ଲାଗିଲେବି ଧରା ପଡ଼ିବାର ସମ୍ଭାବନା ଶୂନ୍ୟ |ସୁନୀଲ ୟା ଭିତରେ ୱାଚମ୍ୟାନ ସହିତ ଭାବ ବଢ଼ାଇ ସାରିଥାଏ | ବିନା ଦ୍ୱିଧାରେ ଭିତରେ ପ୍ରବେଶ କରିପରୁଥାଏ ସେ | ଆଜି ମୁହଁ ସଞ୍ଜ ଯାଏ ଅପେକ୍ଷା କଲା ସେଠାରେ, ଧୀରେ ଧୀରେ ଚାଲିକି ସେ ବାଲକୋନୀ ତାଳେ ପହଁଚିଲା | ସେ ବାଲକୋନୀ ଟି ପଛ ପଟରେ ଥିବା ହେତୁ ଲୋକ ଗହଳି ନାଥାଏ | କିନ୍ତୁ ମନରେ ଭୟ ବସିଥାଏ ସୁନୀଲର | ଝିଅଟି ସେଇଭଳି ଠିଆ ହୋଇଥାଇ | ସୁନୀଲକୁ ଦେଖି ସତେ ଯେପରି ତା ମୁଖ ରେ ଆଶାର ଆଲୋକ ଖେଳିଗଲା | ତା ଚାହାଁଣୀରେ ଥିଲା ଅନେକ ଅକୁହା କଥା | ସୁନୀଲ ଖଣ୍ଡେ ଗୋଡି ଉଠାଇ ସେ କାଗଜରେ ଗୁଡ଼ାଇ ଉପରକୁ ନିକ୍ଷେପ କଲା | ଝିଅଟି କିଛି ବୁଝିବା ଆଗରୁ ତା ପାଖରେ ଯାଇ ପଡିଲା କାଗଜଟି | ସେ ବି ଝଅଟ୍ କରି ଉଠାଇ ନେଇ ଭିତରକୁ ଚାଲିଗଲା |

ସବୁଦିନ ସୁନୀଲ ନିଜ ଝରକା ପାଖରେ ଚାହିଁରୁହେ ସେ ଝିଅକୁ | ଅନେକ ସମୟରେ ବାଲକୋନୀରେ ଠିଆ ହୋଇଥାଇ ସେ | ସୁନୀଲ ଅପେକ୍ଷା କରିଥିଲା ଠିକ୍ ଚାରି ଦିନ ହେବାକୁ | କଥା ମୁତାବକ ବାହାରି ପଡିଲା | ସେ ଜାଣିଥିଲା ଝିଅଟିର ସ୍ୱାମି କେଉଁ ସମୟରେ ଅନୁପସ୍ଥିତ ରହୁଛି | ସେ ଯାଇ ପହଁଚିଛି କି ନାହିଁ ଉପରୁ କଣ ଗୋଟେ ତା ପାଖରେ ଆସି ପଡିଲା | ଝିଅଟି ତର ତର ହୋଇ ଭିତରକୁ ଚାଲିଗଲା | ସୁନୀଲ ଚାହିଁଲା, ଝିଅଟି ନିଶ୍ଚୟ ସବୁକିଛି ଜଣାଇଛି ଚିଠିରେ | ଅଧିକ ସମୟ ସେଠାରେ ରହିଲେ ଅସୁବିଧାରେ ଉଭୟ ପଡି ପାରନ୍ତି, ଏହା ଭାବି ସୁନୀଲ ଫେରି ଆସିଲା |

ସୁନୀଲ ମନରେ ଉତ୍କଣ୍ଠା ଭରିଥାଏ | ଚୌକି ଟାଣି ଆଣି ବସିଗଲା | ଓ ଚିଠି ଖୋଲି ପଡିଲା | ଲେଖା ହୋଇଥିଲା,

" କିପରି କହି ଅପଣଂକର ଧନ୍ୟବାଦ ଜ୍ଞାପନ କରିବି ଜାଣି ପାରୁନି | ଆପଣ ମୋ ମନରେ ପୁନଃ ବଂଚିବାର ଆଶା ସଂଚାର କରିଛନ୍ତି | ମୁଁ ସବୁ କହିବାକୁ ଚାହୁଁଛି ଆପଣଂକୁ |

ମୁଁ ରୁବି, ମୋ ଘର ନୟାଗଡ଼ର ପଲ୍ଲୀରେ | ମୋ ମା' ମତେ ଛାଡି ଆରପାରିକୁ ଚାଲିଗଲା | ଘରକୁ ଆସିଲା ସାବତ ମା | ବାପା ଥିଲେ ମୁଁ ଭଲ ଥିଲି | କିନ୍ତୁ ଦଇବର ବିଧାନ ନିଆରା ଥିଲା | ବାପା ବି ମତେ ଛାଡି ଆର ପାରିକୁ ଚାଲିଗଲେ | ଏଥର ଆରମ୍ଭ ହେଲା ସାବତ ମା ର ଅତ୍ୟାଚାର |

ଗାଁ କୁ ଜଣେ ଦୂର ସମ୍ପର୍କୀୟ ମଉସା ଆସୁଥିଲେ | ମୋ ଅବସ୍ଥା ଦେଖି ମା ' କୁ ଧମକ ଦେଉଥିଲେ ପୋଲିସ ପାଖକୁ ଯିବାକୁ | ମା ତାଙ୍କ ଡରରେ ଚୁପ ରହୁଥିଲା | ସେ ମଉସା ମୋ ପଢ଼ା ପଢି ପାଇଁ ଆର୍ଥିକ ସାହାଯ୍ୟ ବି କରୁଥଲେ | ମୁଁ ଭାବୁଥିଲି ମଉସାଙ୍କ ରୂପରେ ଭଗବାନ ଆସିଛନ୍ତି | ଦିନେ ସେ କହିଲେ ଭୁବନେଶ୍ୱରରେ ମୋ ପାଇଁ ଚାକିରୀ ବୁଝିଛନ୍ତି | ଏକା ଆସିବାକୁ ମୁଁ କାଳେ ଅମଙ୍ଗ ହେବି ସେଥିପାଇଁ ମୋ ମା କୁ ସାଙ୍ଗରେ ନେଇ ଆସିଲେ | ଏ ତ ସବୁ ମୋ ସହ ନାଟକ ଥିଲା | ଯାହାଙ୍କୁ ନିଜର ଭାବୁଥିଲି ସେହିଁ ମୋ ବିଶ୍ୱାସରେ ବିଷ ଦେଇ ଦେଲେ | ମୋ ସାବତ ମା ଙ୍କୁ କୋଡିଏ ହଜାର ଟଙ୍କା ଦେଇ ସେ ମଉସା ମତେ କିଣି ଦେଇ ଥିଲେ | ଗାଁ ଲୋକ ଜାଣିଲେ ମୁଁ ଚାକିରୀ କରୁଛି | ମୁଁ ନିରୁପାୟ ଥିଲି ମନରେ ଡରଥିଲା କଣ ପାଇଁ ମାଉସା ମତେ ଆଣିଛନ୍ତି | ଅଳ୍ପ ଦିନ ପରେ ସେ ମୋ ସହ ଜୋର କରି ମନ୍ଦିରରେ ବିବାହ କରିଲେ | ମୋ ବାପା ବୟସର ଲୋକ ମୋ ସାଙ୍ଗରେ ଏପରି ବ୍ୟବହାର କରିବ ମୁଁ କେବେ ଭାବି ନଥିଲି | ପ୍ରତିଦିନ ମୁଁ ମରି ମରି ବଞ୍ଚୁଛି | ମୋର ମୁକ୍ତି କାଇଁ? | ଯଦି ଏପରି ଭାବରେ ରହିବି ତାହେଲେ ବାଧ୍ୟ୍ୟହେବି ଜୀବନ ହାରିବା ପାଇଁ | ମତେ ଏ ବିପଦରୁ ଉଦ୍ଧାର କରନ୍ତୁ " | ସୁନୀଲ ର କାନରେ ଶେଷ ପଦ କଥାଟି ବାର ବାର ଗୁଂଜରିତ ହେଉଥାଏ " ମତେ ଏ ବିପଦରୁ ଉଦ୍ଧାର କରନ୍ତୁ " | ସେ ହେଳା ନକରି ସାଙ୍ଗେ ସାଙ୍ଗେ ଚିଠିଟିକୁ ଧରି ପହଁଚିଲା ମହିଳା କମିଶନ ପାଖରେ | ସବୁ କିଛି କହି ସାରିବା ପରେ ଚିଠିଟି ଦେଖାଇଲା | ସେମାନେ ବିଳମ୍ବ ନକରି ସେ ଝିଅ ଥିବା ଘର ଉପରେ ଚଢ଼ାଉ କଲେ | ଝୁଅଟି ଭିତରେ ଥାଇ ବାହାରୁ ତାଲା ପଡ଼ିବାର ଦୃଶ୍ୟ ସବୁକିଛି ବୟାନ କରୁଥାଏ | ଝିଅଟିକୁ ଉଦ୍ଧାର କରିବା ପରେ ତା ଶରୀରର କ୍ଷତ ଚିହ୍ନି କହୁଥିଲା ସେ କେଉଁଭଳି ଯନ୍ତ୍ରଣା ଭୋଗ କରିଛି | କେସ୍ ଟି ଦୃଢ ହେଲା, ମଉସା ଓ ସାବତ ମା ଲମ୍ବା ସମୟ ପାଇଁ କରାବାସ ଭୋଗିଲେ | ରୁବି ଏବେ ଅନାଥ ଆଶ୍ରାମରେ ରହୁଛି, ଯେଉଁଠାରେ ପାଠ ପଢିବା ସହିତ ଓ ଧନ୍ଦାମୂଳକ ଶିକ୍ଷା ଦିଆ ଯାଏ | ସ୍ୱଧୀନତାର ସ୍ୱଦା ସେ ଏବେ ଅନୁଭବ କରି ପାରୁଥିଲା | ଜୀବନ କେତେବେଳେ କେଉଁ ମୋଡରେ ପହଂଚାଇବ ତାର ଠିକଣା ନାଥାଏ | କିନ୍ତୁ ଧର୍ଯ୍ୟ ଓ ସାହସ ନିତ୍ୟାନ୍ତ ଆବଶ୍ୟକ | ରାଖୀ ପୂଣ୍ଣିମା ଆସିଲେ ରୁବି ବାନ୍ଧିଦିଏ ସୁନୀଲ ହାତରେ ରାଖୀ | ସୁନୀଲ ବି ରୁବି ଭଳି ଭଉଣୀଟିଏ ପାଇ ବହୁତ ଖୁସି |



Rate this content
Log in

Similar oriya story from Inspirational