ମଣିଷ ପଣିଆ
ମଣିଷ ପଣିଆ
ଅର୍ଥ ସର୍ବସ୍ବ ଦୁନିଆ ରେ ଗରୀବ ଦୁଃଖୀ ଦେଖିଲେ କେତେ ଜଣ ବା ଦରଦୀ ହୁଅନ୍ତି? କିନ୍ତୁ ଏମିତି ବି ମଣିଷ ଅଛନ୍ତି ,ଯେଉଁ ମାନେ ଅନ୍ୟ ର ଯାତନା ସହ୍ୟ କରି ନ ପାଟି ସେମାନଙ୍କୁ ସହଯୋଗ ର ହାତ ବଢ଼ାଇ ଥାଆନ୍ତି ।
ଏଇ ଯେମିତି ଦନ୍ତୁ, ନା ତାର ଦନ୍ତୁଆ କିସାନ । ଦାଦନ ଥିଲା ତା ବାପା । ମା ଦାରିଦ୍ର୍ୟ କଷାଘାତେ ପେଶି ହୋଇ ଭୋକ ଦାଉ ରୁ ସେ ଛୋଟ ଥିବା ବେଳୁ ରେଳ ଷ୍ଟେସନ ସିଡି ତଳେ ପ୍ରାଣ ତ୍ୟାଗ କରିଦେଇ ଥିଲା । ବାପା ସେତେବେଳେ ଅନ୍ନ ଯୋଗାଡ଼ କରିବାକୁ ଯାଇ ଜେନା ତେନ ପ୍ରକାରେ ଖାଦ୍ୟ ପୁଡିଆ ଆଣିଲା ବେଳକୁ ଦନ୍ତୁ ମା ର ପ୍ରାଣବାୟୁ ଉଡିଯାଇଥିଲା । ଦନ୍ତୁ ସେହି ଦିନ ଆବା କାବା ହୋଇ ମା ର କାନି ଟାଣି ତା କୋଳ ରେ ଗଡ଼େଇ ତ୍ ଡ଼େଇ ମା ମା ଉଠୁ ବୋଲି କୁହା ଟି ହେଉ ଥିଲା । ମା ର ଅମୃତ କୁଣ୍ଡ ପାଖକୁ ଯାଇ ବୁକୁ ଭରି ଅମୃତ ଟାଣି ନେଉଥିଲା । କିନ୍ତୁ ମା ଶବ ପାଲଟି ଯାଇଥିଲା । ଦେଖଣା ହାରି ସେହି ଷ୍ଟେସନ ରେ ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖି କିଏ କେଉଁ ଭଳି ଟିପ୍ପଣୀ ଦେଇ ଚାଲି ଥିଲେ । ଦନ୍ତୁ ବାପା ସ୍ତ୍ରୀ ର ଅକାଳ ମରଣ ଯୋଗୁଁ ମର୍ମାହତ ହୋଇଯାଇ ,ଆଣିଥିବା ଖାଦ୍ୟ ପୁଡିଆ ଭୋକିଲା କୁକୁର ଙ୍କ ଭୋଜନ ନିମନ୍ତେ ଛାଡି ଦେଇ ଦନ୍ତୁ କୁ କୋଳ କୁ ନେଇ ଆସିଥିଲା । ଷ୍ଟେସନ ରୁ ଶବ ସତ୍କାର କରାଗଲା ପରେ ଦନ୍ତୁ କୁ ନେଇ ତା ବାପା ବଞ୍ଚିବା ର ନୂଆଁ ରାହା ଖୋଜି ବା ଆଶା ନେଇ ବାହାରି ଆସି ରାସ୍ତା କଡ଼ରେ ଥିବା ଫୁଟ୍ ପା ଥ ରେ ଆଶ୍ରୟ ନେଇ ଆଗାମୀ ଯୋଜନା ସ୍ଥିର କରିବା କୁ ଚିନ୍ତା ରେ ମଗ୍ନ ହୋଇଗଲା । ଭାବୁ ଥାଏ ସ୍ତ୍ରୀ ତ ଗଲା । ପିଲା ଟା ଅଜ୍ଞାନ । ମାଛେଉଣ୍ଡ । ସାହା ବୋଲି ସେ ନିଜେ । ତା ବିନା ଏ ସଂସାରରେ ଆଉ କିଏ ନାହିଁ । ଯାହା ହେଉ ଛୁଆ କୁ ଯେମିତି ହେଲେ ବଡ଼ ମଣିଷ ଟେ କରିବ । ପେଟ ଭାତ ଯୋଗାଡ଼ କରିବାକୁ ଯାଇ ମୋ ଭଳି ଦାଦନ ଟେ ଦନ୍ତୁ ନା ହେବ ସେଭଳି କାମ କରିବାକୁ ହେବ । ଏବଂ ଏହା ବିଚାରି ସେହି ସହର ର ଗୋଟିଏ ହୋଟେଲ୍ ରେ
କାମ ଟିଏ ଯୋଗାଡ଼ କରିବା ସକ୍ଷମ ହେଲା । ସେଠି ମାଲିକ ଯେଉଁ କାମ ଦିଅନ୍ତି ମନ ଧ୍ୟାନ ଦେଇ କରେ । ପୁଣି ଦୁଇ ଓଳି ଦନ୍ତୁ ଓ ତା ପାଇଁ ଖାଇବା ଯୋଗାଡ଼ ହେବା ସହ ମାସ ଶେଷ ରେ କିଛି ଅର୍ଥ ବି ମାଲିକ ଦିଅନ୍ତି । ବାସ୍ ଏଭଳି ସଂସାର ଚାଲି ଥାଏ । ଅଭାବୀ ସଂସାର କୁ ପୁଣି ଦନ୍ତୁ କୁ ମଣିଷ ଭଳି ମଣିଷ ଟିଏ କରିବା ଅଭିଳାଷ ନେଇ ପୁନଃ ବିବାହ ନ କରିବା ନିଷ୍ପତ୍ତି ଦୃଢ଼ ଭାବେ ନେଇ ଅଛି । ଦନ୍ତୁ କୁ ବିଦ୍ୟାଳୟ ଯିବା ବୟସ ହୋଇଗଲା । ଟା ବାପା ହୋଟେଲ୍ ନିକଟ ରେ ଥିବା ବିଦ୍ୟାଳୟ ରେ ଅଧ୍ୟୟନ ପାଇଁ ନାମ ଲେଖାଇ ବିଦ୍ୟା ରମ୍ଭ କରିଦେଲା ।
ଦନ୍ତୁ ଆଗ୍ରହ ସହ ପଢ଼ି ଚାଲି ଥାଏ । ବାପା ବି ସବୁ ଭୁଲି ଅକ୍ଲାନ୍ତ ପରିଶ୍ରମ କୁ ଆଦରି ପୁଅ ଭଲ ମଣିଷ ଟେ ହୋଇପାରିବ ସେଥି ଲାଗି ଉତ୍ସାହ ର ସହ କର୍ତ୍ତବ୍ୟ ପାଳନ କରୁ ଥାଆନ୍ତି । ସବୁ ଠିକ୍ ଠାକ୍ ଚାଲି ଥାଏ । ଏ ଭିତରେ ଦନ୍ତୁ ବିଦ୍ୟାଳୟରେ ଭଲ ପାଠ ପଢି ସଫଳତା ହାସଲ କରି ଯାଇଥାଏ । ଶ୍ରେଣୀ ରେ ସମସ୍ତଙ୍କ ଠାରୁ ଆଗୁଆ । ସବୁ ଶିକ୍ଷକ/ଶିକ୍ଷୟତ୍ରୀ ଙ୍କ ପ୍ରିୟ ହୋଇଯାଇ ଥାଏ । ଦନ୍ତୁ ବାପା ଭାରୀ ଖୁସି । ସେ ମନେ ମନେ ଠିକ୍ କରିଥାଏ , ଦନ୍ତୁ ନିଶ୍ଚୟ ଲକ୍ଷ ରେ ପହଞ୍ଚିବ ଏବଂ ଦାଦନ ହେବାରୁ ବଞ୍ଚି ଯିବ । ଶେଷ ସମୟରେ ହୁଏ ର ଶାନ୍ତି ରେ ଅନ୍ତତଃ ମରି ପାରିବ ପୁଅ କୁ ଭଲ ମଣିଷ ଭାବେ ଦେଖି ।
କିନ୍ତୁ ବିଧିର ବିଧାନ ଭିନ୍ନ । ଦନ୍ତୁ ବାପା ଅଚାନକ ଅଜଣା ବ୍ୟାଧି ରେ ପର ଲୋକ ଗମନ କଲେ । ଦନ୍ତୁ ଆଗରୁ ମାଆ କୁ ହରାଇ ଥିଲା । ଏବେ ବାପା କୁ । ମୁଣ୍ଡ ଉପରୁ ଆକାଶ ଛିଣ୍ଡି ଗଲା । ବାପା,ମା ଛେଉଣ୍ଡ ଦନ୍ତୁ କରିବ କଣ? ଯିବ କୁଆଡେ?ପାଠ ପଢ଼ା ହେବ କେମିତି?ଏତେ ବିଶାଳ ଦୁନିଆ ରେ କିଏ ବି ଆଉ ନିଜର ନାହିଁ । କେବଳ ବାପା କାମ କରୁଥିବା ହୋଟେଲ୍ ମାଲିକ୍ ଛଡା । ସିଏ ସେ ଶେଷ ରେ ସେ ମାଲିକ୍ ପାଖକୁ ଯାଇ ଗୁଜୁରାଣ ମେଣ୍ଟାଇ ବା ପାଇଁ ସେଠାରେ ବାପା କରିଥିବା କାମ ଆଗକୁ ବଳେଇ ନେଇ ବଞ୍ଚିବ ବୋଲି ଭାବି କହିଲା । ଏବଂ ମାଲିକ୍ ଦନ୍ତୁ ର ଏ ନିସହାୟ ଅବସ୍ଥା ଦେଖି ଦୟା ପଡି ସେଠାରେ ରହିବାକୁ ଓ ସାମର୍ଥ୍ୟ କୁ ନେଇ କାମ କରୁ ବୋଲି ଅନୁମତି ଦେଲେ । ବିଷାଦ ଚିତ୍ତ ରେଥାଇ ମଧ୍ୟ ପାଠ ପଢ଼ା ମୋହ ମନ ଛାଡି ନଥିଲା । ଦିନରେ କାମ ଏବଂ ରାତି ରେ ପଢ଼ି ବା କାମ ଅବ୍ୟାହତ ଜାରି ରଖୁଥିଲା । ବିଦ୍ୟାଳୟ ର ଶିକ୍ଷକ ମାନେ ଦନ୍ତୁ ର ଅବସ୍ଥା ଦେଖି ପିଲାଟିର ପଢ଼ା ଓ ମେଧାବୀ ଗୁଣ ଦେଖି ତାକୁ ପଢ଼ା ରେ ସାହାଯ୍ୟ କରୁଥାନ୍ତି । ଦନ୍ତୁ ନିରନ୍ତର ତା ର କର୍ତ୍ତବ୍ୟ ଜାରି ରଖିଥାଏ । ଏବର୍ଷ ନବମ ଶ୍ରେଣୀ । ଆଗାମୀ ବର୍ଷ ଭାଗ୍ୟ ସ୍ଥିର ହେବା ବର୍ଷ । ଭଲ ମନ ଦେଇ ପାଠ ନ ପଢ଼ିଲେ,ଭବିଷ୍ୟତ ଖରାପ ହୋଇଯିବ । ତେଣୁ ଆଗ ଅପେକ୍ଷା ସେ ଆହୁରି ତତ୍ପରତା ନେଇ ପଢିବାକୁ ଲାଗିଲା । ଏବଂ ହୋଟେଲ୍ କାମ ରେ ବି ହେଳା କରେନି ଗ୍ରାହକ ଙ୍କୁ ସେବା ଯୋଗାଇ ସେମାନଙ୍କର ବି ପ୍ରିୟ ପାତ୍ର ହୋଇସାରିଛି ।
ବାପା ମଲା ପରେ ଜୀବନ ଯାପନ ଗୋଟିଏ ପ୍ରକାରେ ସ୍ଥିର ହୋଇ ଅଛି ।
ଦିନ କର ଘଟଣା ହୋଟେଲ୍ ରେ ଗ୍ରାହକ ଙ୍କ ଭିଡ । ସମସ୍ତ ହୋଟେଲ୍ କର୍ମଚାରୀ ଜେ ଯା କାମ ରେ ବ୍ୟସ୍ତ । ଗୋଦାମ ଘର କୁ ସାମଗ୍ରୀ ବୁହା ଯାଉ ଥାଏ । ଭାରୀ ସାମାନ ବି ନିଆ ଯାଇଥାଏ । ଏଭଳି ସମୟରେ ଗ୍ରାହକ ସେବା ମଧ୍ୟ ଜାରି ଥାଏ । ଏଗ୍ରାହକ ଙ୍କ ଭିଡ ରୁ ଗୋଟିଏ ଶିଶୁ ତା ପିତା ମାତା ଙ୍କ ନଜର ରୁ ଖସି ଆସି ସାମାନ ବୋହିବା ଲୋକ ଙ୍କ ସହ ଗୋଦାମ ଘରେ ପ୍ରବେଶ ହୋଇଯାଇ ଥିଲା । ଅସଜଡ଼ା ଘର । ସାମାନ ଚାରିଆଡ଼େ ବିଛାଇ ହୋଇ ପଡ଼ିଛି । ଜିନିଷ ସଜାଇବା ବନ୍ଦୋବସ୍ତ ଲାଗିଛି । ହଠାତ୍ ଶିଶୁ କ୍ରନ୍ଦନ ଶୁଭିଲା ଉପସ୍ଥିତ ଲୋକ ,ଗୋଦାମ ଘରେ ଆଶ୍ଚର୍ଯ୍ୟ ହୋଇ କାମ ବନ୍ଦ କରି କ୍ରନ୍ଦନ କୋଉଠୁ ଆସୁଛି ଖୋଜିବା କୁ ଯାଇ ଶିଶୁ ଯୁ ଦେଖିଲେ । ଶିଶୁ ଟି ଚିନି ବସ୍ତା ଥୁଆ ହୋଇଥିବା ସରୁଆ ଫାଙ୍କ ରେ ପଶି ଯାଇଛି । ସଜଡ଼ା ନ ଥିବା ଏକ ବସ୍ତା ଶିଶୁ ର ମଥା ଉପରେ ଖସିବା ଅବସ୍ଥା ରେ । ସେଠାରେ ଉପସ୍ଥିତ ଭାର ବୁହା ଲୋକ ଆଚମ୍ବିତ । ଏ ଶିଶୁ ଆସିଲା ଯେମିତି ଏବଂ ଏଭଳି ଭୟଙ୍କର ପରିସ୍ଥିତି ରୁ ଉଦ୍ଧାର ନ କଲେ ଯଦି ଚିନି ବସ୍ତା ଖସି ଯିବ ଶିଶୁ ଟି ମୃତ୍ୟୁ ମୁଖରେ ପଡ଼ିଯିବା ସହ ହୋଟେଲ୍ ର ବଦନାମ୍ ହବ । କିଛି ଭାବିବା ପୂର୍ବରୁ ମାଲିକ୍ ସହ ଗ୍ରାହକ ମଧ୍ୟ ଯାହାର ଶିଶୁ ଚାଲି ଆସିଅଛି ,ଶିଶୁ କୁ ବା ପାଇ କ୍ରନ୍ଦନ ଶୁଣି ସେଠାରେ ଉପସ୍ଥିତି । ଭୟଙ୍କର ପରିସ୍ଥିତି ରେ ଦେଖି ଶିଶୁର ପିତାମାତା ବ୍ୟାକୁଳ କିଏ ତାଙ୍କ ଶିଶୁ କୁ ଏ ମରଣ ମୁହଁ ରୁ ରକ୍ଷା କରିବ । ଆକୁଳ ହୋଇ କାନ୍ଦୁଥାନ୍ତି । ଏପଟେ ଉପରେ ଥିବା ବସ୍ତା ଖସିବା ଥୟ ହୋଇଗଲାଣି । ଏଥର ପଡ଼ିଯିବ । କିଏ ବି ସେ ଭିତରକୁ ଯିବାକୁ ସାହସ କରୁନହାନ୍ତି । କୋଳାହଳ ପରିବେଶ । ମାଲିକ୍ ଚିନ୍ତା ବଢ଼ି ଗଲା । ଏ ଶିଶୁ ର ପ୍ରାଣ ଗଲେ,ଆଇନ୍ କାନୁନ୍ ର ଚକ୍କର ରେ ଫାଶୀ ଯିବେ । ଭାରୀ ବ୍ୟସ୍ତ । ଠିକ୍ ଏତିକି ବେଳେ ଦାନ୍ତୁ କୌଣସି କାମ ରେ ବାହାର କୁ ଯାଇ ଥିଲା ମାଲିକ୍ କୁ ଖୋଜି ଖୋଜି ସେହି ଗୋଦାମ ଘରେ ପହଞ୍ଚି ସବୁ ଦୃଶ୍ୟ ପରିଲକ୍ଷିତ କରି,କାହାକୁ କିଛି ବା କହି ସାରୁଆ ଗଳି ରେ ଆଖି ବୁଜି ପ୍ରବେଶ କରି କୋମଳ ମତି ଶିଶୁ କୁ ଉଦ୍ଧାର କରିଦେଲା ଓ ନିଜେ ସେଠାରେ ରହିଗଲା । ଠିକ୍ ଏତିକି ବେଳେ ଉପରେ ଥବା ଚିନି ବସ୍ତା ଦା ନ୍ତୂ ଉପରେ ପଡ଼ିଗଲା । ଦା ନ୍ତୁ ସଂଜ୍ଞା ହିନ ହୋଇ ଟଳି ପଡ଼ିଲା କିନ୍ତୁ ଶିଶୁ କୁ ବଞ୍ଚାଇ ଦେଲା । ଶିଶୁ କୁ ଭଲରେ ପାଇ ଶିଶୁ ର ବାପା ମା ଖୁସିରେ ଶିଶୁଟିକୁ ଜାବୁଡ଼ି ଧରି ମମତା ଧାରା ରେ ବୁଡ଼ି ଯାଇ ଥିଲେ । ମାଲିକ୍ ବି ମନେ ଖୁସି ,ହୋଟେଲ୍ ଇଜ୍ଜତ ଦା ନ୍ତୃ ରଖିଦେଲା । କିନ୍ତୁ ଦାନ୍ତୁ ମୂର୍ଚ୍ଛା ହୋଇଯାଇଛି ଏକଥା ଜିନିଷ ବୋହିବା ଲୋକ ମାନେ ଚେତାଇ ଦେଇ ଥିଲେ । ମାଲିକ୍ ପାଖକୁ ଯାଇ ଦେଖିଲା ବେଳକୁ ଦା ନ୍ତୁ ଅଚେତ ହେବା ସହ ଅଣ୍ଟା ,ଗୋଡ଼ ରେ ଗଭୀର ଆଘାତ ଲାଗିଛି । ମାଲିକ୍ ଙ୍କ ନିର୍ଦ୍ଦେଶ କ୍ରମେ ଦାନ୍ତୁ କୁ ଯଥା ଶୀଘ୍ର ହସ୍ପିଟାଲ୍ ନିଆଗଲା । ସେଠାରେ ଡାକ୍ତର କହିଲେ ପିଲା ର ମେରୁ ଦଣ୍ଡ ରେ ଶକ୍ତ ଆଘାତ ହୋଇଛି । ଅପରେସନ ଦରକାର । ମାଲିକ୍ ପ୍ରାଥମିକ ଚିକିତ୍ସା ପାଇଁ କିଛି ଅର୍ଥ ଦେଇ ହସ୍ପିଟାଲ୍ ରୁ ଫେରି ଆସିଲେ । ପାଖରେ ଦାନ୍ତୃ ର ସହ କର୍ମିଥିଲେ । ଡାକ୍ତର ଙ୍କ କଥା ଶୁଣି ଚିନ୍ତା ରେ ପଡିଗଲେ । ସମସ୍ତେ ଅନାଥ ପିଲା କୁ ତାର ବୁଦ୍ଧି,ଶିକ୍ଷ୍ୟା ,ବ୍ୟବହାର ପାଇଁ ଭଲ ପାଉ ଥିଲେ । ଭଗବାନ ଙ୍କୁ ପ୍ରାର୍ଥନା କରି ହତାଶ ହେଲେ,ଏତେ ପରିମାଣ ର ଅର୍ଥ ଆଦିବ କେଉଁଠୁ?ପିଲା ଭଲ ହେବ କେମିତି?ମାଲିକ୍ ଦୋଷ ମୁକ୍ତ ହୋଇ ଚାଲିଗଲେ ।
ଅସହାୟ ଅବସ୍ଥା ରେ ଦାନ୍ତୁ ହସ୍ପିଟାଲ୍ ରେ ପଡି ଚେତା ଫେରି ପାଇ ତା ମା ବାପା କଥା ଭାବୁ ଥିଲା । ପାଠ ଚିନ୍ତା ଭଲ ମଣିଷ ପାଇଁ ତା ବାପା ର ଶ୍ରମ ଓ ସ୍ବପ୍ନ ଚିନ୍ତା ରେ ଘାରି ହେଉଥିଲା । ବେଡ୍ ପାଖରେ ଘେରି ବସିଥିବା ଦରଦୀ ଲୋକ ମାନେ ହଠାତ୍ କାହାର କାହାର ପାଟି ରୁ ଶୁଣିବାକୁ ପାଇଲେ ଦାନ୍ତୁ କେଉଁଠି?
ଚମକି ପଡି ସବୁ ଦେଖିଲେ ଯେଉଁ ଶିଶୁ ଟି ଦାନ୍ତୁ ଯୋଗୁଁ ବଞ୍ଚି ଥିଲା ସେ ଦମ୍ପତି ଆସି ଖୋଜୁଛନ୍ତି । ଏଠାରେ ଜଗି ରହିଥିବା ଲୋକ ଗୁଡ଼ାକ ସେ ମହାଶୟଙ୍କ ପାଖକୁ ଗଲେ ଏବଂ ଦାନ୍ତୁ ପାଖକୁ ନେଇ ଆସିଲେ । ଅତି ଦୟନୀୟ ଅବସ୍ଥା ଦେଖି ସେ ବହୁତ ପଶ୍ଚାତାପ୍ କଲେ । ତାଙ୍କର କଣ୍ଠ ରୋଧ୍ ହୋଇଆସୁଥିଲା ।
ଦୁଃଖ ରେ ମ୍ରିୟମାଣ ହୋଇ କହିଲେ ମୋ ଯୋଗୁଁ ଏ ଅନାଥ ଛୁଆ ଏ ଆଜି ଏ ଅବସ୍ଥା । ଏବଂ ଏହି ଛୁଆ ହିଁ ମୋ ଛୁଆ କୁ ଜୀବନ ଦାନ୍ ଦେଇଛି । ତେଣୁ ମୁଁ ଏହାର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ ଜଟିବି । ଦାନ୍ତୁ କୁ ସଂସାରେ ମଣିଷ କରାଇବା ସବୁ ବନ୍ଦୋବସ୍ତ ପାଇଁ ମୁଁ ସହଯୋଗ କରିବି । ତଥା ମୋ ଛୁଆ କୁ ରକ୍ଷା କରିବା କୁ ଯା ଇ ମୋ ଆଗାମୀ ବଂଶ ସୁରକ୍ଷା କରିବା ସମ୍ଭବ କରାଇ ପାରିଛି ଏ ପିଲା । ଆଜିଠୁ ମୁଁ ମୋର ଘରର ସଦସ୍ୟ ଭାବି କୋଳେଇ ନେବି । ଏହା ଅନେ ଦୁହେଁ ସ୍ୱାମୀ ସ୍ତ୍ରୀ ସମସ୍ତ ଙ୍କ ସମ୍ମୁଖ ରେ ଶପଥ କରି କହୁଛୁ । ସେଠାରେ ଥିବା ସବୁ ହସ୍ପିଟାଲ୍ କର୍ମଚାରୀ, ଦାନ୍ତୁ ର ଶୁଭଚିନ୍ତକ ମନରେ ଅମାପ ଖୁସି । ସମୟ କ୍ରମେ ଦାନ୍ତୁ ର ଯାବତୀୟ ଖର୍ଚ୍ଚ ବହନ କରି ଈଶ୍ୱର ଙ୍କ କୃପା ରୁ ଦାନ୍ତୁ ଭଲ ହୋଇଗଲା । ଏବଂ ଶିଶୁ ର ପିତା ତାଙ୍କ ସଙ୍ଗେ ଦାନ୍ତୁ କୁ ନିଜ ଘର କୁ ନେଇ ଆସିଲେ । ଦାନ୍ତୁ ସେମାନଙ୍କର ଘରେ ଆଶ୍ରୟ ପାଇଲା ପଢ଼ା ରେତ ଧୁରନ୍ଧର ଥିଲା । ଏବେ ସେ ସବୁ ର କିଛି ଚିନ୍ତା ନାହିଁ । ପାଳିତ ବାପା ଓ ମା ପାଇ ଆହୁରି ଧ୍ୟାନ ରେ ପଢିଲା । ଏବଂ ଶେଷ ରେ ଆଈ. ଏ . ସ ଅଫିସର୍ ହୋଇ ପାରି ଥିଲା ।
ଏ ସମସ୍ତ ଘଟଣା ଯାହା ବର୍ଣ୍ଣିତ , ଦାନ୍ତୁ ନିରୋଳା ରେ ସେହି ଷ୍ଟେସନ ରେ ବସି ଆଖି ବନ୍ଦ କରି ଗୋଟି ଗୋଟି ଘଟଣା ର ପୂର୍ବାଲୋକନ କରି ଜୀବନ ର ଅତିବାହିତ ଧାରା କୁ ସ୍ମରଣ କରି ଯେଉଁଠି ନିଜ ମା ମୁଠାଏ ଦାନା ନପାଇ ମୃତ୍ୟୁ ବରଣ କରିଥିଲେ ଓ ବାପା ବଡ଼ ଲୋକ କରିବା ସ୍ବପ୍ନ ଦେଖିଥିଲେ ,ସେ ସବୁ ସାକାର ହୋଇଯାଇଛି ମାତ୍ର କେହି ନାହାନ୍ତି ତା ସହ ସାମିଲ୍ ହେବାକୁ । ସ୍ବପ୍ନ ରେ ଏହା ମନ କୁ ବି ଆଦିଯାଉଥାଏ ଯେମିତି ବାପା କହୁଥାନ୍ତି ,ଶିଶୁ ଟିର ବାପା ପାଳନ ଭାର ନ ନେଇଥିଲେ ,ସିଏ ଯଦି ମଣିଷ ପଣିଆ ଦେଖାଇ ନ ଥାନ୍ତେ, ହୋଟେଲ୍ ମାଲିକ ଭଳି ଅଲୋଡା ଛାଡି ଦେଇ ଥିଲେ ତୁ କଣ ଆଜି ଏ ସଫଳତା ପାଇଥାନ୍ତୁ?
ପରବର୍ତ୍ତୀ କାଳରେ ଦାନ୍ତୁ ପାଳିତ ବାପା ମା ଙ୍କ ଭଳି କେତେ ଅନାଥ ଶିଶୁ ଓ ଭୋକିଲା ମା ଙ୍କ ପାଇଁ ଅନାଥ ଆଶ୍ରମ ଖୋଲି ଆଶ୍ରୟ ଦେଇ ଚାଲିଛି ତାହା ସମସ୍ତ କାନ୍ଥ ରେ ମଣିଷ ପଣିଆ ର ଉଦାହରଣ ହୋଇ ସେ ଇଲାକା ରେ ସ୍ଵର୍ଣ୍ଣ ଅକ୍ଷର ରେ ଲିପିବଦ୍ଧ , ଦାନ୍ତୁ ହୋଟେଲ୍ ର କାମ କରୁଥିବା କର୍ମଚାରୀ ମାନେ ହେଜୁ ଥାଆନ୍ତି ।
