Sucharita Sena

Inspirational

3  

Sucharita Sena

Inspirational

ମଣିଷ ପଣିଆ

ମଣିଷ ପଣିଆ

3 mins
258


ମୋର ପୂଜ୍ୟ

ବାପା ଓ ବୋଉ ।

ପ୍ରଣାମ ।

ଏ ମୋର ଶେଷ ପ୍ରଣାମ ବୋଲି ଭାବିବନି । ମୁଁ କୁଆଡେ ଯାଉନି, ସବୁ ସମୟରେ ମୁଁ ତୁମ ମାନଙ୍କ ସାଙ୍ଗରେ ରହିବି ।

ଆଜିର ଦିନ ପାଇଁ ମୁଁ ଏ ଚିଠିକୁ ସାଇତି ରଖିଥିଲି । ଜୀବନ ବଡ ବିଚିତ୍ର । ଏ ସଂସାରରେ କେବଳ ଦୁଇଟି ଜିନିଷ ସତ୍ୟ... ଜନ୍ମ ଓ ମୃତୁ । ଶରୀର ନଷ୍ଟ ହୋଇଯାଏ, ଓ ଆତ୍ମା ଅମର , ଏ ସବୁ କଥା ବୁଝିବା ମୋ ଶକ୍ତି ବାହାର । ଦୁନିଆକୁ ଆସିବା ଯେପରି ସତ୍ୟ, ଯିବାବି ସେପରି ସତ୍ୟ..... ଖାଲି ଏତିକି ଫରକ କିଏ ଆଗରେ ଯାଏ, କିଏ ପଛରେ । ମରିଗଲା ପରେ ଶରୀର କୁ ଅଗ୍ନିରେ ଦାହ କରାଯାଇ ନଷ୍ଟ କରାଯାଏ, ନଷ୍ଟ ହେବା ପରେ ଧୀରେ ଧୀରେ ସମୟ କ୍ରମେ ସମସ୍ତେ ଭୁଲିଯାନ୍ତି । ବାପା ଓ ବୋଉ ତୁମ ମାନଙ୍କୁ ମୋର ଗୋଟେ ଅନୁରୋଧ ମୁଁ ବଂଚିବାକୁ ଚାହେଁ । ଏ ଦୁନିଆକୁ ଦେଖିବାକୁ ଚାହେଁ । ମୁଁ ମୋର ଅଙ୍ଗଦାନ କରି ସାରିଛି । ତେଣୁ ମୋ ମୃତ ଶରୀରକୁ ଡାକ୍ତରଖାନା ଦେଇଦେବ । ଏହା ମୋର ଶେଷ ଇଛା ପୂରଣ କରିବ । ମୋ ଆତ୍ମାକୁ ଶାନ୍ତି ଦେବ । ଶେଷ ଡାକରା ଆସି ଯାଇଛି ସତ କିନ୍ତୁ, ମୁଁ ଅନ୍ୟ ମାନଙ୍କ ଭିତରେ ବଞ୍ଚି ରହିବି । କାହାର ହୃଦୟ ହୋଇ, କାହାର ଯକୃତ ହୋଇ, କାହାର ହାତ ହୋଇ, କାହାର ଗୋଡ ହୋଇ, କାହାର ମାତିଷ୍କ ହୋଇ, କାହାର ଚର୍ମ ହୋଇ, କାହାର ଆଖି ହୋଇ । ମୋର ଏ ଗୋଟେ ଶରୀର ସିନା ନଷ୍ଟ ହୋଇଗଲା । କିନ୍ତୁ ମୁଁ ଆଠ ଜଣକ ଦେହରେ ଆଠଟି ଶରୀରରେ ବଞ୍ଚିବି । ଖୁସି ଖୁସି ମୋ ଶରୀରକୁ ଦାନ କରିଦିଅ ।

ଇତି ତୁମର ପୁଅ

ଦୀପକ ।

ଏ ଥିଲା ଦୀପକ ଦାସର ଶେଷ ଚିଠି ତା ବାପା ବୋଉଙ୍କ ପାଇଁ । ତିନିବର୍ଷ ତଳୁ ନିଜର ସବୁ ଅଙ୍ଗକୁ ଦାନ କରିଦେଇଥିଲା ଦୀପକ । ଗୋଟେ ସଡ଼କ ଦୁର୍ଘଟଣାରେ ମୃତୁ ବରଣ କରିବା ପୂର୍ବରୁ, ଡାଇରୀରେ ରଖିଥିବା ଚିଠି କଥା ଠାରିକି କହିଥିଲା ।


      ଦୀପକ, ଆଜିକାଲିର ପିଲା ଭଳି ନିଜ ଜୀବନକୁ ଅତିବାହିତ କରିବାକୁ ପସନ୍ଦ କରୁଥିଲା । ସାଙ୍ଗ ମାନଙ୍କ ସହ ବସି ଥରେ ଗୁଲିଖଟି କରିବା ସମୟରେ " ଗୁଦୁଲି " ( ଯେକି ଆଠ ବର୍ଷର ଛୋଟ ଝିଅ ଥିଲା )କୁ ଦୋକାନରେ ବାସନ ମାଜିବା ଦେଖି ପାଖକୁ ଯାଇ ପଚାରିଥିଲା ......." ଝିଅ, ଏତେ ଛୋଟ ବେଳୁ ଏତେ କାମ କରୁଛୁ " ।

ଗୁଦୁଲି ମନ ଦୁଃଖରେ ଉତ୍ତର ଦେଲା...... " ମୋ ବାପାର ଦେହ ଖରାପ, ରକ୍ତ ଦରକାର....ଟଙ୍କା ହେଲେ ରକ୍ତ ଦେବୁ । "

ଗୁଦୁଲି କଥାରେ ନିଜ ସାଙ୍ଗ ମାନଙ୍କୁ ଧରି ଦୀପକ ଡାକ୍ତର ଖାନରେ ପହଂଚି ଗଲା ରକ୍ତ ଦେବାକୁ । ଖୁବ୍ ଖୁସି ଥିଲା ସେ କାହାକୁ ରକ୍ତ ଦେଇ ଜୀବନ ଦାନ କରିପାରିବ । ଡାକ୍ତର ଦୀପକ ର ହାତ ଓ ଛାତି ସାରା ଟାଟୁ ଦେଖି ରହିଗଲେ । କହିଲେ ତୁମେ ରକ୍ତ ଦାନ କରିପାରିବ ନାହିଁ । ଅନ୍ୟ ସାଙ୍ଗ ପିଲାଙ୍କ ଠାରୁ ରକ୍ତ ନିଆଗଲା । ଦୀପକକୁ ଦୋଷୀ ଭଳି ଲାଗୁଥାଏ । ମନରେ ଉଙ୍କି ମାରୁଥିବା ପ୍ରଶ୍ନକୁ ପଚାରିଲା ଡାକ୍ତରଙ୍କୁ ।

ଡାକ୍ତର ରଂଜନ ଟିକେ ହସିଦେଲେ ଓ କହିଲେ...... " ଯେତେବେଳେ ତୁମେ ଟାଟୁ କରୁଛ, ସେତେବେଳେ ଛୁଞ୍ଚି ଚର୍ମ ସଂସ୍ପର୍ଶରେ ଆସିବା ସହିତ ରକ୍ତ ସଂସ୍ପର୍ଶରେ ବି ଆସିଥାଏ। ଯେତେବେଳେ ସମାନ ଛୁଞ୍ଚି ପୁନର୍ବାର ବ୍ୟବହୃତ ହୁଏ, ରକ୍ତ ସଂକ୍ରମିତ ରୋଗ ଅନ୍ୟକୁ ହୋଇପାରେ । ସେହିଭଳି, ଇଙ୍କି ମଧ୍ୟ ପରିବର୍ତ୍ତନ ହୋଇନଥାଏ । ଛୁଞ୍ଚି ଓ ଇଙ୍କି ଦୁଇଟି ପରିବର୍ତ୍ତନ କରାଯିବା ଉଚିତ୍ । ଯଦି ସେମାନେ ତାହା ନକରନ୍ତି, ତେବେ ଏଚ୍.ଆଇ.ଭି ଏବଂ ହେପାଟାଇଟିସ୍ ବି ସଂକ୍ରମଣ ହେବାର ଆଶଙ୍କା ଅଧିକ ଥାଏ। କାରଣ ଏହି ଦୁଇଟି ରୋଗର ଚିହ୍ନଟ ତୁରନ୍ତ ସମ୍ଭବ ନୁହେଁ । ଅନେକ ଥର ଶରୀରରେ ଏକ ଜୀବାଣୁ ଥାଏ ଏବଂ ତଥାପି ଏହା ଚିହ୍ନିତ ହୁଏ ନାହିଁ । ତେଣୁ ଏହିପରି ବ୍ୟକ୍ତିମାନେ ରକ୍ତ ଦାନରୁ ଦୂରେଇ ରହିବା ଉଚିତ । ଆମ ଦେଶରେ ଟାଟୁ ପାଇଁ କୌଣସି ନିୟାମକ ନାହିଁ, ତେଣୁ ତୁମେ ବାରମାସ ପର୍ଯନ୍ତ କୌଣସି ରକ୍ତଦାନ କରିପାରିବ ନାହିଁ । ଏପରିକି ନିଜ ଲୋକଙ୍କ ଯଦି ମୃତୁ ମୂଖରେ ପଡ଼ିଥିବେ ତୁମେ ତାଙ୍କୁ ରକ୍ତ ଦେବାରେ ଅସମର୍ଥ ।

ସେଦିନ ଏ କଥା ଦୀପକ ମନରେ ଗଭୀର ପ୍ରଭାବ ପକାଇ ଥିଲା । ସେ ଆଉ ଅନ୍ୟ ମାନଙ୍କ ପାଇଁ କଣ କରିପାରିବ ଡାକ୍ତଙ୍କୁ ପଚାରି ବୁଝିଥିଲା । ନିଜର ଅଙ୍ଗ ଦାନ କଥା ଡାକ୍ତରଙ୍କ ଠାରୁ ଶୁଣିଥିଲା । ଅଙ୍ଗଦାନ ଏକ ପଦକ୍ଷେପ ଯାହା ମଣିଷକୁ ଜୀବନ ଦେଇପାରେ । ଲକ୍ଷ ଲକ୍ଷ ଲୋକ ମୃତ୍ୟୁ ଶଯ୍ୟାରେ ଅପେକ୍ଷା କରି ରହିଛନ୍ତି ଯେ.. ଇଶ୍ୱର ଭାବରେ କିଏ ଆସିବେ ଏବଂ ସେମାନଙ୍କୁ ଅଙ୍ଗକୁ ଦାନ କରିବେ ଏବଂ ସେମାନଙ୍କୁ ନୂତନ ଜୀବନ ଦେବେ । ସେଇଦିନ ଦୀପକ ଅଙ୍ଗଦାନ ଫର୍ମ ପୂରଣ କରି ଆସି.... ବାପା, ବୋଉଙ୍କୁ ଚିଠି ଲେଖି ଡାଇରୀରେ ରଖିଥିଲା । ସେ ଜାଣିଥିଲା ମୃତୁ କାହା ହାତର କଥା ନୁହେଁ ।

ଦୀପକର ବାପା, ବୋଉ ତାର ଶେଷ ଇଛାକୁ ପୂରଣ କରିଥିଲେ । ସେମାନେବି ଅଙ୍ଗଦାନ କରିଦେଲେ । ଦୀପକ ଏବେବି ଜୀବିତ ଆଉ କୌଣସି ଶରୀର ମାଧ୍ୟ୍ୟମରେ ।


     [ସମାପ୍ତ ]


Rate this content
Log in

Similar oriya story from Inspirational