STORYMIRROR

Sunanda Mohanty

Action Classics Thriller

4  

Sunanda Mohanty

Action Classics Thriller

ମନେ ପଡେ ଯେବେ ବର୍ଷା ଆସେ

ମନେ ପଡେ ଯେବେ ବର୍ଷା ଆସେ

6 mins
7

ସୁପ୍ରିତି ସଦା ଚଳଚଞ୍ଚଳ. ଝିଅ ଜୋଇଁ, ପୁଅ ବୋହୁ କରିସାରିଲା ପରେ ମଧ୍ୟ ରୋଷେଇ ଦାଇତ୍ୱ ଯାଇନି ତାଙ୍କ ହାତରୁ. କେମିତି ବା ଯିବ! ସମସ୍ତେ ସରକାରୀ ଚାକିରିଆ. ସକାଳୁ ଉଠି ଧଡ଼ପଡ଼ ହୁଅନ୍ତି ଯିଏ ଯାହାର ଅଫିସ ଯିବା ପାଇଁ ତ କାହା ମନଲାଖି କେଉଁ ଜଳଖିଆ ଜାଣିଥାଆନ୍ତି ସୁପ୍ରିତି. କାହାର କାକରା ପିଠା ପସନ୍ଦ ତ କାହାର ସୁଜି କକଲେଟ.ପୁଣି କାହାକୁ ଶାଗୁ ଉପମା ତ କାହାକୁ ପୁରୀ ଆଳୁକସା. ଏତେ ସବୁ କରିବାରେ ତାଙ୍କର ଖୁବ ଆନନ୍ଦ କାରଣ ଆଜିଯାଏଁ ସେଇ ଘରୋଇ ଖାଦ୍ୟ ପସନ୍ଦ କରି ସରକାରୀ ଦପ୍ତରକୁ ମାଆ ହାତ ରନ୍ଧା କେତେଜଣ ଅବା ନିଅନ୍ତି!ସତରେ ରମାଟା ତାଙ୍କୁ ସାହାଯ୍ୟ ନକରୁ ଥିଲେ ସେ କଣ ଏତେ ସବୁ ପାରନ୍ତେ!ସବୁଦିନିଆ କଥା ଭିତରେ ପୁନେଇଁ ପରବ ଓ ବିଶେଷକରି ପରିବାର ସଦସ୍ୟମାନଙ୍କର ଜନ୍ମଦିନମାନଙ୍କରେ ସୁପ୍ରିତିଙ୍କ ଗୋଡ଼ ପାଞ୍ଚ ହାତରେ ପଡେ. ଯାହାର ଯୋଉଦିନ ଜନ୍ମଦିନ ସେଦିନ ତାଙ୍କ ପସନ୍ଦର ଜଳଖିଆଠୁ ଆରମ୍ଭ କରି ଦ୍ବିପହର ଓ ରାତି ଖାଇବା ମଧ୍ୟ ପ୍ରସ୍ତୁତ କରୁଥାନ୍ତି ସୁପ୍ରିତି. ସମସ୍ତେ ହାତଚାଟି ଖାଉଥିଲା ବେଳେ କେକ କଟା ଓ ମହମବତୀ ଜାଳିବା ପୂର୍ବରୁ ହିଁ ସୁପ୍ରିତି ଜଣେଇ ଦେଇଥାନ୍ତି ତାଙ୍କୁ ହାପି ବାର୍ଥ ଡେ କହି ଜନ୍ମଦିନର ଶୁଭେଚ୍ଛା. କେହି ଟିକେ ସ୍ମିତ ହସିଦିଏ ତ କେହି କିଛି କହିନଥାଏ ରମା କିନ୍ତୁ ହସୁଥାଏ ତାଳି ମାରି ମାରି.ଆଉ ପ୍ରଶଂଶା କରୁଥାଏ ଖାଇବାର. କହୁଥାଏ ମାଆଙ୍କ ହାତରନ୍ଧା ଯିଏ ଖାଇଥିବ ସେ ଆଉ କୋଉ ଖାଦ୍ୟ କେବେ ପସନ୍ଦ କରିବ ନାହିଁ. ସୁପ୍ରିତିଙ୍କୁ ଘର ଲୋକ କେହି ଖାଇବା ପସନ୍ଦ କରି ପ୍ରଶଂଶା କରୁନଥିବା ସ୍ଥଳେ ରମାର ଏ ପ୍ରଶଂଶାରେ ସୁପ୍ରିତି ରମାକୁ ହିଁ ବିରକ୍ତ ହୁଅନ୍ତି ଅଧିକ. ରମା କିନ୍ତୁ କହୁଥାଏ ମାଆ ଏଥର ତୁମ ଜନ୍ମଦିନକୁ ସରୁଚକୁଳି ନିଶ୍ଚୟ କରିବ ନା? ସୁପ୍ରିତି କହନ୍ତି ମୋ ଜନ୍ମଦିନରେ ମତେ ସବୁ କରିକି ଦେବ ମୁଁ ବସିକି ଖାଇବି. ହଁ ମାଆ ସେଦିନ ତୁମ ଜନ୍ମ ଦିନରେ କଣ ତୁମେ ସବୁ କରନ୍ତ ନା କଣ?ଭାଉଜଙ୍କ ସଙ୍ଗେ ମିଶି ଆମେ ସବୁ କରିବୁ. ବୋହୁ କହୁଥାଏ ମୋର ସେଦିନକୁ ଛୁଟି ଥିଲେ ହେଲା. ପୁଅ କହୁଥାଏ ସେ ମାର୍ଚ୍ଚ ମାସରେ ଅଡିଟ କାମ ଚାଲିଥିବ ଯେ ଛୁଟି ମିଳିବକି ନାହିଁ ସନ୍ଦେହ. ଆଉ ହାତ ଧରି ବାହା ହୋଇଥିବା ସ୍ୱାମୀ କହୁଥାନ୍ତି ମାର୍ଚ୍ଚ ମାସରେ ତ ମତେ ଅବସର ନେବାର ଅଛି. ମୁହଁ ମୋଡ଼ନ୍ତି ସୁପ୍ରିତି. ସମସ୍ତଙ୍କୁ ସେ ଭଲ କରି ଜାଣନ୍ତି. ସମସ୍ତଙ୍କ ଖୁସି ପାଇଁ ସେ ସିନା ମାଟି ସାଉଁଟି ପକାନ୍ତି ହେଲେ ତାଙ୍କ ବେଳକୁ କେହି ନାହିଁ. ରମା କହୁଥାଏ ମାଆ ତୁମ ଜନ୍ମ ଦିନରେ କାହାକୁ ଛୁଟି ମିଳୁ ନମିଳୁ ମୋର କିନ୍ତୁ ଛୁଟି. ମୁଁ ସେଦିନ ସାହୁବାବୁଘର ମାଆ ଓ ଦାସବାବୁଘର ମାଆଙ୍କୁ କହି ନିଶ୍ଚୟ ଛୁଟି ଆଣିବି. ଆମେ ସମସ୍ତେ ମିଶି ଶିବ ଦର୍ଶନ କରିବାକୁ ଯିବା. ସେଇ ଯୋଉ ସୁଡ଼ଙ୍ଗ ଅଛି ତା ଭିତରେ ଏମୁଣ୍ଡରୁ ପଶି ସେମୁଣ୍ଡରୁ ବାହାରିବା ଯାଏଁ ଯିଏ ଯୋଉ କାମନା କରିବ ତାହା ଫଳିବ ମାଆ. ମୁଁ ତୁମ ପାଇଁ ନବେ ବରଷ ଆୟୁଷ ମାଗି ସେ ଭିତରେ ଏମୁଣ୍ଡରୁ ସେମୁଣ୍ଡ ଯାଇ ଫେରିବି ନିଶ୍ଚୟ.

   ସତକୁ ସତ ମାର୍ଚ୍ଚ ମାସର ବାର ତାରିଖ ଆସିଥିଲା ସେଦିନ ଖୁବ ଶୀଘ୍ର. ରାତିରୁ କରି ରଖିଥିବା ଜଳଖିଆ ପତ୍ର ନେଇ ଯିଏ ଯାହା ବାଟରେ ଚାଲିଗଲାବେଳେ ରମା ଆସି କହୁଥିଲା ଉଠ ଉଠ ମାଆ, ଗାଧେଇ ପାଧେଇ ତୁମ ପସନ୍ଦର ସେଇ ଆକାଶୀ ରଙ୍ଗର ନୂଆ ଶାଢ଼ୀ ପିନ୍ଧ. ଠାକୁର ବାସନ ମାଜିସାରିଛି ଓ ଫୁଲ ତୋଳିସାରିଛି. ଠାକୁର ପୂଜା ସାରି ଗୁପ୍ତେଶ୍ଵର ଯିବା ଚାଲ. ଅନ୍ୟ ମାନଙ୍କୁ ଶୁଣେଇ ଶୁଣେଇ ଫୁଲ କହିଥିଲା ଆଜି ଛୁଟି ନନେଲ ନାହିଁ କିନ୍ତୁ ସମସ୍ତେ ଚଞ୍ଚଳ ଘରକୁ ଆସିବ ମୁଁ ଲଞ୍ଚ ବନେଇଥିବି. ମାଆଙ୍କ ଆଜି ଜନ୍ମଦିନ. ସୁପ୍ରିତି ଦେଖିଲେ କେହି ତାଙ୍କୁ ସାମାନ୍ୟତମ ଜନ୍ମଦିନର ଶୁଭେଚ୍ଛା ଟିକେ ନଜଣେଇ ଚାଲିଗଲେ. ଉଠିଲେ ସୁପ୍ରିତି. ଗାଧୁଆ ପାଧୁଆ ଓ ଠାକୁର ପୂଜା ସାରି ରମାକୁ କହିଲେ ମୁଁ ଆଜି ତୋ ପାଇଁ ଛୁଞ୍ଚିପତ୍ର ସରୁଚକୁଳି କରିବି. ତୁ ଖାଲି ଟିଭି ଦେଖିବୁ. ରମା ଯେତେ ଚାହିଁଲେ ବି ତାକୁ କିଛି କରେଇ ଦେଇନଥିଲେ ସୁପ୍ରିତି. ଆଜିଯାଏଁ ସେ ଯେତେ ସବୁ ଯାହା ପାଇଁ କରିଛନ୍ତି ସବୁ ସେମାନଙ୍କ ମନ ପସନ୍ଦର. ରମା କେବଳ ଖାଏ ଓ ବଳକା ନେଇକି ଘରକୁ ଯାଏ. ତାଙ୍କ ମାନକଥା ଘରଲୋକ ନବୁଝିବା ବେଳେ ରମା ଆଜି ଅନ୍ୟମାନଙ୍କ ଘରୁ ଛୁଟି ନେଇ ତାଙ୍କ ଜନ୍ମଦିନ ପାଇଁ ତାଙ୍କୁ ସଦିଚ୍ଛା ସହ ପ୍ରଣାମ ଜଣେଇ କେତେ ଖୁସି! କାହିଁ ଏତେବେଳ ଯାଏଁ ପରିବାର, ଆତ୍ମୀୟ ସ୍ୱଜନ, ଚିହ୍ନା ଜଣା ବନ୍ଧୁ ବାନ୍ଧବ କେହିତ ଏଯାଏଁ ହ୍ୱାଟ୍ସଆପ କି ମେସେଞ୍ଜରରେ ଉଇସ ମଧ୍ୟ ଟିକେ ଜଣେଇନାହାଁନ୍ତି. ରମା ଟିଭି ଦେଖୁ ଦେଖୁ ଭାବୁଥିଲା ଆଜି ସୁଡ଼ଙ୍ଗ ଏମୁଣ୍ଡରୁ ସେମୁଣ୍ଡ ଯାଏଁ ବାହାରିବା ଭିତରେ ସେ ଖାଲି ସୁପ୍ରିତି ମାଆଙ୍କ ପାଇଁ ଆୟୁଷ ଆଶିଷ ଓ ନିରୋଗ ରହିବାର କାମନା କରି ମାଆଙ୍କ ସହ ଶିବ ଦର୍ଶନ କରି ଫେରିବ କିନ୍ତୁ ସେ ଆଶ୍ଚର୍ଯ୍ୟ ହେଉଥିଲା ମାଆ ଆଜି ତା ମନପସନ୍ଦର ଖାଦ୍ୟ ଖୁଆଇ, ଡ୍ରେସ କିଣାଇ ପିନ୍ଧିବାକୁ ଦେଇ ନିଜେ ସୁଡ଼ଙ୍ଗ ଏମୁଣ୍ଡରୁ ସେମୁଣ୍ଡ ଯାଏ କହୁଥିଲେ ରମାକୁ ଭଲରେ ରଖ ଠାକୁର ତା ମନୋସ୍କାମନା ପୁରଣ କର.

   ସୁଡ଼ଙ୍ଗ ଭିତରେ ରମା ପାଇଁ ସବୁ ଭଲ ହେଉ ପ୍ରଭୁ ଡାକୁ ଡାକୁ ସୁପ୍ରିତିଙ୍କ ଆଖିରୁ ଲୁହ ଗଡିଯାଉଥିଲା. ହୃଦୟର ସହିତ ରମା ପାଇଁ ଏତେ ସବୁ ଡାକୁ ଡାକୁ ପ୍ରଭୁ ବଡଠାକୁର ବଳଭଦ୍ର, ପ୍ରଭୁ କାଳିଆଠାକୁର ଜଗନ୍ନାଥ ଓ ମାଆ ସୁଭଦ୍ରାଙ୍କ କରୁଣାର ଆଶୀର୍ବାଦ ଥିଲା କି କଣ ହରି ଓ ହର ଦୁହେଁ ମିଶି ରମାକୁ ଆଶୀର୍ବାଦ ଦେଉଥିଲେ ଯେମିତି.ରମା ଯେବେ ସୁପ୍ରିତିଙ୍କୁ କହିଲା ମୁଁ ହେଲେ ତୁମ ଝିଅ ହୋଇଥାନ୍ତି କି ମାଆ?ସେତିକିବେଳେ ସୁପ୍ରିତିଙ୍କ କାନରେ ବାଜୁଥିଲା ଭକ୍ତିରେ ଭକ୍ତ ଭାବ ରଖି ଝିଅଟି ଗାଉଥିଲା "ଜଗନ୍ନାଥ ହୋଓ.. ମୁଁ ଯଦି ତୁମ ଝିଅ ହୁଅନ୍ତି "ତ ସେହିଦିନୁ ସତକୁ ସତ ରମାକୁ ଝିଅ କରିନେଲେ ସୁପ୍ରିତି. ରମା ସୁପ୍ରିତିଙ୍କୁ କାମ ଦାମରେ ସାହାଯ୍ୟ କରିବା ସହ ଘରୋଇ ଭାବେ ମାଟ୍ରିକ, ପ୍ଲସ ଟୁ ଓ ଗ୍ରାଜୁଏସନ ସାରିବା ପରେ ତାକୁ ବିବାହ କରାଇବାକୁ ଚାହିଁଥିଲେ ସୁପ୍ରିତି. ସେ ଜାଣିଥିଲେ ରମାକୁ ଶ୍ୟାମ ଖୁବ ଭଲପାଏ. ଶ୍ୟାମ ଘରୋଇ ଚାକିରୀ କରିଥାଏ ତ ରମା ସେଦିନ ସୁପ୍ରିତିଙ୍କୁ ନିଜ ମନକଥା ଖୋଲି କହିଥିଲା. ସେ ଗୋଟେ ସରକାରୀ ଚାକିରିଆ ପୁଅକୁ ବିବାହ କରିବାକୁ ଚାହେଁ ଶୁଣି ପ୍ରଥମେ ଚମକି ପଡ଼ିଥିଲେ ସୁପ୍ରିତି କାରଣ ଶ୍ୟାମର ମନ ଭାଙ୍ଗିଯିବ .ସୁପ୍ରିତିଙ୍କ ନିଜ ଝିଅର ବିବାହ ସରିବା ପରେ ଝିଅ ପରି ଏମିତି ଅଳି କରିବାକୁ କେହି ନଥିଲେ ତ ରମା ମନରଖିବାକୁ ସୁପ୍ରିତି ଏଣିକି ଦୂରରେ ରହୁଥିବା ପୁଅ ବୋହୁ, ଝିଅ ଜୋଇଁ ଓ ସ୍ୱାମୀଙ୍କ ସହ ନିଜେ ଲାଗିପଡିଲେ ରମା ପାଇଁ ଚାକିରିଆ ପୁଅ ଖୋଜିବାକୁ. ରମା ଏବେ ଖୁବ ସୁନ୍ଦର ଦେଖାଯାଉଥିଲା ତା ଚାଲିଚଳନରେ ଆଧୁନିକତା ସହିତ ସଂସ୍କାରର ଛାପ ପଡିଯାଇଥିଲା ତ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ସରକାରୀ ଇଞ୍ଜିନିଅର ଜୋଇଁ ମିଳିଯାଇଥିଲା.ସୁପ୍ରିତି ଭାବୁଥିଲେ ରମା ଠିକ କଥା କହୁଥିଲା. ତାଙ୍କ ଜନ୍ମଦିନରେ ଗୁପ୍ତେଶ୍ୱରଙ୍କ ପାଖରେ ଥିବା ସୁଡ଼ଙ୍ଗର ଏମୁଣ୍ଡରୁ ସେମୁଣ୍ଡ ଯାଏଁ ବାହାରିବା ବେଳେ ଭକ୍ତ ଯାହା ମନୋବାଞ୍ଛା କରିଥାଏ ତାହା ତାକୁ ମିଳିଯାଇଥାଏ.ସତକୁ ସତ ସରକାରୀ ଚାକିରିଆ ପୁଅ ମାଧବ ସଙ୍ଗେ ବିବାହ ହୋଇଯାଇଥିଲା ରମାର.

   ଶ୍ୟାମ ବିବାହ କରିନଥାଏ ରମାର ପୁଅଟିଏ ହେବା ପର୍ଯ୍ୟନ୍ତ. କହେ ପ୍ରଥମ ପ୍ରେମକୁ ଭୁଲି ହୁଏନି ମାଆ. ରମା ସିନା ତାକୁ ଭୁଲି ସରକାରୀ ଚାକିରୀ କରୁଥିବା ବଡ଼ଲୋକର ସ୍ତ୍ରୀ ହୋଇଗଲା କିନ୍ତୁ ପିଲାଦିନର ସେ ଧୂଳିଖେଳ ଓ ମିଛି ମିଛିକା ବାହାଘରକୁ ମୁଁ ଭୁଲି ପାରୁନି. ସୁପ୍ରିତି ନିଜକୁ ଦାୟୀ କଲାବେଳେ ଶ୍ୟାମ କୁହେ ଆପଣ ପରୋପକାର କଲେ ଏଥିରେ ଆପଣ କାହିଁ ଦୋଷୀ ହେବେ. ରମା ଆପଣଙ୍କଠୁ ସବୁ ପାଇସାରିବା ପରେ ମତେ ଭୁଲି ଆଉ ଅଧିକା ସୁଖ ଗୋଟେଇବାକୁ ଯାଇଛି ସେ ସୁଖରେ ରହୁ. ରମା କିନ୍ତୁ ସୁଖରେ ନଥିଲା. ସ୍ୱାମୀ ସବୁବେଳେ ଫୋନରେ କୋଉ ଝିଅ ସହିତ ଗପୁଥିବାର ସନ୍ଦେହ ବଢୁଥିଲା ତାର . ରମା ସଙ୍ଗେ ଦୁଃଖ ସୁଖ ବା ପୁଅ ସଙ୍ଗେ ଖେଳିବା ବଦଳରେ ମାଧବ ସବୁସମୟରେ ମୋବାଇଲରେ ବ୍ୟସ୍ତ ରହୁଥିଲା. ଅଭିମାନ କରି କହିଲେ ରମାର ସ୍ୱାମୀ ମାଧବ ମୋବାଇଲରେ ଅଫିସ କାମ କରୁଛି କହୁଥିଲା. ସରକାରୀ ଅଫିସରେ ନିର୍ଦିଷ୍ଟ ସମୟ ପରେ ମୋବାଇଲରେ କି ଅଫିସ କାମ ରମା ବୁଝିପାରିନଥିଲା. ପଡୋଶୀ ଡାକ୍ତରାଣୀଙ୍କୁ ପଚାରିବାରୁ ସେ କହିଥିଲେ ବୋଧହୁଏ ତୁମ ସ୍ୱାମୀଙ୍କୁ ମୋବାଇଲ ଫେବିୟା ରୋଗ ହୋଇଯାଇଛି. ଯୋଉଦିନ ରମା ଦେଖିଲା ଅଫିସର ଜଣେ ମହିଳା ସହକର୍ମୀ ସହିତ ଢେର ରାତିଯାଏଁ ମାଧବ ଚାର୍ଟିଂ କରୁଥିଲା,ତା ପରଦିନ ରମା ପୁଅକୁ ଛାଡି କାଠଯୋଡି ନଦୀବନ୍ଧ ଉପରୁ ପାଣିକୁ ଡେଇଁ ପଡିବା ପୂର୍ବରୁ କେହି ଜଣେ ତାକୁ ଧରିନେଇଥିଲା. ବର୍ଷାରାତିର ଘଡଘଡି ଚଡ଼ଚଡ଼ି ସହିତ ବିଜୁଳି ଆଲୋକରେ ରମା ଦେଖିଲା ସେ ଶ୍ୟାମ ହିଁ ଥିଲା. ଏହା ପରେ ଶ୍ୟାମ ରମାକୁ ନେଇ ସୁପ୍ରିତିଙ୍କ ଘରେ ଛାଡିଥିଲା. ଏବେ ରମା ପାଖରେ ଦୁଇଟି ରାସ୍ତା.ପୂର୍ବରୁ ତାକୁ ଏକଚାଟିଆ ପ୍ରେମ କରି ପ୍ରଥମ ପ୍ରେମିକ କହୁଥିବା ଶ୍ୟାମ ଯିଏକି ଏବେ ତାକୁ ଜୀଵନ ଦେଇଥିଲା ତା ହାତ ଧରିବ ନା ପୁଅ ପାଖକୁ ଫେରିଯାଇ ସ୍ୱାମୀର ସମସ୍ତ ଭୁଲକୁ କ୍ଷମା କରି ମୋବାଇଲ ଫେବିୟା ରୋଗ ଛଡ଼ାଇବାକୁ କିଛି ପଦକ୍ଷେପ ନେବ! ରମା ଚାହିଁଲା ମାଆ ସୁପ୍ରିତିଙ୍କୁ ଯିଏ ତାକୁ ପୁନ୍ନର୍ଜନ୍ମ ଦେଇ ସଂସ୍କାର ଶିଖେଇଛନ୍ତି. ପୁଅ ବୋହୁ ଓ ଝିଅ ଜୋଇଁ ଯେତେ ଡାକିଲେ ମଧ୍ୟ ସ୍ୱାମୀଙ୍କୁ ଛାଡି ଯାଇନାହାଁନ୍ତି କେବେ.ଏ ବାର୍ଦ୍ଧକ୍ୟରେ ମଧ୍ୟ ଲୋଟି ସାଉଁଟି ସ୍ୱାମୀଙ୍କ ମନବୁଝି ପରଷୁଛନ୍ତି ଖାଦ୍ୟ ଓ ଦେଉଛନ୍ତି ଔଷଧ ଓ ନିଜ ପଞ୍ଚଇନ୍ଦ୍ରିୟ ସୁଖ କରିଛନ୍ତି ତ୍ୟାଗ. ତାଙ୍କୁ ପ୍ରଣାମ କରି ସେ ସ୍ୱାମୀ ଓ ପୁଅ ପାଖକୁ ଫେରିଯାଇଥିଲା.ଫେରିଯିବା ପୂର୍ବରୁ ପୁଣିଥରେ ଗୁପ୍ତେଶ୍ୱର ମନ୍ଦିର ସୁଡ଼ଙ୍ଗରେ ଏମୁଣ୍ଡରୁ ସେମୁଣ୍ଡ ଯାଏଁ ସ୍ୱାମୀଙ୍କ ପ୍ରେମ ପାଇବାକୁ ମନୋବାଞ୍ଛା କରି ଏମୁଣ୍ଡରୁ ସେମୁଣ୍ଡ ବାହାରି ଖାଲି ଶିବ ଦର୍ଶନ କରିନଥିଲା ବରଂ ସୁପ୍ରିତିଙ୍କ ସହ ପୁରୀ ଯାଇ ରଥ ଦଉଡି ଭିଡ଼ିବା ସହ ମାଧବଙ୍କ ଅଫିସର ସେହି ଅବିବାହିତ ମହିଳା ସହକର୍ମୀ ସହ ଶ୍ୟାମର ବାହାଘର କରାଇବାରେ ମାଧବ ହିଁ ଅଧିକ ସହଯୋଗ କରିଥିଲେ ରମାକୁ କାରଣ ଝିଅଟିର ଭାଇ ନଥିବାରୁ ରାକ୍ଷୀ ବାନ୍ଧି ଭାଇ କରିବାକୁ ସେଦିନ କଥା ହେଉଥିଲା ସେ ମାଧବଙ୍କ ସହିତ ।



Rate this content
Log in

Similar oriya story from Action