ମନେ ପଡେ ପିଲାଦିନ
ମନେ ପଡେ ପିଲାଦିନ
ଆଜି ରବିବାର...ହଟାତ୍ ମନେ ପଡିଗଲା ମୋ ପିଲା ଦିନର ସେହି ଅଭୁଲା ସ୍ମୃତି ।ମୋ ସାଙ୍ଗ ଜ୍ୟୋତି ପଟ୍ଟନାୟକର କଥା । ଭାଵିଲା ଖେଳକୁ ଦେହରେ ଶିହରଣ ଖେଳିଯାଏ । ସିଏ ମୋ ଅତି ପ୍ରିୟର ସାଙ୍ଗ ।ଘରେ ବାହାରେ ସମସ୍ତେ ତାକୁ ଭଲପାଆନ୍ତି । ସ୍କୁଲରେ ସିଏ ପ୍ରଥମ ହୁଏ ।ଆମେ ଦୁଇଜଣ ସାଙ୍ଗ ହୋଇ ସ୍କୁଲ ଯାଉ ଏବଂ ଫେରୁ ।ଅତି ସଂସ୍କାର ଘରର ଝିଅଟିଏ ।ମନରେ ଅହଂଭାବ ଆଦୌ ନାହିଁ ।
: କିନ୍ତୁ ଦାଉ ସାଧେ ତାର ଦାରିଦ୍ରତା !
ମା ତାର ବାରଦ୍ଵାର ବୁଲି ବାସନ ମାଜେ ।ପିଲାଟି ଦିନରୁ ସେ ବାପାକୁ ହରାଇଥିଲା ।
ଦାରିଦ୍ରତା ପାଖରେ ସିଏ କେବେ ହାର ମାନିନାହିଁ ।
ଅକାଳ ଚଡକ ତାକୁ ମାଡିଆସିଲା ।ସନ୍ଧ୍ୟା ସମୟରେ ଆମେ ସହପାଠୀ ସହ ଖେଳୁଥିବା ଵେଳେ ଜ୍ୟୋତି ହଠାତ୍ ମଟରସାଇକେଲ ଆରୋହୀ ସହ ଧକା ହୋଇ ତାର ଗୋଡରେ ପ୍ରବଳ ଆଘାତ ଲାଗିଥିଲା ।ତାର ରକ୍ତ ଜୁଡୁବୁଡୁ ଚେହେରା ମୋ ଆଖି ଆଗରେ ନାଚିଉଠୁଚି ।ଆମୋ ଉପାୟ ଶୂନ୍ୟ ହୋଇ ଚିତ୍କାର ଛାଡୁଥିଲୁ ।ହଠାତ୍ ଜଣେ ଅଜଣା ଅଚିହ୍ନା ବ୍ୟକ୍ତି ଆମର ଚିତ୍କାର ଶୁଣି ଦୌଡି ଆସିଥିଲେ ।
ଅରକ୍ଷିତକୁ ପରା ଦଇବ ସାହା !
ଜ୍ୟୋତିକୁ ଧରି ଡାକ୍ତରଖାନା ନେଇଥିଲେ ।ଡାକ୍ତରମାନଙ୍କ ପ୍ରଚେଷ୍ଟାରେ ଜ୍ୟୋତି ଭଲ ହୋଇଗଲା କିନ୍ତୁ ସେ ସମ୍ପୂର୍ଣ୍ଣ ଆରୋଗ୍ୟ ହୋଇନଥିଲା । ସେ ଚାଲିପାରିଲା ନାହିଁ ।ଡାକ୍ତର ଭେଲୁର ନେବାକୁ କହିଥିଲେ ଯେହେତୁ ସେ ଚାଲିପାରୁନଥିଲା କିନ୍ତୁ ସେ ଧୈର୍ଯ୍ୟ ହରାଇନଥିଲା।
ମାଆ ତାର ସମସ୍ତଙ୍କ ପାଖରେ ବିନତି ହୋଇ ହାତ ପତେଇଛି କିଛି ସାହାର୍ଯ୍ୟ ପାଇଁ ।ପ୍ରତିଷ୍ଠିତ ଇଞ୍ଜିନିୟର ବିକାଶ ବାବୁଙ୍କ ସାହାର୍ଯ୍ୟରେ ଭେଲୁର ଯାଇଥିଲା ଜ୍ୟୋତି । ବିକାଶ ବାବୁ ସମସ୍ତ ଖର୍ଚ୍ଚ ବହନ କରିଥିଲେ ।କିନ୍ତୁ ମାଆର ଅକାଳ ବିୟୋଗରେ ମ୍ରିୟମାଣ ହୋଇଯାଇଥିଲା ଜ୍ଯୋତି! କିନ୍ତୁ ମନରେ ଅସୀମ ସାହାସ,ଧୈର୍ଯ୍ୟ ଏବଂ ଭଲପାଇବା ଦେଇଥିଲେ ଡାକ୍ତର ରତିକାନ୍ତ ପାଣ୍ଡେ । ଜ୍ୟୋତି ନିଜର ପରିଚୟ ସୃଷ୍ଟିକରି ଆଜି ଅନାଥ ଶିଶୁ ପାଇଁ ବ୍ଳଡବ୍ୟାଙ୍କ କେନସର ହସପିଟଲ ଏବଂ ଅନାଥ ଆଶ୍ରମରୁ ଛୋଟ ଛୋଟ ଶିଶୁ ମାନଙ୍କ ଚିକିତ୍ସା ପାଇଁ ହାତ ବଢେଇଛି ।ସେହି ଅନାଥ ପିଲାଙ୍କ ମଧ୍ୟରୁ ଅନେକ ଜଣ ଦେଶର ସୁ ନାଗରିକ ହୋଇପାରିଛନ୍ତି । ଆଜି ତାର ପରିଚୟ ଡକ୍ଟର ଜ୍ୟୋତି ପଟ୍ଟନାୟକ ।
ଆଜି ..୯.୧୨.୨୦୧୮ ମୋ ଜନ୍ମଦିନରେ ସନ୍ଧ୍ୟା ସାତଟା ସମୟରେ ଭୁବନେଶ୍ଵରରେ ଥିବା ହୋଟେଲ ପାରା ଡାଇଜରେ ଜ୍ୟୋତି ପଟ୍ଟନାୟକଙ୍କ ଉପସ୍ଥିତିରେ ପାର୍ଟିର ଆୟୋଜନ କରାଯାଇଥିଲା । ସିପ୍ରା,ସଂଘମିତ୍ରା,ସ୍ଵପ୍ନା ସାଗରିକା ....ସଂଗ ମେଳରେ ମନେ ପଡିଲା ପିଲା ଦିନର ଧୂଳିଖେଳଠାରୁ ସ୍କୁଲ ଜୀବନ ଏବଂ କଣ୍ଡେଇ ଖେଳ, ଗୁରୁମା’ ଗୁରୁଜୀଙ୍କ ପଠନ ଲିଖନ ଶୈଳୀ ସହ ଶାନ୍ତି ଏବଂ ଶୃଙ୍ଖଳା ଏପରି ବହୁତ କିଛି...।
ଡକ୍ଟର ଝରଣା ଶତପଥୀ
ଭୁବନେଶ୍ଵର