STORYMIRROR

Tapaswini DashSarangi

Tragedy Inspirational

3  

Tapaswini DashSarangi

Tragedy Inspirational

ମମତାର ମୂଲ

ମମତାର ମୂଲ

3 mins
41

କିଶୋର ବାବୁଙ୍କ ଫଟୋଟିକୁ ଧରି ଅଭିମାନ ମିଶା କୋହକୁ ନିଗାଡି ଦେଉଥିଲେ ସୁଲତା ଦେବୀ।କାହାକୁ ଆଶ୍ରା କରି ଜୀବନର ଆଉ କିଛି ରାସ୍ତା ଆଗକୁ ଯିବେ। ବିବାହର ଚାଳିଶି ବର୍ଷ ସେ ବେଶ୍ ହସଖୁସିରେ ବିତାଇଛନ୍ତି ଦୁହେଁ।ସମସ୍ତେ ଥଟ୍ଟା ପରିହାସରେ କୁହନ୍ତି ଏ ଯୁଗର ଲୈଲା ମଜନୁ।ଉଭୟଙ୍କ ଉତ୍ତମ ବୁଝାମଣା ଅନ୍ୟମାନଙ୍କ ପାଇଁ ଆଦର୍ଶ।ଭଗବାନଙ୍କ କୃପାରୁ ପରିବାର କହିଲେ ଗୋଟିଏ ପୁଅ ଆଉ ଗୋଟିଏ ଝିଅ।ନିଜ ଜୀବନକୁ ପାଣି କରି କିଶୋର ବାବୁ ଆଉ ସୁଲତା ଦୁଇ ପିଲାଙ୍କୁ ଭଲ ଶିକ୍ଷା ଦେଇ ପ୍ରତିଷ୍ଠିତ କରେଇଛନ୍ତି।ଦୁଇଜଣ ଯାକ ତାଙ୍କ ସଂସାରରେ ବ୍ୟସ୍ତ।ଝିଅ ସୁଦୂର ଆମେରିକାରେ ରହୁଛି, ପୁଅ ସୁଧୀର ଚାଟାର୍ଡ ଆକାଉଣ୍ଟାଣ୍ଟ୍ ପଦବୀରେ ପ୍ରତିଷ୍ଠିତ।କିଶୋର ବାବୁ ଓ ସୁଲତା ଭଲ ସ୍ଵାମୀ ସ୍ତ୍ରୀ ହୋଇ ପାରିଲେ ସିନା ଵୋଧେ ଭଲ ବାପା ମା' ହୋଇ ପାରିଲେନି ଏମିତି କହି କାନ୍ଦୁଥିଲେ ସୁଲତା।

  କିଶୋର ବାବୁ ଥିବା ବେଳଠାରୁ ହିଁ ପୁଅ ସୁଧୀର ତା ସ୍ତ୍ରୀ ପିଲାଙ୍କୁ ଧରି ଅଲଗା ରହୁଛି।ବହାନା ହେଉଛି ତା' ଷ୍ଟାଟସକୁ ଘର କୁଆଡେ ଛୋଟ ହେଇ ଯାଉଛି।ଅନେକ ଥର ସୁଲତା ଅଭିମାନ ଛଳରେ କହିଛନ୍ତି ଏ ବୁଢା ବୁଢୀ ବୟସରେ ସମସ୍ତେ ନାତି ନାତୁଣୀଙ୍କ ସହ ସମୟ କାଟିବାକୁ ଭଲ ପାଆନ୍ତି।ହେଲେ ତାଙ୍କ ମାନ ଅଭିମାନକୁ କିଏ ବା ଶୁଣୁଛି।ପୁଅ ସୁଧୀର ତ ନିଜର ଜୀବନରେ ବ୍ୟସ୍ତ।ହଁ ଆସେ କେବେ ମା ବାପାଙ୍କ ସହ ଦେଖା ହେବାକୁ ।ଗୋଟିଏ ସହରରେ ଥାଇ କରି ଅଲଗା ହେବାର କଷ୍ଟ ବୋଧେ ସୁଧୀର କେବେ ଅନୁଭବ କରିନି।ଯେତିକି ସୁଲତା ମୁହଁ ଲୁଚାଇ କାନ୍ଦନ୍ତି।କିଶୋର ବାବୁ ଥିଲେ ବୋଲି କେବେ ଲୁହ ଝରିବାକୁ ଦେଲେନି।ହେଲେ ଆଜି କାନ୍ଧଟିଏ ନାହିଁ ସାହାରା ହେବା ପାଇଁ।

  

 ହଁ ଝିଅ ସମୀକ୍ଷା ଫୋନ୍ କରେ ବେଳେ ବେଳେ।ହେଲେ ଏବେ ବାପାଙ୍କ ମୃତ୍ୟୁ ପରେ ଦିନକୁ ଥରେ ଫୋନ୍ କରୁଛି।ତା'ର ଏକା ଜିଦ୍ ସୁଲତାଙ୍କୁ ତାଙ୍କ ପାଖକୁ ନେଇ ଯିବାକୁ।ହେଲେ ସୁଲତା ବି ଜିଦିରେ କମ୍ ନୁହଁନ୍ତି।ନିଜ ସ୍ଵାମୀଙ୍କ ସ୍ଵଅର୍ଜିତ ଧନରେ ଠିଆ କରିଥିବା ଭିଟା ମାଟିକୁ ଛାଡି ଯିବାକୁ ମନ ନାହିଁ।ପୁଣି ଯେଉଁଠି ନିଜ ପୁଅ ମୁହଁ ଆଡେଇ ଦେଉଛି,ସେଠାରେ ସେ କିପରି ବା ଜ୍ଵାଇଁ ଉପରେ ଭରସା କରିବେ।ସ୍ଵାମୀଙ୍କର ପେନସନରୁ ଯାହା ଆସିବ ଗୋଟେ ପେଟ କଣ ଅପୋଷା ରହିଯିବ।

 ଦିନେ ନାତି ପିଙ୍କୁନର ଫୋନ୍ ଆସିଲା। ସୁଲତା ବହୁତ ଖୁସି ଏତେ ଦିନ ପରେ ନାତି ଫୋନ୍ କରିଛି କିଛି କାମ ତ ଥିବ।ଭାରି ଦୁଷ୍ଟ କିନ୍ତୁ ଭଲ ପାଠ ପଢେ।ସହରର ବଡ଼ ସ୍କୁଲରେ ପଢୁଛି।


ହ୍ୟାଲୋ ହଁ ବାବା ପିଙ୍କୁନ୍ କେମିତି ଅଛୁ ଧନ।ଆଜି ଏ ବୁଢ଼ୀ କଥା ମନେ ପଡିଲା।ଭଲ ଅଛୁ ନା ବାବୁ,ତୋ ପାପା ଆଉ ମାମା ଭଲ ଅଛନ୍ତି ନା।ଏକ ନିଃଶ୍ଵାସରେ ପଚାରି ଗଲେ ସୁଲତା।ସତରେ ନାତି ନାତୁଣୀଙ୍କ ପ୍ରତି ଅମାପ ସ୍ନେହ ବାରି ହେଉଥିଲା ତାଙ୍କ ଖୁସିରୁ।


ହଁ ଜେଜେ ମା' ତୁମେ କେମିତି ଅଛ?ମୋର ସ୍କୁଲରେ ଏଇ ଆସନ୍ତା ଶନିବାର ଦିନ "ଗ୍ରାଣ୍ଡ୍ ପ୍ୟାରେଣ୍ଟସ୍ ଡେ"ଅଛି ତୁମେ ଯଦି ଆସନ୍ତ ଭଲ ହୁଅନ୍ତା।ତୁମେ ଆଉ ମୁଁ ମିଶି ମଜା କରନ୍ତେ।ସମସ୍ତଙ୍କ ଜେଜେ ବାପା ଆଉ ଜେଜେ ମା' ମାନେ ଆସିବେ। ସେଠାରେ କେତେ ପ୍ରତିଯୋଗିତା ହେବ।ତୁମେ ଆଉ ମୁଁ ମିଶି ଟ୍ରଫି ଜିତିବା।ବହୁତ ଆଗ୍ରହରେ କହୁଥିଲା ପିଙ୍କୁନ୍।

ସୁଲତା ନାତିର ଆଗ୍ରହ ଭାଙ୍ଗି ପାରୁନଥିଲେ ।ହଁ ହଉ ଠିକ୍ ଅଛି ତୁ ତୋ ପାପା କହିବୁ ଆସି ମତେ ନେଇଯିବ କହି ଫୋନ୍ ରଖିଦେଲେ।

ଶନିବାର ଦିନ ସୁଧୀର ଆସି ସୁଲତାଙ୍କୁ ନେଇଗଲା ପିଙ୍କୁନର ସ୍କୁଲକୁ।ବହୁତ ବଡ଼ ଆୟୋଜନ ସ୍କୁଲ୍ ତରଫରୁ କରା ଯାଇଥିଲା।ଏସବୁ ଦେଖି ସୁଲତା ବହୁତ ଖୁସି ହୋଇଗଲେ। ପ୍ରତିଯୋଗିତା ଆରମ୍ଭ ହେଲା।ପୁରା ଦିନ ପ୍ରତିଯୋଗିତା ଚାଲିଲା।ଖାଇବା ପ୍ରତିଯୋଗିତାରେ ସୁଲତାଙ୍କର ଚନ୍ଦ୍ରକାନ୍ତି ପିଠା ସମସ୍ତଙ୍କ ମନକୁ ପାଇଲା ଆଉ ଦ୍ଵିତୀୟ ସ୍ଥାନ ପାଇଲା।ଅନୁଭବ ଓ ଅନୁଚିନ୍ତାରେ ସୁଲତା ଭାଗ ନେଲେ। ପ୍ରତିଯୋଗିତାରେ ସୁଲତାଙ୍କ ଆଧ୍ୟାତ୍ମିକ ଚିନ୍ତା ଚେତନା,ଶ୍ରବଣ କୁମାରର କଥା ଆଉ ଗୁରୁ ଗୁରୁଜନ ଭକ୍ତିର କିଛି ବାର୍ତ୍ତା ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଲା।ସେଠାରେ ଉପସ୍ଥିତ ଶିକ୍ଷକ ଶିକ୍ଷୟତ୍ରୀ ଆଉ ସମସ୍ତ ଅଭିବାବଙ୍କ କରତାଳିରେ ଫାଟି ପଡ଼ୁଥିଲା ସେ ପରିବେଶ। ସ୍କୁଲର ପ୍ରଧାନଶିକ୍ଷକ ପିଙ୍କୁନକୁ କହିଲେ ତୁମେ ବହୁତ ଭାଗ୍ୟବାନ ତୁମ ପାଖରେ ଏତେ ସଂସ୍କାରୀ ଜେଜେ ମା' ଅଛନ୍ତି।ତୁମକୁ ବହୁତ ଶିକ୍ଷା ମିଳୁଥିବ ଘରୁ। ପ୍ରଧାନ ଶିକ୍ଷକଙ୍କ ଏ କଥା ଶୁଣି ପିଙ୍କୁନ୍ ମନ ଶୁଖାଇ ପିଲାଳିଆମି ମନରେ କହିଲା ଜେଜେ ମା' ତ ଆମ ସହ ରହୁ ନାହାନ୍ତି।ସେ ଏକା ରୁହନ୍ତି।ମୋ ପାପା କହୁଥିଲେ ଜେଜେ ମା' ରହୁଥିବା ଘର ବହୁତ ଛୋଟ ତେଣୁ ଆମ ଷ୍ଟାଟସକୁ ଠିକ୍ ନୁହେଁ।ସେଥିପାଇଁ ଆମେ ଅଲଗା ରହୁଛୁ।ପିଲାଟିର ଚପଳାମି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଲା।।ପିଙ୍କୁନ୍ ର ଏମିତି କଥା ଶୁଣି ସୁଧୀର ଲାଜରେ ମୁହଁ ଟେକି ପାରୁନଥିଲେ।ଏସବୁ ଦେଖି ସୁଲତାଙ୍କର ମା'ମନ ବୁଝିଲାନି।ଯାହା ହେଲେ ବି ସେ ମା' ପୁତ୍ର କୁପୁତ୍ର ହୋଇପାରିବ କିନ୍ତୁ ମା'କେବେ ବି କୁମାତା ହୋଇପାରେନା।ସାଙ୍ଗେ ସାଙ୍ଗେ ସୁଲତା ବାହାରି କହିଲେ ଆମ ଘର ଛୋଟ ସେଥିପାଇଁ ମୁଁ ସୁଧୀରକୁ ଅନ୍ୟ ଘରେ ରହିବାକୁ କହିଲି।ସେ ଗୋଟେ ଚାଟାର୍ଡ ଆକାଉଣ୍ଟାଣ୍ଟ୍ ତା ପାଖକୁ ଅନ୍ୟକେତେ ଲୋକ ଆସନ୍ତି ସେଥିପାଇଁ ମୋର ଜିଦ୍ ପାଇଁ ସେ ଅଲଗା ରହୁଛି।କିନ୍ତୁ ମୋ ପୁଅ ମୋର ସବୁ ହାନି ଲାଭ ବୁଝୁଛି।ମୋର କିଏ ଅଛି ତା' ଛଡା। 

ସୁଧୀର ଏ ସବୁ ଶୁଣି କାନ୍ଦି ପକାଉଥିଲା ଭାବୁଥିଲା ସତରେ ସେ କେତେ ବଡ଼ ଦୋଷୀ।ଷ୍ଟାଟସର ମୋହରେ ମା'ର ମମତାକୁ ସେ ପଛରେ ପକାଇଥିଲା।ମମତାର ମୂଲକୁ ସେ ଟଙ୍କା ସହିତ ତୁଳନା କରି କେତେ ଭୁଲ କରିଥିଲା ସତରେ।ତା ଅନୁତାପର ଲୁହକୁ ବୁଝି ପାରୁଥିଲେ ସୁଲତା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy