STORYMIRROR

Sunanda Mohanty

Classics Inspirational Others

3  

Sunanda Mohanty

Classics Inspirational Others

ମିଟୁ ମନରେ ପ୍ରଶ୍ନ

ମିଟୁ ମନରେ ପ୍ରଶ୍ନ

1 min
220

ନନ୍ଦନକାନନ ରେ ମିଟୁ ବାଘ ସଫାରୀ ପାଖରୁ ଆସୁନଥିବା ଦେଖି ମା ଡାକୁଥିଲେ, ଏଣିକି ଆସ ମିଟୁ ଆଉ କେତେ ପଶୁପକ୍ଷୀ ଦେଖିବାର ଅଛି. ଜିରାଫ, ହାତୀ, ଭାଲୁ ଦେଖିବୁନି କି ତୁ? ମିଟୁ କହୁଥିଲା ରହ ମାଆ ବାଘକୁ ମୁଁ ଭଲକି ଦେଖୁଛି, କଣ ଏତେ ଦେଖୁଛୁ ଯେ, ବିରକ୍ତିରେ କହୁଥିଲେ ମାଆ ତ ମିଟୁ କହୁଥିଲା ଏତେ ପଶୁ ଥାଉ ଥାଉ ବାଘ କାହିଁକି ଆମ ଜାତୀୟ ପଶୁ ହେଲା ସେହି କଥା ଭାବୁଛି ମାଆ, ତ ମାଆ ଟିକେ ଥମିଗଲେ l

   ସେମିତି ପକ୍ଷୀ ମାନଙ୍କର ସ୍ୱର, ରଙ୍ଗ, ଜାତି, ପ୍ରଜାତି ଭିତରେ ବି ମିଟୁ ସନ୍ତୁଷ୍ଟ ନହୋଇ ଆଉ କିଛି ଖୋଜୁଥିଲା । ତା ଉଦାସ ମନକୁ ପଢ଼ିନେଇ ବାପା ପଚାରୁଥିଲେ, ତୁ ନିଶ୍ଚୟ ମୟୁର ପକ୍ଷୀକୁ ଖୋଜୁଛୁ, ସେମାନେ ଅଲଗା ଜାଗାରେ ଅଛନ୍ତି, ଚାଲେ ଯିବା ତ ମିଟୁ ଆଗ୍ରହରେ ଖୋଜି ବୁଲି ମୟୁର ମାନଙ୍କୁ ଦେଖୁଥିଲା ଏବଂ ସେମାନଙ୍କ ଭାବ ଭଙ୍ଗୀରେ ବୁଡ଼ିଯାଉ ଯାଉ ସେମାନଙ୍କ ରାବ ବା ବୋବାଳି ବିଲେଇର ମିଆଁଉ ଭଳି ଶୁଭଉଥିବାରୁ ହସି ହସି ଗଡିଯିବାର ଦୃଶ୍ୟରେ ବାପା ମାଆ ପ୍ରକୄସ୍ଥିତ ତ ହେଲେ ପୁଣି ବାପା ତାକୁ ବୁଝେଇ କହୁଥିଲେ ପଶୁପକ୍ଷୀ ମାନଙ୍କ ଚାଲିଚଳନ ରୂପ ରଙ୍ଗ ଭାବ ଓ ଦାମ୍ଭିକତା କୁ ଆକଳନ ବା ଅନୁଶୀଳନ କରି ସେମାନଙ୍କ ଭିତରୁ କିଏ ଜାତୀୟ ପଶୁ ଓ କିଏ ଜାତୀୟ ପକ୍ଷୀ ହେବାପାଇଁ ସ୍ଥିର କରାଯାଇଛି, ତ ମିଟୁ ବୁଝିପାରୁନଥିଲା ହାତୀ କାହିଁକି ଜାତୀୟ ପଶୁ ନୁହେଁ, ତ ତା ଉତ୍ତରରେ ମାଆ ତା ମୁଁହକୁ ଜଳଜଳ ହୋଇ ଚାଁହୁଥିଲେ, ତ ବାପା ଡାକିନେଉଥିଲେ ବୁଝେଇବା ପାଇଁ l


Rate this content
Log in

Similar oriya story from Classics