Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Narayan chandra Senapati

Thriller Drama


3  

Narayan chandra Senapati

Thriller Drama


ମଦ ପିଇବି ନାହିଁ

ମଦ ପିଇବି ନାହିଁ

7 mins 337 7 mins 337


ବ୍ୟଭିଚାରୀ ରଞ୍ଜିତ ଠାକୁରକୁ ମଦ ବୋତଲରେ ଆଘାତ ଦେଇ ଅଫିସ ର ସିକ୍ରେଟ ଚାମ୍ବର ପଛ ଡୋର ଖୋଲି ରଞ୍ଜିତା ଏକ ନିଃଶ୍ଵାସରେ ଦୌଡ଼ିଲା ମୁଖ୍ୟ ରାସ୍ତାକୁ।ଏକ ଅଟୋରେ ବସି ଭୟଭୀତ ଭାବେ ଚତୁର୍ଦ୍ଦିଗକୁ ପର୍ଯ୍ୟବେକ୍ଷଣ କରି ତାଙ୍କ ବାସସ୍ଥାନ ନିକଟରେ ଓହ୍ଲାଇ ପଡିଲା।ଅଟୋ ଚାଳକକୁ ଭଡା ଦେଇ ବିଚଳିତ ଭାବେ ଦୌଡ଼ି ଦୌଡ଼ି ନିଜ ପ୍ରମାଣପତ୍ର ଫାଇଲଟିକୁ ଫିଙ୍ଗିଦେଇ ବିଛଣାରେ ମୁହଁ ପୋତି ଭୋ ଭୋ ହୋଇ କାନ୍ଦିଲା।


 ପରିବାରର ଦୁଃଖ କଷ୍ଟକୁ ଦୁରେଇବାକୁ ଚାକିରୀ ଖଣ୍ଡେ ପାଇଁ ଯାଇଥିଲା ସେ କେତେ ଆଶା ଧରି।ଘରେ ବାପା,ମାଆ ଆଉ ସେ ତିନିଜଣର ତ୍ରିମୁଖୀ ସଂସାର।ବାପା ପ୍ରିୟବ୍ରତ ଏଜ ବେସରକାରୀ ଅନୁଷ୍ଠାନର ସ୍ଵଳ୍ପବେତନ ଭୋଗୀ କର୍ମଚାରୀ।ମାଆ ଅଶାନ୍ତି ଉଗ୍ର ବିଶୃଙ୍ଖଳିତ ଓ ଅବ୍ୟବସ୍ଥିତ ଦିନଚାର୍ଯ୍ୟାରେ ଅଶାନ୍ତିକୁ ହିଁ ପ୍ରତି କ୍ଷଣ ଆମନ୍ତ୍ରଣ କରନ୍ତି।ବାପାଙ୍କର ମଦ୍ୟପାନ ବଦଭ୍ୟାସ ହିଁ ଆର୍ଥିକ ଅସୁବିଧାର ଏକ ବଳିଷ୍ଠ କାରଣ।ତା ପରେ ଗାଁ ପିଲାଙ୍କୁ ଟ୍ୟୁସନ କରି ବହୁତ କଷ୍ଟରେ ସେ ସମ୍ପୂର୍ଣ୍ଣ କରିଥିଲା ଆଞ୍ଚଳିକ ମହାବିଦ୍ୟାଳୟରୁ ସ୍ନାତ୍ତକ ଡିଗ୍ରୀ। ଅଥର୍ବ ପରି ନ ବସି ପାରିବାରିକ ସ୍ଵଛଳତା ପାଇଁ କୌଣସି ଅନୁଷ୍ଠାନରୁ ସ୍ୱଳ୍ପ ବେତନ ବରଂ ହେଉ ଚାକିରୀ ଖଣ୍ଡିଏ ପାଇଁ କରୁଥିଲା ଅନେକ ପ୍ରୟାସ।ଆଜି ତା ବାପା ପଠାଇଥିଲେ ତାଙ୍କ କମ୍ପାନୀ ବୋସଙ୍କ ନିକଟକୁ ଚାକିରୀଟିଏ ପାଇଁ।


  ରଞ୍ଜିତ ଠାକୁରର କେଇ ପଦ ଉଦ୍ଭଟ କଥା ତା ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିଲା।ମଦ ନିଶାରେ ତାକୁ ବଳାତ୍କାର କରିବାକୁ ଉଦ୍ୟମ କଲା ବେଳେ ଯେତେବେଳେ ସେ ଛାଡି ଦେବାପାଇଁ କାକୁତି ମିନତି କଲା,ତା ବାପାଙ୍କୁ କହିଦେବ ବୋଲି କହିଲା,ସେ ହସି ହସି କହୁଥିଲା, ତୋ ବାପା ପରା ମୋଠାରୁ ଟଙ୍କା ନେଇ ତୋତେ ମୋ ପାଖକୁ ଛାଡିଛି।ଦିନ ରାତି ଯେଉଁ ମଦରେ ଭାସୁଛି ତୋ ବାପା, ତାକୁ ଦେଉଛି କିଏ?ଏଇ ରଞ୍ଜିତ ଠାକୁର।ତୋ ମାଆ ପରା ମୋ ହୃଦୟର ଅପ୍ସରୀ।ମୁଁ ଯାହା କହିବି ତାର ସେୟା।ଯାହା ହେଉ ସେ କଳେ ବଳେ କୌଶଳେ ରକ୍ଷା ପାଇଗଲା।ହେଲେ ରଞ୍ଜିତ କଣ ଯାହା କହିଲା ସବୁ ସତ୍ୟ?ମୋ ବାପା ମାଆ ଏମିତି କଦାପି ହୋଇ ପାରିବେନି?ବାପା ପରା ବାୟୁ,ପାଣି ପରି ଜୀବନ ବଞ୍ଚାଉଥିବା ଆତ୍ମା।ମଆ ପରା ମାଟି ପରି ଓଜନିଆ ଆଉ ଆକାଶ ପରି ବହୁତ ଉଚ୍ଚା।ତେବେ ରଞ୍ଜିତ ଏମିତି କହିଲା କାହିଁକି?ପୁନଶ୍ଚ ବାପା ତ କହିଥିଲେ ତାଙ୍କ ବୋସ ସହ କଥା ହୋଇଛନ୍ତି ସାର୍ଟିଫିକେଟ ଯାଞ୍ଚ କଲା ପରେ ସେ ଚାକିରୀ ଦେବେ?କିଏ ସତ... ବାପା ମାଆ ନାଁ ବ୍ୟଭିଚ୍ଛାରୀ ରଞ୍ଜିତ ? ନାଁ ତାକୁ ଏତେ ସ୍ନେହ ଶ୍ରଦ୍ଧା କରୁଥିବା ବାପା ମାଆ ଏତେ ନୀଚ ହୀନ ଅମଣିଷ କଦାପି ହୋଇପାରିବେନି ? ରଞ୍ଜିତକୁ ପୋଲିସରେ ଦେବାକୁ ନିଶ୍ଚୟ ପଡିବ।ହଠାତ ଟେଲିଫୋନ କଣ୍ଟାକ୍ଟରୁ ଥାନା ଆଇ ଆଇ ସିଙ୍କୁ କଲ କରି ସବୁ ଜଣାଇଦେଲା।


  କିଛି ସମୟ ପରେ ରଞ୍ଜିତ ଓ ତା ବାପା ପ୍ରିୟବ୍ରତ ପୋଲିସ ଦ୍ୱାରା ଆରେଷ୍ଟ ହୋଇ ଚାଲିଗଲେ ଥାନା।ଅଶାନ୍ତି ଏସବୁ ଦେଖି ଅବାକ ହୋଇ ଜାଣିଲା ଝିଅ ରଂଜିତାର ଅଭିଯୋଗରେ ଧରାହୋଇ ଜେଲ ଗଲେ ସେମାନେ।ଘରେ ମୁହଁପୋତି କାନ୍ଦି ଶୋଇଥିବା ରଞ୍ଜିତାକୁ ଉଠାଇ ଧମକ ଦେଇ ପଚାରିଲେ କାରଣ।ତା ପୋଷାକର ଛିଣ୍ଡାଦାଗ ଦେଖି ତାକୁ ଚରିତ୍ରହୀନା କହି ବହୁତ ଭତ୍ସନା କଲେ ସେ।ରଞ୍ଜିତା ରଞ୍ଜିତ ଠାକୁରର ଅସଦ ବ୍ୟବହାର ଓ ସେମାନଙ୍କ(ବାପା ମାଆ)ସମ୍ବନ୍ଧୀୟ କଥା ସବୁ କିଛି କହିଲା,ହେଲେ ଅଶାନ୍ତି ସମବେଦନା ବଦଳରେ ବହୁତ ଭତ୍ସନା କଲା।ଏଭଳି ଭତ୍ସନା ଓ ତା ମାଆର ବିକଟାଳ ରୂପ ସେ କଦାପି ଦେଖି ନଥିଲା। ରଞ୍ଜିତ ଜଣେ ଭଦ୍ର ବ୍ୟକ୍ତି ଓ ତା ସ୍ବାମୀ ପ୍ରିୟବ୍ରତ ଏସବୁ କରି ନାହାନ୍ତି ପୁନଶ୍ଚ ଝିଅ ହୋଇ ବାପାକୁ ଥାନାକୁ ପଠାଇ ସେ ବହୁତ ଅପରାଧ କରିଛି ବୋଲି ବହୁତ ଗାଳି ଦେଇଥିଲେ।ସେହି ରଞ୍ଜିତ ଠାକୁର ଆଶୀର୍ବାଦରୁ ତାଙ୍କ ଘରେ ଚୁଲି ଜଳୁଛି,ଆଜି ତା ଯୋଗୁଁ ସମସ୍ତେ ଉପବାସରେ ରହି ଜୀଅନ୍ତା ମରିଯିବେ ବୋଲି ଭତ୍ସନା ବି କଲେ।ଚାକିରୀ ତ ଯିବ,ଜୀବନ ବି ଯିବ।


  ଏକଥା ଶୁଣି ନିଜକୁ ସ୍ୱାଭାବିକ କରି ଏକ ମୁହାଁ ହୋଇ ଚାଲିଗଲା ରଞ୍ଜିତା ଥାନାକୁ।ଆଇ ଆଇ ସି ନିକଟରେ କେଶ ପ୍ରତ୍ୟାଖ୍ୟାନ କରି ଛାଡ଼ିଦେବାକୁ ଲେଖି ଜଣାଇଲା।ସାଥିରେ ଧରି ଆସିଲା ବାପାଙ୍କୁ।ବାପାର ଆଖିରୁ କଦର୍ଯ୍ୟ ଲୁହ ଗୁଡାକ ଟପ ଟପ ହୋଇ ବହି ଯାଉଥାଏ।ବାପାର ଆଖିରୁ ଲୁହ ପୋଛୁ ପୋଛୁ କହିଲା ବାପା,ମୋ ମୁଣ୍ଡ ଉପରେ ହାତ ରଖି କହିଲ, ତୁମେ ମଦ ଟିକେ ପାଇଁ ଶେଷରେ ମୋ ଇଜ୍ଜତକୁ ବିକ୍ରି କରିଦେଲ? ଶରୀର,ମନ ଓ ଆତ୍ମାର କଦର୍ଯ୍ୟ କଦାକାର ବ୍ୟଭିଚାରୀ ଅଶ୍ରୁଗୁଡ଼ାକ ବୋହି ଯାଉଥାଏ।କେବଳ ପ୍ରିୟବ୍ରତଙ୍କର ମୁହଁରୁ କଣ୍ଠ ଥରା କେଇପଦ କଥା ଶୁଣାଗଲା... "ମୋତେ କ୍ଷମା କରିଦେବୁ ଝିଅ" ମୋର ମସ୍ତବଡ଼ ଭୁଲ ହୋଇଯାଇଛି।ରଞ୍ଜିତ କହିଥିବା ସମସ୍ତ ଘଟଣା ସତ୍ୟ ଜାଣି ତା ନିଜକୁ ବହୁତ ଧିକ୍କାର କଲା।ଭାବିଲା ସେ ଜାଣିଥିଲା ମାଆ କୋଳ ସବୁଠୁ ନିରାପଦ ସ୍ଥଳୀ।ଯେଉଁଠି ମାଆ ନାଗୁଣୀ ହୋଇ ଗୋଖର ସାପ ହାତରେ ହାତ ମିଳାଇଛି ସେ କେତେବେଳେ ଯେ ଦଂଶନ ର ଶିକାର ହେବ।ସେ ବି ଜାଣିଥିଲା ବାପା ହେଉଛି ଆକାଶ ପରି ବିଶାଳ ଛତା ଉପରେ ରଖି ସୁରକ୍ଷା ଦେଇଥାଏ।ଯେଉଁ ଛତାରେ ଲୁଚି ରହିଛି ଗୁପ୍ତ ବିଦ୍ୟୁତ ସେ କିପରି ବା ସୁରକ୍ଷିତ ରହିବ। ଆଉ କାହିଁକି ଏଠାରେ ରହିବ ,କାହା ଭରସାରେ ରହିବ ଚିନ୍ତା କଲା।ନିଜର କେଇଖଣ୍ଡ ପୋଷାକ ସଜାଡି ବାହାରିଲା ପରିତ୍ୟାଗ କରିବାକୁ ଏ ଘର।ରାସ୍ତା କଡର ବୃକ୍ଷମୂଳ ଅବା ଷ୍ଟେସନ କି ବସାଷ୍ଟାଣ୍ଡର ଛାତ ତଳ ତାପାଇଁ ଏ ଅବିଶ୍ୱାସୀ କୃତଘ୍ନ ହିଂସ୍ର ବାପା ମାଆ ଥିବା ଘରଠୁ ନିରାପଦ।ବାପାଙ୍କ ପାଦ ଛୁଇଁ ବିଦାୟ ପାଇଁ ଆଦେଶ ମାଗିବାରୁ ପ୍ରିୟବ୍ରତଙ୍କର ଆଖିରୁ ବୋହି ଯାଇଥିଲା କୃତ ଅପକର୍ମର ଦଗ୍ଧ କେଇ ବୁନ୍ଦା ଅଭିଶପ୍ତ ଲୁହ ଧାର।ନାଁ ରେ ମା ତୁ ମୋତେ ଛାଡ଼ି ଚାଲି ଯାଆନା।ମାଆ ଅଶାନ୍ତିର ପାଦ ଛୁଇଁବାକୁ ଉଦ୍ୟତ ହେବାରୁ ମାଆ ତାଛଲ୍ୟ କରି କହିଥିଲେ,ହଁ ତୁ ସିନା ମୋ ନିଜ ଝିଅ ହୋଇଥିଲେ କଥା ମାନନ୍ତୁ।ଅଜାଣତରେ ଅଶାନ୍ତିର ଏଇ ସତ୍ୟ ବଚନଟି ରଞ୍ଜିତା ମନରେ ବଜ୍ର ପକାଇଦେଲା।ସେ ବ୍ୟସ୍ତ ବିବ୍ରତ ଓ ବିଚଳିତ ହୋଇ କାନରେ ଶୁଣିଥିବା ନକଲ ମାଆର ଅସଲ କଥା ପଦକୁ ବାରମ୍ବାର ପ୍ରତିଧ୍ବନିତ କରିବାକୁ ଆମନ୍ତ୍ରଣ କଲା।ଏଥର ପୂର୍ବର ଅବିଶ୍ୱାସ କଥା କେତେପଦ ବିଶ୍ୱାସର ମୂଳଦୁଆ ପକାଇଲା।ଏଇଥିପାଇଁ ବୋଧେ ମାଆ, ମାଆର କାମ କରିପାରିଲା ନାହିଁ।ହେଲେ ଏ ବାପା କଣ ମୋର ପ୍ରକୃତ ବାପା?ମୁଁ କଣ ଅନାଥ...ନାଁ ଅବୈଧ ସନ୍ତାନ?ଏତେଦିନ କଣ ଅଭିନେତା ଅଭିନେତ୍ରୀଙ୍କର କାଳ୍ପନିକ ସ୍ନେହ ଚାଙ୍ଗୁଡାରେ ସେ ଥିଲା ପ୍ଲାଷ୍ଟିକ ଫୁଲ?ଏତେ ପାଠ ପଢି ସେ ଏପରି ନିର୍ବୋଧ ହେଲା କିପରି?ମେଘାଛନ୍ନ ଆକାଶର ଭସା ବାଦଲରେ କଟାକ୍ଷ ଘଡଘଡିର ମାଡ଼ ଓ ଅଚାନକ ବିଜୁଳିର ତୀବ୍ର ଚମକ ପରି ଦୌଡ଼ିଗଲା ତା ବାପା ପାଖକୁ ଆଉ ପଚାରିଲା ବାପା...ସତରେ କଣ ମୁଁ ତୁମ ଝିଅ ନୁହଁ?ମୁଁ କଣ ଅନାଥ ଓ ପାଳିତା ଝିଅ?କୋହଥରା ଗଳାରେ ପ୍ରିୟବ୍ରତ କହିଥିଲେ ନାଁରେ ରଞ୍ଜି,ତୁ ପରା ଏ ହାତଭାଗା ବାପାର ନିରିମାଖୀ ହାତଭାଗିନୀ ଦୁହିତା।ହେଲେ ବାପା, ତେବେ ଆପଣ ମୋ ପାଇଁ ଏଭଳି ଅବିଚାର କେମିତି କରିପାରିଲେ,ମୋର ବି ସନ୍ଦେହ ହେଉଛି ମୁଁ ଆପଣଙ୍କର ନିଜ ଝିଅ ହୋଇ ନଥିବି।ଯଦି ମୁଁ ତୁମ ଝିଅ ତେବେ ଏଭଳି ଅପକର୍ମ କରିପାରିଲେ କିପରି?ମୋ ମୁଣ୍ଡରେ ହାତ ରଖି କୁହ ବାପା ଆପଣ କାହିଁକି କଲେ?ରଞ୍ଜିତାର ହୃଦୟରୁ କଥା କେତେ ପଦ ବାହାରି ଆସିଲା।


  ପ୍ରିୟବ୍ରତର ମୁଣ୍ଡରେ ପଡିଥିଲା ଅଦିନିଆ ଆତ୍ମଘାତୀ ବଜ୍ର।ସେ କେମିତି ତା କଳଙ୍କିତ ଇତିହାସକୁ ଉନ୍ମୋଚନ କରିବ?ପୃଷ୍ଠା ଗୁଡିକର ଅଦ୍ଭୁତ ରଙ୍ଗରେ ଲୁଚିଥିବା ତା ବିକୃତ ରୂପ ତା ଝିଅକୁ କେଡେ ଶକ୍ତ ଧକ୍କା ନ ଦେବ?ହେଲେ ଅସମାହିତ ପ୍ରଶ୍ନଗୁଡିକର ଆନ୍ଦୋଳନରେ ସେ ନଜରବନ୍ଦୀ ହୋଇଗଲା।ରଂଜିତାକୁ ଟାଣି ନେଲା ଘରକୁ ଏବଂ ହାତରେ ଦେଲା ଏକ ଚାବିକାଠି ଆଉ ଆଙ୍ଗୁଳି ନିର୍ଦ୍ଦେଶ କଲା ଏକ ବ୍ରିଫକେଶକୁ।ଅତି ସନ୍ତର୍ପଣରେ ରଞ୍ଜିତା ଖୋଲିଲା ଏବଂ ପାଇଲା ଏକ ଡାଏରୀ।ଡାଏରୀଟିକୁ ତରବର ହୋଇ ଖୋଲି ପଢି ଚାଲିଲା ଏକ ଲୟରେ।


  ଆଶ୍ଚର୍ଯ୍ୟର ଘରେ ବସା ବାନ୍ଧିଲା ପରି କେତେ ଅଦ୍ଭୁତ ତଥ୍ୟ।ମଦ୍ୟପଙ୍କୁ ଘୃଣା କରୁଥିବା ଲେଖା ଥିଲା ସେ ଡାଏରୀରେ।କେତୋଟି ନୀତିବାଣୀକୁ ବାରମ୍ବାର ସେ ପଢିଚାଳିଲା।


"ପ୍ରତ୍ୟେକ ଅପରାଧ ଜଣେ ମଦ୍ୟପ ପାଖରେ ସମ୍ଭବ।" 


"ପ୍ରଥମ ପାନରେ ମଦୁଆ ମଦକୁ ପିଏ,ଦ୍ଵିତୀୟ ପାନରେ ମଦ ମଦକୁ ପିଏ,ଆଉ ତୃତୀୟ ବା ଅନ୍ତିମ ପାନରେ ମଦ ମଣିଷକୁ ପିଏ।"


"ଶିଶୁ ହେଉଛି ପିତାମାତାଙ୍କର ଶ୍ରେଷ୍ଠ ସମ୍ପଦ,ନିଜ ଜୀବନ ବିନିମୟରେ ତାର ସୁରକ୍ଷା ନିତ୍ୟାନ୍ତ ଆବଶ୍ୟକ।"


"ମା ର ପ୍ରାଣ ହେଉଛି ଶିଶୁ,ଆଉ ସେ ବି ବାପାର ସ୍ପନ୍ଦନ ।" 


ଏଭଳି ବ୍ୟକ୍ତିତ୍ୱ ଥିବା ବ୍ୟକ୍ତିର ବିପରୀତ କର୍ମ ତା ମନରେ ପ୍ରଶ୍ନବାଚୀ ହୋଇଉଠିଲା।ସେ ଆକୁଳରେ କହି ଉଠିଲା ବାପା,ଦୟାକରି ଏହାର ଗୂଢ ରହସ୍ୟ ମୋତେ ବର୍ଣ୍ଣନା କରନ୍ତୁ।


  ଦୋଷପାଇଁ ଯେଉଁ ଶିଶୁ ଭୟାତୁର ହୋଇ ପିତା ମାତାଙ୍କ ଆଗରେ ମୁଣ୍ଡ ନୁଆଁଇ ଛିଡାହୁଏ ମାତ୍ର ସମୟର ପଶାପାଲିରେ ତାହା ଓଲଟି ଯାଇଥିଲା।ଆତ୍ମସମ୍ମାନ ହାନୀର ଭୟାନଳରେ ଜଳି ଜଳି ଦୁର୍ଘଟଣାକୁ ବର୍ଣ୍ଣନା କଲେ ପ୍ରିୟବ୍ରତ।ସେ ଥିଲେ କଲେଜର ଜଣେ ମେଧାବୀ ଛାତ୍ର ଯାହାଙ୍କୁ କଲେଜ ବି ଝୁରୁଥିଲା।କଲେଜ ଝିଅମାନେ ତାଙ୍କ ପ୍ରତିଭାରେ ଆକୃଷ୍ଟ ହୋଇ ଚାହୁଁଥିଲେ ଭଲ ପାଇବାକୁ।ମାତ୍ର ନିଷ୍ଠାପର ପ୍ରିୟବ୍ରତଙ୍କ ପାଖରେ ପାଠ ଥିଲା ଜୀବନ।ତୋ ଏବେର ମାଆ ଅଶାନ୍ତି ଥିଲା ଗୋଟିଏ ବିଶୃଙ୍ଖଳିତ ପରିବାରର ସଂସ୍କାର ବିହୀନ ଝିଅ।ଯିଏ ତାକୁ ଭଲ ପାଇବାକୁ ଶତ ସହସ୍ର ଚେଷ୍ଟା କରି ବିଫଳ ହୋଇଥିଲା।କଲେଜର ସୁଶ୍ରୀ ପ୍ରତିଭାବତୀ ସଂସ୍କାରୀ ଅସ୍ମିତା ହୋଇଥିଲା ତାଙ୍କ ମନର ମାନସୀ।ଦୁହିଙ୍କ ସମ୍ପର୍କର ଇତିହାସ ଗଢିଥିଲା ବିସ୍ମୟ ସୁଷମାର ଇତିହାସ।ବିବାହ କରିଥିଲେ ସେ ତାଂକୁ।ହସ ଖୁସିର ଜୁଆର ସତେ ଯେମିତି ସେମାନଙ୍କୁ ପ୍ରତି କ୍ଷଣରେ ସ୍ପର୍ଶ କରୁଥିଲା।ହେଲେ ସମୟ,ସମାଜ କଣ ସୁଖୀକୁ ସଦା ସର୍ବଦା ସୁଖ ବାଣ୍ଟିଥାଏ?ପ୍ରିୟବ୍ରତ ହାତରେ ଗଢିଥିବା ଫ୍ୟାକ୍ଟୋରୀ ଟିରେ କେଉଁ ଦୁର୍ବୃତ୍ତ ଲଗାଇଦେଲା ଦୁଃଖର ହୁତୁହୁତୁ ନିଆଁ।ଜଳି ପୋଡି ଧ୍ବଂସ ହୋଇଗଲା ସୁଖର ସୁନେଲି ସ୍ୱପ୍ନର ଅଟ୍ଟାଳିକା।ପ୍ରିୟବ୍ରତ ହରାଇଲା ଘର କୋଠାବାଟି,ସତେ ଯେମିତି ହୋଇଗଲା ଦାଣ୍ଡର ଭିକାରୀ।ମାତୃ ବିହୀନ ସେ ହରାଇଲେ ହୃଦ ଘାତରେ ତାଙ୍କ ପିତାଙ୍କୁ।ଅସ୍ମିତାର ସ୍ବପ୍ନ ତାଙ୍କ ଭାଗ୍ୟହୀନରେ ବୁଡ଼ିଗଲା।ଖୋଜି ବୁଲି ନିରାଶ ହେଲେ ଚାକିରୀ ଦେଉଥିବା ଶିଳ୍ପପତି ମାମୁଲି ଚାକିରୀଟିଏ ପାଇଁ।ଶେଷରେ ଅଶାନ୍ତିର ଧର୍ମ ଭାଇ ରଞ୍ଜିତ ଅଫିସରେ ମିଳିଥିଲା ସାଧାରଣ ଚାକିରୀଟିଏ।ଖୁସିର ସଂସାରବି ଦିକ ଦିକ ହୋଇ ଜଳିଲା।ହେଲେ ଅଦିନିଆଁ ଝଡଟା କେଉଁଠି ଥିଲା କେଜାଣି ମାଡି ଆସିଲା ଅଶାନ୍ତି ଭରିବା ପାଇଁ ଅଶାନ୍ତି ରୂପରେ।ଧୀରେ ଧୀରେ ମିଶିବାକୁ ଚାହିଁଲା ଅଶାନ୍ତି ଅଭିନୟର ପରଦା ଟାଙ୍ଗି କହିଥିଲା,"ପ୍ରିୟବ୍ରତ ମୁଁ ସିନା ତୁମକୁ ପତି ରୂପେ ପାଇଲି ନାହିଁ ହେଲେ ଭଲ ସାଥିଟିଏ ତ ହୋଇପାରିବ।"ଭାବିଲି ସେ ବଦଳି ଯାଇଛି।ସାଥିପରି ବହୁତ ମିଶିଲି।ଦିନେ ସେ ମୋତେ ନିମନ୍ତ୍ରଣ କରିଥିଲା ସ୍ପେଶାଲ ଗେଷ୍ଟ ଭାବେ ତାର ଡାକବଙ୍ଗଳାକୁ।ଦୁହେଁ ବହୁତ ଖୁସି ବାଂଟିଲୁ ବହୁତ ସମୟ ଯାଏ।ଅଶାନ୍ତି ବାଧ୍ୟ କରିଥିଲା କିଛି ମଦ୍ୟପାନ କରିବାକୁ।ବହୁତ ବାରଣ କରିଥିଲି ମାତ୍ର ତାର ଐକାନ୍ତିକ ଅନୁରୋଧ ରକ୍ଷାକରି ସ୍ୱଳ୍ପ ପାନ ବି କଲି।ସେଥିରେ ମିଶିଥିଲା କିଛି ନିଶା ଯେଉଁ ନିଶାରେ ହଜି ହଜାଇଦେଲି ନିଜକୁ।ହୋଇଥିଲା ଅଶାନ୍ତିର ଚକ୍ରାନ୍ତରେ ଅଜ୍ଞାତରେ ଦୈହିକ ସଂପର୍କ।ସ୍ୱାଭାବିକ ଅବସ୍ଥାରେ ପହଁଚିଲା ବେଳଜୁ ଅଶାନ୍ତି ଜିଦ୍ ଧରି ବର୍ଣ୍ଣନା କରିଥିଲା ଆମ ସେହି ସମ୍ପର୍କ ଆଉ ଜିଦ୍ ଧରିଥିଲା ବିବାହ କରିବାକୁ।ରଞ୍ଜିତ ମୋତେ ଧମକ ଦେଇଥିଲା ଓ ଚେତାବନୀ ବି,ଯଦି ବିବାହ ନ କରେ ତେବେ ଚାକିରୀ ହରାଇବି ଓ ଜେଲ ବି ଯିବି। କିଂକର୍ତ୍ତବ୍ୟବିମୁଢ ହୋଇ ରାଜି ହେଲି ସବୁକୁ ଦୃଷ୍ଟି ରଖି।ଆସିଲା ଅଶାନ୍ତି ସେଦିନ ଏଇ ଘରକୁ ଯେତେବେଳେ ତୁ ଥିଲୁ ତିନି ମାସର ଶିଶୁ ଅସ୍ମିତା କୋଳରେ।ବହୁତ ବୁଝାଇଲି ଅସ୍ମିତାକୁ,ହେଲେ ବୁଝିଲା ନାହିଁ ସେ।ରାତ୍ରିର ଶେଷ ପ୍ରହରରେ ଦିନେ ତୋତେ ଠାକୁର ଘର ଆଗରେ ଛାଡି ମୋତେ ଛାଡ଼ି ଚାଲିଗଲା।ସେଇ ଦିନଠୁ ନିଜକୁ ସନ୍ତୁଳନ ରଖିବାକୁ ଧରିଲି ମଦ ବୋତଲ,କଲି ମଦକୁ ପ୍ରିୟ ସାଥି।ଅସ୍ମିତାର ସ୍ମୃତିକୁ ଭୁଲିବାକୁ ପିଇଲି କି ଦିନ କି ରାତି।ଅଶାନ୍ତିର ରଞ୍ଜିତ ଧର୍ମ ଭାଇ ନ ଥିଲା, ଥିଲା କ୍ରୀଡ଼ନକ ଆଉ ବ୍ୟଭିଚାରୀ ପ୍ରେମିକ।ଦିନେ ସେମାନଙ୍କର ପାପ ସମ୍ପର୍କ ଦେଖି ମୁଁ ପାଗଳ ପରି ହୋଇଥିଲି।ମାତ୍ର ଦୁହେଁ ମୋତେ ଧମକ ଦେଇଥିଲେ ଯଦି ବଞ୍ଚିବାକୁ ମୁଁ ଚାହେଁ ତେବେ ସବୁ ଦେଖି ନ ଦେଖିବାଇ ଅଭିନୟ କରିବାକୁ।ତୋ ଜୀବନ ପାଇଁ ମୁଁ ଏସବୁ କରି ବଂଚି ରହିଲି।ରଞ୍ଜିତ ଓ ଅଶାନ୍ତିର ଚକ୍ରାନ୍ତରେ ବି ମୋର ଶିଳ୍ପ ଧ୍ବଂସ ହୋଇଥିଲା ପରେ ଜାଣିଲି।


 ହେଲେ ବାପା ଏଭଳି ପିଶାଚ ପାଖରେ ଚାକିରୀ କରିବାକୁ ଆପଣ ମୋତେ ପଠାଇଥିଲେ କିପରି?ରଞ୍ଜିତା ପ୍ରଶ୍ନ କରିଥିଲା।


 ପ୍ରଶ୍ନର ଉତ୍ତର ଦେବାକୁ ଯାଇ ପ୍ରିୟବ୍ରତ କହିଥିଲେ,ମୋର ଗୋଟିଏ ଯୋଜନା ଥିଲା।ଜାଣିଥିଲି ତୁ ଏକ ସାହସୀ ଝିଅ।ତୋତେ ଭିତରେ ଛାଡି ମୁଁ ପଛପାଖ ଦ୍ୱାର ବାଟେ ପଶିବି ଓ ଦୁହେଁ ମିଶି ନେବା ରଞ୍ଜିତର ପୂର୍ବ ଅପକର୍ମ ଓ ଅପରାଧର ପ୍ରତିଶୋଧ।ହେଲେ ତୁ ଭିତରକୁ ଯିବା ପରେ ଯେବେ ଚାହିଁଲି ପଛ ଦ୍ୱାର ବାଟେ ପଶିବାକୁ,ଚତୁର ରଞ୍ଜିତ ପୂର୍ବ ପ୍ରସ୍ତୁତ ଭାବେ ଜଗାଇଥିବା ଗୁଣ୍ଡାମାନେ ମୋତେ ଗୋଟିଏ କୋଠରୀରେ ବନ୍ଦୀ କରି ରଖିଲେ।ହେଲେ ମୁଁ ତୋତେ ସାହାଯ୍ୟ କରିପାରିଲି ନାହିଁ।ସାହାଯ୍ୟ ସିନା କରିପାରିଲି ନାହିଁ ହେଲେ ଥାନାରେ ଆସିବା ପୂର୍ବରୁ ସମସ୍ତ ସତ୍ୟ ବୃତ୍ତାନ୍ତ ମୁଁ ଜଣାଇ ଦେଇ ଆସିଛି।


 ଏତିକି ସରିଛିକି ନାହିଁ ଅଶାନ୍ତି ଇତସ୍ତତଃ ହେଲା ଘରଛାଡି ଯିବାକୁ।ଏହି ସମୟରେ ଆସି ପହଁଚି ଗଲେ ନ୍ୟାୟ,ଶୃଙ୍ଖଳାର ପୂଜାରୀ ନିମିଷକେ ଚକ୍ରାନ୍ତକାରୀ ଅଶାନ୍ତିକୁ ବନ୍ଦୀ ଜୀବନ ଦେଇ ଶାନ୍ତି ଦେବାପାଇଁ ତା ଧର୍ମ ଭାଇ ରଞ୍ଜିତ ସହ ଶାନ୍ତିସ୍ତୁପ ଥାନା ଓ ନୀତି ଉଦ୍ୟାନ ଜେଲରେ।


ଖୁସିର ଲୁହ ଟପ ଟପ ହୋଇ ପଡ଼ିଥିଲା ପ୍ରିୟବ୍ରତଙ୍କ ଉପରେ।ରଞ୍ଜିତା ପୁଣିଥରେ ବାପାଙ୍କୁ ପ୍ରଣିପାତ କରି ଯିବାକୁ ଉଦ୍ୟତ ହେଲା ଘରଛାଡି ନିଜ ମାଆ ଅସ୍ମିତାକୁ ଖୋଜି ନ୍ୟାୟ ବାଣ୍ଟିବା ପାଇଁ।ଧୀର ଗଳାରେ ପ୍ରିୟବ୍ରତ ଡାକିଥିଲେ ମୋତେ ଛାଡ଼ି ଏକାକରି ଯାଆନାରେ ରଞ୍ଜି,ତୋ ବାପାକୁ କ୍ଷମା କରି ଦେ।ଆଜି ଶପଥ କରୁଛି.. ଆଜିଠାରୁ କେବେବି.."ଆଉ ମଦ ପିଇବି ନାହିଁ।"



Rate this content
Log in

More oriya story from Narayan chandra Senapati

Similar oriya story from Thriller