ମାଟିର ଦେହ
ମାଟିର ଦେହ
ଜୀବନର ସଂଗ୍ରାମରେ ସମୟ ସହ ପାଦ ମିଶେଇ ଚାଲିବା ଭିତରେ କେତେ ବେଳେ ଯେ ଆୟୁଷର ଚପଲ ପାଦ ସହ ଘୋସାରି ହୋଇ ଘୋରି ହେଇଯାଏ ବାର୍ଦ୍ଧକ୍ୟ ଅଵସ୍ଥାରେ ଦେଖୁ ଦେଖୁ ବୁଝା ପଡେନି । ସେତେବେଳେ ବେଶି ମନେ ପଡ଼ନ୍ତି ନିଜର ଆତ୍ମୀୟ ପରିଜନ । ଆଖିରେ ଭାସି ଉଠୁଥିଲା ମହୋଦଧିରୁ ଉଠୁଥିବା ଉଚ୍ଚ ଉଚ୍ଚ ଜୁଆରରେ ବାଲ୍ୟରୁ ବାର୍ଦ୍ଧକ୍ୟ ମଧ୍ୟରେ ବିତି ଯାଇଥିବା ଅତୀତର ଚିତ୍ର ପଟ । କେଡେ ସୁନ୍ଦର ଥିଲା ସେଇ ମିଛ ହସ କାନ୍ଦର ଚରିତ୍ର । ଜୀବନର ମୂଲ୍ୟ ଦେବାକୁ ପଡୁଥିଲା , ନିଜର ଲୋକଙ୍କ ମୁହଁରେ ଧାରେ ହସ ଦେଖିବା ପାଇଁ । ଆଞ୍ଜୁଳା ଆଞ୍ଜୁଳାରକ୍ତ ବୁହା ତ୍ୟାଗର ଜଳାଞ୍ଜଳି । ନା' କହି ହେଉଥିଲା , ନା' ଛମ୍ପନ ଇଂଚର ଛାତିରେ ସେ ଅଦେଖା କୋହକୁ ସହି ହେଉଥିଲା !!! ସମସ୍ତ ଙ୍କର ଖୁସି ପାଇଁ ନିଜକୁ ସଂସାରରରଙ୍ଗ ମଞ୍ଚରେ ଜୋକର ସଜେଇ , ଉଦାସର ଦୁନିଆଁରେ ମିଛି ମିଛିକା ଅଭିନୟ କରିବାକୁ ପଡୁଥିଲା ।
ହଁ ଏଇ ତ ଜୀବନ । କିଏ କଣ କେବେ କାହା ଦାୟିତ୍ୱରୁ ମୁକ୍ତ ହୋଇଯାଇ ପାରେ । ସମ୍ପର୍କର ମୋହ ବନ୍ଧନରେ ନିଜର ଦାୟିତ୍ୱକୁ ସମ୍ପାଦାନ କରିବାକୁ ହୋଇଥାଏ । କେବେ ବି ନିଜର ଇଛାକୁ ପରିପ୍ରକାଶ କରିବାର ସମୟ ବି ସେମିତି ମୁହୂର୍ତ୍ତ ଭିତରେ ମିଳେ ନାହିଁ । ସକାଳୁ , ସଞ୍ଜ ଭିତରେ ସମସ୍ତ ଙ୍କର ଅଭିଳାଷକୁ ପୂରଣ କରିବା ଭିତରେ ,ବେଳେ ବେଳେ ନିଜର ସ୍ୱପ୍ନ ବି ଅଧୁରା ହୋଇରହିଯାଏ ।
ପରିବାର ଆଉ ସନ୍ତାନ ମାନଙ୍କର ମୋହରେ ବନ୍ଦୀ ହୋଇଯାଇଥିବା ବ୍ୟକ୍ତି ଯେତେ ମୁକୁଳିବାକୁ ଚେଷ୍ଟା କଲେ ବି , କିଛି ନା କିଛି ଦାୟିତ୍ୱର ମାନସାଙ୍କରେ ଜୀବନର ଗଣିତ ଜଟିଳ ହୋଇ ଚାଲିଯାଏ । ଆଉ ଏମିତି ଗୋଟେ ମୁହୂର୍ତ୍ତ ଆସେ ଯେଉଁଠି ସେ ଗଣିତକୁ କଷିବା ଭିତରେ ନିଜର ମୂଲ୍ୟ ବି କେହି ବୁଝିବା ବଦଳେ ମୁଣ୍ଡର ବୋଝ ବୋଲି ଭାବିବାକୁ ଲାଗନ୍ତି । ସେଇ ସମୟରେ ଯେଉଁ ଉଷ୍ମ ଧାର ଲୋତକ ଧାରେ ଆଖିରୁ ଖସି ପଡେ ସେଇଠାରେ ହିଁ ମଣିଷ ମୁକ ହେବା ସହ ବଞ୍ଚି ଥାଉ ଥାଉ ଜୀବନ୍ତ ଶବ ପାଲଟି ଯାଏ । କାହିଁକି ନା' ପ୍ରତିତ୍ତ୍ୱର ଦେବାର ସାମର୍ଥ୍ୟ ଓଠ ପାଖରେ ପ୍ରକାଶ କରିବାର ବଳ ଆଉ ନ ଥାଏ । କୋହ ଭିତରେ ଥରୁ ଥିବା ଓଠର ବା ବଳ କେତେ ଶବ୍ଦର ବାଣରେ କଣ ନିଜର ସନ୍ତାନ ମାନଙ୍କ ସହ ସେ ଯୁଦ୍ଧ କରି ପାରିବ !!! ହୁଏତ ଏହାର ଉତ୍ତର କେବେ ନ ଖୋଜିବା ଭଲ ହେବ ।
ସେଥିପାଇଁ ତ ଏ ଜୀବନ ପ୍ରତି ତାର ଆଉ ଲୋଭ ନାହିଁ । ମାଧବର ଏ ଜୀବନକୁ ନେଇ ଗର୍ବ କି ଅହଂକାର ଆଉ ନାହିଁ।ହାରିଗଲା ନିଜର ସନ୍ତାନଙ୍କ ପାଖରେ ସମ୍ପର୍କର ମୂଲ୍ୟକୁ ବୁଝେଇବାକୁ ଯାଇ । ଅଶାନ୍ତର ସମୁଦ୍ର ଭିତରେ ବେସାହାରା ନୌକାର ସାରଥୀ ହେବା ବଦଳେ ଅଗ୍ନିର ପ୍ରଜ୍ଵଳ ପ୍ରକାଶରେ ପ୍ରତିଦିନ ମନ ଭିତର ସଂସାରର ମୋହକୁ ଦହନ କରିବା , ତା ପାଇଁ ବହୁତ ଆନନ୍ଦ ଦାୟକ ଥିଲା । ନା ଏଠି କାହାକୁ ପାଇବାକୁ ଇଛା ଥିଲା ତାର ନା" ହରେଇବାକୁ । କେବଳ ଏତିକି ଶିଖିବାକୁ ପାଇଲା ଏ ଶରୀର ମାଟିରେ ଗଢ଼ା । ଗଢି ପାରିଲେ ବହୁତ ସୁନ୍ଦର ଆଉ ନ ପାରିଲେ ଭଙ୍ଗା ଖପରା ସହ ସମାନ ।
ମହୋଦଧିର ବାଲୁକା ଉପରେ ଅଧା ଚିରା କମ୍ବଳ ଖଣ୍ଡେ ଘୋରି ହୋଇ ବିଡ଼ିର ଧୂଆଁ ଭିତରେ ହଜି ଯାଇଥିଲା ମାଧବ ଅତୀତର ମାନସ ପଟରେ । ଖୋଜୁଥିଲା କିଏ ତା'ର ନିଜର !! ଦୂରକୁ ଯେତେ ସେ ଭାବୁଥିଲା ସବୁ କିଛି ମୋହ ପରି ଆଭାସ ହେଉଥିଲା । ନିଜର ବେଉସାକୁ ଭୁଲି ଜୀବନର ଶେଷ ସମୟରେ ସେ ସାଜିଥିଲା ସ୍ୱର୍ଗ ଦ୍ୱାରର ଶବ ଦାହକ । ନିଜ ଆଖି ସାମ୍ନାରେ ଦେଖୁଥିଲା କେତେ ଜୀବନ ଜଳି ପୋଡି ପାଉଁଶ ହେଇଯିବାର । ଆଉ ସେଇ ପାଉଁଶକୁ ସ୍ପର୍ଶ କରି ପଚାରେ, କଣ ପାଇଲୁ କହ ଜୀବନକୁ ବଞ୍ଚିଥିବା ବେଳେ ନିଜକୁ ତିଳ ତିଳ କରି ମାରି , ଆଜି ଦେଖ ଏଇ କଣ ତୋର ସୁଖ , ଶେଷରେ ପାଉଁଶ ସାଜିବାରେ । ଭୁଲି ଯା, ସମସ୍ତ ଙ୍କୁ ଭୁଲି ଯା' !!! ସବୁ ଏଠି ମୋହ ମାୟା । କେହି ନୁହେଁ କାହାର।
ବିଡ଼ିର ଧୂଆଁରେ ମାଧବ ଫେରି ଯାଉଥିଲା ଅତୀତକୁ ଆଉ ଚେଷ୍ଟା କରୁଥିଲା ସାଉଁଟି ବାକୁ ବିତି ଯାଇଥିବା କିଛି ମୁହୂର୍ତ୍ତ ଜୀବନର ।
ସଂସାରର ଗତି ଚକ୍ର ଭିତରେ ହସ ଖୁସିର ପରିବାର ଥିଲା ମାଧବର । ଦୁଇ ପୁଅ ଆଉ ଦୁଇ ଝିଅ । ଲକ୍ଷ୍ମୀଙ୍କ ପରି ପବିତ୍ର ମନା ଧର୍ମପତ୍ନୀଙ୍କ ସହ ଖୁବ ଆମୋଦ ପ୍ରମୋଦରେ ଦିନ ସବୁ ବିତି ଯାଉଥାଏ । ଛୋଟରୁ ପିଲା ମାନଙ୍କୁ ବଡ଼ କରିବା ପାଇଁ ଅନେକ କଷ୍ଟ କରିଛନ୍ତି ସ୍ୱାମୀ ସ୍ତ୍ରୀ, ଦୁହେଁ । ପେଟକୁ ଦାନା ମୁଠେ ଦେବା ପାଇଁ କଠିନ ପରିଶ୍ରମ କରିବାକୁ କେବେ ବି ପଛେଇ ନାହାନ୍ତି । ଆଉ ସେଇ ଆୟରେ ସଂସାର ନୌକା ଖୁସି ଖୁସି ଆଗକୁ ତାଙ୍କର ବଢି ଚାଲିଥାଏ । ଯାହା ବି ସୁଖ ହେଉ କି ଦୁଃଖ ଜୀବନରେ ଆସେ ମାଧବ କୁହେ ସବୁ ସେଇ ପରମାତ୍ମାଙ୍କର ଇଛା !! ମୁଁ ତ ନିମିତ୍ତ ମାତ୍ର ଏକ ଜୀଵ ସଂସାର ମଧ୍ୟରେ । ମୋ ହାତରେ କେଵଳ କର୍ମ ଅଛି ଆଉ ଫଳ ତ ପ୍ରଭୁ ଦେବେ ।
ଝିଅ ଆଉ ପୁଅ ମାନେ ବଡ଼ ହେଲା ପରେ ଝିଅ ଦୁହିଁଙ୍କର ବିବାହ କରେଇ ଦେଲା। ପୁଅ ମାନେ ବି ନିଜର ଗୋଡ଼ରେ ଧୀରେ ଧୀରେ ଠିଆ ହେବାକୁ ଲାଗିଯାଇଥିଲେ । ଥରେ ମାଧବକୁ ସହଧର୍ମିଣୀ କହିଲେ , ଏବେ ପୁଅ ମାନଙ୍କର ବିବାହ ପାଇଁ ବୟସ ଉପଯୁକ୍ତ ହୋଇଗଲାଣି । ବୋହୂ ପିଲା ଆସିଲେ , ସଂସାରର ଜଞ୍ଜାଳ ଭିତରେ ମତେ ବି ଶାନ୍ତିରେ ନିଶ୍ୱାସ ମିଳିବ । ତା' ଛଡା ମୋର ବା ଆଉ କେତେ ଅଣ୍ଟାରେ ବଳକୁହ । ସକାଳୁ ସଞ୍ଜ ଯାଏଁ ମୁଁ ଆଗଭଳି ଆଉ ଖଟି ପାରୁନି । ତୁମେ ଯଥା ଶୀଘ୍ର ପୁଅ ମାନଙ୍କର ବିବାହ କରିଦେଲେ , ବୋହୂ ମାନଙ୍କର ଗହଣରେ ମୋର ବାକି ଦିନ ସବୁ ଶାନ୍ତିରେ ବିତିଯିବ ।
କିଛି ମନ୍ଦ ପ୍ରସ୍ତାବ ନ ଥିଲା ପତ୍ନୀଙ୍କର । ହଁ ଏବେ ଠୁ ନ ଖୋଜିଲେ ଭଲ ପ୍ରସ୍ତାବ ମିଳିବ କି ନାହିଁ । ସମୟ ସହ ବର୍ଷକର ଅନ୍ତରରେ ଦୁଇ ପୁଅଙ୍କର ବିବାହ କରେଇ ଦେଲା । କିଛି ବର୍ଷ ପୁଅ ବୋହୂଙ୍କ ଗ୍ରହଣରେ ହସ ଖୁସିରେ ଜୀବନ ତାର କଟିଯାଉ ଥାଏ । ସଂସାର ଜଞ୍ଜାଳ ଭିତରେ ହାଟକୁ ହାଟ ବୁଲି ପରିବା ବିକେ ତା ସହ ନିଜର ଚାଷ ଜମିରେ ବର୍ଷର ବାରମାସରେ ବିଭିନ୍ନ ପନିପରିବା ଫସଲ ଆଦି କରେ । ସମୟ ମିଳେ ନାହିଁ ତାକୁ, ପରିବାର ସହ ବିଭିନ୍ନ ଖୁସିରେ ସାମିଲ କରିବାକୁ । ଶ୍ରୀମତୀ ତାର ଘରକୁ ସଜାଡିରଖିଛନ୍ତି ନିଜର ପଣତର ଗଣ୍ଠିଲିରେ । ପୁଅ ଆଉ ବୋହୂଙ୍କୁ ନେଇ ଖୁସି ଥିଲା ମାଧବର ସଂସାର । ଘରେ କିଛି ସୁବିଧା ଅସୁବିଧା କଥା କେବେ ବି ମାଧବର କାନରେ ପଡି ନାହିଁ । ନିଜକୁ ଖୁବ ଭାଗ୍ୟବାନ ଭାବୁଥିଲା ମାଧବ । ତା ନ ହୋଇଥିଲେ ଆଜିକା ଦିନରେ ଘର ମଧ୍ୟରେ ପାଚେରୀ ଉଠିବାକୁ କିଏ ବାରୋକି ପାରିଛି ନା ପାରୁଛନ୍ତି !!!
ସକାଳୁ ,ରାତି ଯାଏ ନିଜର କର୍ମରେ ବ୍ୟସ୍ତ ରହୁଥିଲା ମାଧଵ । ଏହା ଭିତରେ ଛ' ମାସ ବିତି ଯାଇଥାଏ । ହଠାତ ଦିନେ ସଂଧ୍ୟାରେ ହାଟରେ ଥିବା ବେଳେ ଘରୁ ବଡ଼ ପୁଅ ଫୋନରେ କହିଲା ମାଆ"ର ଛାତିରେ ଭୀଷଣ ଯନ୍ତ୍ରଣା ହେଉଛି । ଆମେ ମେଡିକାଲ ନେଇ ଯାଉଛୁ । ତୁମେ ସେଠାକୁ ଆସିବ । ଏତକ ଶୁଣିବା ମାତ୍ରେ ମାଧବ ବେପାର କରିବା ବନ୍ଦ କରିଦେଇ ସମସ୍ତ ପାରିବାକୁ ବସ୍ତାରେ ବାନ୍ଧି ଟଲୀରେ ଭରି ମେଡିକାଲ ଅଭିମୁଖେ ଟଲୀ ଧରି ବାହାରି ଗଲା ।
ମେଡିକାଲରେ ପତ୍ନୀର ଯନ୍ତ୍ରଣା ଦେଖି ସେ ନିଜକୁ ଆଉରୋକି ପାରିଲା ନାହିଁ । ଡାକ୍ତର ବାବୁ ବଡ଼ ମେଡିକାଲକୁ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନ ଥିବା କହି ପଠେଇ ଦେଲେ ।
ବଡ଼ ମେଡିକାଲରେ ଆଡ଼ମିଶନ କରିଲା ପରେ ହୃଦଘାତ ହୋଇଛି ବୋଲି ଜଣା ପଡିଲା । ଡାକ୍ତର ବାବୁ ଅପ୍ରେସନ ପାଇଁ ଚାରି ଲକ୍ଷ ଟଙ୍କା ଯୋଗାଡ଼ କରିବାକୁ କହି ଚାଲିଗଲେ ।
ଏତେ ଟଙ୍କା ଏକ କାଳୀନ ଯୋଗାଡ଼ କରିବା ତା' ପାଇଁ କଷ୍ଟ ସାଧ୍ୟ ଥିଲା । ତଥାପି ନିଜର ସକଳ ସଞ୍ଚିତ ପୁଞ୍ଜି ମିଶେଇ ଦୁଇ ଲକ୍ଷ ହେଲା । ପୁଅ ମାନେ କିଛି ସାହାଯ୍ୟ କରିବା ଆଶା ବହୁତ କ୍ଷଣ ଥଲା । ତାର ଏ ଦୁଃଖ ସମୟରେ ଜଣେ ଘନିଷ୍ଠ ବନ୍ଧୁ ସାହାଯ୍ୟର ହାତ ବଢ଼େଇଲେ । ତାଙ୍କର ପ୍ରଗାଢ ବିଶ୍ୱାସ ଦେଖି ମାଧବ ଖୁସିରେ ଅତ୍ମୋହରା ହୋଇଗଲା । ଲିଭି ଆସୁଥିବା ଆଶାର ଦୀପରେ ତାଙ୍କର ସାହାଯ୍ୟର ତୈଳ ପ୍ରଦାନ କରି ତା'ର ପତ୍ନୀ ଙ୍କର ଆରୋଗ୍ୟର କାମନା କଲେ ବନ୍ଧୁ ଜଣଙ୍କ ।
ଟଙ୍କା ଯୋଗାଡ କରି ଅପ୍ରେସନ ଆରମ୍ଭ ହେବା ପୂର୍ଵ ଦିନରାତିରେ ପତ୍ନୀ ତାର ପାଖରେ ବସି କହୁଥିଲା :-
---- ମୋ ପାଇଁ ମନ ଉଣା କରୁଛ କି ? ଜମାରୁ କରନି! କାହିଁକି ବା ମତେ ଆଉ ସେ ମୋହରେ ବାନ୍ଧିବାକୁ ଚେଷ୍ଟା କରୁଛ । ଜାଣିଛ , ଆମେ ଯେଉଁ ହସିଲା ସ୍ୱପ୍ନର ସଂସାର କଥା ଭାବୁଥିଲେ ସେ ଖୁସିର ବାରି ଆଜି ତୁମ ଅଜାଣ ତେ କେତେ ଯେ ମୋ ଆଖିରୁ ବୋହୁଥିଲା ମୁଁ ତାହା କହି ପାରୁନି । ପୁଅ ବାହାହେଲା ପରେ ବୋହୂ ଆସିଲେ ମୋ ଘରର କୂଳରକ୍ଷା କରିବାର ପରମ୍ପରାକୁ ରକ୍ଷା କରିବାକୁ ଯାଇ ଆଜି ମୁଁ ମୋ ବୋହୂ ମାନଙ୍କ ଦ୍ୱାରା ନିର୍ଯାତିତ। ସେମାନଙ୍କ ସ୍ୱାମୀଙ୍କର ପରିଶ୍ରମର ମୂଲ୍ୟରେ ଆମର ଭବିଷ୍ୟତ ନିର୍ଭର କରେ । ଆମେ କୁଆଡେ ତାଙ୍କ ଉପରେ ବୋଝ । ତୁମ ମନକୁ ଆଘାତ ହେବ ବୋଲି କିଛି କହୁ ନ ଥିଲି । କାଲି ମୋର ବଡ଼ ବୋହୂ ନାଲି ଆଖି ଦେଖେଇ କହିଲା , ମାହାଳିଆ ବସି ଖାଇବାକୁ କେମିତି ଭଲ ଲାଗୁଚି କେଜାଣି । ଘର ଟା ଯା'କର କାମ କଣ ଖାଲି ଆମେ କରୁଥିବୁ !!! ଏମିତି ଅନେକ ଗାଳି, ଆଉ ସହି ପାରିଲିନି !! ମାଆ" ହୋଇ ସିନା ପିଲା ଙ୍କର ସୁଖ ପାଇଁ ହୃଦୟରୁ ସହି ଯାଉଥିଲି କିନ୍ତୁ ସେଇ ପିଲା ମାନେ ଯଦି ବାର୍ଦ୍ଧକ୍ୟ ଅବସ୍ଥାରେ ଆମକୁ ଅନାଥ ଭଳି ବ୍ୟବହାର କରିବେ କେମିତି ସହି ହେବକୁହ । ଯାହା ହେଲେ ସେମାନଙ୍କର ଦେହରେ କଣ ଆମରରକ୍ତ ବୁନ୍ଧା ବୋହୁ ନାହିଁ ?
କାନ୍ଦି କାନ୍ଦି ଏତକ କହିବା ଭିତରେ ଆଉ ଥରେ ତାର ଛାତିର ଯନ୍ତ୍ରଣା ଆରମ୍ଭ ହୋଇଯାଏ । ଡାକ୍ତର ବାବୁଙ୍କୁ ମାଧବ ବଡ଼ ପାଟି କରି ଡାକିଲା ପରେ ଡାକ୍ତର ବାବୁ ପୁନଶ୍ଚ ଚିକିତ୍ସାରେ ଲାଗିଗଲେ ପାଖାପାଖି ଗୋଟେ ଘଣ୍ଟା ପରେ ଆସି ଯେତେବେଳେ କହିଲେ : ସବୁ ଚେଷ୍ଟା ପରେ ବି ତୁମର ପତ୍ନୀକୁ ବଞ୍ଚେଇ ପାରିଲୁ ନାହିଁ, ସେତେବେଳେ ମାଧବର ଗୋଡ଼ ତଳୁ ମାଟି ଖସି ଗଲା ।
ଆକାଶ ଟା ଯେମିତି ତା' ମୁଣ୍ଡ ଉପରେ ଛିଣ୍ଡିକି ପଡିଲା ପରି ଲାଗିଲା । ତାର ସୁଖ ଦୁଃଖର ଜନ୍ମ ଜନ୍ମାନ୍ତରର ସାଥି ଯେ କି ତା' ଅଜଣାତରେ ଏତେ କଷ୍ଟ ସହି ଶେଷରେ ତାକୁ ଛାଡି ଏକା କରି ଚାଲିଗଲା । ଏତକ ଭାବି ବହୁତ କଷ୍ଟ ଲାଗୁଥିଲା ତାକୁ ଆଉ ମଧ୍ୟ ସେ ଦୁଃଖକୁ ଆପଣେଇ ବାକୁ ।
ମୃତ ଶରୀରକୁ ଡାକ୍ତରଖାନାରୁ ଡିସଚାର୍ଜ କରି ଶବ ଦାହ ପାଇଁ ଯେତେବେଳେ ନେଇ କି ଆସିଲା । ପୁରୀ ନେଇ ଶେଷକୃତ୍ୟ ସମ୍ପର୍ଣ୍ଣ କରିବାକୁ ପୁଅ ମାନଙ୍କୁ କହିବାରୁ ସେମାନେ ପଛ ଘୁଞ୍ଚା ଦେଲେ । ପଇସାର ଅଭାବ ଦେଖାଇ ଅଯଥାରେ ଟଙ୍କା ନ ଥିବା ବେଳେ ମା' ଙ୍କୁ ଧାର କରି ଟଙ୍କା ଆଣି ପୁରୀ ନେଇ ଶେଷକୃତ୍ୟ ସମ୍ପର୍ଣ୍ଣ କରିବାର କଥାକୁ ପ୍ରତ୍ୟାଖାନ କରି ଗାଁ ଦଣ୍ଡାରେ ଶବଦାହ କରିବାକୁ କହିଲେ ।
ବାଃରେ ପିଲେ , ତୁମ ମାଆ"ର ଭଲ ପାଇବାର ଆଜି ଯେଉଁ ମୂଲ୍ୟ ଦେଲ ତାହା ଯୁଗ ଯୁଗ ପାଇଁ ଉଦାହରଣ ହୋଇରହିଗଲା ।
ନିଜ ଜିଦରେ ଅଟଳରହି ଅପ୍ରେସନ ନ ହେବା କାରଣରୁ ଯେଉଁ ଟଙ୍କା ବଳି ପଡିଥିଲା ସେଥିରୁ ବନ୍ଧୁଙ୍କର ଟଙ୍କା ଫେରେଇ ଦେଇ ନିଜର ବାକି କିଛି ଟଙ୍କାରେ ପତ୍ନୀର ମର ଶରୀରକୁ ଧରି ପୁରୀରେ ଶବ ଦାହ କରି ଘରକୁ ଫେରି ତାର ଯଥା ରୀତିନୀତି ପୂର୍ବକ ସମସ୍ତ କାର୍ଯ୍ୟ ସାରିଲା ପରେ ନିଜକୁ ଘର ଭିତରେ ଏକାକୀ ମାଧବ ଆନୁଭଵ କରିବାକୁ ଲାଗିଲା ।
ପୁଅ ବୋହୂ ମାନେ ନିଜ ନିଜର ସଂସାର ଜଞ୍ଜାଳ ଭିତରେ ଖୁସିରେ ଥିଲେ । ମା'କୁ ହରେଇବାର ଦୁଃଖ କେତେ ଟା ଦିନ ପରେ ସେମାନେ ଭୁଲି ଯାଇଥିଲେ । ଧୀରେ ଧୀରେ ସେ ବି ଅନୁଭବ କରୁଥିଲା ତା' ପ୍ରତି ବୋହୂ ମାନଙ୍କର ଅବହେଳାକୁ ।
କିଛି ଦିନପରେ , ପୁଅ ମାନଙ୍କର ଉଦ୍ଦେଶ୍ୟରେ କିଛି ସଞ୍ଚିତ ଟଙ୍କା ସହ ଜମି ବାଡିର କାଗଜପତ୍ର ସବୁରଖି ଦେଇ ମାଧବ ଘର ଛାଡ଼ି ପୁରୀ ଚାଲି ଆସିଲା । ପୁରୀ ସହରରେ ନିଜକୁ ବଞ୍ଚିବାରରାହ ଖୋଜୁଥିଲା । ମହା ପ୍ରଭୁଙ୍କ ଚରଣ ତଳେ ଆଶ୍ରୟ ନେଇରାମ ନାମ ଜପି ବଡ଼ ଦାଣ୍ଡରେ ବସି ମାଳି ଗଡେଇଲା । ଆଣିଥିବା ଟଙ୍କା ସରିଗଲା ପରେ ଭିକ୍ଷା ଵୃତ୍ତି ନ କରିବାର ପଣରେ ଅଟଳ ସେ ଥିଲା । ସେଦିନ ସାରା କିଛି ବି ଖାଇ ନ ଥିଲା । ବଡ଼ ଦାଣ୍ଡରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଲା ତାକୁ । ଜଣେ ଭିକାରୀ ଭିକ ମାଗୁଥିବା ସମୟରେ ସେଇଠାରେ ଟଳି ପଡିଲା । ସମସ୍ତେ ତା'( ଭିକାରୀ) ଚାରିପଟେ କଣ ହେଲା ଦେଖିବା ପାଇଁରୂଣ୍ଡ ହୋଇ ଗଲେ ସିନା କେହି ବି ତାକୁ ଛୁଇଁ ମେଡିକାଲ ନେଇଯିବା ପାଇଁ ଆଗ୍ରହ ପ୍ରକାଶ କରୁ ନ ଥିଲେ । ନିଜକୁ ଆଉରୋକି ପାରିଲା ନାହିଁ ମାଧବ। ପାଖରେ ଥିବା ଟଲୀରେ ଭିକାରୀ ଜଣକୁ ଶୁଆଇ , ପୁରୀ ମେଡିକାଲ ଅଭିମୁଖେ ବାହାରି ଗଲା । ସେଠାରେ ଡାକ୍ତର ବାବୁ ପ୍ରଥମେ ଭିକାରୀକୁ ଦେଖି କଣ ହୋଇଥିବ ଜାଣିବାକୁ ଅନିଚ୍ଛା ପ୍ରକାଶ କଲେ । ଯାହା ହେଲେ ସେ ଜଣେ ଭିକାରୀ ଆଉ ଡାକ୍ତର ଥିଲେ ବାବୁ । ଉଚ୍ଚ ନୀଚ ଭେଦ ଭାଵରେ ସାମାଜିକ ବନ୍ଧକ ପାଖରେ ହତୋତ୍ସାହିତ ହୋଇ ମାଧବ ନିଜେ ତାର(ଭିକାରୀ)ର ନାଡି ଚିପି ନାକ ପାଖରେ ହାତରଖି ଜାଣି ବାକୁ ପାଇଲା ସେ ମୃତ ବୋଲି , ତଥାପି ଡାକ୍ତର ବାବୁ ଙ୍କୁ ଗୋଡ଼ ତଳେ ପଡି ନେହୁରା ହେଲା ତାକୁ ଦେଖି ବହୁତ ଲୋକ ଜମା ହୋଇ ହଟଗୋଳ କଲେ ସେଠାରେ । ଡାକ୍ତର ବାବୁ ବାଧ୍ୟ ହୋଇ ଭିକାରୀ ଜଣଙ୍କୁ ଆଖି ଆଉ ନାଡି ଚେକ କରି ମୃତ ଘୋଷଣା କଲେ ।
ଭିକାରୀର ନିଜର ଲୋକ କେହି ନ ଥିବାରୁ ପୋଲିସକୁ ସୂଚନା ଦିଆଗଲା । ପୋଲିସ ବି ବୈମାତୃକ ମନ ଭାଵ ଦେଖେଇଲେ ଶବ ଦାହ କରିବା ପାଇଁ ସେଇ ଭିକାରୀର । ଶେଷରେ ସେମାନେ ମ୍ୟୁନିସପାଲିଟକୁ ଦାୟିତ୍ୱ ଦେଇ ଖସି ଗଲେ । ଜଣେ ଅନ୍ୟ ଜଣଙ୍କ ଉପରେ ନିଜର ଦାୟିତ୍ୱକୁ ଲଦି ଦେଇ ଚାଲିଥିଲେ କାହିଁକି ନା, ସେ ହେଉଛି ପେଶାରେ ଜଣେ ଭିକାରୀ ବୋଲି ।
ଏମିତି କିଛି ସମୟର ସାମାଜିକ ଡ୍ରାମା ଦେଖି ମାଧବ ନିଜେ ସ୍ଥିର କଲା ଭିକାରୀର ଶେଷ କୃତ୍ୟ ସମ୍ପର୍ଣ୍ଣ କରିବା ପାଇଁ। କିଛି ଜଣ ଅନ୍ୟ ଭିକାରୀ ମାନଙ୍କର ସାହାଯ୍ୟରେ ପୁରୀ ସ୍ଵର୍ଗ ଦ୍ୱାରରେ ସେଇ ଆପରିଚିତ ଭିକାରୀର ଶେଷ କୃତ୍ୟ ସାରିଲା ପରେ ,ସେ ବୁଝି ଯାଇଥିଲା ଯେଉଁ ମାନଙ୍କ ପାଇଁ ଏ ଜୀବନକୁ ଆମେ ତିଳ ତିଳ କରି ମାରୁଛୁ ସେମାନଙ୍କର ମନରେ ଥିବା ଭଲ ପାଇବା ସତରେ କେତେ ! ଘର ଛାଡ଼ି ଆସିବାର ଏତେ ଦିନ ପରେ ବି ତାକୁ କଣ ପୁଅ ମାନେ ଖୋଜୁଥିବେ !!!! ବୋଧ ହୁଏ ନା !!
ଭିକାରୀକୁ ସମାଜରେ ଯେଉଁ ମୂଲ୍ୟ ମିଳିଲା ଶେଷରେ ତାର ବା କଣ ଭୂଲ ଥିଲା ? ସଂସାରର ନିୟମ ଭିତରେ ସମସ୍ତେ ବନ୍ଧା । ଧନୀ ହେଉ କି ଗରିବ ଅବା ହେଉ ସେ କେଉଁ ନୀଚ୍ଚ ଜାତିର ମଣିଷ , ସମସ୍ତେ ଦିନେ ନା ଦିନେ ସବୁ ମୋହ ପରିତ୍ୟାଗ କରି ସଂସାର ଛାଡି ଖାଲି ଖାଲି ଚାଲିଯିବେ । ତେବେ ଏଠି ଆତ୍ମୀୟ କିଏ, କିଏ ପ୍ରକୃତ ନିଜର !!!
କେହି ନୁହେଁ କେବଳ ନିଜର ଶରୀର ବ୍ୟତୀତ । ଆଉ ଏ ଶରୀରକୁ ଭଲ ପାଇ ,ନଜକୁ ସବୁ ମୋହରୁ ଉର୍ଦ୍ଧ୍ବରେ ଭାବି ଜୀବନ କାଟିବା ହିଁ ଉଚିତ ।
ବିଡ଼ିର ଶେଷ ସ୍ପର୍ଶର ଓଠରେ ନିଆଁ ବାଜିବା କ୍ଷଣି ଚମକି ପଡି ମାଧବ ଅତୀତରୁ ଫେରି ଆସିଲା । ବୁଲି ଦେଖେ ସ୍ୱର୍ଗଦ୍ୱାର ନିକଟରେ ବହୁତ ଗହଳି । ଆଜି ବୋଧ ହୁଏ ବହୁତ ଲୋକଙ୍କୁ ଶେଷ ଯାତ୍ରାର ଠିକଣା ମିଳି ସାରିଛି ଭାବି ନିଜକୁ ଛିଣ୍ଡା କମ୍ବଳରେ ଢାଙ୍କି ଦୌଡିବାକୁ ଲାଗିଲା ସ୍ୱର୍ଗଦ୍ୱାର ଅଭିମୁଖେ । ସାରା ଦୁନିଆଁ ଟା ଆଜି ଯେମିତି ତାକୁ ଲାଗୁଚି ସ୍ମଶାନର ଘାଟ ଆଉ ସେ ଯେମିତି ଏକା ଅଛି ଶବ ଦାହକ । କାହାକୁ ନିଜର ଭାବିବା ପରିବର୍ତ୍ତେ ହରେଇ ଦେଇଛି ନିଜର ଅସ୍ତିତ୍ବ । ପତ୍ନୀର ବଛେଦ ପରେ ସେ ହେଇଯାଇଛି ଦୁନିଆଁ ପାଇଁ ସମ୍ପୂର୍ଣ୍ଣ ଏକାକୀ ମଣିଷ । ମରି ଯାଇଛି ବଞ୍ଚି ଥାଉ ଥାଉ ତା' ଭିତରର ଗୃହସ୍ଥ । ଆଜି ସେ ସମୟ ସହ ଅପେକ୍ଷାରତ ଅନ୍ୟମାନଙ୍କ ପରି ଜଳି ପୋଡି ପାଉଁଶ ହୋଇ ମାଟିରେ ମିଶିବାକୁ । କାହିଁକି ନା ଏ ଦେହର ପକୃତ ମିତ୍ର ହେଉଛି ମାଟିରେ ଶରୀରର ଶେଷ ଅବକ୍ଷୟର ସମ୍ମାନ ତକ। ସେଇଠି ହିଁ ହେଉଛି ଶେଷ ଅସ୍ତିର ଅସ୍ତିତ୍ୱ ।
କାହିଁକି ନା ତା' ପାଇଁ କେବଳ ଶରୀରର ମାଟିରେ ମିଶିବାର ଦୃଶ୍ୟ ଥିଲା ଖୁବ ଆଂନନ୍ଦ ଦାୟକ ଆଉ ବାକି ସବୁ ମୋହ ଥିଲା ଭୀଷଣ ଦୁଃଖ ଦାୟକ।
