ମାତୃ ଶକ୍ତି
ମାତୃ ଶକ୍ତି
ମାନି ମା", ତୁମର ସଜବାଜ ସରିଲା କି ? ଚାଲ ଶିଘ୍ର ଯିବା ଦେବୀ ମା' ଙ୍କର ଦର୍ଶନ ପାଇଁ, ଆଜି ପରା ବିଜୟା ଦଶମୀ, ବହୁତ ଗହଳି ହୋଇଥିବ ମଣ୍ଡପ ନିକଟରେ ।
ଆସ ଯିବା ।
ହଁ ବାପା ମୁଁ ପୁରା ରେଡି ,ଯିବା ଏ ଥର । ଓଃ କି ସୁନ୍ଦର ଦେଖା ଯାଉଛି ମୋ ମାନି ଆଜି ,ସତରେ ଯେମିତି ସାକ୍ଷାତ୍ ସରଗର ପରୀ ଟିଏ ଏ ଧରା ପୃଷ୍ଠରେ ଅବତରଣ କରିଛି ।କାହାର ନଜର ନ ଲାଗୁ ମୋ ଝିଅ ଉପରେ ।ଆପଣଙ୍କର ପ୍ରଶଂସା ସରିଲା କି ବାପା, ଏଥର ଯିବା ।
ମାନି ,ମଦନ ବାବୁଙ୍କର ଏକ ମାତ୍ର ଝିଅ ,ବୟସ ଦଶ ବର୍ଷ ହେବ ,ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଚତୁର୍ଥ ଶ୍ରେଣୀ ରେ ପାଠ ପଢେ।
ମା ଦୁର୍ଗା ଙ୍କର ସୌନ୍ଦର୍ଯ୍ୟ ଭରା ରୂପ ଦର୍ଶନ କରି ,ଦୀପ ଦାନ କରି ମଣ୍ଡପରୁ ତଳକୁ ଆସି ପାଖରେ ଥିବା ଭିକୁକ ମାନଙ୍କୁ ଦାନ ଏବଂ ଫଳ ପ୍ରଦାନ କରିସାରିଲା ପରେ ,ମାନି ଏବଂ ମଦନ ବାବୁ ମଣ୍ଡପ କୁ ଲାଗି ଥିବା ବେଲ ଗଛ ଚଉତରାରେ ଟିକେ ବିଶ୍ରାମ ନେଲେ ।
ଭୋଗ ନଡିଆ ଟି ଭାଙ୍ଗିଲା ବେଳେ ,ମାନି ଅନ୍ୟମନସ୍କ ଥିବା ମଦନ ବାବୁ ଜାଣି ପାରିଲେ ।
କ'ଣ ହୋଇଛି ମୋ ମା" ର ।
ଏତେ ସୁନ୍ଦର ମୁହଁ ଟାରେ କଳା ମେଘ ର ବାଦଲ କ'ଣ ପାଇ ଛାଇ ଯାଇଛି ।
ସେମିତି କିଛି ନାଇଁ ବାପା ।
ଆଛା ମୋର ଗୋଟେ ପ୍ରଶ୍ନ ର ଉତ୍ତର ଦେବେ କି ଆପଣ ।
କେଉଁ ପ୍ରଶ୍ନ, ପଚାର କଣ ଜାଣିବାକୁ ମୋ ବେବି ଇଛୁକ ।
ଆଛା ବାବା ମତେ କୁହନ୍ତୁ ।
ଯଦି ପ୍ରତିମାରେ ଆମେ ଦେବୀ ମା ଙ୍କୁ ଅରଧନା କରି ପାରୁଛେ,
ଏତେ ବଡ ପୂଜା ଆଉ ଯଜ୍ଞର ଆୟୋଜନ କରୁଛେ ,
ଏତେ ସାଜସଜ୍ଜା ସହ,ଆଲୋକ ମାଳା,ଭଜନ ସଂଧ୍ୟା, ସହ ମେଲୋଡି କରି, କେତେ ଯେ ଟଙ୍କା ଖର୍ଚ କରିପାରୁଛେ, ତାହା ହେଲେ ଆମେ କଣ ପ୍ରକୃତ ପୂଜା କରୁଛେ ?
ନା ଆମ ସଭ୍ୟତା ଆଳରେ, ଆମେ ନିଜର ମନୋରଞ୍ଜନ କରୁଛେ ।
ହଁ ତୁମ କଥା ସତ୍ୟ ମା , ହେଲେ ଏଥିରେ ତୁମ ମନର ଉଦାସୀନତା ହବାର କାରଣ ଜାଣି ପାରିଲି ନାହିଁ।
ମୋ ମନର ଉଦାସୀନତାର ମୁଖ୍ୟ କାରଣ ହେଉଛି ,ଆମେ ଯେଉଁ ଭିକୁକ ମାନଙ୍କୁ ଦାନ ଦେଲେ,ସେମାନଙ୍କ ମଧ୍ୟରେ ଜଣେ ବୁଢୀ ମା ବି ଥିଲେ ।
ଆପଣ ଦେଖିଛନ୍ତି ନା ।
ହଁ ମୁଁ ଦେଖିଛି ମା" ।କଣ ତୁମେ କହିବାକୁ ଚାହୁଁଛ ।
ସେ ମା' କୁ ମୁଁ ଜାଣେ ।ଆମ ସ୍କୁଲ ପାଖରେ ଥିବା ପାଚେରୀ ପାଖରେ ନିତି ବସି ଭିକ୍ଷାବୃତ୍ତି କରିଥାନ୍ତି,
ଜାଣିଛ ,ତାଙ୍କର ନା ତିନିଟା ପୁଅ ,ହେଲେ କେହି ବି ତାଙ୍କର କଥା ବୁଝୁ ନାହାନ୍ତି । ସମସ୍ତଙ୍କ ପାଇଁ ବୋଝ ହେଇଯିବା ଅପେକ୍ଷା, ସେ ନିଜକୁ ନିଜେ ସମସ୍ତଙ୍କ ଠାରୁ ଦୂରେଇ ରଖିଛନ୍ତି।
ହେଲେ ତୁମେ କେମିତି ଜାଣିଲ ,ଏ ସବୁ ।
କହୁଛି ଟିକେ ଶୁଣ ତ ।
ମତେ ନେବା ପାଇଁ ଆପଣଙ୍କର ଯେବେ ଡେରି ହୁଏ ,ମୁଁ ତାଙ୍କ ପାଖରେ ଯାଇ ବସେ ,ସେ ମତେ ବହୁତ ଭଲ ପାଆନ୍ତି, ଗପ ବି କୁହନ୍ତି,
କହୁଥିଲେ ,ତାଙ୍କର କୁଆଡେ ମୋ ଭଳି ଛୋଟ ଛୋଟ ନାତି ନାତୁଣୀ ଅଛନ୍ତି ।ସେଥିପାଇଁ ଥରେ ସେ ମତେ ସବୁ କଥା କହୁଥିଲେ ।
ଆପଣଙ୍କର ବାପା ଥରେ ମନେ ଥିବ ,ମୁଁ ଜର ଔଷଧ ପାଇଁ ଯେଉଁ କହିଥିଲି ,ମୋ ସାଙ୍ଗ ଦେହ ଖରାପ ଅଛି ବୋଲି । ହିଁ ଏଇ ମାଆ" ପାଇଁ ।ଜାଣିଛ ,ମୁଁ ତାଙ୍କ ପାଖକୁ ଗଲେ ବହୁତ ଭଲ ଲାଗେ ମତେ ,
ସେ ମୋ ପାଇଁ ପିଜୁଳି କଦଳୀ ସବୁ ରଖିଥାନ୍ତି ।ଆମେ ମିଶିକି ଦୁହେଁ ଖାଉ ।ମଦନ ବାବୁ ଏବେ ଧିରେ ଧିରେ ବୁଝି ପାରୁଥିଲେ, ମିନି ଏତେ ଭଲ କଥା କହିବା ,ସମସ୍ତ ଙ୍କୁ ସମ୍ମାନ ଦେବା ,ଆଉ ଘରେ ଛୋଟ ଛୋଟ କାମ ନିଜେ ଦାୟିତ୍ୱ ସହ କରିବା ପଛର କାରଣ ।
ଦୁଇବର୍ଷ ବୟସରେ ମାନି ର ମା' ଏ ଦୁନିଆଁ ଛାଡି ଚାଲି ଯାଇଥିଲେ ।
ତାର ଲାଳନପାଳନ କରିବା ପାଇଁ କେତେ କଷ୍ଟ ଯେ ସେ କରିଛନ୍ତି, ଘର ଲୋକଙ୍କ କଥାରେ ଆଉ ଥରେ ବିବାହ କରିବାକୁ ସେ ଇଛା ପ୍ରକାଶ କରି ନ ଥିଲେ ।କାହିଁକି ନା ମାନି ଥିଲା ଅହଲ୍ଯା(ମାନିର ମାଆ) ଆଉ ତାଙ୍କ ଭଲପାଇବା ର ସନ୍ତକ ।କାଳେ ଆଉ କିଏ ଆସିଲେ ମାନିର ଠିକ୍ ସେ ଦେଖା ଶୁଣା କରି ପାରିବେ କି ନାହିଁ , ସେଥିପାଇଁ ଦ୍ୱିତୀୟ ବିବାହ କରିବାକୁ ରାଜି ହୋଇ ନ ଥିଲେ । ମାନିର ସେବା ଯତ୍ନ ନିଜେ ନେଇଥିଲେ ।ସେ ଯାହା ବି ହେଉ ଝିଅ ମୁଁହରୁ ଏ ସବୁ କଥା ମଦନ ବାବୁଙ୍କୁ ବିବ୍ରତ କରିବା ଅପେକ୍ଷା ,ଅନେକ ପ୍ରଶ୍ନ ଭିତରେ ଛନ୍ଦି ଦେଇ ସାରିଥିଲା ।
ହଁ ମା (ମାନି) ସବୁ ଠିକ୍ ଯେ ,ହେଲେ ତୁମର ଉଦାସର କାରଣ ଟା ଜାଣି ପାରିଲିନି ।
କହୁଛି ପରା ଟିକେ ସମୟ ଦିଅ ମତେ ବାପା ।ମତେ ଗୋଟେ କଥା ଦେଇ ପାରିବେ?
କଣ କହୁନୁ,
ନା ଆପଣ ମୋର ମଥା ଛୁଇଁ କଥା ଦିଅନ୍ତୁ ।
ଟିକେ ରହି କହିଲେ ,ଆଛା ହେଉ ମୁଁ କଥା ଦେଉଛି । ମୋ ମା ଯାହା କହିବ ,ମୁଁ ନିଶ୍ଚୟ କରିବି ।ଏବେ କହ କଣ କହିବାକୁ ଚାହୁଁଛୁ ।
ହଉ କହୁଛି ଶୁଣ ।
ଦଶହରା ଛୁଟି ପୂର୍ବରୁ, ଆମ ସ୍କୁଲରେ ଗୁରୁ ମା" କହୁଥିଲେ ,
ଯଦି ନିଜ ଘରେ ପିତା ମାତା ଙ୍କୁ ସେବା କରିବ ,ତାହା ହେଲେ ଦେବୀ ମାଆ" ଆମ ସମସ୍ତଙ୍କୁ ବିଦ୍ୟା, ବୁଦ୍ଧି, ଆଉ ଆଶୀର୍ବାଦ କରିବେ ।
ହଁ , ତୁମ ସ୍କୁଲ ର ମ୍ୟାଡମ ଠିକ କହିଛନ୍ତି ।
ତାହା ହେଲେ ମତେ ଆପଣ କହିବେ କି ବାପା ।ଯଦି ମାଟି ମୂର୍ତ୍ତି ରେ ରେ ଆମେ ଜୀବନ୍ତ ପ୍ରତିମା ଅଛନ୍ତି ଭାବଜ କୁ ପୂଜା କରି ପାରୁଛେ ,ତାପରେ ସେହି ଆବାହନ ଦେବୀଙ୍କୁ ଶେଷରେ ବିସର୍ଜନ କରିଦେଉଛେ ।
ତାହା ହେଲେ ଆମେ କଣ ପ୍ରକୃତ ପୂଜା କରୁଛେ ନା ଅନ୍ଧ ପରି ଆସ୍ଥା ପାଇଁ ନିଜର ବିଶ୍ୱାସ କୁ ଦେବୀ ମାଆ ଙ୍କ ରୂପରେ ଦେଖୁଛେ ।
ପରନ୍ତୁ ଯେଉଁ ମା ଆମକୁ ଜନ୍ମ ଦେଇଛି, ତାର ସମସ୍ତ ରକ୍ତ ଆମ ଦେହରେ ବହୁଛି, ସେ ମାଆ" କୁ ଆମେ କେମିତି ହତାଦର କରି ପାରିବା ।
ମାଟିର ମୂର୍ତ୍ତି ଅପେକ୍ଷା, ଜନ୍ମ ଦେଇ ଥିବା ମାଆ"ର ଭଲପାଇବା କୁ ଆମେ କଣ ଭୂଲିଯିବା ଠିକ କଥା କି ?ବହୁତ କଷ୍ଟ ଲାଗିଲା ବାପା ,ସେ ଦିନ କାଳି(ଭିକୁକ) ଆଈ ର କାହାଣୀ ଶୁଣି ,ମୁଁ ଦେଖିଛି ତାଙ୍କ ଆଖିର ଲୁହ,ହେଲେ ଥରୁଟିଏ ବି ସେ ତାଙ୍କ ପୁଅ ମାନଙ୍କ ପ୍ରତି ଅଭିଶାପ କି ସେମାନଙ୍କ ପାଇଁ ମନରେ ଖରାପ ଚିନ୍ତା ଆଣି ନାହାନ୍ତି ।
ସେ କଣ ପୂଜା ପାଇବା ପାଇଁ ଅଯୋଗ୍ୟ ।ତାଙ୍କୁ ଆଜି ଦେଖି , ମତେ ଭଲ ଲାଗିଲାନି ଏ ବେଶରେ ।
ମାଆ" ଙ୍କୁ ନେଇ ଯେଉଁ ଡିବେଟ୍ ଆମ ସ୍କୁଲ ରେ ହୋଇଥିଲା ,ସେଠି ସମସ୍ତେ କହୁଥିଲେ ,ମା ବିନା ଏ ସୃଷ୍ଟି ଅସମ୍ଭବ। ମାଆ ପରି ଧର୍ଯ୍ୟ ଆଉ ଭଲପାଇବା ର ଶକ୍ତି କାହା ପାଖରେ ନାହିଁ ।ମା ହଁ ସକଳ ସୃଷ୍ଟି ର ଆଧାର ।ମୁଁ ଜାଣେନା ମା ର ମମତା କଣ ।ମାଆ" ର ଅସ୍ତିତ୍ବ ଜାଣିବା ଆଗରୁ ମୋ ମାଆ କୁ କେବେ ଦେଖି ଥିଲି ମନେ ନାହିଁ ।
ମତେ କଣ ମାଆ"ର ଭଲପାଇବା ମିଳିବନି, କୁହନ୍ତୁ ବାପା !
ଏତକ କହି କଇଁ କଇଁ ହୋଇ ମାନି କାନ୍ଦୁଥିଲା ,
ଏତେ ଛୋଟ ମନରେ ,ଏତେ ବଡ ଚେତନା ର ଉପଲବ୍ଧି ଆଉ ପରିପକ୍ୱତା ଦେଖି ,ମଦନ ବାବୁଙ୍କର ଆଖି ବି ଛଳ ଛଳ ହୋଇ ଆସୁଥାଏ ।ଛୋଟ ମନରେ ଏତେ ବଡ ପ୍ରଶ୍ନ ଶୁଣି ,ଝିଅର ଭାବନା ଆଉ ଇଛା ଶକ୍ତି ପାଇଁ ନିଜକୁ ଗର୍ବ କରୁଥାନ୍ତି ।
ବାପା , ଯଦି ଏ ପୂଜାରେ ଖର୍ଚ୍ଚ ହେଉଥିବା ସମସ୍ତ ଟଙ୍କାକୁ କାଳି ମାଆଙ୍କ ' ପରି ମହିୟସୀ ମାଆ ମାନଙ୍କୁ ଦିଆ ଯାଇ ସେମାନଙ୍କ ର ସେବା କରାଯାଇ ହୁଅନ୍ତା ,ତା ହେଲେ ଦୁର୍ଗା ମା" ବହୁତ ଖୁସି ହୁଅନ୍ତେ ।
ଆଉ କୌଣସି ସ୍ଥାନରେ ବୃଦ୍ଧାଶ୍ରମର ଆବଶ୍ୟକତା ପଡନ୍ତା ନାହିଁ କି ,କେହି ମନ୍ଦିର, ରେଳଷ୍ଟେସନ କି ବସସାଣ୍ଡରେ ଅନ୍ୟ ମାନଙ୍କ ପାଖରେ ହାତ ପତେଇ ବାକୁ ପଡି ନ ଥାନ୍ତା ।
ତୁ ଠିକ କହିଛୁ ମା , ପ୍ରକୃତରେ ଆମେ ମାନେ ହିଁ ମାତୃଭକ୍ତି ର ମୂଲ୍ୟ ଦେଇ ନ ପାରିବାରୁ , ମାଆ ମାନେ ଆଜି ଅବହେଳିତ ।
ଏ ସମାଜ ଆଖିରେ ଅନେକ ଅଂହକାର ବଶ ହୋଇ ନିଜ ଦାୟିତ୍ୱ କୁ ପ୍ରାଧାନ୍ୟ ଦେବାକୁ ମୌଳିକ ଅଧିକାର ଭାବୁ ନାହାନ୍ତି ।
ସେଥିପାଇଁ ତ ଯେତେ ବିଜୟା ଦଶମୀ ରେ ରାବଣ ପୋଡିଲେ ବି ,ଲୋକଙ୍କ ମନରେ ଥିବା ଅହଂ ରୂପି ରାବଣ ମାନଙ୍କ ପାଇଁ ଆଜି ଏ ସମାଜ କଳୁଷିତ ।
ଆପଣଙ୍କ ର କଥା ଆମ ସ୍କୁଲ ବଡ ଗୁରୁମା ଙ୍କର କଥା ସହ ମିଶି ଯାଉଛି ବାପା ।ଏବେ ଆପଣ ମତେ ଯେଉଁ କଥା ଦେଇଥିଲେ,ତାର ମୂଲ୍ୟ ଦେବାର ସମୟ ଆସିଛି ।
କଣ ଦେଇପାରିବେକି ?
ହଁ ନିଶ୍ଚିତ, ତୋ ପରି ମାଆ' ପାଇଁ ମୁଁ ଗର୍ବିତ ।
କୁହ କଣ ଦରକାର ।
ମତେ ମୋ ମାଆ"ଫେରେଇ ଦେଇ ପାରିବ ?
ମଦନ ବାବୁ ଚମକି ପଡିଲେ"; ଅସମ୍ଭବ। ଯିଏ ଦୁନିଆଁ ରେ ନାହିଁ, ତାକୁ କେଉଁଠୁ କେମିତି ବା ଖୋଜି କି ଆଣି ଦେବି ।
ମୁଁ ଜାଣେ ବାପା ,ତୁମେ ମୋ ଅହଲ୍ଯାମା ଙ୍କୁ ଫେରେଇ ଆଣି ପାରିବନି ,ହେଲେ ମୋର ଛୋଟ ଅନୁରୋଧ ଟିକେ ରଖିବେ କି ?
କଣ କହ ମାଆ ,ଆଖି ଛଳ ଛଳ ରେ କହିଲେ ମଦନ ବାବୁ ।
ମୋ ମା (କାଳି)ଆଈ କୁ ଆପଣ ଆମ ସହ ଘରକୁ ନେଇ ଯାଇପାରିବେନି ।ମୁଁ କଥା ଦେଉଛି ,ତାଙ୍କ ପାଇଁ ଯାହା ବି ଖର୍ଚ ହେବ ,ମୁଁ ମୋ ପକେଟ ଖର୍ଚ ରୁ କରିପାରିବି ।ହେଲେ ତାଙ୍କର ଏ ଦୁଃଖ ମୁଁ ଦେଖି ପାରିବିନି ।ମଦନ ବାବୁ ,ମାନି କି କୁଣ୍ଢେଇ ଭୋ ଭୋ ହୋଇ କାନ୍ଦି ପକଇଲେ ।ସତରେ ତୁ ମୋ ଝିଅ ନୁହେଁ, ତୁ ମୋ ଘର ର ଲକ୍ଷ୍ମୀ ।
ତୋ ପରି ଝିଅ ସବୁ ବାପା ମା ଙ୍କୁ ମିଳୁ ।ହଉ ତୋ ବାପା କଥା ଦେଉଛି ,
ତୋ ପାଇଁ ସବୁ କିଛି କରିପାରିବ ,ଆଜି ଠାରୁ ତୋ କାଳି ମାଆ ଙ୍କୁ ତୋ ସହ ମୋ ଘରେ ରହିବାର ଅନୁମତି ଦେଉଛି ।
ଚାଲ ଯିବା କାଳି ମାଆ ଙ୍କୁ ନେଇ ଆମ ଘରକୁ ।ଦୁହେଁ ମିଶି କାଳି ମାଆ କୁ ବୁଝେଇ ସୁଝେଇ ଘରକୁ ନେଇଗଲେ ।
ମାତୃ ଶୂନ୍ୟ ଝିଅ ମାଆ ର ସ୍ନେହ ଆଉ ଭଲପାଇବା ଦେଖି ,ମଦନ ବାବୁ ବହୁତ ଖୁସି ଥିଲେ ।
ସେହି ବିଜୟା ଦଶମୀ ରେ ପଣ କରିଥିଲେ କି ,କୌଣସି ମାଆ ଙ୍କୁ ଆଉ ସେ କଷ୍ଟ ରେ ରହିବାକୁ ଦେବେ ନାହିଁ !, ସେଥିପାଇଁ ସେ ତାଙ୍କର ସହକର୍ମୀ ମାନଙ୍କ ସହ ମିଶି ଏକ ମାତୃଶକ୍ତି ନାଁ"ରେ ସାମାଜିକ ଅନୁଷ୍ଠାନ ପ୍ରତିଷ୍ଠା କରି, ଘର ଠାରୁ ଦୂରେ ଥିବା ମାଆ ମାନଙ୍କୁ ଆଣି ସେଠାରେ ରଖି ସେବା କରିବା ଆରମ୍ଭ କରିଲେ ।ମାନି ମଧ୍ୟ ସେ ଅନୁଷ୍ଠାନର ଜଣେ ସେବିକା ହୋଇ କାର୍ଯ୍ୟ କରିବାକୁ ଲାଗିଲା ।
