ମାତୃ କବଚ
ମାତୃ କବଚ
ଗଭୀର ନିଶା ଗର୍ଜୁ ଥାଏ ଚାରିଆଡେ ଶୂନଶାନ I ନିସାର୍ଦ୍ଧ ଝିଙ୍କାରୀ ର ସ୍ୱର ରେ ପ୍ରକମ୍ପିତ ରଜନୀ I ଏକ ନିକାଞ୍ଚନ ଜଙ୍ଗଲୀ ରାସ୍ତା ରେ ଆଗେଇ ଚାଲିଛନ୍ତି ହାବିଲଦାର ନୀଳକଣ୍ଠ I ଘର ତାଙ୍କର ଗଞ୍ଜାମ ରେ କିନ୍ତୁ କର୍ମ ସ୍ଥଳୀ ରୂପେ ବାଛି ନେଇଥିଲେ କୋରାପୁଟ ର ଦୁର୍ଗମ୍ୟ ଅଞ୍ଚଳ I
ବହୁତ ପୁରୁଣା ଦିନ କଥା I ଗମନା ଗମନ
ତଥା ଆଲୋକ ର ସୁବ୍ୟବସ୍ଥା ଏତେ ନଥାଏ I ଦମୟନ୍ତୀ
ଦେବୀ ଙ୍କୁ ନିଦ ନାହଁ ରାତି ସାରା ଯେବେଠୁଁ ଜାଣିଲେ ପୁଅ
ଯିବ ସେଇ ଅଗମ୍ୟ ଅଞ୍ଚଳ କୁ I ତାଙ୍କ କୁଳ ଚନ୍ଦ୍ରମା ହେଉଛନ୍ତି ନୀଳକଣ୍ଠ I କେତେ ଦିଅଁ ଦେବତା ପୁଜି ପାଇଛନ୍ତି ତାଙ୍କୁ I ବହୁ ଲୋକ ଠୁ ଶୁଣିଛନ୍ତି
ସେଠି କାଳେ ଭୂତ ମାନଙ୍କର ମେଳା ବସେ I ଯେ ସେମାନଙ୍କ ଆଗରେ ପଡନ୍ତି ଆଉ ବଞ୍ଚନ୍ତି ନାହିଁ I
ଅନିଚ୍ଛା ସତ୍ୱେ ପୁଅ ର ସ୍ବଦେଶ ପ୍ରେମ ଆଗରେ ହାର
ମାନି ପଠେଇ ଥିଲେ ସେଠାକୁ I ପୁଅ ର ସୁରକ୍ଷା ପାଇଁ
ବାନ୍ଧି ଦେଇଥିଲେ ମା ଙ୍କ କବଚ ଟି ଏ, ପୁଅ ଭାବୁଥିଲା ମା
ର ଏ କି ପାଗଳାମି I
ବସ ଯୋଗ ପହଞ୍ଚି ଲେ କୋରାପୁଟ ର ଜୟପୁର ସହରରେ I ସେଠାରୁ ଲକ୍ଷ୍ୟ ସ୍ଥଳମାତ୍ର 5-6 କି. ମି I ଯାତାୟାତ ର କୌଣସି ସୁବିଧା ନାହିଁ କାଁ ଭାଁରିକ୍ସା,
ଶଗଡ଼ ଗାଡି ମିଳେ I ସେଠି ପହଞ୍ଚିଲା ବେଳକୁ ରାତି
ଆଗତ ପ୍ରାୟ Iସେ ଯିବାକୁ ବାହାରିଲେ କେତେ ଲୋକ
ତାଙ୍କୁ ଯିବାକୁ ମନାକଲେ କାହା କଥା ନ ଶୁଣି ନୀଳକଣ୍ଠ
ଆଗେଇ ଲେ I ଲୋକଙ୍କ, ମା ଙ୍କ କଥା ଭାବି ମନରେ ଭୟର ଲହରୀଟେ ଢେଉଭାଙ୍ଗିଲା କିନ୍ତ ଯୌବନ ବୟସ କେଉଁଥିରେ ଭ୍ରୁକ୍ଷେପ ନ କରି ସବୁ ସାହସ ସହିତ ପାଦ ବଢ଼େଇଲେ Iହାତରେଲଣ୍ଠନ ଟିଏ କିଛି ବାଟ ଗଲାପରେ ଜଣେ ରିକ୍ସା ଵାଲା କୁ ଭେଟି ଆଶ୍ବସ୍ତିଅନୁଭବ କଲେ Iଭାଇ ମୋତେ ଟିକେ ରାମପୁର ଛାଡ଼ିଦେବେ? ହୁଁ...... I ସେ ଯାଇ ବସିଲେରିକ୍ସା ରେ
ଗଲାବେଳେ ଦେଖିଲେ କିଛି ଲୋକ ମିଞ୍ଜି ମିଞ୍ଜି ଆଲୁଅ
ଚଣା ବିକୁଛନ୍ତି କିନ୍ତୁ କାହାରି ହାତରେ ଆଙ୍ଗୁଠି
ନାହିଁ l ବିସ୍ମୟ ର ସୀମା ରହିଲାନି ତାଙ୍କରି ଥରା ଥରା
କଣ୍ଠ ରେ ସେ ପଚାରିଲେ ଭାଇ କଣ ସେ ଲୋକଙ୍କର
ଆଙ୍ଗୁଠି ନାହଁ I ସଙ୍ଗେ ସଙ୍ଗେ ଲୋକ ଟି ବୁଲି ପଡି ହାତ
ଦିଟା ଦେଖେଇ କହିଲା ଏପରି! ଚେତାଶୂନ୍ୟ ହୋଇ ଟଳି
ପଡିଲେ ନୀଳକଣ୍ଠ l ଆଖି ଖୋଲିଲା ବେଳକୁ ସେ ନିଜକୁ
ପାଇଲେ ଏକ ଗାଁ ର ପିଣ୍ଡି ରେ I ସକାଳୁ କିଛି ସହୃଦୟ ଲୋକ ତାଙ୍କୁ ଆଣି ସେବା ଶୁଶ୍ରୁଷା କରିଥିଲେ l ସେ କାଳ
ରାତି ରେ ଢାଲ ସାଜିଥିଲା ମା ଙ୍କର ରକ୍ଷା କବଚ
ଯାହା ସେ ଉପେକ୍ଷା କରୁଥିଲେ l
ଯାହା ପାସେ ଥାଏ ମା ର ଆଶିଷ
ସାଜି ରକ୍ଷା କବଚ
କି କ୍ଷତି କରିବା ତାହାର ଏ
ଛାର ନିଶାଚ l