STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ମାନବିକତା

ମାନବିକତା

1 min
336

ଗଳ୍ପ,ମାନବିକତା

ସୁରେଶ ଚନ୍ଦ୍ର ପାଢୀ

ଆଜି ର ଯୁଗ ରେ ମାନବ ର ମାନ ବିକତା କ୍ରମଶଃ ହଜିବାକୁ ବସିଲାଣି।

କେହି କାହାକୁ ସମ ବେଦନା ଜଣାନ୍ତି ନାହିଁ।ନିଜ କଥା ହିଁ ଆଜିର ସମାଜ ରେ ସବୁ ଚିନ୍ତା କରନ୍ତି।


  ଥରେ କେହି ଜଣେ ଲୋକ ଜରୁରୀ କାମ ରେ ବଜାରକୁ ଯାଇଛନ୍ତି।

ନିଜ କାମ ସାରି ଫେରିଲା ବେଳ କୁ

ଏକ ଅଜଣା ଗାଡି ଆସି ତାଙ୍କୁ ଧକା

ଦେଲା ।ସେ ଅଚେତ୍ ହୋଇ ରକ୍ତାକ୍ତ ହୋଇ ସେଠି ପଡି ଛନ୍ତି।

କିଛି ସମୟ ଯାଏଁ ତାଙ୍କୁ ଦେଖି ବାକୁ

କେହି ବି ଆସିଲେ ନାହିଁ।

ଲୋକେ ଯିଏ ଯାହା ବାଟ ରେ ଚାଲି ଯାଉଛନ୍ତି।

ଅନେକ ସମୟ ବିତି ଗଲା।

ଶେଷରେ କିଛି ଲୋକ ଜମା ହେଲେ

କିନ୍ତୁ କେହି ତାଙ୍କ ନିକଟକୁ ଆସୁନାହନ୍ତି।

ପୁଣି କିଛି ସାମ୍ବାଦିକ ସେଠି ଆସିଲେ କେବଳ ଫୋଟୋ ଉଠାଉଛନ୍ତି।ପେପର ଓ ଟିଭି ରେ ବାହାର କରିବାକୁ।

ହେଲେ ଲୋକ ଟି କୁ କେହି ବି ମେଡିକେଲ୍ ନେଲେ ନାହିଁ।

ଅନେକ ସମୟ ବିତି ଗଲା ଶେଷରେ

ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଲୋକ କୁ ନେଇ ମେଡ଼ିକାଲ ଗଲେ ।

କିନ୍ତୁ ସେ ଆର ପାରି କୁ ସେତେ ବେଳେ ଚାଲି ଯାଇ ଥିଲେ।

ତା ପର ଦିନ ଟିଭି ଓ ପେପର ରେ ସେ ଲୋକ ର ମୃତୁ ର କଥା ବାହାରିଲା।

ଯଦି ମଣିଷ ହୋଇ ଆମେ ମଣିଷ କୁ

ସାହାଯ୍ୟ ନ କରିବା ଆମର ମାନବିକତା କେମିତି ରହିବ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics