STORYMIRROR

Nibedita Mishra

Inspirational

3  

Nibedita Mishra

Inspirational

ମାନବିକତା

ମାନବିକତା

2 mins
325

 ଅନୁଭବର ଜୀବନ ବସ୍ତିରେ କଟିଛି। ପାଠ ପଢାପଢି କଥା ତ ଛାଡନ୍ତୁ ସାଧାରଣ ଶିଷ୍ଟାଚାର ବି ତା ପାଖେ ନାହିଁ। ମାଆଟି ଓଡିଆ ଫିଲିମ ଦେଖି ପୁଅର ନାଆଁ ଦେଇଥିଲା ଅନୁଭବ। ହେଲେ ମା ବାପା ଚାଲିଯିବା ପରେ ପେଟର ଭୋକ ଓ ଶିକ୍ଷାର ଅଭାବ ଅନୁଭବଙ୍କୁ ଅପରାଧୀ ଟିଏ କରି ଦେଇଥିଲା। ଏବେ ତା ନାଆଁ ଆଗରେ ଚୋର ବୋଲି ଉପାଧିଟିଏ ବି ଲାଗି ଯାଇଥିଲା। 

ରାତିର ଅନ୍ଧକାରର ସୁଯୋଗ ନେଇ ସେ ରାସ୍ତାଘାଟରେ ଲୋକଙ୍କୁ ଲୁଟେ। ବିଶେଷ କରି ବୟସ୍କ ଲୋକମାନେ ହିଁ ତାର ଶିକାର ହୁଅନ୍ତି। 

ଦିନେ ରାତିରେ ଯେତେବେଳେ ଅନୁଭବ ନିଜଲାଗି ଶିକାରଟିଏ ଖୋଜୁଥାଏ। ସେତେବେଳେ ତା ନଜର ପଡିଲା ଜଣେ ବିଧବା ନର୍ସଙ୍କ ଉପରେ।ସେ ତରତର ହେଇ ନିଜର ନାଇଟ୍ ସିଫ୍ଟ ଲାଗି ଯାଉଥାଆନ୍ତି। ତାଙ୍କ କାନ୍ଧରେ ଥିବା ପର୍ସଟିକୁ ଦେଖି ସେ ମନେ ମନେ ଖୁସି ହେଇଗଲା। ଭାବିଲା ଯାହା ହଉ ଆଜି ବଡ ଶିକାରଟେ ମିଳିଛି। ତେଣୁ ସେ ଯେତେବେଳେ ଚାଲି ଚାଲି ଅନୁଭବର ପାଖାପାଖି ହେଲେ ସେ ତାଙ୍କଠୁ ପର୍ସଟି ଛିଣ୍ଡାଇ ଏକମୁହାଁ ହୋଇ ଦୌଡିବାକୁ ଲାଗିଲା। ମହିଳା ଜଣକ ଚୋର ଚୋର ବୋଲି ପାଟି କରିବାକୁ ଲାଗିଲେ।ହେଲେ ସେଇ ଶୁନଶାନ ରାସ୍ତାରେ କେହି ନଥିଲେ ।ଠିକ ସେତେବେଳକୁ ବିପରୀତ ଦିଗରୁ ଆସୁଥିବା ଗୋଟିଏ ଅଟୋରେ ଅନୁଭବ ବାଡେଇ ହେଇ ତଳେ ପଡିଗଲା। ମୁଣ୍ଡଟା ଗୋଟେ ବଡ ପଥରରେ ବାଜି ଗଲା। ସେ ବେହୋସ ହେଇଗଲା। 

     କିଛି ସମୟ ପରେ ତା ହୋସ ଆସିବା ପରେ ସେ ନିଜକୁ ହସ୍ପିଟାଲରେ ବେଡ ଉପରେ ପାଇଲା ।ଆଖି ସାମ୍ନାରେ ସେହି ମହିଳା ଓ ଜଣେ ଲୋକଙ୍କୁ ଦେଖି ଆଶ୍ଚର୍ଯ୍ଯ ହେଇଗଲା। 

ମହିଳା ଜଣକ କହିଲେ-କେମିତି ଲାଗୁଚି ବାପା?ଜାଣିଛ ଇଏ ସେଇ ଅଟୋବାଲା ଯାହା ସହିତ ତୁମର ଆକ୍ସିଡେଣ୍ଟ ହେଇଥିଲା। ସେ ବିନା ପଇସାରେ ତୁମକୁ ଆଣି ହସ୍ପିଟାଲରେ ଭର୍ତ୍ତି କରିବାରେ ମୋତେ ସାହାଯ୍ୟ କରିଛନ୍ତି। ସତରେ ମାନବିକତାର ଜ୍ୱଳନ୍ତ ଉଦାହରଣ ଟିଏ। 

    ଅନୁଭବ ସେତେବେଳେ କିନ୍ତୁ ନିଜର କାମ ଲାଗି ନିଜକୁ ଲଜ୍ଜିତ ମନେ କରୁଥାଏ। ଆଉ ସେହି ଅଟୋବାଲା ସହିତ ସେଇ ମହିଳାଙ୍କ ମାନବିକତା ଉଦ୍ଦେଶ୍ୟରେ ନିଜ ହାତକୁ ଯୋଡି ପ୍ରଣାମ ଟିଏ କଲା।

ମହିଳା ଜଣକୁ ସେ ପର୍ସଟି ଫେରାଇବାକୁ ବଢାଇଲା।ସେ କହିଲେ ଆରେ ବାପା ସେ ପର୍ସଟିରେ ଟିଫିନରେ ରୁଟି ଓ ଭଜା ଅଛି ଖାଇନିଅ।ତା ପରେ ସେ ମହିଳା ଜଣକ ନିଜ ଅଣ୍ଟାରେ ଖୋସିଥିବା ଛୋଟ ମୁଣିକୁ ଖୋଲି ୫୦୦ ଟଙ୍କିଆ ନୋଟ୍ ଟେ ବାହାର କରି ଅନୁଭବକୁ ଦେଲେ।ଅନୁଭବର ମୁଣ୍ଡ ଲଜ୍ୟାରେ ନଇଁ ଯାଉଥାଏ।ସେ ମନେ ମନେ ଭାବୁଥାଏ ସତରେ ନା ଏମିତି କିଛି ବଦାନ୍ୟ ଲୋକଙ୍କ ଲାଗି ହିଁ ଦୁନିଆରେ ମାନବିକତା ବଞ୍ଚି ରହିଛି।

ସେ ସେହି କ୍ଷଣି ପ୍ରତିଜ୍ଞା କଲା ଯେ ସେ ଆଉ ଖରାପ କାମ କରିବନି ଓ ଭଲ ରାସ୍ତାକୁ ଫେରିଆସିବ ବୋଲି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational