jyotsna mayee panda

Inspirational

3  

jyotsna mayee panda

Inspirational

ମାନବିକତା....

ମାନବିକତା....

3 mins
253


ପିଣ୍ଡ ମାନେ ଶରୀର, ଦାନ ମାନେ ଦାନ କରିବା l ଜଣେ ମରିଗଲା ପରେ ଏହା କରାଯାଏ l କିନ୍ତୁ ବୁଝି ହୁଏନା ଏ ଶରୀର ପଞ୍ଚଭୂତରେ ଲୀନ ହୋଇଗଲା ପରେ ଆତ୍ମା ଯୋଉଠୁ ଆସିଥିଲା ସେଇଠିକୁପୁଣି ଚାଲିଯାଏ ଏକ ନୂତନ ଶରୀରର ଅଂମେସଣ ରେ... ପୁଣି ଏ ପିଣ୍ଡଦାନ କାହା ପାଇଁ....???? ନା ଅଛି ସେ ଶରୀର ନା ଅଛି ସେ ଆତ୍ମା l ପୁଣି କାହା ପାଇଁ ଏ କଦଳୀ ପତ୍ର, ପିଣ୍ଡାରେ ପାଣି ଦେଇ ଗୋଲ ଗୋଲ ଖିଚେଡ଼ି ଦେବା କଣ ପିଣ୍ଡଦାନ??? ଏଥି ପାଇଁ ଖୋଜେ ମଣିଷ ପୁତ୍ର ସeନ୍ତନ l ବଞ୍ଚିଥିବା ପଯ୍ୟନ୍ତ ଵୃଦ୍ଧାଶ୍ରମରେ କଟିଯାଏ ଦିନ l ମୃତ୍ୟୁ ପରେ ସେ ପୁତ୍ର ଖୋଜେ କରିବାପାଇଁ କି ପିଣ୍ଡଦାନ l ଯେ ବଞ୍ଚିଥିବା ବେଳେ ଟିକେ ଖାଇବାକୁ ଦେଇପାରେନି, ମୃତ୍ୟୁ ପରେ ବ୍ରାହ୍ମଣ ଡାକି କରେ ପୁଣି ତିଳ ତର୍ପଣ କିନ୍ତୁ ଏ କାହାପାଇଁ??? ଏହା ସମାଜ ପାଇଁ ନୁହଁ କି ଏକ ପ୍ରହସନ??  

        ପଞ୍ଚଶୀଳ (କାଳ୍ପନିକ ) ନଗରୀରେ ରହୁଥିଲେ ଏକ କୁଳୀନ ବ୍ରାହ୍ମଣ ପରିବାର l ସେ ବିଭିନ୍ନ ଶାସ୍ତ୍ର ବିଦ୍ୟାରେ ପାରଙ୍ଗମ ତଥା ଜ୍ଞାନୀ ଥିଲେ l ବହୁତ ଦାନ ଧର୍ମ କରୁଥିଲେ l ପରୋପକାରୀ ତଥା ନ୍ୟାୟୀ ଥିଲେ 

ସବୁବେଳେ ପ୍ରଭୁ ସେବା ଓ ଭଗବତ ଚର୍ଚ୍ଚାରେ ସମୟ ଅତିବାହିତ କରୁଥିଲେ l ସବୁବେଳେ ପ୍ରଭୁ ଭକ୍ତିରେ ଲୀନ ହୋଇ ନିଜକୁ ଭଗବାନଙ୍କ ପାଖରେ ସମର୍ପଣ କରି ଦେଇଥିଲେ l କିନ୍ତୁ ତାଙ୍କ ପତ୍ନୀ ଥିଲେ ତାଙ୍କଠୁଁ ଠିକ୍ ଓଲଟା l କଳିହୁଡି, ଅହଂକାରୀ, ସବୁବେଳେ ପର ଚର୍ଚ୍ଚାରେ ନିଜକୁ ବ୍ୟସ୍ତ ରଖୁଥିଲେ l ବ୍ରାହ୍ମଣଙ୍କ ଘରେ ଧନ ଧାନ୍ୟର କିଛି କମି ନ ଥିଲା l ଗୋଟେ ବୋଲି ସୁନ୍ଦର କନ୍ୟା ସନ୍ତାନ ଥିଲା l ସ୍ତ୍ରୀର ଏ ବ୍ୟବହାରରେ ଅତିଷ୍ଠ ହୋଇ ବ୍ରାହ୍ମଣ ସବୁବେଳେ ନିଜକୁ ପୂଜାଅର୍ଚ୍ଚନାରେ ବ୍ୟସ୍ତ ରଖୁଥିଲେ l ଭଗବାନଙ୍କୁ ସବୁବେଳେ କହୁଥିଲେ ଏପରି କଳିହୁଡି ସ୍ତ୍ରୀ ଦେଇ ମାୟା ମୋହ ସବୁ ନେଇଯାଇଛ ପ୍ରଭୁ l ଦିନ ସେ ଭାବିଲେ ମୋ ମୃତ୍ୟୁ ପରେ କିଏ ପିଣ୍ଡଦାନ କରିବ?? ମୋତେ ତ ଭଗବାନ ପୁଅ ଦେଲେନି l ମୋ ଆତ୍ମା ମୋକ୍ଷ ପାଇବ କିପରି???? ସେ ପୁତ୍ର ପାଇଁ ଦିନେ ଭଗବାନଙ୍କୁ ପାର୍ଥନା କଲେ l ଭଗବାନ ତାଙ୍କ ସ୍ୱପ୍ନରେ ଆସି କହିଲେ, “ହେ ଦ୍ଵିଜବର ତୁମେ ପୂର୍ବ ଜନ୍ମରେ ରାଜା ଥିଲ l ଭାର୍ଗବୀ ନଦୀ କୂଳରେ ଶିକାର କରି ଆସିଥିବା ସମୟରେ ଏକ ସର୍ପର ସମସ୍ତ ପୁତ୍ରଙ୍କୁ ଅଗ୍ନିରେ ନିକ୍ଷେପ କରି ବଂଶ ନାଶ କଲ ସେଥିପାଇଁ ସେ ତୁମକୁ ଅଭିଶାପ ଦେଇଥିଲେ ପୁତ୍ର ସନ୍ତାନ ନ ହେବା ପାଇଁ l ସେ ପାପର ପ୍ରାୟଶ୍ଚିତ କରୁଛ l”

ସ୍ୱପ୍ନ ବିଷୟରେ ବ୍ରାହ୍ମଣ ଚିନ୍ତା କରି ଖୁବ ଦୁଃଖିତ ହେଲେ l ଗୋଟେ ଉତ୍ତରାଧିକାରୀ ରଖିବା ପାଇଁ ଚିନ୍ତା କଲେ l ଗାଆଁରେ ପ୍ରଚାର କଲେ ଯେ ସେ ଗୋଟେ ପ୍ରତିଯୋଗିତା କରିବେ l ଏଥିରେ ଯେ ବିଜୟୀ ହେବ ତାକୁ ନିଜ ପୁତ୍ର ରୂପେ ଗ୍ରହଣ କରି ନିଜ ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ କରିବେ l ଏଥିପାଇଁ ସମସ୍ତେ ନିଜ ନିଜ ପୁଅକୁ ପ୍ରସ୍ତୁତ କରିବାରେ ଲାଗିଲେ l ଗାଆଁରେ ଏକତା ରହିଲାନି l ପରସ୍ପର ବିରୋଧୀ ହୋଇଗଲେ l

ସେ ଗାଆଁରେ ଗୋଟେ ଗରିବ ବୁଢ଼ୀ ତା ନାତି ସହିତ ରହୁଥିଲେ l ଗରିବ ହେଲେ ମଧ୍ୟ ସେମାନେ ଖୁବ ସ୍ୱାଭିମାନୀ ଓ ଜ୍ଞାନୀ ଥିଲେ l ନାତି କହିଲା ଆଈ ମୁଁ ଆଜି ପ୍ରତିଯୋଗିତାକୁ ଯିବି l ବୁଢ଼ୀ କହିଲା ମୋର ଆଉ କେହି ନାହିଁ l ତୁ ଧନ ପାଇଁ ମୋତେ ଛାଡି ଚାଲିଯିବୁ l ନାତି କହିଲା ନା ଯିବି l ହେଲେ ପୁଣି ତୋ ପାଖକୁ ଫେରି ଆସିବି l ପ୍ରତିଯୋଗିତା ଆରମ୍ଭ ହେଲା l

ସମସ୍ତେ ଭାଗ ନେଲେ l ଯେତେବେଳେ ବୁଢ଼ୀର ନାତି ଗଲା ସେ ପ୍ରଥମେ ବ୍ରାହ୍ମଣ ମହୋଦୟଙ୍କୁ କିଛି କହିବାକୁ ଚାହିଁଲା l ତାକୁ ସେ କହିବା ପାଇଁ ଅନୁମତି ଦେଲେ l ସେ କହିଲେ "ଏଠାକୁ ମୁଁ ଧନ ଲୋଭରେ କି କାହା ପୁତ୍ର ହେବା ଆଶାରେ ଆସିନି l ମୁଁ କିଛି ଶିକ୍ଷା ଦେବାପାଇଁ ଆସିଛି l ମୁଁ ଗରିବ କିନ୍ତୁ ସ୍ୱାଭିମାନୀ ମୋ ଆଈକୁ ଛାଡି ମୁଁ କୁଆଡେ ଯାଇ ପାରିବି ନାହିଁ l ସେ ପୁଣି କହିଲେ ହେ ବ୍ରାହ୍ମଣ ମହୋଦୟ ଆପଣ ଜ୍ଞାନୀ, ଧର୍ମୀ, ଭଗବାନ ଉପାସକ... ମୁଁ ଯାହା ଜାଣିଛି ନିଜକୁ ସମ୍ପୂର୍ଣ୍ଣ ଭାବେ ସମର୍ପଣ କରିଦେଇଛନ୍ତି ସେ ଭଗବାନ ପାଖରେ l ପିଣ୍ଡଦାନ କରି ସାରିଛନ୍ତି l ଆପଣ ମରିଗଲା ପରେ ଆପଣଙ୍କ ଶରୀର ପଞ୍ଚଭୂତରେ ଲୀନ ହୋଇଯିବ l ଆତ୍ମା ଭଗବାନ ସହିତ ଲୀନ ହେବ l ଆପଣ ଆପଣଙ୍କ ସୁ କର୍ମ ପାଇଁ ନିଶ୍ଚିତ ରୂପେ ମୋକ୍ଷ ପାଇବେ l କିହିଁକି ପୁଣି ଏ ପୁତ୍ର ଆଶା??? ଏହି ପ୍ରତିଯୋଗିତା କରି ମଣିଷ ମଣିଷ ଭିତରେ ଏକତା ନଷ୍ଟ କରୁଛନ୍ତି l ଏତେ ଜ୍ଞାନୀ ହୋଇ ଏହା ଆପଣ କେମିତି କରୁଛନ୍ତି l ଝିଅ କଣ ସନ୍ତାନ ନୁହଁ??? 

ସେ ଆପଣଙ୍କ ଉତ୍ତରାଧିକାରୀ ହୋଇ ପାରିବେ l ଏହା କରିବା ଦ୍ୱାରା ଆପଣ ନାରୀ ପରୁଷ ଭିତରେ ପ୍ରଭେଦ ସୃଷ୍ଟି କରୁଛନ୍ତି l ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ନିଜ ଝିଅ ଉପରେ ଅନ୍ୟାୟ କରୁଛନ୍ତି l "ଯୁବକର କଥା ଶୁଣି ବ୍ରାହ୍ମଣ ଖୁବ ଲଜିତ ହେଲେ l ନିଜ ଭୁଲ ବୁଝିପାରିଲେ l କନ୍ୟା ସନ୍ତାନ ମାନଙ୍କ ଉନ୍ନତି ପାଇଁ ପ୍ରଚେଷ୍ଟା କଲେ l ସେ ଯୁବକକୁ ସାହାଯ୍ୟ କରି ଉପଯୁକ୍ତ ଶିକ୍ଷା ଦେଲେ ଓ ପରେ ନିଜ ଝିଅକୁ ଉକ୍ତ ଯୁବକ ସହିତ ବିବାହ କରିଦେଇ ନିଜେ ତପସ୍ୟା ପାଇଁ ବନକୁ ଚାଲିଗଲେ l 

(ମଣିଷପଣିଆ ଓ ବିବେକ ଗୋଟେ ଉତ୍ତମ ମଣିଷର ପରିଚୟ ଦେଇଥାଏ l ଅନ୍ୟକୁ ସହଯୋଗ କଲେ ଭଗବାନ ତୁମର ନିଶ୍ଚୟ ସହାୟତା କରିବେ )



Rate this content
Log in

Similar oriya story from Inspirational