STORYMIRROR

suchismita Panda

Inspirational

4  

suchismita Panda

Inspirational

ମାଁ

ମାଁ

4 mins
271

     ଯେତେବେଳେ ପୃଥିବୀ ବାର ଘଣ୍ଟିଆ ପରିକ୍ରମା ସାରି ସୂର୍ଯ୍ୟଙ୍କ ପଛପଟକୁ ଚାଲିଗଲା କିଟ୍ କିଟ୍ ଅନ୍ଧାରକୁ ଆମନ୍ତ୍ରଣ କରିବା ପାଇଁ ସେତେବେଳେ ଜନଗହଳି ପୂର୍ଣ୍ଣ ସହରଟା ଧୀରେ ଧୀରେ ଫାଙ୍କା ହେବାକୁ ଲାଗିଲା । ରାଜରାସ୍ତାରେ ଅନ୍ଧାରର ପରିସୀମା ଖେଳିଯାଇ ଚାରିପଟ ଶୂନ ଶାନ ହୋଇଚାଲିଲା । ତେନ୍ତୁଳି ଗଛରେ ବସା ବାନ୍ଧି ଥିବା ପକ୍ଷୀଙ୍କ ଚିଁ ଚାଁ ଆମ୍ବଗଛର ଶାଖାରେ ଥିବା ମାଙ୍କଡ଼ ମାନଙ୍କ ହୁଙ୍କାର ସବୁକିଛି ରାତ୍ରିର ଅନ୍ଧାର ଭିତରେ ନିଃଶବ୍ଦ ପାଲଟି ଯାଇଥିଲା ।

ଠିକ୍ ଏଇ ସମୟର ତ ଅପେକ୍ଷା ଥିଲା । ନା ନା ଏଇଟା ସେ ସମୟ ନୁହେଁ । ଆଉ ଟିକିଏ ଅଧିକ ଅନ୍ଧାରର ଅପେକ୍ଷା । ରାତ୍ରିର ଦ୍ବିତୀୟ ପ୍ରହରର ହିଁ ଠିକ୍ ସଠିକ୍ ସମୟ ଯେଉଁ ଟିକୁୁ ଚାହିଁଁ ବସିଛିି ସାରିକା । ରେଙ୍ଗାଲପାଲି ଗ୍ରାମର ସ୍ନାତକ ପଢିଥିବା ସାରିିିକା ହେଉଛି ବାଲ୍ୟକାଳରୁ ମାଁ ଛେଉଣ୍ଡ । ମାଁ କୁ ସେ କେବେ ଦେଖିନି , ତା ହାତର ସ୍ପର୍ଶ କେବେ ସେ ପାଇଥିଲି ସେ କଥା ମଧ୍ୟ ଜାଣିିିନି । କେବଳ ବାପାଙ୍କ ଠାରୁ ଶୁଣିଛି ତା ଆଖି ଦୁଇଟି ଠିକ୍ ତା ମାଁ ପରି । ସେଇ ଗୋଟିଏ ପଦ ତା ପାାଇଁ ସଞ୍ଜିବନୀ । ଯେବେେ ତାକୁ ମାଁ କଥା ଭାରି ମନେ ପଡେ ସେ ଆଇନା ଆଗକୁ ଚାଲିଯାଇ ମନ ଭରି ନିଜ ଆଖି ସହ ଆଖିକୁ ଅନେକ ବେଳ ଅନାଇ ରହିଥାଏ । ଆଜି ମଧ୍ୟ ଏଇ ରାତି କୁ ଅପେକ୍ଷା କରିବାରେ ସେଇ ଆଇନାରେ ଦିଶୁଥିବା ମାଁଁର ଦୁଇ ଆଖିହିିଁ ସାହାସ ଭରି ଦେଉଥିଲା ।

ସେଇ ସାହାସକୁ ପୁଟୁଳି କରି ଅନ୍ଧାରକୁ ଚିରି ତାର ଦୁୁଇ ପାଦ ବଢି ବଢି ଚାଲିଛି । ସେ ଜାଣିନି ତା ଗନ୍ତବ୍ୟର ଶେଷ ଠିକଣାାଟି ! ତଥାପି ସେ ଆଗେଇ ଚାଲିଛି । ସକାଳ ହେବା ପୂର୍ବରୁ ଏଇ ଆପଣାର ଗନ୍ଧ ଆସୁଥିବା ଠିକଣାରୁ ତାକୁ ସବୁଦିନ ପାଇଁ ଅର୍ନ୍ତଧ୍ୟାନ ହେବାକୁ ହିଁ ପଡିବ । ନହେଲେ ସାହୁକାରର ଚାକିରୀର ମିଛ ବାହାନାର ଶୀକାର ହୋଇ ସେ ଯେଉଁଁ ସନ୍ତାନର ମାଁ ହେବାକୁ ଯାଉଛି ସେକଥା ଜାଣିଲ ପରଠୁୁ ଅନେକ ବଳ ପ୍ରୟୋଗ କରି ସାରିିଛ । ମାତ୍ର ସବୁବେଳେ ତ ସମାନ ଯାଏନି । ଏତେ ମାସ ବାପା ମୋତେ ସବୁ ବିପଦରୁ ବଞ୍ଚାଇ ରଖି କେତେ କଟୁକ୍ତିର ସାମ୍ନା ନ କରିଛନ୍ତି । ମୋ ପାଇଁ ତାଙ୍କ ମୁଣ୍ଡ ତଳକୁୁ ହେଲା ପରେ ବି କିଛି କହି ନାହାନ୍ତି । କେତେ ଆଉ ସେ ସହିବେ । ମୋ ଲଢେଇ ଏବେ ମୋତେ ହିଁ ଲଢିବାକୁ ହେବ । ସାହୁକର ରାକ୍ଷସ । ତାକୁ କାହା ଜୀବନ ପ୍ରତି ଲୋଭ ନଥାଏ । କିନ୍ତୁ ମୁଁ ତ ମାଁ । ମୁଁ କେମିତି ମୋ ଭିତରେ ଟିକି ଡିଆଁ ଦେଉଥିବା ମୋ ସ୍ପନ୍ଦନ ସହ ମିଶି ଯାଉଥିବା ମୋ କୋମଳ ଶିଶୁକୁ ହତ୍ୟା କରି ପାରିବିି ? ମୋ ଦ୍ବାରା ଏସବୁୁ ହୋଇ ନପାରେ ।ତେଣୁୁ ସାହୁକାରର ଲୋକମାନେ ମୋତେ ଏବଂ ମୋ ଗର୍ଭର ଶିଶୁର ନିିଃଶ୍ବାସକୁ ସବୁୁୁୁୁୁୁଦିନ ପାଇଁ ବନ୍ଦ କରି ଦେବା ପୂର୍ବରୁ ମୋତେ ସୁରକ୍ଷିତ ତା ଜାଲରୁ ଅନେକ ଆଗକୁ ଯିବାକୁ ହିଁ ପଡିବ । ସେ ପୁଣି ଆଗେଇ ଚାଲିଛି ।

ସମୟ କେତେ, ସେ କେଉଁଠି ତାକୁୁ କିଛି ଜଣା ନାହିଁ । କେବଳ ଆଖି ଖୋଲି ଦେଖିଲା ବେଳକୁ ସେ କୌଣସି ଏକ ଡାକ୍ତରଖାନାରେ । ଶରୀର ସଂପୂର୍ଣ୍ଣ ଶୂନ୍ୟ ପରି ଲାଗୁଥାଏ । ହଠାତ୍ ହାତଟା ପେଟ ଉପରକୁ ଚାଲିଯାଇ ସେ ପ୍ରଶ୍ନ କରେ ତୁ ଠିକ୍ ଅଛୁ ନା ମୋ ଧନ ? କିନ୍ତୁ ତାକୁ ଉତ୍ତର କିଛି ମିଳେନା । ବିଚଳିତ ହୋଇ ତୁହାକୁ ତୁହା ପ୍ରଶ୍ନ କରିଚାଲିିିିଲା ବେଳେ ଡାକ୍ତରଙ୍କ ଆଗମନ ହୁଏ । 

ଡାକ୍ତର: ଆପଣ ଠିକ୍ ଅଛନ୍ତି ନା ! ଆଗଠୁ ଏବେ କିଛି ସୁସ୍ଥ ଅନୁଭବ ହେଉଛି ତ ?

ସାରିକା: କିଛି ଉତ୍ତର ନ ଦେଇ ଓଲଟା ପ୍ରଶ୍ନ କରେ । ମୋ ସନ୍ତାନ ! ସେ କେମିତି ଅଛି ?

ଡାକ୍ତର: ସବୁକିଛି ଠିକ୍ ଅଛି । ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ । କେବଳ ଆରାମ କରନ୍ତୁୁ । 

ସାରିକା: ମୁଁ କେଉଁଠି ?

ଡାକ୍ତର: ଭୁବନେଶ୍ବର । ସମାଜସେବୀ ଝରଣା ଦେବୀ ଆପଣଙ୍କୁ ଏଠିକୁୁ ଆଣିଥିଲେ । ସେ ଏବେ କିଛି କାମରେ ବ୍ୟସ୍ତ ଅଛନ୍ତି କିଛି ସମୟ ପରେ ଆସିି ଆପଣଙ୍କ ସହ ଦେଖା କରିବେ । 

ଆଉ କିଛି ଅଧିକ କଥୋପକଥନ ପାଇଁ ସାରିକାର ମନ ନଥିବାରୁ ସେ ଚୁପ୍ ଚାପ୍ ଆଖିକୁ ବନ୍ଦ କରିଦିଏ ।

ଆଖିକୁ ବନ୍ଦ କରିଦେଇ ସେ ବ୍ୟସ୍ତ ବହୁଳ ଭୁବନେଶ୍ଵର ସହରର ବ୍ୟସ୍ତତା ଭିତରେ ଗୋଳେଇ ଘାଣ୍ଟି ହେଉଥିବା ବେଳେ, ଯାନବାହାନର ଶଦ୍ଦ ଭିତରେ ମନଟା ଆହୁରି ବେଶୀ ଓଜନିଆ ହୋଇ ଚାଲୁଥିବା ସମୟରେ ଗୋଟିଏ ସୁମଧୁର କୋମଳ ଶିଶୁର ରାହା ଧରି କାନ୍ଦ ତା ଧ୍ୟାନ ଭଂଗ କରେ । ଆଖି ଖୋଲି ଦେଖିଲା ବେଳକୁ ଆଗରେ ଜଣେ ମହିଳା ହାତରେ ଏକ ନବ ଜନ୍ମିତ ଶିଶୁ । କିିିଛି ପଚାରିବା ପୂର୍ବରୁ ହିଁ ସେ ନିଜକୁୁ ଝରଣା ବୋଲି ପରିଚିତ କରାଇ ତା(ସାରିକା) ସେଇ ସନ୍ତାନକୁ ବଢାଇ ଦେଇ କହିଲେ ନେ ତୋ ମାଁ ତା ମାଁ କୁ ବହୁତ ବେଳରୁ ଖୋଜୁଛି । ତାକୁ ଟିକେ ଗେଲ କରି ଦେ ।

ବିକଳତା ସହ ରାହା ଉଠାଇ କାନ୍ଦୁଥିବା କୁନି ଶିଶୁଟି ମାଁ କୋଳର ଉଷୁମ ପାଇଲା ପରେ ସଂଗେ ସଂଗେ ଚୁପ୍ ରହିିିିଯାଏ । ସାରିକା ଖୁସିରେ ସ୍ତବ୍ଧିଭୂୂତ ପାଲଟି ଗଲା ପରି କେବଳ ସେଇ କୁନି ଆଖି ଦୁଇଟି ଭିତରେ ତା ମାଁଙ୍କୁ ଖୋଜି ଚାଲିଥଏ । ସତେ ଯେମିତି ତାକୁ ଲାଗୁଛି ସେଇ ଆଖି ପଢି ପରେ ପିଢିିିର ସାଖି ରହୁଛି । ମାଁ ସହ ତା ସନ୍ତାନକୁ ଛାଡି ଦେଇ ଝରଣା ଦେବୀ ଚାଲିଗଲେ ଡାକ୍ତର ଦାଶଙ୍କ ଚେମ୍ବରକୁ ।

ଝରଣା ଦେବୀ: ଧନ୍ୟବାଦ ଆପଣଙ୍କୁ । ଏମିତି କାରୁୁୁଣ୍ୟ ବିିିପଦ ସମୟରେ ଆପଣଙ୍କ ବହୁମୂଲ୍ଯ ସମୟ ଦେଇଥିବାରୁ ।

ଡାକ୍ତର: ମୋତେ ଲଜ୍ଜିତ କରାନ୍ତୁୁ ନାହିଁ ମାଡାମ । ଆପଣ ଜାଣିଛନ୍ତି ମୁଁ ଆଜି ହାରି ଯାଇଛି । ମାଁ ଏବଂ ସନ୍ତାନ ଭିତରୁ ମାଁ କୁ ତ ବଂଚାଇ ଦେଇଛିି ମାାତ୍ର ତା ପୁୁଅ...।

ଝରଣା ଦେବୀ: ଚୁୁପ୍ ରୁହନ୍ତୁୁ ଡକ୍ଟର ଦାଶ । ଏଇ ସତ୍ୟକୁୁ

ସବୁଦିନ ପାଇଁ ଆପଣ ମଧ୍ୟ ମିଥ୍ୟା ବୋଲିି ମାନି ନିିିିଅନ୍ତୁ । ନଚେତ୍ ରାସ୍ତା କଡରେ ଅଲୋଡା ହୋଇ ପଡିଥିବା ସଇ

 ଶିଶୁ କନ୍ୟାଟିି ଚିିିିରଦିନ ପାଇଁ ଅନାଥ ହୋଇଯିବ ଏବଂ ନିିିଜ ସନ୍ତାନକୁ ହରାଇବା ଦୁୁଃଖରେ ସାରିିିିକା ପାଲଟିଯିବ ପାଗେଳି ।

ଡାକ୍ତର: ପ୍ରକୃତରେ ଆପଣଙ୍କ ମହାନତା ଆଗରେ ଗୋଟେ ସରି ଯାଇଥିବାା କାହାଣୀର ପୁନରୁୁୁଦ୍ଧାର ହୋଇଛି । କିଛି ମିଛ ଯଦି ଜୀବନକୁ ସୁନ୍ଦର କରିଦିଏ ତେବେ ମୁଁ ସେଇ ମିଛରେ ଅଂଶୀଦାର ଦେବାକୁ ଗର୍ବ ମଣୁଛି ।


( ମାଁ ସବୁବେଳେ ସବୁ ପରିସ୍ଥିତିରେ ମାଁ । ସେ ବୁଝେନା କେଉଁ ରକ୍ତ ତାର । ସେ କେବଳ ବୁଝେ ସବୁ ସନ୍ତାନ ତାର । )

 


এই বিষয়বস্তু রেট
প্রবেশ করুন

Similar oriya story from Inspirational