Sunanda Mohanty

Classics Inspirational Thriller

4  

Sunanda Mohanty

Classics Inspirational Thriller

ମାଆ ମନ

ମାଆ ମନ

3 mins
277


ଏକୋଶିଆ ପରଦିନ ଟିକି ନାତିର ଫ୍ଲାଇଟରେ ଦିଲ୍ଲୀ ଉଡାଣ ଏରୋପ୍ଲେନରେ । ସମସ୍ତଙ୍କ ବାରଣ ସତ୍ୱେ ପୁଅ ବସିଛି ଟିକି ନାତି ଓ ବୋହୁକୁ ଦିଲ୍ଲୀ ନେଇକି ହିଁ ଯିବ । କଥାଟା ଭୟ ଓ ବିସ୍ମୟ ତୋଳୁଥିଲେ ମଧ୍ୟ ମାନିନେବାକୁ ହେଲା । ତା ଛଡା ଝିଅ ତା ଟିକି ଝିଅ ସହ ମଧ୍ୟ ଯାଉଛି ତ ଆଶ୍ୱସ୍ତ ଯେତିକି ଆଶଙ୍କା ସେତିକି ପ୍ରକାଶ ପାଇବା ଭିତରେ ଦିଅଁ, ଦେବତା, ପୂଜାପୂଜି, ପୂର୍ଣ୍ଣକୁମ୍ଭ, ଆମ୍ବଡ଼ାଳ ଇତ୍ୟାଦି ଥୁଆରଖା କରୁ କରୁ ଦୁଇ ବାଜିଗଲା, ଗାଡି ଆସିଗଲା । ଖିଆପିଆ ତ ସରିଥିଲା, ସମସ୍ତଙ୍କୁ ବନ୍ଦାପନା କରି ଛାଡିଲା ବେଳେ ଛୋଟ ଛୁଆଟା କାନ୍ଦି ଉଠୁଥିଲା । ନାତୁଣୀ କିନ୍ତୁ ବେବି କାନ୍ଦନା କାନ୍ଦନା କହି ପ୍ରଥମ ଉଡାଣର ମଜ୍ଜା ନେବାକୁ, ଅର୍ଥାତ ବୁଲିଯିବାକୁ ବ୍ୟଗ୍ର ହୋଇଉଠୁଥିଲା ।

    ଘର ଖାଲି କାଲି ଏତେବେଳକୁ ଘର ଘୁ ଘୁ କମ୍ପୁଥିଲା, ଆଜି ଏତେବେଳକୁ ସବୁ ଶୁନ୍ୟ ଏଇତ ଜୀବନ ବୋଲି ମନକୁ ବୁଝାଇ ମିନତି ଥୁଆ ରଖା, ସଜଡା ସଜଡିରେ ମନ ଦେଉଥିଲେ, ଆଶୁତୋଷ ମଧ୍ୟ ହାତବଟେଇ ସାହାଯ୍ୟ ସହଯୋଗର ହାତ ବଢ଼େଇ ଦେଇଥିଲେ । ଗୁମସୁମ ମୁହଁକୁ ଚାହିଁ ମିନତିଙ୍କର କହୁଥିଲେ, ସଂସାର ନିୟମ ଇଏ । ପୁଅ ତା ସଂସାର ନେଇ ସୁଖରେ ରହିଲେ ଭଲ । ତା ଛଡା ଝିଅ ଭଉଣୀ ଯାଇଛି, ଅସୁବିଧା କଣ? ପୁଣି ରସିକତା କରୁଥିଲେ ତୁମେ ଆଉ ମୁଁ ଭଲରେ ଥିଲେ ସମସ୍ତେ ଭଲ । ମିନତି ଏଣୁ ତେଣୁ କିଛି କହିବା ପୂର୍ବରୁ କାମବାଲୀ ବାସନ୍ତିର ଝଡ଼ ପରି ପ୍ରବେଶ ଦାମ୍ପତ୍ୟ କଳି ରୋକିଦେଲା ସିନା, ବାସନ୍ତିର ଅନାହୁତ ପ୍ରଶ୍ନାବଳୀରେ ଶାଢ଼ୀକାନିରେ ଆଖି ପୋଛୁ ପୋଛୁ ଠାକୁର ଘର ଜିନିଷ ପତ୍ର ସବୁ ନେଇ ଯଥା ସ୍ଥାନରେ ଥୁଆ ରଖା କରୁଥିଲେ । ପୁଣି କୋଉଟା ରହିଯାଉଥିଲା ତ ବାସନ୍ତିକୁ ଆଣିବାକୁ ନିର୍ଦ୍ଦେଶ ଦେଲେ ସେ କହୁଥିଲା, ତମେ ଜମା ବାରଣ କରୁନ ମା, ମୋର ପାପ ହବନି, ଯାହା ହେଲେ ମୁଁ ନୀଚ ଜାତି ଲୋକ । ଉଚ୍ଚ ନୀଚ କଣରେ ବାସନ୍ତି? ସମସ୍ତେ ଜଗନ୍ନାଥଙ୍କ ସନ୍ତାନ ପରା ଆମେ, ବୋଲି କହୁଥିଲେ ମିନତି ।

   ଏମିତି ଏମିତି କାମ ଭିତରେ ନିଜକୁ ବୁଡାଇ ରଖି ଘଣ୍ଟାକୁ ଚାଁହୁଥିଲେ ମିନତି । ସାଢେ ପାଞ୍ଚଟାରେ ପ୍ଳାଇଟ, ନିଶ୍ଚୟ ଉଡାଣ ହେବଣି କିନ୍ତୁ ପୁଅ ହ୍ୱାଟ୍ସ ଆପରେ ଅନଲାଇନ ଅଛି ଯେ? କଣ ଉଡାଣ ହୋଇନି ନା ପୁଅ ଫୋନକୁ ପ୍ଲାଇଟ ମୋଡ଼ରେ ରଖିନି, ଏମିତି ସବୁ ଭାବୁ ଭାବୁ ଦେଖିଲେ ଟିକି ନାତି ବେକର ଜଗନ୍ନାଥଙ୍କ ଲକେଟଟି ବୋହୁ ଖଟ ଉପରେ ପଡିଛି। ମନ ଗୋଳେଇ ଘାଣ୍ଟି ଲାଗିଲା । ଲକେଟଟି ନେଇଥିଲେ ସର୍ବଶୁଭ ହୋଇଥାନ୍ତା ଭାବି ଫୋନ ଲଗେଇଲେ ପୁଅକୁ। ପୁଅ ବ୍ୟସ୍ତ ହୋଇ କହିଲା ଛାଡ଼ିନି ପ୍ଲାଇଟ । ଇଣ୍ଡିଗୋର ଆଜି ଲେଟ ହେବ ଉଡାଣ । ଶୁଣିକି ଥକ୍କା ମାରି ବସିପଡିଲେ ମିନତି । ସନ୍ଧ୍ୟା ଦେଇ ପୁଅକୁ କହିଲେ ଠାକୁରଙ୍କୁ ଡାକ ଏଡ଼େ ଛୋଟ ପିଲା ନାତି ତା ସାଙ୍ଗକୁ ଦୁଇ ଵର୍ଷର ନାତୁଣୀ, ଝିଅ ବୋହୁଙ୍କୁ ନେଇ କୋଉଠି ବସିବୁରେ ଧନ? ପୁଅ କହୁଥିଲା ବ୍ୟସ୍ତ ହୁଅନା, ମୁଁ ଦେଖୁଛି ଖାଇବା ତ ପାଖରେ ଅଛି ଉଡାଣ କେତେ ଡେରି ହେଉଛି ଘୋଷଣା କଲେ ଜଣାପଡିବ ।

    ଦୀପ ଜାଳି ଜଗନ୍ନାଥଙ୍କ ଅଷ୍ଟକମ ଗାଇବାକୁ ଲାଗିଲେ ମିନତି ଆଖିରୁ ଭାବ ଭକ୍ତିରେ ଧାର ଧାର ଲୁହ ଗଡିଆସୁଛି ଦେଖାଯାଉନି ଜଣାଣ ଖାତା, ଅସ୍ପଷ୍ଟ ଦିଶୁଛି ଅକ୍ଷର ଠପ କରି ସକାଳ ବାସି ଟଗର ଫୁଲ ଖସିଲା ଜଗନ୍ନାଥଙ୍କ ମୁଣ୍ଡରୁ ତୋଳି ନେଲା ବେଳେ ରୁମ ଟାଙ୍କୁରି ଉଠୁଥିଲା । ପୁଅ ଫୋନ କରୁଥିଲା ମା ଉଡାଣ ହେବ ଏଥର, ତୁ ଆଉ ବାପା ବ୍ୟସ୍ତ ହେଵନି ବାରଟା ସୁଦ୍ଧା ଆମେ ରୁମରେ ପହଞ୍ଚିଯିବୁ ବ୍ୟସ୍ତତା ଭିତରେ ଜବରଦସ୍ତି ଆଶ୍ବସ୍ତି ପାଇଲା ବେଳକୁ ବୋହୁ କହୁଥିଲା ମା, ଆପଣ ଦେଇଥିବା ପୁଅର ଜଗନ୍ନାଥ ଲକେଟ ଛାଡ଼ି ଆସିବାରୁ ଏ ଦଶା ଝିଅ କହୁଥିଲା ମା, ମୋ ଝିଅ ବେକରେ ଥିବା ଜଗନ୍ନାଥ ବଞ୍ଚେଇ ଦେଲେ ଘୋଷଣା ହେଲାଣି ପ୍ଳାଇଟ ଛାଡିବ ଏଥର ଦିଲ୍ଲୀରେ ପହଞ୍ଚିଗଲେ କ୍ୟାବ କରି ଯିବୁ ହଁ ଲୋ ମା ଜଗନ୍ନାଥ ଭରସା ଶୋଇବା ପିଲା ଦୁହିଁଙ୍କୁ ନେଇ ଭଲରେ ଯାଅ କହି ଦୀପ ତେଜିଲେ ମିନତି ।


Rate this content
Log in

Similar oriya story from Classics