STORYMIRROR

Tafizul hussain

Classics

3  

Tafizul hussain

Classics

ମା

ମା

4 mins
120


ବର୍ଷ। ଥମିବାର ନା ନେଉନି। ଝରକା ନିକଟରେ ସୋଫା ଉପରେ ବସିଥିବା ରାମବାବୁ ଚା କପ୍ ଧରି ଏକ ଲକ୍ଷ୍ୟରେ ଅନାଇଥାନ୍ତି ଝରକା ସେପାଖକୁ। କେତେ ବେଳୁ ମୋବାଇଲ୍ ରିଂ ହୋଉଛି। ରାମବାବୁଙ୍କୁ ଅନ୍ୟମନସ୍କ ଥିବା ଦେଖି ତାଙ୍କ ସ୍ତ୍ରୀ ଗୀତା ଦେବୀ ପଚାରିଲେ ଶୁଣୁଛ ନା ନାଇ। କେତେ ବେଳୁ ମୋବାଇଲ ରିଂ ହେଉଛି ପରା। ଏଥର ରାମବାବୁ ମୋବାଲକୁ ହାତରେ ଉଠାଇ ଦେଖିଲେ ଝିଅ ଫୋନ୍ କରିଛି। ଝିଅ ସହ କିଛି ସମୟ କଥା ହେଉ ହେଉ ଜାଣିବାକୁ ପାଇଛନ୍ତି ଯେ, ତାଙ୍କ ପୁଅ ଇଞ୍ଜିନିୟରିଂ ପାସ୍ କରିଛି। ଝିଅ ଡାକ୍ତର ପୁଅ ଇଞ୍ଜିନିୟର ଉଭୟଙ୍କ ସଫଳତା ତାଙ୍କୁ କୁଣ୍ଡେ ମୋଟ କରିଦେଲାଣି। ରାମ ବାବୁ ଫୋନରେ କଥା ହେଉଥିବା ବେଳେ ତାଙ୍କ ଆଖିରୁ ଲୁହ ଝରୁଥିବା ଦେଖି ଗୀତା ଦେବୀ ପଚାରିଲେ କ’ଣ ହେଲା, କାହିଁକି କାନ୍ଦୁଛ। ରାମବାବୁ ଲୁହ ପୋଛୁ ପୋଛୁ କହିଥିଲେ କିଛି ନାହିଁ। ପୁରୁଣା ବିତିଲା ଦିନର କଥା ମନେପଡ଼ିଗଲା ତ ସେଇଥିପାଇଁ। 

ସ୍ମୃତିରେ ହଜିଥିଲା ଠିକ୍ ଆଜିପରି ଦିନଟିଏ। ଅସରାଏ ବର୍ଷ। ପରେ ପ୍ରାତଃ ଭ୍ରମଣରେ ବାହାରିଥିବା ଲୋକେ ଯେ ଯାହା ବାଟରେ ଫେରିଗଲେଣି। ରାସ୍ତା ସମ୍ପୂର୍ଣ୍ଣ ଖାଁ ଖାଁ, ଏକ ପ୍ରକାର ଜନଶୂନ୍ୟ। ମେଘୁଆ ଆକାଶରେ ପଡୁଥିବା ସାମାନ୍ୟ ସୂର୍ଯ୍ୟ କିରଣ ବିଭିନ୍ନ ସ୍ଥାନରେ ଲାଖି ରହିଥିବା ପାଣି ବୁନ୍ଦା ଉପରୁ ସହରକୁ ଉଙ୍କି ମାରି ଠଉରାଇବା ପାଇଁ ଚେଷ୍ଟା କରୁଛି। ଧିରେ ଧିରେ ରାତ୍ରିକାଳୀନ ବସ ଗୁଡ଼ିକ ଷ୍ଟେସନ୍ ରେ ପହଞ୍ଚିଲାଣି। ଯାତ୍ରୀ ଉହ୍ଲାଇ ଅପେକ୍ଷା କରିଛନ୍ତି ନିଜ ଗନ୍ତବ୍ୟ ସ୍ଥାନକୁ ଯିବା ପାଇଁ। କିଏ ଟେମ୍ପୁରେ ତ କିଏ ନିଜ ସମ୍ପର୍କୀୟଙ୍କ ଗାଡ଼ିରେ ବସୁଥାନ୍ତି। 

ବାବୁ ଆପଣଙ୍କ ସାମାନ୍ ବୋହିଦେବି କି?। ହଠାତ୍ ଚମକି ପଡିଲେ ରାମ ବାବୁ। ବୁଲିପଡ଼ିବା ମାତ୍ରେ ସେ ଯାହା ଦେଖିଲେ ବିଶ୍ବାସ କରିପାରିଲେନି। ରାତ୍ରି ଅନିନ୍ଦ୍ରା ଯୋଗୁଁ ଦେଖିବାରେ କିଛି ସମସ୍ୟା ହେଉନିତ, ଭାବୁ ଭାବୁ ପାପୁଲିରେ ଆଖି ମଳି ଫୁଣି ଥରେ ଚାହିଁଲେ। ଏଥର ମଧ୍ୟ ସେଇ ଏକା ଚିତ୍ର, ଜମାରୁ ବିଶ୍ବାସ କରିପାରୁ ନଥାନ୍ତି। ପଚାରିଲେ ତୁ ଏଡିକି ମେଞ୍ଚଡ଼େ ଛୁଆ, ମୋର ସାମାନ୍ ବୋହିବୁ କହୁଛୁ। ଥାଉ ମତେ ପାପ ଲାଗିବେ। ପକେଟ୍ ରୁ 10 ଟଙ୍କା ବାହାର କରି କହିଲେ ନେ କିଛି ଖାଇଦେବୁ। 

ନା, ମୁ ଭିକାରୀ ନୁହେଁ କାମ କଲେ ଯାଇ ଟଙ୍କା ନେବି ନହେଲେ ନାହିଁ। ରାମ ବାବୁଙ୍କୁ ସବୁକିଛି ସତେ ଯେମିତି ସ୍ବପ୍ନ ଭଳି ଲାଗୁଥିଲା। ଦେହରେ ଏକ ପୁରୁଣା ମଇଳା ସାର୍ଟ ଓ ହାପ୍ ପ୍ୟାଣ୍ଟ୍ । ମୁଣ୍ଡର ବାଳ ନୁଖୁରା ହୋଇଛି। ଦୀର୍ଘ ଦିନ ହେଲା ତେଲ ଲଗିନି ମୁଣ୍ଡରେ, ଏହି କାରଣରୁ ଖଇରିଆ ହେଲାଣି ରଙ୍ଗ। 

ଆଚ୍ଛା ତୋର ନା କଣ ଓ କେଉଠୁ ରହୁଛୁ ବୋଲି ରାମ ବାବୁ ପ୍ରଶ୍ନ କଲେ। ମୋ ନା ଛବି, ଏଇ ନିକଟ ରାସ୍ତା କଡ଼ରେ ପଡିଥିବା ପାଇପ୍ ମୋର ଅସ୍ଥାୟୀ ଠିକଣା। ରାମ ବାବୁ ଚମକି ପଡିଲେ। ତୁ ପୁଅ ନା ଝିଅ, ରାମ ବାବୁଙ୍କ ପ୍ରଶ୍ନ ଶୁଣିବା କ୍ଷଣି ଉତ୍ତର ମିଳିଲା ଝିଅ। ତୋର ବାପା, ମା କେଉଠି ଅଛନ୍ତି, ତୁ କାହିଁ ଏମିତି ବୁଲୁଛୁ। ମା’ ଦୀର୍ଘ ମାସ ହେଲା ଆରପାରିରେ। ବାପା ଛାଡ଼ି ପଳାଇଲା ଛବି ଉତ୍ତର ରଖିଥିଲା। ରାମ ବାବୁଙ୍କ ହୃଦୟ ତରଳି କେତେ ବେଳେ ଲୋତକ ରୂପରେ ବୋହିଗଲା ସେ ମଧ୍ୟ ଜାଣିପାରିନଥିଲେ। ହେଉ ଚାଲ ଆମ ଘରକୁ ସେଠି ରହିବୁ। 

ନା, ମୁଁ ଯାଇପାରିବିନି, ରାମବାବୁ ପ୍ରଶ୍ନ କରିଥିଲେ କାହିଁକି। ମୋର ଛୋଟ ପୁଅଟିଏ ମଧ୍ୟ ଅଛି। ତାକୁ କେମିତି ଛାଡି ଯିବି। ଛବିର ଉତ୍ତର ଶୁଣି ରାମବାବୁଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ। ବଡ଼ ବିଚିତ୍ର ପରିସ୍ଥିତି, ଆଜି ସକାଳୁ ସକାଳୁ କଣ ଇଶ୍ବର ମୋର ପରୀକ୍ଷା ନେଉଛନ୍ତି। ବିଚିତ୍ର ଭାବନା ତାଙ୍କୁ କରାୟତ୍ତ କରିବାକୁ ଲାଗିଥିଲା। ଆରେ ତୁତ ବକଟେ ଛୁଆ, ୮ କି ୧୦ ବର୍ଷ ହେବ। ତୋର ପୁଅ କେଉଠୁ ଆସିବ?। ସେ ଯେଉଁ ପାଇପ୍ ଦେଖୁଛନ୍ତି, ଛବି ରାସ୍ତା କଡ଼ରେ ପଡିଥିବା ପାଇପ୍ ଆଡ଼କୁ ଇଙ୍ଗିତ କରି। ସେଠି ମୋର ପୁଅ ସେଇଛି। ଉତ୍ତର ଶୁଣି ରାମବାବୁଙ୍କ ମୁଣ୍ଡ ଗୋଳମାଳ ହେଇଯାଉଥାଏ। ଛବିକୁ ନେଇ ରାମବାବୁ ପାଇପ୍ ନିକଟରେ ପହଞ୍ଚିଲେ। ଧୂଳି ସରସର ପାଇପ୍ ମଧ୍ୟରେ ପଡ଼ିଥିବା ଏକ ଖବର କାଗଜ ଉପରେ ଶୋଇଛି ଏକ ଛୋଟ ଶିଶୁ। ରାମବାବୁଙ୍କ ଆଶ୍ଚର୍ଯ୍ୟର ସୀମା ନଥିଲା। 

ଏକ ଛୁଆଟି ଏକି, ପ୍ରଶ୍ନ କରିଥିଲେ ରାମବାବୁ। କହିଲି ପରା ୟେ ମୋର ପୁଅ ବୋଲି ଛବି ବିରକ୍ତି ଭାବ ପ୍ରକାଶକରି ଉତ୍ତର ରଖିଥିଲା। ରାମବାବୁ ଏଥର ଚିନ୍ତାରେ ପଡିଲେ। ଛବି ସତ କହୁଛି ନା ୟା ପଛରେ ଆଉ କିଛି ରହସ୍ୟ ରହିଛି। ତାହା ଜାଣିବାର ଯିଜ୍ଞାସା ବଢ଼ି ଚାଲିଥାଏ। ନିକଟରେ ଛିଡ଼ା ହୋଇଥିବା ଜଣେ ମହିଳା ସମସ୍ତ ଘଟଣାକୁ ଅନୁଧ୍ୟନ କରୁଥାନ୍ତି। ଛବି ସତ କହୁଛି ସାର୍। ସେ ଶିଶୁକୁ ଛବି ପୁଅ ଭଳି ଲାଲଣପାଳନ କରୁଛି। କଥା କଣକି ଗତ ପ୍ରାୟ 1 ବର୍ଷ ତଳେ ପ୍ରବଳ ବର୍ଷ। ହେବାରୁ ଆମେ ନିକଟରେ ଥିବା ଏକ ମନ୍ଦିର ବାରଣ୍ଡାରେ ଆଶ୍ରୟ ନେଇଥିଲୁ। ସକାଳ ପାହିବା ଆଗରୁ କେହି ଜଣେ ମହିଳା ଏହି ଶିଶୁକୁ ବାରଣ୍ଡାରେ ଛାଡ଼ି ଚାଲିଯାଇଥିଲେ। 

ସେଇଠୁ ପୁଣି ଛବି ଆରମ୍ଭ କରିଥିଲା ତାର ହୃଦୟର କଥା। ହଁ ଆଜ୍ଞା ଏହି ପୁଅର କାନ୍ଦ ଶୁଣି ମୋର ଦିନ ଭାଙ୍ଗିଥିଲା। ସେହି ମହିଳାଙ୍କୁ ମୁଁ ପଛରୁ ଅନେକ ଡାକିଥିଲି। ହେଲେ ସେ ନଶୁଣିଲା ଭଳି ସେଠାରୁ ବେଗି ବେଗି ଚାଲିଯାଇଥିଲେ। ତା ଆରଦିନ ଜଣେ ପୁଲିସ କନେଷ୍ଟବଲଙ୍କୁ କହିବାରୁ ସେ ମତେ ବହେ ଗାଳି ଦେଇଥିଲା। 

ବାପା ମା, ଛୁଆ ଜନମ କରି ରାସ୍ତାରେ ଛାଡିଦେଉଛନ୍ତି। ଏଇ ବକଟେ ଝିଅ କହୁଛି କଣ ନା ଏଇ ଛୁଆକୁ ମନ୍ଦିର ବାରଣ୍ଡାରୁ ପାଇଛି। ତୁ ଏଠୁ ଯାଉଛୁ ନା ନାହିଁ। ଦେଖିବୁ ଦି ପାହାର ଦେବି। ଏତିକି କହୁ କହୁ ଛବିର ଆଖି ଲୁହ ଛଳଛଳ ହୋଇଥିଲା। 

ଉକ୍ତ ମହିଳା ଜଣକ ପୁଣି କହିବା ଆରମ୍ଭ କରିଥିଲେ। ସେବେଠାରୁ ଛବି ଉକ୍ତ ଶିଶୁକୁ ମା ଭଳି ସ୍ନେହ କରି ଲାଳନପାଳନ କରୁଛି। ପରିଶ୍ରମ କରି ଯାହା ରୋଜଗାର କରୁଛି ସେଥିରୁ ପ୍ରଥମେ ପୁଅ ପାଇଁ କ୍ଷୀର କିଣିବା ପରେ ଯାଇ ନିଜପାଇଁ କିଛି କିଣି ଖାଉଛି। 

ରାମ ବାବୁ ସତେ ଯେମିତି କୌଣସି ଏକ ଅଜଣା ରାଇଜରେ ହଜିଯାଇଥିଲେ। ତାଙ୍କ ଆଖିରୁ ମଧ୍ୟ ଲୁହ ବୋହି ଚାଲୁଥିଲା। ଉଭୟଙ୍କୁ କାଖେଇ ନେଇ ଆସିଥିଲେ ଘରକୁ। ଗୀତା ଦେବୀ ମଧ୍ୟ ଉଭୟ ଛୁଆଙ୍କୁ ଦେଖି ମୁତ୍ୟୁ ସଞ୍ଜିବନୀ ପାଇଲା ଭଳି ସତେଜ ହୋଇ ଉଠିଥିଲେ। ସାଙ୍ଗେ ସାଙ୍ଗେ ଠାକୁର ଘରକୁ ଯାଇ କାନ୍ଦି କାନ୍ଦି ଏତେ ଦିନ ପରେ ତୁ ମୋ କୋଳକୁ ଖୁସିରେ ଭରିଦେଲୁ ବୋଲି କୃତଜ୍ଞତା ଜଣାଇଥିଲେ।

ହାତଥେ ଥିବା ଚା ଥଣ୍ଡା ହୋଇଗଲାଣି, କ'ଣ ଏମିତି ଚିନ୍ତା କରୁଛ, ଗୀତା ଦେବୀଙ୍କ ଏହି ପଦକ କଥା ପୁଣି ରାମ ବାବୁଙ୍କୁ ଭାବନା ରାଇଜରୁ ଫେରାଇ ଆଣିଥିଲା।

ସମାପ୍ତ 



Rate this content
Log in

Similar oriya story from Classics