ଚିଠି ଟିଏ ଜରାଶ୍ରମରୁ
ଚିଠି ଟିଏ ଜରାଶ୍ରମରୁ
ବର୍ଷ। ଥମିବାର ନା ନେଉନି। ଘନ ଘନ ବିଜୁଳିର ଛାତିଫଟା ଶବ୍ଦ ସମଗ୍ର ଅଞ୍ଚଳକୁ ଥରାଉଛି। ସବୁଠି କେବଳ ଅନ୍ଧାରର ରାଜତ୍ବ। ଜରାଶ୍ରମର ଏକ କୋଠରୀରେ ଜଣେ ବୃଦ୍ଧ କିନ୍ତୁ ନିମଗ୍ନ ରହିଛନ୍ତି ଚିଠି ଲେଖାରେ। ହାତ ଥରି ଯାଉଛି, ଆଖିରୁ ଲୁହର ଧାର ବୋହି ଯାଉଛି। ତଥାପି କଲମ ଚାଲିଛି କାଗଜ ଉପରେ। ଲେଖି ହେଉଛି ଅନେକ ଶବ୍ଦ। ଡିବିରିରୁ ବାହାରୁଥିବା ଧୂଆଁ କରାୟତ କଲାଣି ସମଗ୍ର କୋଠାରୀକୁ।
ଚିଠିରେ ଲେଖା ଥିଲା। ପୁଅ ରେ, ଇଶ୍ବରଙ୍କ କୃପାରୁ ଭଲରେ ଥିବୁ ବୋଲି ମୋର ବିଶ୍ବାସ। ଅନା’ ମୁଁ ରାଗିନିରେ। କାହା ଉପରେ ରାଗିବି। ଶରୀର ତ ମୋର ଘା ବି ମୋର। ହଁ ଉପସମ ପାଇଁ ମଲମ ଲଗାଇବାକୁ ଡେରି ହୋଇଗଲା। ହେଲା ଯାହା ଇଶ୍ବରଙ୍କ ଇଚ୍ଛା ଥିଲା। କରି କରାଉଥାଏ ସେହି ତା ବିନୁ ଅନ୍ୟଗତି ନାହିଁ। ସବୁ ମୋର କର୍ମର ଫଳ। ତତେ କାହିଁକି ଦୋଷ ଦେବି। ଛାଡ୍ ସେକଥା ବାପୁନ୍ ଓ ମିଲି କେମିତି ଅଛନ୍ତି। ସେମାନଙ୍କୁ ମୋର ସ୍ନେହ ଦେବୁ। ହଁ ଏତିକି ବିନତି, କେବେ ବି କହିବୁନି ଯେ ମୁଁ ଜରାଶ୍ରମରେ ଅଛି ବୋଲି। ତୀର୍ଥ ପାଇଁ ଯାଇଥିବା ବେଳେ ଦୁର୍ଘଟଣାରେ ମୋର ମୃତ୍ୟୁ ହୋଇଛି। ଯାହା ସେମାନେ ଜାଣନ୍ତି ତାହା ହିଁ ଯେମିତି ବହୁଦିନ ପାଇଁ ସତ୍ୟ ହୋଇ ରହୁ। ଯଦି କେବେ ସେମାନେ ବାସ୍ତବତା ବାବଦରେ ଜାଣନ୍ତି ତେବେ, ବୁଝି ପାରୁଛୁ ?
ହଁ ଭାବୁଛି ଏତେ ବର୍ଷ ପରେ କାହିଁକି ଆଜି ତତେ ଏହି ଚିଠି ଖଣ୍ଡକ ଲେଖିଛି। ତାହା ପୁଣି ତୋର କାର୍ଯ୍ୟ।ଳୟ ଠିକଣାରେ। ଆରେ ଶୁଣ୍ କଥା କ’ଣ କି ଆସନ୍ତା ୧୪ ତାରିଖ ହେଉଛି ଆମର ଶ୍ରାଦ୍ଧ ଦିବସ, ତୋର ମିଛ କାହାଣୀ ଅନୁଯାୟୀ। ତୋର ମା ତ ନିଜେ ଲୁହ ବୁହାଇ ଲୁହ ସାଗରରେ ଜଳ ସମାଧି ନେଲା। ଜରାଶ୍ରମ ପକ୍ଷରୁ ଯାହା ସମ୍ଭବ ହେଲା କର୍ତ୍ତବ୍ୟ ପାଳନ କଲୁ। ବଞ୍ଚିଛି, ଅପେକ୍ଷାରେ ମୃତ୍ୟୁ କେବେ କୋଳେଇନେବ ବୋଲି। ତେର ମଙ୍ଗଳ ପାଇଁ କେବଳ ଏତିକି ପ୍ରାର୍ଥନା ଭୋଜିଭାତ ନହେଲା ନାହିଁ ଅନ୍ତତଃ ଘରେ ଶ୍ରାଦ୍ଧ ଦିବସ ପାଳନ କରିବୁ। ମିଛି ମିଛି କା ହେଉ ପଛେ ଲୁହ ଟିକିଏ ଗଡେଇବୁ। ଛୋଟ ଛୁଆ ଅନ୍ତତଃ ଯେଉ ବିଶ୍ବାସରେ ବଞ୍ଚିଛନ୍ତି ସେମାନଙ୍କ ସେହି ବିଶ୍ବାସ ଅକ୍ଷୁର୍ଣ୍ଣ ରହିବ। କେବଳ ଏତିକି।
ଆରେ ହଁ, ଠିକଣା କଥା ଟା କହିବାକୁ ଭୁଲିଗଲି। ନାତି ଓ ନାତୁଣିଙ୍କ ନାମରେ ଯେଉ ଟଙ୍କା ଫିକ୍ସ କରିଥିଲି ତାର ମଧ୍ୟ ୧୪ ତାରିଖରେ ସମୟ ପୁରିବ। ମନେ ଅଛିତ, ସେଦିନ ଏମିତି ବର୍ଷ। ହେଉଥିଲା। ବ୍ୟାଙ୍କକୁ ଯାଇ ନାତି ନାତୁଣି ଓ ତୋ ନାମରେ ଟଙ୍କା ଜମା କରି ଫେରିଥିଲି। ବାହାନା କରି ଆମକୁ ତୀର୍ଥରେ ପଠାଉଛି କହି ଜରାଶ୍ରମରେ ଆଣି ଛାଡ଼ିଥିଲୁ। ତୁ ତ ବଡ଼ ଭୁଲା ଟାରେ। ଛୋଟ ବେଳୁ ତୋର ସେଇ ପ୍ରକୃତି। ଆମକୁ ତ ଭୁଲିଗଲୁ, ଯେମିତି ଅନ୍ୟ ସମସ୍ତ ସମ୍ପର୍କକୁ ନଭୁଲୁ। ଆଶୀର୍ବ।ଦ କରୁଛି, ରହିଲି। ଇତି ତୋର।
