STORYMIRROR

Barsha rani Nanda

Classics

3  

Barsha rani Nanda

Classics

ମା

ମା

1 min
386

ଦୁନିଆରେ ସିଏ ହିଁ ଏକମାତ୍ର ବ୍ୟକ୍ତି ଯିଏ ବିନା କିଛି ସର୍ତ୍ତ ଓ ବିନା ସ୍ବାର୍ଥ ରେ ସବୁକିଛି ସମର୍ପି ଦିଏ।"ମା" ଶଦ୍ଦଟି ପାଟିରେ ଆସିଲା ମାତ୍ରେ ସନ୍ତୋଷ ମିଳେ ସତରେ।ଆଜି ବିଶ୍ଵ ମାତୃ ଦିବସ ଆଜି ମା ପାଇଁ ଦିନଟିଏ ନା ଦିନଟିଏ କେବେ ନୁହେଁ ବରଂ ସବୁଦିନ ହିଁ ମା ର କାହିଁକିନା ସିଏ କ'ଣ ଆମକୁ ଦିନଟେ ଭଲପାଇବା ଦେଇଛି ଯେ ଆମେ କହୁଛେ ମା ପାଇଁ ଦିନଟିଏ।ବିଧାତା ଆମକୁ ଗଢିଛି ସତକଥା କିନ୍ତୁ ଦୁନିଆର ଆଲୋକ ତ ମା ଦେଖେଇଛି, କହିବାକୁ ଗଲେ ମା ହିଁ ଆମର ସୃଷ୍ଟି କାରିଣୀ।ଜନ୍ମ ହେବା ପର ଠାରୁ ଆମ ପଛରେ ସେ ଏକ ନିଷ୍ଠ ଭାବରେ ଲାଗି ରହିଥାଏ।ନା ତାର ଥାଏ ଖାଇବା ର ଚିନ୍ତା ନା ଶୋଇବାର କୁମ୍ଭାର ମାଟି ହାଣ୍ଡି କୁ ଯେମିତି ଧିରେ ଧିରେ ପୂର୍ଣ୍ଣ ରୂପ ଦିଏ ମା ବି ଠିକ୍ ସେମିତି ଆମକୁ କେମିତି ସେ ଭଲ ମଣିଷ ଟେ କରି ଦୁନିଆ ରେ ପରିଚିତ କରେଇବ ସେଇ ଉଦ୍ଦେଶ୍ୟରେ ସେ ଲାଗି ରହିଥାଏ। ପ୍ରତ୍ୟେକ ମା ନିଜ ଛୁଆ ହେବା ପର ଠାରୁ ନିଜର ଚିନ୍ତା କରିବା ଛାଡି ଦେଇଥାନ୍ତି। ଦରକାର ପଡିଲେ ରାତି ସାରା ଉଜାଗର ମଧ୍ୟ ରୁହନ୍ତି । ପ୍ରତ୍ୟେକ ସଫଳତା ହାସଲ କରିଥିବା ଛୁଆ ର ପଛରେ ଲୁଚି ରହିଥାଏ ଗୋଟିଏ ସଂଘର୍ଷ ମୟ ମା'ର କାହାଣୀ। ଛୁଆ ଭଲ ହେଇ ପରିଚୟ ପାଉ ବା ଖରାପ ଛୁଆ ର ଆଖ୍ୟା ପାଉ ସବୁରି ପଛରେ ଥାଏ ଜଣେ ମାର ଦୁଃଖ କାହାଣୀ ‌‌ଏମିତି ବି ଥାଏ କି ମା ନିଜେ ନଖାଇ ଛୁଆ କୁ ଖୁଆଇ ତାର ଖୁସି ସାଉଁଟେ।

ତାହେଲେ କୁହ ଆମର ସେଇ ସୃଷ୍ଟି କାରିଣୀ ପାଇଁ କ'ଣ ଦିନଟିଏ ଯଥେଷ୍ଟ ? ନୁହେଁ ନା।

ମା ର ଯେଉଁ ଅଯୋଗ୍ୟ ସନ୍ତାନ ଅଛନ୍ତି ଯେଉଁମାନେ ମା କୁ ହତାଦର କରି ଅନାଥାଶ୍ରମରେ ଛାଡି ଦେଇ ଆସୁଛନ୍ତି ସେମାନେ ଆଜି ଷ୍ଟାଟସ୍ ଦେଇଥିବେ ହେଇପାରେ ସେମାନଙ୍କ ଭାବନାରେ ମା ପାଇଁ ଆଜି ଦିନଟିଏ କିନ୍ତୁ ଆମ ମାନଙ୍କ ପାଇଁଁ ନୁହେଁ।

ମା ବିନା ଜୀବନ ଅଧୁରା ଓ ମୂଲ୍ୟହୀନ।ଏ ଜୀବନ ପରା ତାରି ଦାନ। କେଉଁଠି ଆରମ୍ଭ କରି କେଉଁଠି ଶେଷ କରିବି ଜାଣିନି କାହିଁକିନା ଆକାଶ କେଉଁଠି ଆରମ୍ଭ କେଉଁଠି ଶେଷ ତାହା ଜାଣି ହୁଏନି।ମାଟି ମା ଆମକୁ କେତେ ଭଲପାଏ ତାହା ମାପି ହୁଏନି।ସମୁଦ୍ର ଗଭୀରତାକୁ ମାପି ହୁଏନି ତା ଭଲପାଇବା, ଆଶୀର୍ବାଦ କୁ ତୁଳନା କିଏ ବା କରିବ ତା ପ୍ରଶଂସା କରିବା ପାଇଁ ଏ ଶଦ୍ଦ ସବୁ ମୂଲ୍ୟହୀନ। ମା ସତରେ ତୁମେ ବହୁତ ସୁନ୍ଦର ଦିଶ।ଖାଣ୍ଟି ଓଡ଼ିଆଣୀ ପରି ଜାଣିଚ ନା ତୁମେ ଯେତେବେଳେ ମତେ କୋଳରେ କୋଳେଇ ନିଅ ମତେ ଲାଗେ ଯେମିତି ମୁଁ ଅସରନ୍ତି ଖୁସି ପାଇଯାଇଛି।ଆମ ମାନଙ୍କ ଖୁସି ପାଇଁ  ତୁମେ ବହୁତ ସଂଘର୍ଷ କରିଛ ଦୁନିଆ ସାଙ୍ଗରେ। ସମୟ ସାଙ୍ଗରେ ତାଳ ଦେଇ ସମସ୍ତେ ବଦଳି ଗଲେଣି କିନ୍ତୁ ତୁମେ ଜମା ବି ବଦଳିନ କ'ଣ ପାଇଁ ମା ।ଏଇ ଭିତରେ ମୋ ବୟସ ବଢ଼ିଛି ପରିବେଶ ବଦଳିଛି ହେଲେ ତୁମ ଭିତରେ କ'ଣ ପାଇଁ ପରିବର୍ତ୍ତନ ନାହିଁ।ତୁମ ଭଲପାଇବା ତୁମ ସ୍ନେହ ଆମ ପାଇଁ କିଛି ବି ବଦଳିନି।ମା ତୁମକୁ ବହୁତ ଖୁସି ମିଳୁ। ଅସରନ୍ତି ଖୁସି ତୁମକୁ ଭଗବାନ ଦିଅନ୍ତୁ।ବେଶି ନହେଉ ପଛେ ତୁମେ ଆମ ମାନଙ୍କ ଜୀବନ ଶେଷ ଯାଏଁ ଆମର ସାଥ୍ ଦେବ,ଆମ ସାଙ୍ଗରେ ରହିବ, ଆଶୀର୍ବାଦ ଓ ଭଲପାଇବା ଅଜାଡ଼ି ଦେବ। ଲେଖି ତ ଜାଣିନି ତୁମେ ହାତ ଧରି ଯେଉଁ ଅ,ଆ ଶିଖେଇ ଥିଲ ଛୋଟ ବେଳେ ତାକୁ ଯୋଡ଼ି ବାସ୍ ତୁମ ପାଇଁ ଆଜି ଏତିକି ଲେଖିଛି। କିନ୍ତୁ ତୁମ କୁ ବର୍ଣ୍ଣନା କରିବା ପାଇଁ ମା ମୁଁ ଶଦ୍ଦ ଖୋଜି କି ପାରିଲିନି।

 🙏🏼🙏🏼🥰🥰🥰


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Classics