Suresh chandra Padhy

Classics

3  

Suresh chandra Padhy

Classics

ମା ଦୁର୍ଗା ଙ୍କ ଆବିର୍ଭାବ ଓ ମହିସାଷୁର୍ ନିଧନ

ମା ଦୁର୍ଗା ଙ୍କ ଆବିର୍ଭାବ ଓ ମହିସାଷୁର୍ ନିଧନ

3 mins
350



ମା ହେଉଛନ୍ତି କଲ୍ୟାଣ ମୟୀ। ସେ ଜଗତ ଜନନୀ ।କେବେ କାହାର ଦୁଃଖ ସହିପାରନ୍ତି ନାହିଁ। ସେ ଅଯୋନି ସମ୍ଭୁତା।ସେ ସର୍ବତ୍ର ବିରାଜ ମାନ କରନ୍ତି।

ଯେତେ ବେଳେ ଭଗବାନ ଶ୍ରୀ କୃଷ୍ଣ ଜନ୍ମ ନେବାର ସମୟ ଆସିଥିଲା।ଭଗବାନ ବିଷ୍ଣୁ ମା ଦୁର୍ଗାଙ୍କୁ ଆବହାନ କଲେ। ମାଙ୍କୁ କହିଲେ ତୁମେ ବଳରାମ ଙ୍କୁ ଦେବକୀ ଗର୍ଭ ରୁ ରୋହିଣୀ ଗର୍ଭ କୁ ନିଅ।

ତା ପରେ ତୁମେ ଭାଦ୍ରବ ଅଷ୍ଟମୀ ଦିନ ଯୋଶୋଦା ଗର୍ଭ ରୁ ଜନ୍ମ ନେବ।ମା ପ୍ରଭୁ ଙ୍କ ଆଦେଶ ପାଳନ କଲେ।ପ୍ରଭୁ କହିଲେ,ଯାଅ ଦେବୀ ମୁ ତୁମକୁ

କହୁଛି ତୁମେ ବିଭିନ୍ନ ନାମେ ପୂଜା ପାଇବ।ତୁମେ ଗ୍ରାମେ ଗ୍ରାମେ ଗ୍ରାମଦେବତି ନାମେ ପୂଜା ପାଇବ।

ଏହା ଶ୍ରୀମଦ୍ ଭାଗବତ ରେ ଉଲେଖ ଅଛି।

   କିନ୍ତୁ ଯେତେବେଳେ ମହି ମଣ୍ଡଳରେ ଦାନବ ମହିଷାସୁର ଜନ୍ମ ନେଲା।ସେ କଠୋର ତପସ୍ୟା କରି ବ୍ରହ୍ମାଙ୍କୁ ବର ମାଗିଲା ସେ ନାରୀ ହାତରେ

ମରିବ।କାରଣ ସେ ଭାବିଥିଲା ନାରୀ ଅବଳା ସେ ଦୁର୍ବଳା ଶକ୍ତିହିନ ଅଟେ।ନାରୀ ପୁରୁଷ ପାଖରେ ତୁଚ୍ଛ ।ନାରୀ ତାର କିଛି କରି ପାରିବ ନାହିଁ। ତେଣୁ

ସେ ଏହି ବର ମାଗିଲା।ବ୍ରହ୍ମା ବର ଦେବା ପରେ ସେ ଅହଂକାରି ଦାନବ ରୁଷି,ମୁନି,ଭକ୍ତ ସମସ୍ତଙ୍କୁ ଅତ୍ୟାଚାର କଲା।ଶେଷରେ ଦେବତା ମାନଙ୍କୁ ମଧ୍ୟ ସେ ଡରାଇ ରଖିଲା।ସମସ୍ତେ ମିଶି ମା ଙ୍କୁ ନିବେଦନ କଲେ।ମା ତୁମେ ଏହି ଘୋର ବିପତ୍ତି ରୁ ରକ୍ଷା କର।ମା ବ୍ରହ୍ମା,ବିଷ୍ଣୁ,ମହେଶ୍ୱର ଙ୍କ ଶକ୍ତି ରୁ ପରମ ମହା ଶକ୍ତି ହୋଇ ଆବିର୍ଭୁତ ହୋଇଲେ।ସେ ଦୁର୍ଗତି କୁ ନାଶ କରିବେ ବୋଲି ତାଙ୍କୁ ଦୁର୍ଗା ନାମ ଦିଆ ଗଲା।ସେ ସିଂହ ବହନରେ ଦଶ 

ଭୁଜା ହୋଇ ବସିଲେ।ସୂର୍ଯ୍ୟ ତାଙ୍କୁ ତେଜ ଦେଲେ,ଇନ୍ଦ୍ର ବଜ୍ର ଦେଲେ,ଶିବ ତ୍ରିଶୁଳ ଦେଲେ,ବିଷ୍ଣୁ ଚକ୍ର ଦେଲେ ଏହି ପରି ସେ ସବୁ ଆୟୁଧ ପାଇ ମନ ମୋହିନି ରୂପ ଧରି

ଆସିଲେ ।ତାଙ୍କ ଅପୂର୍ବ ରୂପ ଲାବଣ୍ୟ

ଦେଖି ଅସୁର ମାନେ ମୁଗ୍ଧ ହେଲେ।

ମହିଷା ସୁର ଦେବୀ ଙ୍କ ପ୍ରତି ଆକର୍ସିତ ହୋଇ ସବୁ ଅସୁର କୁ ପଠାଇଲା। ପ୍ରଥମେ ସୁମ୍ଭ ନିସୁମ୍ଭ ଆସିଲେ ମାଙ୍କୁ ପ୍ରଲୋଭିତ କଲେ।

ମା କହିଲେ ଯୁଦ୍ଧ କରିବାକୁ।ସେମାନେ ମହା ମାୟା ଙ୍କ ସହିତ ଯୁଦ୍ଧ କରି ମୃତ୍ୟୁବରଣ କଲେ।

ତା ପରେ ଚଣ୍ଡ ମୁଣ୍ଡ ମାଙ୍କୁ ତୁଛ ଭାବି ଯୁଦ୍ଧ କରଲେ ଓ ମୃତ୍ୟୁବରଣ କଲେ।ତାପରେ ରକ୍ତ ବୀଜ ଆସିଲା।ସେ ମା ଙ୍କ ସହ ଯୁଦ୍ଧ କରିଲା।ହେଲେ ମା ତାକୁ ମାରି ପାରିଲେ ନାହିଁ।ତାର ପ୍ରତି

ରକ୍ତ ଟୋପା ରୁ ସହସ୍ର ରକ୍ତ ବୀଜ ସୃଷ୍ଟି ହେଲେ।ଶେଷରେ ମା ଆଦି ଶକ୍ତି ନିଜ କ୍ରୋଧ ରୂପ ଧାରଣ କଲେ।

ସେ କାଳରାତ୍ରି ରୂପ ହୋଇ ହାତରେ ବଜ୍ର,ଖର୍ଗ ଧରି ଆସିଲେ।ମା ଙ୍କ. ରୂପ ଦେଖି ସେ ଭୟ ଭୀତ ହୋଇ ଗଲା।ମା ତାର ପ୍ରତି ରକ୍ତ ବିନ୍ଦୁକୁ ଶୋଷି ଦେଲେ ଓ ତାକୁ ବଧ କଲେ।ଶେଷରେ ପ୍ରବଳ ପରାକ୍ରମି ଦାନବ ରାଜ ମହିସାଷୁର ଆସି ଯୁଦ୍ଧ କଲା ତାହା ଅନେକ ଦିନ ଚାଲିଲା।ଶେଷରେ ମହା ମାୟା ଙ୍କ ମହା ଶକ୍ତି କୁ ଦେଖି ସେ ଭୟ ଭୀତ ହୋଇ ପଡି ଗଲା,ମା ତାର ବକ୍ଷକୁ ତ୍ରିଶୁଳରେ ବଧ କଲେ।ଦେବତା ମାନେ ଜୟ କର ଦେଇ ପୁଷ୍ପ ବୃଷ୍ଟି କଲେ।କୁହାଯାଏ ସେହି ଦିନ ଠାରୁ ମା ମହିଷାସୁର ସହ ପୂଜା ପାଇ ଆସୁଛନ୍ତି।ମା ଦୁର୍ଗାଙ୍କୁ ଶରତଋତୁ ରେ ଓ ବସନ୍ତଋତୁ ରେ ଆବହାନ କରାଯାଏ।

ଏହି ସମୟରେ ,ମାନେ ଶରତ ଋତୁ ସମୟରେ ମା ଦୁର୍ଗାଙ୍କୁ ପ୍ରଭୁ ଶ୍ରୀ ରାମ ଶହେ ଆଠ ନୀଳ ପଦ୍ମ ଦେଇ ପୂଜା କରିବାକୁ ଭାବିଲେ।ମା ଦୁର୍ଗା ଗୋଟେ ଫୁଲ କୁ ଲୁଚାଇ ପରୀକ୍ଷା ନେଲେ।

ପ୍ରଭୁ ଶ୍ରୀ ରାମ ରାଜୀବ ଲୋଚନ ହୋଇ ଥିବାରୁ ନିଜ ଆଖି ଚଢାଇବେ ବୋଲି ଭାବିଲେ।

ମା ସନ୍ତୁଷ୍ଟ ହୋଇ ବିଜୟୀ ହେବାକୁ ବର ଦେଲେ।

ମା ଦୁର୍ଗା ଙ୍କ କୃପା ରେ ରାମ ରାବଣ କୁ ବଧ କଲେ ।ତେଣୁ ସେହି ଦିନ କୁ ଦଶହରା କୁହାଯାଏ। ରାବଣ ଉପରେ ବିଜୟ ରାମ ପାଇ ଥିବାରୁ

ତାହା ବିଜୟା ଦଶମୀ ନାମ ରେ ମଧ୍ୟ ପରିଚିତ।ଏହି ଦିନ ରାବଣ ତାର ଦଶ ମୁଣ୍ଡ ହରାଇ ଥିବାରୁ ଦଶହରା କୁହାଯାଏ।ଏହି ଦିନ ରାବଣ ପୋଡି ମଧ୍ୟ ହୁଏ।ଏହା କରିବାର ଉଦେଶ୍ୟ ଆମ ମନ 

ର ବିକାର କୁ ଜାଳି ଦେବା।


ଏହି ଶାରଦୀୟ ଦୁର୍ଗା ଙ୍କ ପୂଜା ସମୟରେ ଦେବୀ ଙ୍କ ନଅ ରୂପ କୁ ଆବାହନ କରାଯାଏ।ସେ ଦେବୀ ଙ୍କନାମ ହେଲା ,ଶୈଳ ପୁତ୍ରି,ବ୍ରାହ୍ମଚାରିଣୀ,ସ୍କନ୍ଦ ମାତା,କର୍ତ୍ୟାୟିନି,କୁସ୍ମଣ୍ଡା,ଚନ୍ଦ୍ର ଘଣ୍ଟା,କାଳ ରାତ୍ରି,ମହା ଗୌରୀ,ସିଦ୍ଧି ଦାତ୍ରି।ଏହି ଦେବିଙ୍କୁ ପୂଜା କରି ନଅ କନ୍ୟା କୁ ପୂଜା କରି ଦକ୍ଷିଣା ଦେଇ 

ବ୍ରତ ଧାରି ମାନେ ଆଶୀର୍ବାଦ ନିଅନ୍ତି।

ଏହି ପର୍ବଣରେ ସମସ୍ତେ ଭକ୍ତିର ସହିତ ପୂଜା କରନ୍ତି।ମା ଦୁର୍ଗା ଆମକୁ ରକ୍ଷା କରନ୍ତୁ।ଭକ୍ତି ଦେଇ ଭୟ ନିଅନ୍ତୁ ଏତିକି ମାଗୁଣି।

 



Rate this content
Log in

Similar oriya story from Classics