Swapna Mohanty

Romance Tragedy Inspirational


4.0  

Swapna Mohanty

Romance Tragedy Inspirational


"ଲୋ ରେବତୀ "

"ଲୋ ରେବତୀ "

4 mins 5 4 mins 5

ବର୍ଷା,

ଜାଣିନି କଣ ପାଇଁ ତୁମେ ଏତେ ମନେ ପଡ଼ୁଛ l ଆଜି ବି ସେହି କଥା ଗୁଂଜରିତ ହୋଇଉଠେ l ଆକାଶ ମୁଁ ତୁମକୁ ଭଲ ପାଏ l ଶେଷ ଦୁଇ ପଦ ଫେରେଇ ଦିଅ ସବୁ ଚିଠି ମୋର ଭୁଲି ଯାଅ ମୋତେ ମୁଁ ସେହି ଅଦିନିଆ ବର୍ଷା ଆସିଥିଲି ତୁମ ଜୀବନରେ l 

ଭୁଲିପାରିବିକି ବର୍ଷା ପ୍ରଥମ ପ୍ରେମ ପ୍ରଥମ ଚିଠି ପ୍ରଥମ ଚୁମ୍ବନକୁ l କେତେ ଯେ ଲୁଚି ଲୁଚି ଦେଇଥିଲ ବହି ଭିତରେ ରଖି ସେହି ଚିଠିକୁ l କେତେବେଳେ ତୁମେ ମୋ ପାଇଁ ପ୍ରେମର ପାଗେଳୀ ତ କେତେବେଳେ ଅଭିମାନ ଭରା ଆଖିର ଲୋତକରେ ଓଦା ଚିଠି l 

ତୁମେ ଜାଣିଛ, ସେହି ବହି ସେହି ଚିଠି ଓଦା ଆଜି ବି ମୋ ମନ ହୃଦୟକୁ ଆନ୍ଦୋଳିତ କରୁଛି l ଅନେକ ଶାସନ ତିରସ୍କାରକୁ ଖାତିର ନ କରି ଆମେ ଆଗେଇ ଚାଲିଥିଲୁ ପ୍ରେମରେ l ପ୍ରେମ ଥିଲା ଶାଶ୍ୱତ ଓ ପବିତ୍ର l କେବେ ବି ଶରୀରକୁ କରିନଥିଲୁ ଅପବିତ୍ର l ତୁମେ ବି ବାର ବାର ତାଗିଦ ଭଲ ପଢିବ ଆକାଶ l ଭଲ ମଣିଷ ହୋଇ ଆମେ ଗଢିବା ସୁନାର ସଂସାର l ତୁମେ ସବୁବେଳେ କୁହ ଆଜିଠୁ ଲାଗିପଡ଼ିବା I. A. S. ପ୍ରସ୍ତୁତି ପାଇଁ l ପାଠାଗାରରେ ଦୁଇ ଜଣଙ୍କର ପାଠ ଦେଖି କେତେଯେ ଟାହି ଟାପରା l ପାଠାଗାର ବାହାର କଣ୍ଠରେ ବର୍ଷା ଓ ଆକାଶର ପ୍ରେମ ଚି଼ହ୍ନ l 

ତୁମ ଆଖିରେ ଟପ ଟପ ହୋଇ ଖସିଆସୁଥିଲା ବରକୋଳି ପରି ଲୁହର ଧାର l କିଛି ଖାତିର ନକରି ପଢି ଚାଲୁ ଥିଲୁ l 

  ମନେ ଅଛି ବର୍ଷା ଡ଼ିଗ୍ରୀର ରେଜଲଟ ବାହାରିଥିଲା l

ତୁମେ ଟପ୍ପର ଥିଲ ମୁଁ 3rd ହୋଇଥିଲି l ତୁମକୁ ଖୁସିର ବାର୍ତ୍ତା ପାଇଁ ବହୁତ ସମୟ ଜଗିଥିଲି ସେହି ରେଭେନ୍ସାର ଗ୍ୟାର୍ଲସ କମନ ରୁମ ପାଖରେ, ଅନେକ ସାଥୀ ଆସୁଥିଲେ ଓ ଯାଉଥିଲେ ତୁମ ପାଇଁ l ମୋତେ ଅଭିନନ୍ଦନ ଆକାଶ ଓ ବର୍ଷା ଜଣେଇଦେଉଥିଲେ l ନା ମୁଁ ଖୁସି ହୋଇପାରୁଥିଲି ନା ତୁମକୁ ଶୁଭେଚ୍ଛା ଜଣେଇ ପାରୁଥିଲି l ଆଖିର କୋଣରେ ଲୁହକୁ ରଖି ଅଣେଇରହିଥିଲି ରିକ୍ସାବାଲାକୁ l ଅନେଇ ଅନେଇ ସୂର୍ଯ୍ୟ ଅସ୍ତ ହେଲା କିନ୍ତୁ ତୁମର ଖୋଜ ଖବର ନଥିଲା l  

ହୃଦୟର କୋହକୁ ଚାପି ଧରି ଘରକୁ ଫେରି ଆସିଥିଲି l ପାଦ ସବୁ ଯେପରି ପାରାଲିସିସ l ଶରୀରରେ ଯେପରି କ୍ଷୀଣ l ମୁଣ୍ଡ କିଛି କାମକରୁନଥିଲା l ନିଜେ 3rd ଟପ୍ପର ହୋଇଥିବାରୁ ଘରେ ମାଆ ଭଗବାନଙ୍କୁ ପ୍ରସାଦ ଦେଇ ସାହି ପଡିଶାଙ୍କୁ ଦେଉଥାଏ l ହେଲେ ମୁଁ ପ୍ରାଥନା କରୁଥାଏ ବର୍ଷାକୁ ଶୁଭେଚ୍ଛା ଦେବ l କାଲି ଯେପରି ବର୍ଷା ସହିତ ଦେଖା ହେବ !

ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥାଏ l ଭୟରେ ଦେହରୁ ଗମଗମ ଝାଳ ବାହାରି ଦେହ ଓଦା ହେଇଯାଉଥାଏ l 

   କେତେବେଳେ ଆଖିରେ ନିଦ୍ରା ଦେବୀ ଆସିଛନ୍ତି ଜାଣିନି l ସକାଳୁ ସକାଳୁ ପେପର ବାଲା ପେପର ପକେଇ ଚାଲିଗଲା l ଖୁସିରେ ଓଲଟେଇଲି ପ୍ରଥମ ପୃଷ୍ଠାରେ ୟୁନିଭେର୍ସିଟିର ଟପ୍ପର ପଦାର୍ଥ ବିଜ୍ଞାନରେ ମିସ ବର୍ଷା ପଟ୍ଟନାଏକ l ଖୁସିରେ ଆଖିକୁ ବଡ଼ କରି ପଢିଚାଲିଲି l 

    ହଠାତ ଆଖିଟି ଯେପରି ଜୁଳୁଜୁଳିଆ ପୋକ ପରି ବିଜୁଳି ପରି ହୋଇ ଖସି ଆସିଲା ଲୁହର ଧାର l ପେପରଟି ହାତ ରୁ ଖସିପଡିଲା l ହେ ଭଗବାନ ତୁମେ କଣ ଏତେ ନିଷ୍ଠୁର l ଟିକେ ବି ଶୁଣିଲନି l କି ଦୋଷ ମୋ ବର୍ଷା କରିଥିଲା l ଟପ୍ପର ହେବା କଣ ଦୋଷ l ନାରୀ କଣ ପାଠ ପଢିବା ମନା l 

ଅନେକ ପ୍ରଶ୍ନକୁ ଖୋଜି ଖୋଜି ଚାଲିଥିଲି ବଡ଼ ଡାକ୍ତର ଖାନାକୁl ହୋ ହାଲା ଚାରିଆଡେ ଓଃ ଛି ଛି କେତେ ନର ପିପାସୁ ରାକ୍ଷସ l ଏସିଡ ମାଡ଼ରେ ଝିଅଟିର ମୁହଁଟି ପୁରା ପୋଡ଼ିଯାଇଛି l ମାଆର ହୃଦୟ ଫଟା କ୍ରନ୍ଦନରେ ସମସ୍ତେ କାନ୍ଦୁଥାନ୍ତି l 

    ଲାଗୁଥିଲା ସତେଯେପରି ମାଟି ତଳକୁ ତଳ ଖସି ଯାଉଛି, ଆକାଶ ଖସିପଡୁଛି l ପାହାଡଟି ଭାଙ୍ଗି ଭାଙ୍ଗି ଯାଉଛି l ଦୌଡି ଯାଇ ହାତ ପାପୁଲିକୁ ଧରି କହିପକାନ୍ତି ବର୍ଷା ମୁଁ ଆସିଛି l ମୋ ସ୍ୱରରେ ବର୍ଷା ନିଶ୍ଚୟ ଉଠିପଡିବ l ହେଲେ ଅନେକ କଟକଣା ପ୍ରତିବନ୍ଧକ l ପୋଲିସର ଘେରାଉ ଭିତରେ ବର୍ଷା !: ହାତରେ ଅନେକ ଛୁଞ୍ଚିର ସମାହାର l ଦେଖିହେଉନଥାଏ ସେ ଦୃଶ୍ୟ !: ଖନେଇ ଖନେଇ କିଛି କହୁଥାଏ ପୋଲିସକୁ ସେହି ରାକ୍ଷସମାନଙ୍କର କଥା l ଚାରିଆଡ଼େ ଗୋଟେ କଥା ଏତେ ସୁନ୍ଦରୀ ଥିଲା ପାଠ ପଢିବା କଣ ଜରୁରିଥିଲା? ପୁଣି IAS ହେବ ବୋଲି କହୁଥିଲା l ଏବେ ଜାଣିଲା ପାଠ ପଢିଲେ କଣ ଅସୁବିଧା l ବୁଝିଲା ଏବେ l ମୁହଁ ତ ପୋଡିଗଲା ଆଉ ପାଠ ନା ବାହାଘର l ହସି ହସି ଟାହି ଟାପରା କରି ଉଡଉଥିଲେ ସମସ୍ତେ l ଛି କେତେ ନିର୍ଦ୍ଦୟ ନିଷ୍ଠୁର ଏମାନେ l "ନାରୀ ହୋଇ ନାରୀର ବଇରୀ " ଏ କଣ ଆମ ଶିକ୍ଷା ସଂସ୍କାର l  

  ମେଡିକାଲ ଗେଟର ଭିତରୁ ଝାପ୍ସା ଝାପ୍ସା ଦେଖି ମୁହଁ ଫେରେଇ ଆଣିଲା ବେଳକୁ ସେହି ରିକ୍ସାବାଲା କାନ୍ଦି କାନ୍ଦି ପଶିଲା ପାଟିରେ ଗୋଟେ କଥା ମୋ ଝିଅ ସେ ବହୁତ ଭଲ l ରିକ୍ସାରେ ବସେଇ ଆଣେ ତାକୁ କେବେ ବି ସେ ଯାଏନି ଆଉ କାହା ସହିତ l ମୁଣ୍ଡରେ ହାତ ଦେଇ କି ଭୁଲ କଲି ଗାଆଁକୁ ଗଲି ଭାରି l ଝିଅ ମୋର ଆଉ କେଉଁ ରିକ୍ସାରେ ଆସିଲା l ଏସିଡ ମାଡ଼ରେ ମୋ ଝିଅର କି ଅବସ୍ଥା l ହସ୍ପିଟାଲର କୋଠରୀଟି ସତେ ଯେପରି କାନ୍ଦି ଉଠୁଥିଲା l ସତେ ଯେପରି କଂସର ଅତ୍ୟାଚାରରେ ଦେବକୀର କ୍ରନ୍ଦନ l 

   ସବୁ କିଛିକୁ ହୃଦୟରେ ଜାବୁଡି ଧରି ପଶିଗଲି ବର୍ଷାର ହାତ ଧରି କହିଲି ବର୍ଷା l ମୁଁ ଆକାଶ l ସତେଯେପରି ବିଜୁଳି ମାରି ଚାଲିଗଲା l ଧୀରେ ଧୀରେ ଆଖିର ପତାକୁ ହଲେଇ ଆଖି ବହୁତ କଷ୍ଟରେ ଟିକେ ଅନେଇ ଧୀର ସ୍ୱର ଓ ଖନେଇ ଖନେଇ କହିଲେ ମୁଁ ଭଲ ଅଛି l ତୁମେ ମନ କଷ୍ଟ କରିବନି ଆକାଶ l ତୁମେ ଆଗକୁ ଚାଲ l କି ଦୋଷ ମୋର ? ଏ ରାକ୍ଷସମାନେ ମୋତେ ଏ ପରି କଲେ? ଓଃ ଆକାଶ କହି ହାତର ପାପୁଲିକୁ ଧରି କହିଲେ ମୋତେ ତୁମେ ଭୁଲିଯାଅ ଭଲରେ ରୁହ l ଏ କି ଶବ୍ଦ? ଲୁହ ଭିଜା ଆଖିରେ ଆକାଶ ଛେପକୁ ଢ଼ୋକି ଢ଼ୋକି କହୁଥାନ୍ତି ମୁଁ ତୁମର ସେହି ଆକାଶ ହୋଇ ରହିବି l ସବୁଦିନ ତୁମ ପାଇଁ ମୋ ହୃଦୟ ଖୋଲା ବର୍ଷା l ମୁଁ ତୁମର କଥାକୁ ରଖିବି ବର୍ଷା l ଏ କଳଙ୍କିତ ସମାଜରେ ରାକ୍ଷସମାନଙ୍କୁ କିଛି ଶିକ୍ଷା ଦେବି !

  ସତରେ କଣ ନାରୀଟି ସୁନ୍ଦର ହେବା ପାପ l ପାଠ ପଢିବା କଣ ପାପ l ଲୋ ରେବତୀ ଲୋ ନିଆଁ ଲୋ ଚୂଲି ଆଜି ବି କାନ୍ଦୁଛି l 

ଏସିଡ ପକାଇ ସେ ରାକ୍ଷସ ଆଜି ରାଜରାସ୍ତାରେ ଚାଲିଛି l  

ବର୍ଷା ତୁମ ପାଇଁ ଆକାଶ IAS ହୋଇଛି l ଆଜି ବି ତୁମକୁ ସେହି ପୋଡ଼ିଯାଇଇଥିବା ମୁହଁ ମୋ ଆଖିରେ ତୁମେ ସୁନ୍ଦର ଓ ବ୍ରିଲିଆଣ୍ଟ l 

    ~~ତୁମର ଆକାଶ



Rate this content
Log in

More oriya story from Swapna Mohanty

Similar oriya story from Romance