STORYMIRROR

Suchismita Panda

Romance

4  

Suchismita Panda

Romance

ଲମ୍ଫଟ ବର୍ଷା (ଭାଗ...୧)

ଲମ୍ଫଟ ବର୍ଷା (ଭାଗ...୧)

2 mins
299


ନିଃସ୍ତବ୍ଧ ଏଇ ରାତି।ରାତିର ତମସାରେ ବର୍ଷାର ତାଣ୍ଡବ।ଗାଁ ଦାଣ୍ଡ ଦୁଲୁକି ଉଠେ ଦୁ..ଦୁ ସୁ...ସୁ ପବନରେ।ନିର୍ଜନ ନିରବ ହୋଇ ଉଠେ ରାତିର ବୟସ ବେଳକୁ ବେଳ।ଢୁ ଢୁ ବର୍ଷା ମାଡି ବସିଛି ଯେମିତି ରାତିକୁ ନିଜର ବାହୁରେ।କରାୟତ କରି ନେଇଛି ରାତିର ଯୌବନ କୁ ସତେ ଯେମିତି।ଯୌବନର ମଧୁକୁ ଚୋଷିବା ପରେ ସତେ ଯେମିତି ଫେରି ଯାଉଛି ଲମ୍ଫଟ ବର୍ଷା।ଆଉ ଏସବୁକୁ ଦେଖୁଛି ନୀରବ ଦ୍ରଷ୍ଟା ସାଜି ନିଶା।ରାତିର ଏପରି ଅବସ୍ଥାରେ ନିଶା ସତେ କେଡେ ବିକଳ।ମନେପଡେ ତା'ର କୁନ୍ଦୁଲିର ସେଇ ଦୁର୍ଦଶାର କଥା ଆଉ ମନେପଡେ ଖଣ୍ଡଗିରି ଦରୀରେ ପିଲୁବେନ୍ ର କାନ୍ଦକୁ କେଉଁ ଏକ ଗୁପ୍ତ ଗୁମ୍ଫାରେ ଲୁଚାଇ ଦେବାର ବ୍ୟଥା।ପୁଣି ମନେପଡେ ସେଦିନ ଛବିରାଣୀର ହା ହା କାର କୁ ବାଲିର ଗଭୀରତା ରେ ପୋତିଦେଇଥିବା ପବନ ......!ଏମତି ବହୁତ କିଛି ବ୍ୟସ୍ତ ବିବ୍ରତ କରେ ନିଶାର ବିଚଳିତ ମନ।

କାହିଁକି ଏ ଲମ୍ଫଟ ବର୍ଷା ଅଟ୍ଟହାସ୍ୟ କରି ରାତିକୁ ମାରି ମାରି ଦିଏ ତା ବୟସର ଅପରାହ୍ନ ଆସିବା ଆଗରୁ?

କାହିଁକି ସେ ବୁୁଝିପାରେନି ରାତିର ବୁକୁଥରା ବିକଳ।ଏମିତି ଅନାୟତ ଚନ୍ତାଧାରାରୁ ହଠାତ୍ ବାହାରି ଆସେ ଯେତେବେଳେ ଛିଟ୍କି ପଡେ ତା ଘର ବାଲ୍କୋନି ଡେଇଁ ତା ଫୁଲ ପରି ନରମ ହାତରେ ବର୍ଷା ବିନ୍ଦୁର ସ୍ପର୍ଶ ପାଇ।

ଚିଇଁକି ଉଠେ ସେ।ଜଳିଉଠେ ଅଗ୍ନିଶିଖା ପରି,ରକ୍ତିମ ନୟନରେ କହି ଉଠେ ଏତେ ଉଦ୍ଧତ ତୁ !ରାତିକୁ ତୋ ଛାତି ଉପରକୁ ଅନିଛ୍ଛାରେ ଭିଡିନେଇ ତୋର ମନଶାନ୍ତି ହେଲାନାହିଁ ଯେ ମୋତେ ସ୍ପର୍ଶ କରିବାକୁ ଏଡେ ଅପଚେଷ୍ଟା।ମୋ ସତୀତ୍ବର ଲକ୍ଷ୍ମଣରେଖାକୁ ଅତିକ୍ରମ କରିବାକୁ ତୋର କ'ଣ ପ୍ରୟାସ କି?ଏଇ ବେଇମାନ୍ ବର୍ଷା କ'ଣ ବାଦଲ ଭରା ନଭରୁ ନଡିଆ ବାହୁୁଙ୍ଗା ଫାଙ୍କରୁ ଥରେ ଥରେ ଅଭଦ୍ରଙ୍କ ପରି ଆଖି ମାରି ଯାଉଛି କି? ନା, ଚାହୁଁଛି ରାତି ପରି ତା ଉଦଣ୍ଡ ବାହୁରେ ଚାପିଧରିବାକୁ।


ପୁଣିଥରେ ଇତଃସ୍ତତଃ ହୁଏ ନିଶା।ଏଥର କି ବର୍ଷା ଲଘିଂଗଲା ସୀମା।ରାଗରେ ଚକ୍ଚକ୍ କରି ଉଠେ ନିଶାର ସେ ମୃଗ ପରି ଢଳଢଳ ପୋଟଳା ଆଖି ଦୁଇଟା।ଚୁପ୍କିନା ଡେଇଁପଡେ ବର୍ଷା ତା ସୀମନ୍ତକୁ,କେଡେ ଆସ୍ପର୍ଧା ସେଇ ବର୍ଷାର।ଯେଉଁ ସୀମନ୍ତରେ ମୋ ପ୍ରାଣପ୍ରିୟଙ୍କ ରକ୍ତିମ ସିନ୍ଦୁର ଶୋଭିତା ସେଇ ସୀମନ୍ତକୁ ଛୁଇଁବାର ଦୁଃସାହସ ହୁଏ କିପରି?ନିଶାର ଏତେ ଫୁତ୍କାର ପରେ ବି ମାନେ ନାହିଁ ଉଦଣ୍ଡ ବର୍ଷା।ଧୀରେ ଧୀରେ ନୀର ରୁପେ ଛୁଇଁବାକୁ ଚେଷ୍ଟା କରେ ତା ଡହ ଡହ ଯୌବନ ଭରା ଉଛ୍ଛୁଳା ଉଷୁମ ଦିହଟାକୁ।ଛୁଇଁଯାଏ ଥର ଥର କରି ତା' କପାଳ,ନାକ କାନ ସବୁଠି।ବାର ବାର ପରକୁ ପର ଚୁମିଦେଇ ଯାଏ କୋଟି ଉନ୍ମାଦ ଭରା ସେଇ ବକ୍ଷ ଓ ଗଣ୍ଡ ଦେଶକୁ।ଏଥର ଘୁଞ୍ଚିଆସେ ଦି ପାଦ ପଛକୁ ନିଶା।ଅନବରତ ବର୍ଷି ଯାଏ କ୍ରୋଧ ରେ ଜର୍ଜରିତ ହୋଇ ବର୍ଷାର ଔଦ୍ଧତ୍ୟ ରେ। ମନେ ପଡେ ଚନ୍ଦ୍ରଙ୍କ ସାନିଦ୍ଧ୍ୟ।ଛଳ ଛଳ ହୁଏ ନୟନ।ଲୁହ ମିଶା କୋହ ଆଉ କ୍ଷୋଭରେ କହିଉଠେ ,ଯେଉଁ ଚନ୍ଦ୍ରଙ୍କର ବିରହରେ ଦେହ ମନ ଜର୍ଜରିତ ,ଆଉ ଯେଉଁ ଚନ୍ଦ୍ରଙ୍କର ଉପସ୍ଥିତି ନିଶାର ଶିରା ପ୍ରଶିରାରେ ସେଇ ଚନ୍ଦ୍ରବିନା ସେ ନିବସ୍ତ୍ର ହେବ ପ୍ରାଣ ଥାଉ ଥାଉ। ଏହା ଅସମ୍ଭବ।ଗୋଟିଏ ରାତିକୁ ନିଃସ୍ବ କଲାପରି ସେ କ'ଣ ଭାବିଛି ଏ ବିରହୀନୀ ନିଶା କୁ ନିର୍ଦୟ ଭାବରେ ଅଲଗା କରିନେବ ଚନ୍ଦ୍ରର ଛାତିରୁ।

ପାରିବନି ନା ସେ କେବେ ପାରିବନି।ସେ କ'ଣ ମୋତେ ନିଃସହାୟ ବୋଲି ଭାବୁଛି।ମୁଁ କେବେ ନିଃସହାୟ ନୁହେଁ।ଦୁର୍ବଳା ବି ନୁହେଁ।ମୁଁ ସତୀ। ଯେଉଁ ସତୀର ଆର୍ତନାଦରେ କମ୍ପିଉଠେ ମେଦିନୀ।ଯେଉଁ ସତୀର ସତୀତ୍ବରେ ସେଦିନ ମୃତ୍ୟୁ ବି ହାର ମାନିଥିଲା, ଯେଉଁ ସତୀର କ୍ରୋଧାଗ୍ନିରେ ସ୍ବୟଂ ପାଳନ କର୍ତା ବିଷ୍ଣୁ ପାଷାଣ ହୁଅନ୍ତି ଆଉ ଯେଉଁ ସତୀକୁ ପରୀକ୍ଷା କରିବାକୁ ଯାଇ ସ୍ବୟଂ ତ୍ରୀଦେବ ଶିଶୁ ପାଲଟି ଯାଆନ୍ତି ସେଇ ସତୀର ଜ୍ୟୋତିି ରେ ଭସ୍ମୀଭୁତ ହେବୁ କାମ ପ୍ରିୟ ଉଦଣ୍ଡ ବର୍ଷା।  


କ୍ରମଶଃ........


Rate this content
Log in

Similar oriya story from Romance