Shanti Mishra

Inspirational Others

3  

Shanti Mishra

Inspirational Others

ଲୀଳା ତ ସମସ୍ତେ କରି ପାରିବେ

ଲୀଳା ତ ସମସ୍ତେ କରି ପାରିବେ

3 mins
7.0K


ବାହାରେ ଶିବୁର ତିନି ଚାରି ଥର ଡାକ ଶୁଣି ନମ୍ରତା ଦେବୀ ବାସନ ମଜା ଛାଡି ପୁଅର କକ୍ଷ ଆଡେ ଆଗେଇ ଗଲେ । ଶୋଇ ପଡିଛି ବୋଧେ ନଚେତ ସାଗର ଡାକ କାନରେ ପଡୁ ନପଡୁଣୁ ବାହାରେ ଯାଇ ହାଜର ହୋଇ ସାରନ୍ତାଣି । ଖରା ଦିନଟା ଏମିତିରେ ବି ହାଲିଆ କରିଦିଏ ମଣିଷକୁ । କିନ୍ତୁ ଖରା ତ ନଇଁ ଗଲାଣି କେତେବେଳୁ । ଅବେଳଟାରେ କାହିଁ ଶୋଇଛି ବିନୟ । ବଡ ପାଟିରେ ଡାକ ଦେଲେ ନମ୍ରତା ଦେବୀ -”ଆରେ ଉଠ ଶିବୁ ଡାକୁଛି ବାହାରେ” ।

-” ଥାଉ ମାଉସୀ ଶୋଇଛି ଯଦି ମୁଁ ପରେ ଆସିବି” । କହି ସାଇକେଲର ଘଣ୍ଟି ବଜେଇ ଦେଇ ଚାଲିଗଲା ଶିବୁ । କିନ୍ତୁ ନମ୍ରତା ଦେବୀ ସେତେବେଳକୁ ଚାଲ ଚାଲ ହୋଇ ବିନୟର ଶୋଇବା ଘରେ ପହଞ୍ଚି ସାରିଥିଲେ । ବିନୟ ନିଘୋଡ ନିଦରେ ଶୋଇ ଯାଇଛି । ଛାତି ଉପରେ ଏକ ବହି ଖୋଲା କରି ରଖି ଶୋଇ ଯାଇଛି । ବହିଟିକୁ ଧିରେ ଉଠେଇ ଆଣିଲେ ନମ୍ରତା ଦେବୀ । ହଠାତ୍ ଆଖି ପଡିଗଲା ବହିର ଛବି ଉପରେ । ବହିଟିକୁ ହାତରେ ଖାଲି ଆଡେଇ ଦେଖିଲେ lଇସ୍ ବହି ସାରା ପହଁରୁ ଥିବା ଝିଅ ମାନଂକ ସୁଇମସୁଟ୍ ପିନ୍ଧାର ଛବି । ଯେମିତି ସବୁ ଟିଭିରେ ଦେଖାଏ ।

ହଠାତ୍ ବିନୟର ନିଦ ଭାଗିଂଗଲା ବୋଉର ବହି ଫର ଫର ଶବ୍ଦରେ । କିନ୍ତୁ ବୋଉ ହାତରେ ମ୍ୟାଗାଜିନଟି ଦେଖି ଦେହରୁ ତାର ଝାଳ ବୋହି ଗଲା । ଶୁସ୍କ କଂଠରୁ କଥା କିଛି ବାହାରୁ ନଥିଲା । ବୋଉ କଣ ଭାବୁଥିବ ଏ ବହି ଦେଖି l ରାଗ ବି ଲାଗୁଥିଲା l ବୋଉର ଏପରି ତା ରୁମକୁ ଆସିବା କଣ ଦରକାର ଥିଲା l ଯଦିବା ଆସିଲା ତା ବହି ଦେଖିବା କଣ ଦରକାର lବୋଉର ଏ ଗୁପ୍ତଚର ଗିରି ଗୁଣ କେବେ ବି ଯିବନି l କଣ କହି ଏ ସମସ୍ୟାକୁ ଟାଳି ଯିବ ଉତ୍ତର କିଛି ଖୋଜି ପାଉ ନଥିଲା ବିନୟl

ବୋଉ ଜାଣି ପାରିଲେ ପୁଅର ମନର ଅବସ୍ଥା। । ପୁଅ ବହିଟି ବି ମାଗି ପାରୁନି । ବୋଉ ଦି ଚାରି ପୃଷ୍ଠ। ଓଲଟ ପାଲଟ କଲା ପରେ ବହିଟିକୁ ପୁଅ ହାତକୁ ଫେରେଇଦେଇ କହିଲେ । ଏଇ ଗୋପୀ ମାନେ ସ୍ଵର୍ଗର ଅପସରି ପରି ଦିଶୁଛନ୍ତି । ସତରେ କେତେ ତପସ୍ୟା କରି ଜନ୍ମ ନେଇଥିଲେ l କୃଷ୍ଣକୁ ସଂଗେ ରାସ ଲୀଳା କରିବାର ସୁଯୋଗ ପାଇଥିଲେ ।

କୃଷ୍ଣ କିନ୍ତୁ କୋଉଠି ଦେଖା ଯାଉ ନାହାଁନ୍ତି l ହଁ ସେ ତ ଲୀଳାମୟ ସେ ତ ସବୁଆଡେ ବିଦ୍ୟମାନ । କୋଉଠି ଲୁଚିକି ଗୋପୀ ମାନଂକୁ ଦେଖୁଥିବେ l ଏହି ଗୋପୀ ମାନେ ସତରେ ଭାଗ୍ୟ ଅର୍ଜୀ ଥିଲେ ତାକୁଂ ଦେଖି ପାରୁଛନ୍ତି । ଆମ ସାଧାରଣ ଚକ୍ଷୁକୁ ସେ ଦିଶିବେନି । ଶିବୁ ଆସି ତାକୁ ଖୋଜୁ ଥିବାର ସନ୍ଦେଶ ଦେଇ ଫେରି ଆସିଲେ ବୋଉ ତାଂକ କାମ ଜାଗାକୁ । ପୁଅର ମୁହଁରୁ ହସ ବାହାରିଲା । ଝାଳ ଶୁଖିଗଲ। । ଅଠା ମାରୀ ଯାଇଥିବା ପାଟି କିଛି କହିବ ବୋଲି ଭାବୁଥିଲେ ବି କିଛି କହି ପାରିଲାନି କେବଳ ମୁଣ୍ଡ ଟୁଗାଂରି ହଁ ଭରିଲା ।

ଏତେ ସହଜରେ ସମସ୍ୟାର ସମାଧାନ ହୋଇଯିବ ଆଉ ବୋଉର ଜେରାରୁ ମୁକ୍ତି ମିଳିଯିବ !ଭାବି ନଥିଲା ସେ l ବଂଚି ଗଲା ମଣିଷ l ସଂଗେ ସଂଗେ କବାଟ ବନ୍ଦ କରି ଦେଇ ବହିଟିକୁ ଲୁଚେଇ ଦେଲା l ବୋଉ ଯେପରି ସାତ ଜନ୍ମରେ ବହି ଖୋଜି ପାଇବନି ଯେତେ ଖୋଜିଲେ ବି, ସେ ଘରେ ନଥିଲା ବେଳେ l

ବୋଉ ଫେରି ଆସିଲେ ସତ କିନ୍ତୁ ପୁଅର ଏପରି ଲୁଚି ଲୁଚି ଝିଅ ମାନଂକ ଫଟୋ ଦେଖିବା ପସନ୍ଦ ହେଲା ନାହିଁ । ଗୋପୀ ମାନଂକ କଥା କହି ପୁଅକୁ ଏ ପରି ଅସଂଗତ, ଅବସ୍ଥା ସ୍ଵାଭାବିକ ପରିସ୍ଥିତିରୁ ରକ୍ଷା କରିଦେଲେ ସତ । ସେ କଣ ସତରେ ଜାଣନ୍ତିନି ଗୋପାଙ୍ଗନା ଆଉ ଏଇ ସୁଇମସୁଟ୍ ପିନ୍ଧା ବିଦେଶୀ ଶୁକ୍ଲ ବର୍ଣ୍ଣ । ଝିଅ ମାନଂକ ଭିତରେ କଣ ତଫାତ୍ l

ଖବର କାଗଜ ଠାରୁ ଆରମ୍ଭ କରି ଟିଭି ପର୍ଯ୍ୟନ୍ତ ନାରୀ ଅବମାନନା, ନାରୀ ମାନଂକୁ କରା ହେଉଥିବା ବ୍ୟଭିଚାର, ଧର୍ଷଣ ବିଷୟରେ ସବୁଦିନ କିଛି ନା କିଛି ଖବର ସେ ପଢୁଛନ୍ତି, ଶୁଣୁଛନ୍ତି l ପୁରୁଷର ଏ ଦୁଷ୍କର୍ମ ବିଷୟରେ ସେ ପୁରା ଅବଗତ । ଆଉ ଯୋଉ ମାନେ ସେ କୁକର୍ମରେ ଲିପ୍ତ ତାକଂରି ପୁଅ ପରି ଜଣେ ଜଣେ ପୁରୁଷ ତ ହୋଇଥିବେ ନିଶ୍ଚୟ ।

ସୁଯୋଗ ମିଳିଲେ ଲୀଳା ସମସ୍ତେ କରି ପାରିବେ କରନ୍ତି ବି l ତାଂକ ପୁଅକୁ ସେ ଯେତେ ସୁନା ମୁଣ୍ଡା ଭାବୁଥିଲେ ବି ପ୍ରଥମେ ସେ ଜଣେ ପୁରୁଷ ତା ପରେ ଯାଇ ତାଂକ ପୁଅ l

କଥାକୁ ଏତେ ଦୁର ସେ ଯିବାକୁ ଦେବେନି । ସାନ ଭଉଣୀ ନିର୍ମଳ। ପାଖକୁ ଫୋନ୍ କଲେ ସେ ଦେଇଥିବା ପ୍ରସ୍ତାବ ତା ନଣନ୍ଦର ଝିଅ ପାଇଁ ସେ ରାଜି ସେ ପ୍ରସ୍ତାବରେ । ଖାଲି ପୁଅକୁ ଥରେ ପଚାରି ବୁଝିକି ଜବାବ୍ ଦେବେ ।

********************************************

ଶାନ୍ତି ଲତା ମିଶ୍ର, ରଚେଷ୍ଟର, ମିନେସୋଟା


Rate this content
Log in

Similar oriya story from Inspirational