Satyabati Swain

Inspirational

3  

Satyabati Swain

Inspirational

ଲାଲ ଓଠ

ଲାଲ ଓଠ

2 mins
14.4K


ମା ମୁହଁରେ ମୁହଁ ଘଷୁଥିଲା କାଳିଆ। ଭାରି ଗେଲ୍ହା ହେଉଥିଲା।ମା ବି କୋଲେଇ ନେଉଥିଲା ଭେଣ୍ଡା ପୁଅଟାକୁ । ଚୁମା ପରେ ଚୁମା ଅଜାଡି ଦେଉ ଥିଲା।

ଏଇ ତାର ଗଜା ଭେଣ୍ଡା ପୁଅ। କି ସୁନ୍ଦର ଡ଼ଉଳ ଡ଼ାଉଲ, ପୁରିଲା ପୁରିଲା ଚେହେରା। ରାଜା ପୁଅବି ଚାହିଁବ ଘଡ଼ିଏ। ଚିକ୍କଣ ଖସି ପଡୁଛି ଦେହରୁ।ଭାରି ନିଚ୍ଛଳିଆଟା ପେଟ କାବୁରାଟିଏ। ଟିକିଏ ପେଟରୁ ଖସିଲେ ଉଛନ୍ନ କରିଦେବ। ଖାଇବାରେ ଏଇଟା ଖାଇବି ସେଇଟା ଖାଇବି ନାହି ସେଇଟା ଖାଇବି । ।ତାର ଯାହା ଦିଅ ଆନନ୍ଦରେ ଖାଇ ଦିଏ। ସେଥି ପାଇଁ ତା ଉପରେ ସମସ୍ତେ ଖୁସି। ଜନମ ବେଳେ ଏଡିକି ଟିକିଏ ହେଇଥିଲା।ଥଣ୍ଡା ନା କଣ ଗୋଟିଏ ରୋଗ ହେଇଥିଲା। ମରିବ ବଞ୍ଚିବ ଠିକ ନଥିଲା।କେତେ ଗୁହାରୀ କରିଛି ଠାକୁରଙ୍କ ପାଖେ ତା ପାଇଁ।ଔଷଧ ପତ୍ର ଖାଇ ବଞ୍ଚି ଗଲା। ତାପରେ ତ କଣ ଡାକ୍ତର ଟନିକ ଦେଲେ ଦିନ କେଇଟାରେ ହୁ ହୁ ହେଇ ବଢି ଗଲା.....। ଏଇ ବଢିବା ତା କାଳ ହେଲା।ଛଅମାସ ନ ହେଉଣୁ ତା ଉପରେ ସମସ୍ତ ଆଖି। ଫୁଟି ଯାଉ ଅଲକ୍ଷଣାଙ୍କ ଆଖି।ଥୁ... ଥୁ... ଛିପ କେଇ ମେନ୍ଦା ପକାଇ ଦିଏ ମାଆ ତା ଉପରେ।ପାର୍ଥନା କରେ ହେ ମା ଶାରଳା

ମୋ ପୁଅକୁ ଘଣ୍ଟ ଘୋଡେଇ ରଖିଥା ଲୋ ମା,ସଭିଙ୍କ ନଜରରୁ।

ହେଲେ ଛୁଆ ଥିଲା ଭଲ ଥିଲା। କେତେ ଆଦର ଯତ୍ନ ନେଇଥିଲେ ତାର ଘର ଲୋକେ।"ବାବୁର" ତ କାଳିଆ ଯେମିତି ଜୀବନ। ସାଙ୍ଗରେ ବୁଲାଇ ନିଏ।ତା ମନ ପସନ୍ଦର ଖାଇବା ଦିଏ। ବଳେଇ ବଳେଇ ଖୁଆଏ।

ଦେହରୁ ମଇଳା ଝାଡ଼ି ଦିଏ। କି ସୁନ୍ଦର ରଙ୍ଗ ବେରଙ୍ଗ ମାଳି ଗୁନ୍ଥି ଲଗାଇ ଦେଇଛି ତା ବେକରେ? କାଳିଆ ଭାରି ଖୁସି ବାବୁ ଏତେ ଭଲ ପାଏ ବୋଲି।ଯୁଆଡେ ଥାଉ ବାବୁ ଯଦି କାଳିଆ ଡାକି ଦେଲା....ଦଉଡ଼ି ଦଉଡ଼ି ଆସି ହାଜର ହେଇଯିବ। କଳିଆଟା ମୋର ଜମା ଦୁଷ୍ଟ କି ଅମାନିଅଁ ପୁଅ ନୁହଁ।ଭାରି ସୁଧାର ,କାହା ବାରି ଘରେ ପଶେ ନାହିଁ,ବାବୁ ଘର ଛଡା।

ହେଲେ କଳିଆକୁ ବାବୁ ଏତେ ଭଲ ପାଇବା ମା ଆଖିରେ ଯାଏ ନାହିଁ।କାଳିଆ ବଡ଼ ଭାଇ ଜଗୁନି କୁ ବାବୁ ଏମିତି ଭଲ ପାଉଥିଲା। ହେଲ କଣ ହେଲା ଶେଷରେ କାଳିଆ ପରି ଅବସ୍ଥା ହେଲ।। କାଳିଆ ବୁଝି ପାରୁ ନାହିଁ ବାବୁ ମାନଙ୍କ ସେ ଭଲ ପାଇବା ପଛରେ ଗୋଟିଏ ମସ୍ତ ବଡ଼ ସ୍ଵାର୍ଥ ଲୁଚିରହିଛି ବୋଲି। ପିଲା ଲୋକ ସେ କଣ

ଜାଣିଛି ଏ ଭଲ ପାଇବା ମୂଳରେ କଣ ଅଛି? ତେଣୁ ବାବୁ କଳିଆକୁ ଏତେ ଭଲ ପାଇବା ମା ଗ୍ରହଣ କରିପାରେ ନାହିଁ। ମିଛ ଭଲ ପାଇବା,ସ୍ୱାର୍ଥ ଅଛି ଏ ଭଲ ପାଇବାର।

ପୁଅକୁ ବି ଏକଥା କହି ପାରେ ନାହିଁ।ପୁଅଟା ତାର ଭାଙ୍ଗି ପଡିବ ବାବୁର ଭଲ ପାଇବା ପଛର କାହାଣୀ ଜାଣିଲେ।

ଆଜି କିନ୍ତି ଜଗୁନି ପରି କାଳିଆ ମାକୁ ଛାଡି ଯିବ। ଅନ୍ୟ କୁଆଡେ ଯିବ ବୋଲି କାଳିଆର ଗୋଡ଼ ତଳେ ଲାଗୁନି।ମା ଛାତି ଫାଟି ଯାଉଛି।ଏମିତି କେତେ ଜୁଆନ ପୁଅ ତାକୁ ଛାଡି ଯାଆନ୍ତି... ଯେ.. ଯାଆନ୍ତି....

କୋଇଲି ଲୋ କେଶବ ଯେ ମଧୁରାକୁ ଗଲା।କେଶବ ତ ନ ଅଇଲେ ନାଇଁ, ବଂଚିକୁଞ୍ଚି ରହିଲେ,ରାଜା ହେଲେ। ମାତ୍ର ତା ପୁଅ ମାନେ ଗଲେ ଯେ ଗଲେ....ଫେରିବାର ସମ୍ଭାବନା ହି ନାହିଁ।

ପୁଅଟାକୁ ଆଜି ରାତିକ ପାଇଁ ମନ ଭରି ଗେଲ କରୁଛି ମା। ଭଉଣୀଟା ସାଙ୍ଗରେ କେତେ ମାଡ ଗୋଳ ହୁଅ କଳିଆଟା। ବାବୁ କହିଲା ତୁ କାଲି ବଜାର ଯିବୁ,ଆଉ ଜଣେ ବାବୁ ତୋତେ ବାଇକିରେ ଆସି ନେଇ ଯିବେ।ସେତେ ବେଳଠାରୁ କାଳିଆ ଗୋଡ ତଳେ ଲାଗୁନି। ବାଇକିରେ ବସିକି ଯିବ ...ବାଃ କି ମଜା ସତରେ।ଭଉଣୀ ଟାକୁ ତା ଖାଇବା ବି ଆଜି ଅଧେ ଦେଇଛି।କେତେ ବୁଝାଉଛି" ମା କଥା ବୁଝିବୁ। ଏଣେତେଣେ ବୁଲିବୁ ନାହିଁ।ମୁଁ ସିନା ଥିଲି ତୁ ଯୁଆଡେ ଗଲେ ଖୋଜି ଆଣୁଥିଲି। ମାକୁ ହଇରାଣ କରିବୁ ନାହିଁ ମୋ ସୁନାଟା "ମୁଁ ଫେରି ଆସିଲେ ସାଙ୍ଗ ହେଇ ଖେଲିବା,ବୁଝିଲୁ"

ମା ସମ୍ଭାଳି ପାରିଲା ନାହିଁ କୋହକୁ। ପୁଅ ଝିଅଦିଟାଙ୍କୁ କୋଳରେ ପୁରାଇ ଭୋ ଭୋ କାନ୍ଦି ଉଠିଲା। ସେ କେମିତି କହିବ ପୁଅରେ, ମୋ ଧନ,ମୋ ସଙ୍ଖାଳି ତୁ ଆଉ କେବେ ଫେରିବୁ ନାହିଁରେ ମୋ ସୁନା।

କେମିତି କହିବ କାଲି ପହିଲି ରଜରେ ତୋ ମାଂସ ରକ୍ତରେ ମଣିଷ ଲାଲ କରିବ ତା ଓଠ ....

ସତ୍ୟବତୀ,ସ୍ୱାଇଁ,ମୀନୁ,ବାଲିକୁଦା,

ଜଗତସିଂହପୁର।


Rate this content
Log in

Similar oriya story from Inspirational