jyotsna mayee panda

Children

3  

jyotsna mayee panda

Children

କୁନି ରୋବଟ

କୁନି ରୋବଟ

3 mins
178


ସେ କରୋନାର କରାଳ କାୟା ଆଜି ସମଗ୍ର ବିଶ୍ୱରେ ପ୍ରସାରିତ କରି ସାରିଲାଣି l ସହର ବଜାରରେ ଆଉ ଘୋଘା ଶବ୍ଦ ନାହିଁ l ଯେତେ ଦୂର ଦେଖିଲେ ବି ଆଉ ସେ ଜନ ସମୁଦ୍ର ନାହିଁ l ସବୁ ଯେମିତି ସୁନ୍ଦର ଶୂନଶାନ ହୋଇ ଯାଇଛି l ମଣିଷ ଶବ୍ଦ ହୀନ ହୋଇଯାଇଛି l ପ୍ରତି ଘରେ ମରଣ ତାର ଜାଳ ବିଛେଇ ସାରିଛି l ଏ ସମୟ ସୁଅରେ ସମସ୍ତେ ଯେମିତି ବନ୍ଧା ପଡ଼ି ଗଲେଣି l ଆଉ କାହା ଆୟତ୍ତରେ ସମୟ ନାହିଁ l ସମୟ ଚାଲିଛି ତାରି ବାଟରେ l ଆଜି ଅନାଟନର ଅଦିନ ମେଘଟା କେବଳ ବର୍ଷୀ ବାରେ ଲାଗିଛି ନିରୀହ ମଣିଷଙ୍କ ଉପରେ l କିଏ କରୋନାର କସାଘାତ ରେ ଛଟ ପଟ ହେଉଛି ତ କେହି ଦରିଦ୍ରର ପଶାପାଲିରେ ପେଷି ହୋଇ ଜୀବନ ଜିଇଁ ବାକୁ ଜୁଝୁଛି l ତଥାପି ମଣିଷ ହାର ମାନିନି l

ବଂଚିବା ପାଇଁ ସଂଗ୍ରାମ ଜାରି ରଖିଛି l ଏମିତି ସୁଖର ଦିନ ସରିଯାଏ ସେମିତି ଏ ଦୁଃଖର ଦିନ ବି ସବୁଦିନ ପାଇଁ ରହିବ ନି l ହେଲେ ଦୁଃଖରେ ସମୟଟା ତାର ବେଗ କମେଇ ଦିଏ ଭଳିଆ ପ୍ରତୀତ ହୁଏ l ବୈଜ୍ଞାନିକ ସମୀର ମହାପାତ୍ର ଏ କରୋନା ଉପରେ ରିସର୍ଚ୍ଚ କରୁଛନ୍ତି ଅନେକ ଦିନ ହେବ l ଘର କଥାରେ ବେସି ମୁଣ୍ଡ ଖେଳାନ୍ତି ନି କାରଣ ସ୍ତ୍ରୀ ସବୁ ସୁରୁଖୁରୁରେ ଚଳେଇ ନିଅନ୍ତି l ଛୋଟ ଝିଅ ଏବେ ବହୁତ ବୋର ହେଉଛି ଘରେ ବସି ବସି l ବର୍ଷେ କାଳ ହେଲା ସ୍କୁଲ ଯାଇନି l ସାଙ୍ଗ ମାନଙ୍କ ନାଁ ବି ଆଉ ତାର ମନେ ନାହିଁ l ସାଇ ପଡିସାରେ ବାହାରିବା ମନା l ଛୋଟ ଛୁଆଟା ବାପା ପାଖରେ ଅଳି କରୁଛି l କାହିଁକି ଘରକୁ ଆଉ ଆସୁନ ବୋଲି ବାରମ୍ବାର ପ୍ରଶ୍ନ କରୁଛି l ଛୋଟ ମୁଣ୍ଡଟି ତାର ଏ କରୋନା ଭୁତାଣୁକୁ କେମିତି ଚିନ୍ହିବ l ବାପା ସୁନ୍ଦର କରି ଝିଅକୁ ବୁଝେଇ ଦେଇ କହୁଛନ୍ତି ଡର ନାଁ ଝିଅ ସବୁ ଠିକ ହୋଇଯିବ l ସେ କରୋନା ରାକ୍ଷ୍ୟସଟା ମାସ୍କ ଆଉ ସାନିଟାଇଜରକୁ ଖୁବ ଭୟ କରେ l

ଠିକ ସେମିତି ତୁ ନିଜେ ଘରେ ଏକା ରହିଲେ ସେ ଆସିବ ନି l କିନ୍ତୁ ସାଙ୍ଗ ମାନଙ୍କ ସାଙ୍ଗରେ ମିଶିଲେ ଆଉ ଯିବ ନି l ସେଥିପାଇଁ ତ ତୋ ପାଇଁ ଆଜି ଏ ରୋବଟ ତୋର ସାଙ୍ଗ l ତା ସାଙ୍ଗରେ ଖେଳିଲେ ଆଉ କରୋନା ଆସିବ ନି କି ତୁ ବୋର ହେବୁ ନୁ l ଆମେ ସବୁ ଲାଗିପଡ଼ି ତାକୁ ଆମ ଦେଶରୁ ବିଦା କରିଦେବା l ଦେଶ ପୁଣି ହସିବ l ତୁ ସମସ୍ତଙ୍କ ସାଙ୍ଗରେ ଆଗଭଳି ସାଙ୍ଗ ହୋଇ ଖେଳିବୁ l ସେଥିପାଇଁ ଏଇ କେତେ ଦିନ ସତର୍କ ହୋଇ ଘର ଭିତରେ ରହ ମାମା ସାଙ୍ଗରେ l ମୁଁ ତ ତାପାଇଁ ଯିବି ମୋ ଲାପକୁ l ନ ଗଲେ ସେ ଯିବନି ନାଁ ସେଥିପାଇଁ ତୁ ଜମା ବ୍ୟସ୍ତ ହୁଅ ନା l

କୁନି ଝିଅ ଅତି ସହଜରେ ବୁଝିଗଲା ବାପାଙ୍କ କଥା l ଆଉ ଅଝଟ ହେଲାନି ପାର୍କ କି ମଲ ଯିବାପାଇଁ l ପୁଣି ବାପାଙ୍କୁ କହିଲା ଏ କୋରାନ ରକ୍ଷ୍ୟସ ଦେଖିବାକୁ କେମିତି? ତୁମକୁ କିଛି କରିବ ନି ତ l ପୁଣି ବାପା ବୁଝେଇ ଦେଲେ ନା ନା ସେ ଆମକୁ କିଛି କରିପାରିବ ନି l ଆମେ ପରା କରୋନା ଯୋଦ୍ଧା l ସେଥିପାଇଁ ତ ଏ କରୋନା କିଟ ପିନ୍ଧୁଛୁ l ଏହା ପିନ୍ଧିଲେ ଆଉ ସେ ମତେ ଛୁଇଁ ପାରିବ ନି l ସେ ଭାରି ଚାଲାକ କାହାକୁ ଦେଖା ଦିଏ ନି ପରା l ଏମିତି ଅଦୃଶ୍ୟ ହୋଇ ବୁଲୁଛି ବୁଝିଲୁ l ଝିଅ ସତରେ ସବୁ କଥା ଶୁଣି କାହାଣୀ ଶୁଣିଲା ପରି ଶୋଇ ପଡିଲା l ଆର ଦିନ ବାପା ଲେପ ରୁ ଆସିଲା ପରେ ଖୁସି ହୋଇ କହିଲା ଜାଣିଛ ବାପା ସପ୍ନ ରେ କରୋନା ରକ୍ଷ୍ୟସ ଆସିଥିଲା ମୁଁ ଓ ମୋ କୁନି ରୋବଟ ତାକୁ ଭଗେଇ ଦେଲୁ ଆମ ଘରୁ l ବାପା ହସି ହସି କହିଲେ ଭେରୀ ଗୂଡ଼ l

ଝିଅ ଖୁସିରେ ନାଚି ଉଠିଲା ତା କୁନି ରୋବଟ ସାଥିରେ l



Rate this content
Log in

Similar oriya story from Children