Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

TapaswiniDash Sarangi

Tragedy

4.4  

TapaswiniDash Sarangi

Tragedy

କର୍ତ୍ତବ୍ୟର ଅନ୍ୟ ନାମ ତ୍ୟାଗ

କର୍ତ୍ତବ୍ୟର ଅନ୍ୟ ନାମ ତ୍ୟାଗ

4 mins
133


ସେଦିନ ଚାଷ କାମ ସରୁ ସରୁ ଆସି ସୂର୍ଯ୍ୟ ବୁଡିବା ସମୟ ହେଇଗଲାଣି।ଧାନ ରୁଆ ନ ହେଲେ ଏ ସନ ଅମଳ ବି ହୋଇ ପାରିବନି।ଯାହା ହେଲେବି ଏଇ ମାଣକ ଜମି ଖଣ୍ଡକ ତା'ର ଭାତ ହାଣ୍ଡି।ଏଥିରୁ ଯାହା ଦି ପଇସା ସେ ପାଏ ,ଦୁଃଖ ସୁଖରେ ରାମ ଭୋଇର ଜୀବନ କଟିଯାଏ। ଏମିତି ଭାବି ଭାବି ସେ ଘରକୁ ଫେରୁଥାଏ।ଘରେ ତା' ସ୍ତ୍ରୀ ବାଟ ଜଗି ବସିଥିବ।ହଠାତ୍ ଖଳା ବାଡିର କଡ଼ରୁ କିଛି ଶଦ୍ଦ ଶୁଭିଲା।ଟିକେ କାନେଇକି ଶୁଣିଲା ରାମ।ଆରେ ଗୋଟେ ଛୋଟ ପିଲାର କାନ୍ଦିବା ଶଦ୍ଦ ଶୁଭୁଛି।ଯାଏ ଦେଖେ କଣ ହେଇଛି।ଭାବିକି ରାମ ଖଳା ବାଡି କଡ଼କୁ ଯାଇ ଦେଖେ ତ ଏକ ସଦ୍ୟଯାତ କୁନି ଝିଅଟେ।ଲାହି ବି ଖସିନି।

ହେ ପ୍ରଭୂ ଏ ଦୁନିଆ କେମିତି?ଆଉ ତୁମ ଲୀଳା ବି ଅଜବ?କିଏ ଛୁଆ ନାହିଁ ବୋଲି ବାଞ୍ଛର ଆଖ୍ୟା ପାଉଛି ତ ଆଉ କିଏ ନିଜ ପାପ ଲୁଚେଇବାକୁ ଏମିତି ରାସ୍ତା କଡ଼ରେ ନୀରିହ ଜୀବନକୁ ଫୋପାଡି ଯାଉଛି।ଏମିତି କହି ସେ କୁନି ଝିଅକୁ ଉଠାଇ ଆଣି କୋଳରେ ଧରିଲା।ଆଉ ତା'କୁ ସିଧା ନେଇ ଘରେ ପହଞ୍ଚିଲା ।

ରାଧା ରାଧା ଆଲୋ କୁଆଡେ ଗଲୁ ବା।ଜଲଦି ଆସେ ଦେଖେ ତୋ ପାଇଁ କଣ ଆଣିଛି ବୋଲି ଡାକ ଛାଡିଲା।

କାଇଁ ଏଡେ ଜୋରେ ଚିଲଉଛ ବା ମୁଁ କଣ କାଲୁଣୀ?ମୋତେ କଣ ଶୁଭୁନି କି?।ଏମିତି କହିକି ଧାଇଁ ଆସି ଦେଖେ ତ ଆରେ ୟାକୁ କୋଉଠୁ ପାଇଲ?ଇଏ କାହା ପିଲା? ଦେଲ ଦେଲ ମୁଁ ଟିକେ ଧରି ଦିଏ।ଅତି ଖୁସିରେ କହିଲା ରାଧା।

ଆରେ ତତେ ଆଉ ବାଞ୍ଝ ଆଣ୍ଠୁକୁଡି ଅଲକ୍ଷଣୀ ବୋଲି କେହି ଡାକିବେନି।ଏଇ ଦେଖୁନୁ ଦଇବ ଆମ କୋଳରେ ଏଇ କୁନି ଛୁଆକୁ ଆଣି ଦେଇଛି।ମୁଁ କହୁଥିଲି ନା ଦିନେ ନା ଦିନେ ଆମ ଡାକ ସେ ଶୁଣିବ।ପନ୍ଦର ବରଷ ପରେ ହେଉ କାହିଁକିନା ସେ ଆମ ଡାକ ଶୁଣିଲା।ଆଜି ଠାରୁ ଇଏ ଆମର ସବୁ କିଛି।

ଖୁସିରେ ଝିଅ ନା ରଖିଲେ ନମିତା ଆଉ ଗେଲରେ ଡାକିଲେ ନିତା।

ନିତା ଦିନକୁ ଦିନ ବଡ଼ ହେଲା।ଦେଖିବାକୁ ବହୁତ ସୁନ୍ଦରୀ।ନିତାକୁ ପାଠ ପଢାଇଲା ରାମ।ନିତାର ପାଠ ପଢା ଖର୍ଚ୍ଚ ତୁଲାଇ ନ ହେବାରୁ ରାଧା ଇଆ ତା' ଘରେ ପାଇଟି କରି କିଛି ରୋଜଗାର କଲା।ନିତାର ସବୁ ଅଳି ରଖୁ ଥାଆନ୍ତି ଦୁହେଁ ମିଶି।ନିତାକୁ କେବେ ପାଳିତ ସନ୍ତାନ ବୋଲି କହି ନାହାନ୍ତି ତା'ଆଗରେ।ନିତା କଲେଜ୍ ଯିବାର ବୟସ ହେଲା।ସେ ଚାହିଁଲା ସହର ଯାଇକି ପାଠ ପଢିବ।ଗାଁରେ ସେ ସୁବିଧା ନାହିଁ ।ବାପା ମା' ବି ତା ଅଳି ଆଗେ ହାରିଗଲେ।

ନିତା ବାହାରିଲା ସହର ।ଝିଅକୁ ଏତେ ଦୂର ଛାଡିବାକୁ ରାମ ଆଉ ରାଧା ଦୁହେଁ ଅମଙ୍ଗ ହେଉଥାଆନ୍ତି।ହେଲେ କଣ କରିବେ ହଁ ମାରିକି ପଠାଇଲେ ସହର।ରାମ ବି ଗଲା ସାଙ୍ଗରେ।ମୁଢି,ଉଖୁଡା,ଚୁଡା ଆଉ ଛତୁଆ ବାନ୍ଧି ଦେଲା ରାଧା।

ଏଇ ନିତା ଶୁଣୁ ବାହର ଖାଇବା ଖାଇବୁନି ଦେହ ଖରାପ ହେବ।ଏଗୁଡାକ ସାଥିରେ ନେଇ ଯା କି ମନ ହେଲେ ଖାଇବୁ।ଲୁହ କୁ ପୋଛି ପୋଛି କହିଲା ରାଧା।

ବୋଉ ତୁ କାନ୍ଦନା ଛୁଟି ହେଲେ ମୁଁ ଆସିବି।କହିକି ଗେଲ କରିକି ବସ୍ ରେ ବସିଗଲା।

ଝିଅର ପାଠ ପଢା ଖର୍ଚ୍ଚ ଦିନକୁ ଦିନ ବଢିଲା।ରାଧା ବାହାରକୁ ଯାଇ ବେଶୀ କାମ ଖୋଜି କାମ କଲା।ରାମ ବି ଚାଷ ସହିତ କୁଲି କାମ କଲା।ବୟସ ବି କିଛି କମ ନୁହଁ ପଚାଶ ପାର୍ ହେଲାଣି।କଣ କରିବେ ଦୁହେଁ,ଯାହା ପାଇଁ ଏ ସମାଜରେ ବଞ୍ଚିବାର ନୂଆ ରାହା ପାଇଛନ୍ତି।ତା'ପାଇଁ ତ କରିବାକୁ ପଡିବ।

ବେଶୀ ପରିଶ୍ରମ କରି କରି ରାଧା ରୋଗରେ ପଡିଗଲା।ଡାକ୍ତର କହିଲେ ଟି.ବି ହେଇଛି।କିନ୍ତୁ ଟଙ୍କା ଅଭାବରୁ ଚିକିତ୍ସା ହୋଇ ପାରିଲାନି।କାହିଁକିନା ଯାହା ରୋଜଗାର କଲେ ଝିଅ ପାଇଁ ପଠେଇ ଦେଉଥିଲେ।ଝିଅ ଇଞ୍ଜିନିୟରିଂ ପଢୁଛି।ବହୁତ ପଇସା ଖର୍ଚ୍ଚ ହେଉଛି।ଏମିତି ହେଳା କରୁ କରୁ ରାଧା ଆଖି ବୁଜିଲା।

ନିତା କ୍ୟାମ୍ପସ୍ ସିଲେକ୍ସନ୍ ରେ ଏକ ବଡ଼ ଘରୋଇ କମ୍ପାନୀରେ ଚାକିରୀ ପାଇଲା।

ହ୍ୟାଲୋ ହ୍ୟାଲୋ ବାପା ମୁଁ ଚାକିରୀ ପାଇ ଯାଇଛି।ଆର ମାସରେ ଯୋଗ ଦେବି ।ଅତି ଖୁସି ହୋଇ ନିତା ଫୋନ୍ କଲା।

ହେଉ ମା ନିତା ଶୁଣୁ ତୁ ଗାଁକୁ ଆସେ କିଛି ଦିନ ରହିକି ଯିବୁ ମୁଁ ତ ବୁଢା ଟା ଏକା ରହୁଛି।

ହଁ ବାପା ମୁଁ ଆସୁଛି ଏଇ ରବିବାର ।କହିକି ଫୋନ୍ କାଟିଦେଲା।

ରବିବାର ଦିନ ଝିଅ ଆସିବ ବୋଲି ବିଚରା ରାମ ତଟକା ନଦୀ ମାଛ ଆଣି ରୋଷେଇ କଲା।ନିତାକୁ ବହୁତ ପସନ୍ଦ ମାଛ ଭଜା ପଖାଳ।ଆଉ ଧାଇଁଲା ବସ୍ ପାଖକୁ।ନିତା ଆସିଲା ଗାଁକୁ କେତେ ଦିନ ପରେ ।

ନିତାର ରଙ୍ଗ ଢଙ୍ଗ ପୁରା ବଦଳି ଯାଇଛି।ସେ ସହରୀ ସଭ୍ୟତାର ରଙ୍ଗରେ ରଙ୍ଗେଇ ହୋଇ ଯାଇଛି।।ତାକୁ ଆଉ ସେ ଗାଁର ମାଟି ଭଲ ଲାଗୁନି।ଗାଁର ମଳି ମୁଣ୍ଡିଆ ଲୋକ ପସନ୍ଦ ଆସୁ ନାହାନ୍ତି।ନାକ ଟେକି ଟେକି ଘରେ ପହଞ୍ଚିଲା।ରାମ ସବୁ ଜାଣୁ ଥାଏ ହେଲେ କଣ ବା କରିବ।

ଖୁସିରେ ବାଢି ଦେଲା ପଖାଳ କଂସା ମାଛ ଭଜା,ବାଇଗଣ ପୋଡା ପାଗ ଆଉ ବଡି ଚୁରା।

ଆଲୋ ମା ଆସେ ବସ ଦେଖେ ତୋ ପାଇଁ କେତେ କଣ ନିଜ ହାତରେ କରିଛି ତୋ ପସନ୍ଦର।

ବାପା ଏ ଅସନା ଖାଇବା ମାନ ଛିଃ !ମତେ ଭଲ ଲଗୁନି ଏଗୁଡାକ ଦେଖିକି।ଏଗୁଡାକ ମୁଁ ଖାଇବିନି।କହିକି ସେଠାରୂ ଚାଲିଗଲା ନିତା।


ବିଚରା ରାମ କଣ କରିବ।ନିଜ ଲୁହକୁ ଗାମୁଛାରେ ପୋଛି ତୁନି ହୋଇ ରହିଲା।

ନିତାର ଚାକିରୀରେ ଯୋଗ ଦେବାର ସମୟ ଆସିଲ।ରାମ ବାହାରିଲା ତା'କୁ ନେଇ ସହରକୁ।କିନ୍ତୁ ବସ୍ ରେ ନୁହେଁ ଅଟୋ କରିକି।ଯାହା ହେଲେ ବି ଏଡେ ବଡ଼ ଚାକିରୀ।ଦୁହେଁ ବାହାରିଲେ ଅଟୋରେ।ଆଉ ଅଟୋ ପହଞ୍ଚିଗଲା ଗନ୍ତବ୍ୟ ସ୍ଥଳରେ।

ନିତା କହିଲା ବାପା ,ତୁମେ ଅଟୋକୁ ଏହି ଯାଗାରେ ରଖ।ଗାଡିରୁ ବାହାରକୁ ବାହାରିବନି।ଯଦି କିଏ ପଚାରେ କୌଣସି ଉତ୍ତର ଦେବନି।ଆଜି ଅଫିସ୍ ରେ ପ୍ରଥମ ଦିନ।ମୋ ସହ ବହୁ ବଡ଼ ବଡିଆ ଲୋକଙ୍କ ପିଲା ଏ ଯାଗାରେ ନିଯୁକ୍ତି ପାଇଛନ୍ତି।ସେ ପିଲାମାନେ ଦାମୀ କାର୍ ରେ ନିଜ ବାପା ମା ଙ୍କ ସହିତ ଆସିଥିବେ ନିହାତି।ପରିଚୟ ସମାରୋହ ଧୂମ୍ ଧାମ୍ ରେ ହେବ ବୋଲି ଲେଖାଥିଲା।ସବୁ ସରିଲେ ମୁଁ ଫୋନ୍ କରିଦେବି।ଭୋକ ଲାଗିଲେ କଣ ଟିକେ ଖାଇ ଦେଇ ଅଟୋରେ ବସିଥିବ।

ପକେଟ୍ ରୁ ମଳିଛିଆ ରୁମାଲ୍ କାଢି ମୁହଁ ପୋଛି ଝିଅ ଆଡ଼କୁ ଚାହିଁଲେ ବୃଦ୍ଧ ରାମ।ତୁ ଜମା ବ୍ୟସ୍ତ ହେବୁନିରେ ମାଆ ।ତୋ ବୁଢା ବାପା ଏଇ ଯାଗାରେ ବସିଥିବ।ମୋର ଏତେ ବର୍ଷର ତପସ୍ୟା ଆଜି ସଫଳ ହୋଇଛି।ତୋ ମାଆ ବଞ୍ଚିଥିଲେ ଆଜି କେତେ ଖୁସି ହୋଇଥାଆନ୍ତା।ସେତେବେଳକୁ ନିତା ରାମ ଆଖିର ସାମ୍ନାରୁ ଅଦୃଶ୍ୟ ହୋଇ ଯାଇଥିଲା।

ବିଚରା ରାମ ଗୋଟେ ରାସ୍ତା କଡ଼ରୁ ଗୋଟେଇ ଆଣିଥିବା ଝିଅ ପାଇଁ ନିଜର ସର୍ବସ୍ଵ ତ୍ୟାଗ କରି ତା'କୁ ମଣିଷ କଲା ଆଉ ଏ ଦୁନିଆରେ ପରିଚୟ ଦେଲା ନିଜ ଝିଅ ଭାବେ।ଆଜି ସେ ଏକା ରାଧା ତୁମେ ମୋତେ ତୁମ ପାଖକୁ ନେଇ ଯାଅ।ମୋର ବାପା ହେବାର କର୍ତ୍ତବ୍ୟ ଆଜି ସରିଛି।ଆଗକୁ ସେ ନିଜ ରାସ୍ତା ଦେଖିବା ପାଇଁ ସକ୍ଷମ କହି ନିଜ ପାଖେ ଥିବା ରାଧାର କଳା ଧଳା ଫଟୋକୁ କୁଣ୍ଢେଇ ସେଇଠି ଟଳି ପଡିଲା।

ବି:ଦ୍ର ଗାଳ୍ପିକ ଅରବିନ୍ଦ ରଥଙ୍କ ଗଳ୍ପାଂଶଟି ମନ କୁ ଛୁଇଁ ଥିଲା।ଆଉ ମୋର ଏହି ଛୋଟିଆ ପ୍ରଚେଷ୍ଟା ପାଠକଙ୍କ ମନ ଛୁଇଁ ବ ବୋଲି ଆଶା କରୁଛି।


Rate this content
Log in

More oriya story from TapaswiniDash Sarangi

Similar oriya story from Tragedy