କରୋନା କୁ ଡରନା
କରୋନା କୁ ଡରନା


ହଇଟି ବବୁଲ୍ ବାପା ଶିଣିଲଣି ଆରସାଇ ରତନା ତା ମାଇପ ଆଉ ଛୁଆପିଲାଙ୍କୁ ଧରି ମହାରାଷ୍ଟ୍ରରୁ କାଲି ଗାଁ କପ ଆସିଛି। ଆଉ ଏବେ ସେ କରୁଣାରୋଗ ପାଇଁ ସରକାର କୁଆଡେ ସବୁଆଡେ ତାଲା ବନ୍ଦ କରିଦେଇଛନ୍ତି। ଘରୁ ନବାହାରିବାକୁ କହିଛନ୍ତି। ଆଉ ଲାଲା କହୁଥିଲା ମୋବାଇଲ୍ ରେ କହୁଥିଲା ମହାରାଷ୍ଟ୍ରରେ ସବୁଠୁ ଅଧିକ ଏହି ରୋଗରେ ଆକ୍ରାନ୍ତ। ଏଇ ରୋଗରେ ସବୁଆଡେ ଲୋକମାନେ କାଳେ ପୋକ ମାଛି ଭଳି ମରିଯାଉଛନ୍ତି। କିଛି ଓୌଷଧ ବି ନାହିଁ। ଆଉ ସେମାନେ ଯେଉଁ ଗାଁ କପ ଆସିଛନ୍ତି ଯଦି ତାଙ୍କ ପାଖରୁ ଗାଁରେ ସବୁ ଲୋକଙ୍କୁ ହେବ ତ କିଏ ସମ୍ଭାଳିବ?
କଥା ଏମିତି ଗାଁ ସାରାରେ ବ୍ଯାପିଗଲା। ସ୍ତ୍ରୀ, ପୁରୁଷ ସବୁ ଟୁପୁରୁ ଟାପୁରୁ, ଫୁସୁରୁ ଫାସୁରୁ ହେବାକୁ ଆରମ୍ଭ କରିଦେଲେ। କଥା ଯାଇ ପଡିଲା ଗାଁ ମୁଖିଆଙ୍କ କାନରେ। ଗାଁରେ ସଭା ବସିଲା ଆଉ ସେଠି ନିଷ୍ପତି ହେଲା ଯେ ରତନା ଓ ତାର ପରିବାରକୁ ଏହି ଗାଁ ରେ ରହିବାକୁ ଦିଆ ଯିବନି। ଆଉ ଯଦି ସିଏ ଏହି ନିଷ୍ପତି ନମାନେ ତେବେ ତାକୁ ନିଆଁ ପାଣି ବନ୍ଦ କରାଯିବ।
ଗାଁ ଲୋକ ମେଳି ହୋଇ ସବୁ ରତନା ଘରକୁ ଗଲେ। ଗାଁ ମୁଖିଆ ଡାକିଲେ ରତନା ରତନା, ଆରେ ଏ ରତନା। ଆରେ ଶୁଭୁଛି ନା ନାହିଁ? ରତନା- କାଶି କାଶି, ଯାଉଛି ସାଆନ୍ତେ। ଗାଁ ମୁଖିଆ ଆରେ ତୋ ଦେହ ଭଲ ନାହିଁ ବୋଧେ? ରତନା- ନାଁ ସାଆନ୍ତେ ଏଇ ଟିକିଏ ଥଣ୍ଡା ଧରିଛି। ଡାକ୍ତରଖାନା ଯାଇଥିଲି। ଡାକ୍ତର ପରୀକ୍ଷା କରି କହିଲେ ଚିନ୍ତା କରିବାର କିଛି ନାହିଁ ସାଧାରଣ ଥଣ୍ଡା ଟିକିଏ ହେଇଛି। ଚାରି ପାଞ୍ଚ ଦିନରେ ଠିକ୍ ହେଇଯିବ। କିନ୍ତୁ ମତେ ଘରୁ ଚଉଦ ଦିନ ନବାହାରିବାକୁ କହିଛନ୍ତି। ତେଣୁ ମୁଁ ଘରୁ ପଦାକୁ ବାହାରୁନି। ଗାଁ ମୁଖିଆ - ନାଁ ନାଁ ଏବେ ସବୁଆଡେ କରୋନା ରୋଗକୁ ନେଇ ହା ହା କାର। ଏମିତି ଗୋଟିଏ ଘଡି ସନ୍ଧି ସମୟରେ ତତେ ଆମେ ଆମ ଗାଁରେ ଆଉ ରଖି ପାରିବୁନି। ତୁ ଏହି ମୂହୁର୍ତ୍ତରେ ନିଜ ପରିବାରକୁ ନେଇ ଗାଁ ଛାଡି ପଳା। ନହେଲେ ତତେ ନିଆଁ ପାଣି ବନ୍ଦ କରାଯିବ। ଏହା ଶୁଣିବା ପରେ ରତନାର ପାଦ ତଳୁ ମାଟି ଖସିଗଲା। ସିଏ କାନ୍ଦି କାନ୍ଦି ଗାଁ ମୁଖିଆଙ୍କ ଗୋଡ ଧରିବାକୁ ଯିବା ବେଳେ,ମୁଖିଆ ଦୂରକୁ ଘୁଞ୍ଚିଯାଇ ତୁ ଛୁଁ ନାଁ ଆମକୁ। ଯଥା ଶିଘ୍ର ଗାଁ ଛାଡି ଚାଲିଯା'। ଏହା କହି ସମସ୍ତେ ସେଠୁ ଚାଲିଗଲେ।
ନିଜ ଭାଗ୍ଯକୁ ଆଦରି ରତନା ନିଜର ପରିବାରକୁ ନେଇ ଗାଁ ଛାଡି ଚାଲିଗଲା। ହେଲେ ରହିବ କେଉଁଠି ଖାଇବ କଣ? ଦୁଇ ତିନିଦିନ ଏଣେ ତେଣେ ବୁଲିବା ପରେ ଭୋକ ଉପାସରେ ରାସ୍ତା କଡରେ ନିରାଶ ହୋଇ ପରିବାର ସହ ବସିଥିଲା। ଏହି ସମୟରେ ତା ଜୀବନରେ ଦେବ ଦୂତ ହୋଇ ଆସିଲେ ସୁରେଶ ବାବୁ। ସୁରେଶ ବାବୁ ହେଉଛନ୍ତି ଜଣେ ସମାଜସେବୀ। ରତନା ପାଖରୁ ତାର ସବୁ ଦୁଃଖ ଶୁଣି ତାର ଓ ତା' ପରିବାରର ରହିବା ଓ ଖାଇବାର ଅସ୍ଥାଇ ବ୍ଯବସ୍ଥା କରିଦେଲେ। ଡାକ୍ତରଙ୍କ ଦ୍ୱାରା ତାର କରୋନା ପରୀକ୍ଷା କରିବା ପରେ ତାକୁ କରୋନା ରୋଗ ହୋଇ ନଥିବା ନିଶ୍ଚିତ କରି ଥଣ୍ଡା ପାଇଁ ଓୌଷଧ ଦେଲେ।
ପରଦିନ ସୁରେଶ ବାବୁ ରତନା ଓ ତାର ପରିବାର ଲୋକଙ୍କୁ ନେଇ ରତନାର ଗାଁ ରେ ପହଞ୍ଚିଲେ। ସାଙ୍ଗରେ ଥିଲେ ଡାକ୍ତର ବାବୁ ଆଉ ପୋଲିସ୍। ଗାଁ ରେ ପହଞ୍ଚିବା ପରମ ପ୍ରଥମେ ଗାଁ ଲୋକ ଓ ଗାଁ ମୁଖିଆ ରତନା ଓ ତା ପରିବାରକୁ ଗାଁ ରେ ପୁରେଇ ନଦେବାକୁ ଅଡି ବସିଲେ। ତେଣୁ ସୁରେଶ ବାବୁ କହିଲେ ଦେଖନ୍ତୁ ସବୁ ଥଣ୍ଡା କରୋନା ନୁହେଁ। କରୋନା ଲୋକ ଠାରୁ ଦୂରେଇ ରହିଲେ କରୋନା ହୁଏନି। ତା ଛଡା କରୋନା ରୋଗୀ ର ରହିବା ଓ ଖାଇବା ପାଇଁ ସରକାର ପଞ୍ଚାୟତ ଅଫିସ୍ ରେ ସମସ୍ତ ବ୍ଯବସ୍ଥା କରିଛନ୍ତି। ଯଦି କେହି କରୋନା ଲକ୍ଷଣ ଥିବା ଅନୁଭବ କରନ୍ତି ତେବେ ସିଏ ନିଜେ ବି ତାଙ୍କର କୌଣସି ବନ୍ଧୁ ପରିଜନ ସରକାରଙ୍କ ୧୦୪ ନମ୍ବରରେ ସମ୍ପର୍କ କଲେ ସମ୍ପୃକ୍ତ ଅଧିକାରୀ ଆବଶ୍ଯକ ପଦକ୍ଷେପ ଗ୍ରହଣ କରିବେ। ତେଣୁ କରୋନା କପ ଡରିବାର କୌଣସି ଆବଶ୍ଯକତା ନାହିଁ। ଗାଁ ମୁଖିଆ ପଚାରିଲେ କିନ୍ତୁ ଆଜି ଯାଏଁ କରୋନାର କୌଣସି ଓୌଷଧ ବାହାରିନି, ତେବେ ଏ ରୋଗ ହେଲେ ରୋଗି ଭଲ ହେବ କେମିତି? ଡାକ୍ତର ବାବୁ କହିଲେ ଆପଣ ଠିକ୍ କଥା କହିଛନ୍ତି କିନ୍ତୁ ଆମକ ଏହା ଜାଣିବା ଦରକାର ଯେ କରୋନାରେ ଆକ୍ରାନ୍ତ ସମସ୍ତ ଲୋକ ମୃତ୍ଯୁବରଣ କରନ୍ତି ନାହିଁ। କରୋନାରେ ଆକ୍ରାନ୍ତ ହୋଇଥିବା ୮୦ ପ୍ରତିଶତ ଲୋକ ଆପେ ଆପେ ଭଲ ହୋଇ ଯାଆନ୍ତି। ଯାହା ଜଣା ବି ପଡେନି। ବାକି ୨୦ ପ୍ରତିଶତ ଲୋକଙ୍କ ଠାରେ କରୋନା ଲକ୍ଷଣ ଦେଖାଗଲେ ତାଙ୍କୁ ଘରେ ଏକୁଟିଆ ରହିବାକୁ କୁହାଯାଏ, ବା ଡାକ୍ତରଖାନାରେ ରଖି ସାଧାରଣ ଚିକିତ୍ସା କଲେ ସେମାନେ ସୁସ୍ଥ ହୋଇ ଯାଆନ୍ତି। ବାକି ୫ ପ୍ରତିଶତ ବ୍ଯକ୍ତି ଡାକ୍ତରଖାନାରେ ସ୍ୱତନ୍ତ୍ର ଚିକିତ୍ସା ଆବଶ୍ଯକ କରନ୍ତି। ତେବେ ଏଥି ମଧ୍ଯରୁ ବହୁତ କମ୍ ଲୋକ ମୃତ୍ଯୁ ମୁଖରେ ପଡନ୍ତି। ସାଧାରଣତଃ ଯେଉଁମାନେ ଅନ୍ଯାନ୍ଯ ଏକାଧିକ ରୋଗରେ ପିଡିତ ଥାଆନ୍ତି ବା ଯେଉଁ ମାନଙ୍କର ବୟସ ୬୦ ରୁ ଅଧିକ ସେମାନଙ୍କ କ୍ଷେତ୍ରରେ ମୃତ୍ଯୁ ହେବାର ସମ୍ଭାବନା ଥାଏ।
ଗାଁ ମୁଖିଆ ତେବେ ଏ ରୋଗରୁ କଣ ରକ୍ଷା ପାଇବାର କିଛି ଉପାୟ ନାହିଁ? ଡାକ୍ତର କହିଲେ ହଁ ଉପାୟ ଅଛି, ଆଉ ଉପାୟଟି ହେଉଛି ସାମାଜିକ ଦୂରତା। ପରସ୍ପର ଠାରୁ ଦୂରେଇ ରହିବା। ଜନ ଗହଳି ପୂର୍ଣ୍ଣ ଜାଗାକୁ ଅତ୍ଯାବଶ୍ଯକ ନହେଲେ ଯିବ ନାହିଁ। ହାତକୁ ବାରମ୍ବାର ସାବୁନ୍ ରେ ଧୋଇବ। ପରିଷ୍କାର ରହିବ। ଆଉ ଯଦି କାହା ପଖରେ କାଶ, ଛିଙ୍କ ଇତ୍ଯାଦି ଲକ୍ଷଣ ଦେଖାଯାଏ ତେବେ ସେ ନିକଟସ୍ଥ ଡାକ୍ତର କିମ୍ବା ୧୦୪ ନମ୍ବର ସହ ଯୋଗାଯୋଗ କରିବା ଆବଶ୍ଯକ। ଆଉ ମୁହଁରେ ମାସ୍ ପିନ୍ଧିବା ସହ ଅନ୍ଯ ମାନଙ୍କ ଠାରୁ ଦୂରେଇ ରହିବା ଆବଶ୍ଯକ। ଆଉ ରତନାର ପରୀକ୍ଷା ପରେ ତାକୁ କରୋନା ହୋଇ ନଥିବା ସ୍ପଷ୍ଟ ହୋଇସାରିଛି। ଏବେ ଆପଣମାନେ ତାକୁ ଓ ତା ପରିବାରକୁ ଗାଁରେ ରହିବାକୁ ଅନୁମତି ଦେବା ଉଚ୍ଚିତ୍। ପୋଲିସ୍ ବାବୁ କହିଲେ ଆଉ ସବୁ ଲୋକଙ୍କର ନିଜ ଘରେ ରହିବାର ଅଧିକାର ଅଛି। ଯଦି ଏଥିରୁ ତାକୁ କେହି ବଞ୍ଚିତ କରେ ତେବେ ଆଇନ୍ ତା ବିରୋଧରେ ଉଚ୍ଚିତ୍ ପଦକ୍ଷେପ ଗ୍ରହଣ କରିବ।
ଏହି ସମୟରେ ନାରଣ ଦୌଡି ଦୌଡି ଆସି ଗାଁ ମୁଖିଆଙ୍କୁ କହିଲା ସାଆନ୍ତେ ଆପଣଙ୍କ ପୁଅ ଦେହ ବହୁତ ଖରାପ। ସେ ଠିକ୍ ରେ ନିଃଶ୍ୱାସ ନେଇ ପାରୁନି। ଆପଣ ଶୀଘ୍ର ଆସନ୍ତୁ। ଏହା ଶୁଣିବା ପରେ ଗାଁ ମୁଖିଆ , ଡାକ୍କର ବାବୁ, ପୋଲିସ୍ ବାବୁ, ସୁରେଶ ବାବୁ ଆଉ ଗାଁ ର ସବୁ ଲୋକ ମୁଖିଆଙ୍କ ଘରକୁ ଦୌଡିବାକୁ ଲାଗିଲେ। ମୁଖିଆଙ୍କ ଘରେ ପହଞ୍ଚି ମୁଖିଆଙ୍କ ପୁଅର ଅବସ୍ଥା ଦେଖି ତାକୁ କରୋନା ହୋଇଥିବା ଡାକ୍ତରବାବୁ ସନ୍ଦେହ କଲେ। ତେଣୁ ସେଠି ବେଶି ଭିଡ ନକରି ନିଜ ନିଜ ଘରକୁ ଯିବା ପାଇଁ କହିଲେ। ତାପରେ ମୁଖିଆଙ୍କ ପୁଅର ଗତ ସମୟର ଭ୍ରମଣ ବିବରଣୀ ବିଷୟରେ ପଚାରିବାରୁ ଜାଣିବାକୁ ପାଇଲେ ଯେ ତାଙ୍କ ପୁଅ ଇଟାଲୀରେ ରହୁଥିଲା। ସେଠି କରୋନା ରୋଗ ବ୍ଯାପିବା କାରଣରୁ ସେ ଏଇ ପାଞ୍ଚଦିନ ତଳେ ଘରକୁ ପଳେଇ ଆସିଥିଲା। ଯାହା ବିଷୟରେ ଗାଁ ମୁଖିଆ କାହାକୁ କିଛି ନକହି କଥାକୁ ଲୁଚାଇ ରଖିଥିଲେ। ଡାକ୍ତର ବାବୁ ସବୁ ଜାଣିବା ପରମ ୧୦୮ ଆମ୍ବୁଲାନ୍ସ ଡାକି ମୁଖିଆଙ୍କ ପୁଅକୁ ମେଡିକାଲ ନେଇ ତାର ଚିକିତ୍ସା କରିବାର ବ୍ଯବସ୍ଥା କଲେ। ସରକାରଙ୍କ ନିକଟରେ ଏହି କଥା ଲୁଚେଇ ରଖିଥିବାରୁ ପୋଲିସ୍ ମୁଖିଆଙ୍କୁ ଗିରଫ କଲା। ଆଉ ତାଙ୍କ ପୁଅ ଦେହ ଭଲ ହେଲେ ତାକୁ ମଧ୍ଯ ଗିରଫ କରାଯିବ ବୋଲି କହିଲେ। ଆଉ ନୀୟମ ଅନୁସାରେ ଦୁଇବର୍ଷ କାରାଦଣ୍ଡ ହୋଇପାରେ ବୋଲି ମଧ୍ଯ ଜଣାଇ ଦେଲେ। ମୁଖିଆଙ୍କ ପରିବାର ସଦସ୍ଯ ଓ ତାଙ୍କ ପୁଅ ସଂସ୍ପର୍ଶରେ ଅାସିଥିବା ଲୋକମାନଙ୍କୁ ହୋମ୍ କ୍ୱରେଣ୍ଟାଇନ୍ରେ ରହିବାକୁ କହିବା ସହ, ଯେଉଁ ମାନଙ୍କ ଉପରେ ସନ୍ଦେହ ହେଲା ସେମାନଙ୍କୁ ଡାକ୍ତରଖାନାରେ ଆଇସୋଲେସନରେ ରହିବାକୁ ପରାମର୍ଶ ଦେବା ପରେ ସମସ୍ତଙ୍କ ନମୁନା ପରୀକ୍ଷା ପାଇଁ ପରୀକ୍ଷା ଗାରକୁ ପଠାଇ ଦେଲେ। ଏହା ସହ କରୋନାକୁ ଭୟ ନକରି ସ୍ୱଛ ଓସଚେତନ ରହିଲେ ଆମେ ସୁରକ୍ଷିତ ରହି ପାରିବା ବୋଲି ଗାଁ ଲୋକଙ୍କୁ ଉଭୟ ଡାକ୍ତର ବାବୁ ଓ ସୁରେଶ ବାବୁ ବୁଝାଇ ଦେଲେ।
କିଛିଦିନ ପରେ ମୁଖିଆଙ୍କ ପୁଅର ଦେହ ଭଲ ହୋଇଗଲା। ଆଉ ନ୍ଯାୟାଳୟରେ ଉଭୟ ବାପ ପୁଅ ନିଜର ଅଜ୍ଞତା ବଶତଃ ଏପରି ଭୁଲ୍ କରିଦେଇଥିବା କହି କ୍ଷମା ପ୍ରାର୍ଥନା କରିବା ପରେ ନ୍ଯାୟାଳୟ ଉଭୟଙ୍କୁ କୋଡିଏ ହଜାର ଟଙ୍କା ଲେଖାଏଁ ଜୋରିମାନା କରିବା ସହ ଏକ ଅଣ୍ଡରଟେକିଂ ଲେଖି ରଖି ଛାଡି ଦେବାକୁ ନିର୍ଦ୍ଦେଶ ଦେଲେ। ଗାଁ କପ ଫେରି ମୁଖିଆ ଗାଁର ପ୍ରତ୍ଯେକ ଲୋକ ଓ ରତନା ଏବଂ ତାର ପରିବାର ଲୋକଙ୍କୁ କ୍ଷମା ମାଗିବା ସହ ଗାଁ ର ପ୍ରତ୍ଯେକ ଲୋକକୁ ଏପରି ବିପତ୍ତି ସମୟରେ ସାହାଯ୍ଯ କରିବାକୁ ଘୋଷଣା କଲେ।