Papu parida

Inspirational

3.5  

Papu parida

Inspirational

କର୍ମ ଆଙ୍କେ ଭାଗ୍ୟରେଖା

କର୍ମ ଆଙ୍କେ ଭାଗ୍ୟରେଖା

3 mins
230



     ଥରେ ଏକ ଗ୍ରାମରେ ଏକ ସନ୍ଥ ଆସି ଗ୍ରାମ ସୀମାନ୍ତରେ ଏକ ଛୋଟିଆ କୁଡ଼ିଆ କରି ରହିବାକୁ ଲାଗିଲେ । ଶାନ୍ତ, ଶିଷ୍ଟ, ବେଦ, ପୁରାଣ ଓ ଆୟୁର୍ବେଦରେ ପାରଙ୍ଗମ । ତାଙ୍କର ଭଦ୍ର, ନମ୍ର ଓ ସାହାଯ୍ୟକାରୀ ବ୍ୟବହାର ଯୋଗୁଁ ଖୁବ ଅଳ୍ପ ସମୟ ମଧ୍ୟରେ ସେ ଗ୍ରାମବାସୀଙ୍କ ଆଦରର ପାତ୍ର ହୋଇପାରିଥିଲେ । ସକାଳ ହେଲେ ନିଜ ଗଣ୍ଠିଲ ନେଇ ବାହାରି ପଡନ୍ତି । ଗାଆଁ ଗାଆଁ ବୁଲି ସ୍ୱାସ୍ଥ୍ୟ ସେବା କରନ୍ତି । ଫେରୁ ଫେରୁ କେବେ ଦି ଦିନ ତ କେବେ ତିନି 

ଦିନ । ଯେଉଁଠି ପାଆନ୍ତି ସେଇଠି ଶୋଇ ଯାଅନ୍ତି । ଫେରିଲେ ଗାଆଁ ସାରା ବୁଲି ଲୋକଙ୍କୁ ସ୍ୱାସ୍ଥ୍ୟସେବା ଓ ହିତୋପଦେଶ ଦିଅନ୍ତି । 

  

    ଆମେ ଜାଣନ୍ତି ପ୍ରେମ ଓ ଈର୍ଷା ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ୱ । ଦୁହେଁ ଯେ କେତେବେଳେ କାହା ମନରେ କାହା ଯୋଗୁଁ କିପରି ଜାତ ହେବ ତାହା ନିୟନ୍ତ୍ରଣ ବାହାରେ । ଗ୍ରାମର କିଛି ଯୁବକ ଯେଉଁମାନେ ଆଗରୁ ଲୋକଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ତାଙ୍କୁ ପାଲିଙ୍କିରେ ପାଖ ଗାଆଁକୁ ନେଇ କିଛି ଅର୍ଥ ଉପାର୍ଜନ କରନ୍ତି, ସେମାନଙ୍କ ମନକୁ ଈର୍ଷା କବଳିତ କରିଦେଲା । ଯେଉଁ ବିଷୟରେ ସନ୍ଥ ଅବଗତ ନଥିଲେ । 

  

   ସବୁ ଥର ପରି ସନ୍ଥ ଏଥର ମଧ୍ୟ ଅନ୍ୟ ଗାଆଁକୁ ଯାଇ ଦୁଇ ବୋଳି ରହିଗଲେ । ଏହାର ସୁଯୋଗ ନେଇ ଉକ୍ତ ଯୁବ ଗୋଷ୍ଠୀ ତାଙ୍କ ଛୋଟିଆ କୁଡ଼ିଆକୁ ଭାଙ୍ଗି ତାଙ୍କର ଔଷଧ ପତ୍ର ନଷ୍ଟ କରିଦେଲେ । ସନ୍ଥ ଯାତ୍ରାରୁ ଫେରି ଏ ଦୃଶ୍ୟ ଦେଖିଲେ ତାଙ୍କ ମନରେ କ୍ରୋଧର ଛିଟା ବି ଦେଖା ଯାଉନଥିଲା । ସେ ନିଜେ ପୁଣିଥରେ କୁଡ଼ିଆ ନିର୍ମାଣ କଲେ ଓ ଔଷଧ ପତ୍ର ଜମା କରି ନିଜ ସେବକାର୍ଯ୍ୟ ଜାରି ରଖିଲେ । କିନ୍ତୁ ଉତ୍ୟକ୍ତ ଯୁବଗୋଷ୍ଠୀ ବାରମ୍ବାର ନିଜ ଭୁଲକୁ ଦୋହରାଉ ଥିଲେ ୱେବ ସନ୍ଥ କ୍ରୋଧାନ୍ଵିତ ହୋଇ କୌଣସି ପଦକ୍ଷେପ ନେବା ପ୍ରତିବଦଳରେ ପ୍ରତିଥର ସେମାନଙ୍କୁ କ୍ଷମା କରି ସେବା କାର୍ଯ୍ୟରେ ଲିପ୍ତ ରହୁଥିଲେ । 

 

   ଈର୍ଷାନ୍ୱିତ ଯୁବଗୋଷ୍ଠୀଙ୍କ ବାରମ୍ବାର ବିଫଳତା ସେମାନଙ୍କୁ ଅତ୍ୟଧିକ କ୍ରୋଧିତ କଲା ଓ ସେମାନେ ସନ୍ଥଙ୍କ କୁଡ଼ିଆ ଭିତରେ ଜୀବନ୍ତ ଜଳାଇ ଦେବାର ଉପାୟ ପାଞ୍ଚିଲେ । 

  

   ଏକ ନିକାଞ୍ଚନ ଅମାବାସ୍ୟା ରାତିର3 କିଛି ଚିର ଏକ ସିନ୍ଦୁକ ଚୋରାଇ କୁଡ଼ିଆରୁ କିଛି ଦୂରରେ ଭାଗ ବାଣ୍ଟିବା ପାଇଁ ବସିଥିଲେ । ଯୁବକଗୋଷ୍ଠୀର ଆଗମନରେ ଭୟଭୀତ ହୋଇ ସେମାନେ ସିନ୍ଦୁକ ଛାଡି ଧାଇଁଲେ । ଈର୍ଷାନ୍ୱିତ ଯୁବଗୋଷ୍ଠୀ ଚାରି ଆଡୁ କୁଡ଼ିଆକୁ ଘେରିଗଲେ । ଯୁବଗୋଷ୍ଠୀ ମଧ୍ୟରୁ ଯେଉଁ ଯୁବକଟି ଚୋରମାନର ବସିଥିବା ଦିଗରେ ଗଲା ତାକୁ ହଠାତ ଏକ ବିଷଧର ସାପ କାମୁଡ଼ିଦେଲା ଓ ସେ ଚିତ୍କାର କରି ଉଠିଲା । ତା ଚିତ୍କାରରେ ସନ୍ଥଙ୍କର ନିଦ୍ରା ଭାଙ୍ଗିଗଲା ଓ ସେ ପଛପଟ କବାଟ ଖୋଲି ତାରି ଆଡକୁ ଧାଇଁଲେ । ସ୍ଥିତି ଅନୁଧ୍ୟାନ କରି ଜଡ଼ିବୁଟି ଆଣିବା ପାଇଁ ଯିବା ପୂର୍ବରୁ ଅନ୍ୟମାନେ କାଳେ ଗ୍ରାମବାସୀ ଆସିଯିବେ ସେଥିପାଇଁ ଶୀଘ୍ର ଶୀଘ୍ର ପୁରା କୁଡ଼ିଆରେ ନିଆଁ ଲଗାଇ ସାରିଥିଲେ । ସମସ୍ତ ଜଡ଼ିବୁଟି ନିଆଁରେ ହୁତୁହୁତୁ ହୋଇ ଜଳିଗଲା । ସନ୍ଥକୁ କିଛି ବୁଦ୍ଧି ବାଟ ଦିଶୁ ନଥିଲା । ସେ ପାଖ ବୁଦାରୁ କିଛି ଜଡିବୁଟି ଆଣିବା ପାଇଁ ଧାଇଁଲେ । କିନ୍ତୁ ସେତିକି ବେଳକୁ ସେ ନିଜର ପ୍ରାଣ ହାରି ସାରିଥିଲା । କଥାରେ ନାହିଁ ଯେମିତି କରିବ ସେମିତି ଭୋଗିବ । ସନ୍ଥ ଆସି ଦେଖିଲା ବେଳକୁ ଅନୁତପ୍ତ ଯୁବଗୋଷ୍ଠୀ ନିଜ ସାଙ୍ଗ ଚାରିପଟେ ବସି କାନ୍ଦୁଛନ୍ତି । ସନ୍ଥ ହତାଶ ହୋଇ ବସିଗଲେ ସିନ୍ଦୁକ ଉପରେ । 

  

    ଇତି ମଧ୍ୟରେ ରାତି ପାହି ଆସିଥିଲା, କ୍ରମେ ଗ୍ରାମବାସୀ ମଧ୍ୟ ଏକତ୍ରିତ ହୋଇ ସାରିଥିଲେ । ସାଧୁଙ୍କ ନଜର ଏବେ ସେ ବସିଥିବା ସିନ୍ଦୁକ ଉପରେ ପଡିଲା । ସିନ୍ଦୁକ ଖୋଲି ଦେଖିଲା ବେଳକୁ ମୋଟି, ମାଣିକ, ସ୍ୱର୍ଣ୍ଣ ଅଳଙ୍କାରରେ ପରିପୂର୍ଣ୍ଣ । ଯେହେତୁ ଏ ସମସ୍ତ ଘଟଣାବଳିର ପରୋକ୍ଷ କାରଣ ସନ୍ଥ ନିଜେ ଥିଲେ ସେଥିପାଇଁ ସେ ଉକ୍ତ ସମ୍ପତ୍ତିକୁ ମୃତକର ପରିବାର ଓ ଅନ୍ୟ ଯୁବକମାନଙ୍କ ମଧ୍ୟରେ ବାଣ୍ଟି ଦେବାକୁ ଇଚ୍ଛା ପ୍ରକାଶ କଲେ । କିନ୍ତୁ ଅନୁତପ୍ତ ଯୁବଗୋଷ୍ଠୀ ନିଜ ଭୁଲ ବୁଝି ପାରିଥିଲେ ଓ ନିଜ ପାପର ପ୍ରାୟଶ୍ଚିତ କରିବା ପାଇଁ ଉକ୍ତ ସମ୍ପତ୍ତି ନ ନେଇ । ସେମାନେ ସେହି ସମ୍ପତ୍ତିରେ ସନ୍ଥଙ୍କ ପାଇଁ ଏକ ଆଶ୍ରମ ନିର୍ମାଣ କଲେ ଓ ସେହିଦିନ ଠାରୁ ତାଙ୍କ ଅନୁଗାମୀ ହୋଇ ତାଙ୍କଠୁ ଶିକ୍ଷା ଲାଭ କଲେ ଓ ଜଣ ସେବା କାର୍ଯ୍ୟକ୍ରମରେ ଜଡିତ ହେଲେ । କିଛି ଦିନ ଆନନ୍ଦରେ କଟିବା ପରେ ହଠାତ ଦିନେ ସନ୍ଥ ଦୁନିଆ ଛାଡି ଚାଲିଗଲେ । ବୋଧହୁଏ ସେ ଯେଉଁ କାମ ପାଇଁ ଆସିଥିଲେ ତାହା ସମ୍ପୂର୍ଣ୍ଣ ହୋଇ ଯାଇଥିଲା । 


ଶେଷ ଯାଏଁ ପଢିଥିବାରୁ ଅଶେଷ ଅଶେଷ ଧନ୍ୟବାଦ । ଯଦି କାହାଣୀରୁ କିଛି ବି ଶିକ୍ଷଣ ଉପଯୋଗୀ କଥା ଆପଣ ଜାଣିବାକୁ ପାଇଥିବେ ତେବେ ତଳେ ନିଶ୍ଚିତ ଲେଖନ୍ତୁ । 


Rate this content
Log in

Similar oriya story from Inspirational