କଳ୍ପନା ଅବା ସତ୍ୟ
କଳ୍ପନା ଅବା ସତ୍ୟ
ଆମ ମହାବିଦ୍ୟାଳୟର ଅଧ୍ୟପକ ଶ୍ରୀଯୁକ୍ତ କମଳାକାନ୍ତ ଚୌଧୁରୀ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଭିନ୍ନ ମଣିଷ ଭାବରେ ପରିଗଣିତ ହେଉଥିଲେ | ଫିଜିକ୍ସ ପଢ଼ାଉଥିବା ଅତ୍ୟନ୍ତ ଜ୍ଞାନୀ ମଣିଷକୁ କିଛି ଲୋକ ପାଗଳ ବୋଲି ଆଖ୍ୟା ଦେଇଥିଲେ | ମୁଁ ସୁଧାରକ ମିଶ୍ର ଓରଫ " ଦିପୁ " | ସାର୍ ଙ୍କୁ ଦେଖିଲେ ମଥା ଆପେଆପେ ନଇଁଯାଏ | ମୁଁ ବୁଝି ପାରେନି କଣ ପାଇଁ ଏପରି ଗୋଟେ ଆଖ୍ୟା ଦିଆ ଯାଇଛି | ସାର୍ ଙ୍କ ପ୍ରିୟ ଛାତ୍ର ଭିତରେ ମୁଁ ଜଣେ ବୋଲି ନିଜକୁ ଭାବୁଥିଲି | ମୋର ଫିଜିକ୍ସ ଅନର୍ସ ଥିବାରୁ ସାର୍ ଙ୍କ ସହିତ ଏବେ ବେଶୀ ଯୋଡି ହୋଇଗଲିଣି | କିଏ ଯଦି ମୋ ଆଗରେ ପାଗଳ ବୋଲି ସାର୍ ଙ୍କୁ କହିଦିଏ ମୋ ରାଗ ମୁଣ୍ଡ ଉପରକୁ ଉଠିଯାଏ | କିନ୍ତୁ ସତ କହିବାକୁ ଗଲେ ସାର୍ ଏକା ଥିବା ବେଳେ ନିଜ ସହ କଥା ହେବାର ଅନେକ ଥର ମୋ ଆଖିରେ ପଡିଛି | ଏହାର ମାନେ କଣ ପାଗଳାମି ¿ ମୁଁ ମାନେନି | ଧୀରେ ଧୀରେ ମୋ ଆଗ୍ରହ ବଢିଲା ଜାଣିବାକୁ ଯେ ସାର୍ ନିଜ ସହ କଣ କଥା ହେଉଛନ୍ତି | ଅନେକ ଥର ଲୁଚି ଲୁଚି ଚେଷ୍ଟା କରିଛି ସାର୍ ଙ୍କୁ ଦେଖିବା ପାଇଁ | ହେଲେ ବିଫଳ ହୋଇଛି | ଯେଉଁଠି ଲୁଚି ରହିଲେ ବି କିପରି କେଜାଣି ସାର୍ ମତେ ଦେଖିଦେଉଥିଲେ | ଓ ପାଖକୁ ଡାକି ପଚାରୁଥିଲେ" ଏଠି କଣ କରୁଛ ଦିପୁ ? | ସେଦିନ ତ ସାର୍ ରାଗିକି ଯେପରି ପଚାରିଛନ୍ତି " କଣ ତୁମର କାମ ଏଠି ? "| ମୁଁ ଡରିଯାଇ କହିଥିଲି "ବାପା, କହିଛନ୍ତି ଅପଣଂକ ପାଖକୁ ଟିଉସନ୍ ଆସିବାକୁ, ଆସିବି ସାର୍ ? "| କିଛି ସମୟ ବ୍ୟବଧାନ ପରେ ସାର୍ ସହମତି ପ୍ରକାଶ କଲେ |
ଅବଶ୍ୟ ତ ପରେ ମତେ ଟିକେ କଷ୍ଟ କରିବାକୁ ପଡିଥିଲା, ବାପାଙ୍କୁ ମନାଇବାରେ | କାରଣ ଠିକ୍ ପନ୍ଦର ଦିନ ତଳେ ବାପା ଘର ପାଖରେ ଆଉ ଜଣେ ଫିଜିକ୍ସ ସାର୍ ଙ୍କୁ କହି ସାରିଥିଲେ | ସେ ପୁଣି ବାପାଙ୍କ ସାଙ୍ଗ ଥିଲେ | ବହୁ କଷ୍ଟ ପରେ ମୁଁ ପହଂଚିଲି କମଳାକାନ୍ତ ସାର୍ ଙ୍କ ପାଖରେ |
ପଠପଢ଼ା ବାହାନାରେ ସାର୍ ଙ୍କ ଘରକୁ ଯିବା ଆସିବା ଲାଗି ରହିଲା | ତାଭିତରେ ମୋର ସାର୍ ଙ୍କ ଉପରେ ଜ୍ୟାସୁସି ଆରମ୍ଭ ହୋଇସାରିଥିଲା | ଗୋଟେ ବଡ ଘର ଭିତରେ ସାର୍ ଏକା ରହିଥିଲେ | କିନ୍ତୁ ଘର କୁ ଦେଖିଲେ ଲାଗିବ ଯେପରି କିଏ ମହିଳା ଅଛନ୍ତି | କାରଣ ଏତେ ସଠିକ ଵା ଉତ୍ତମ ଭାବରେ ଜଣେ ମହିଳାହିଁ ଘରକୁ ସଜାଇ ପାରିବେ | ଧୀରେ ଧୀରେ ମୁଁ ସାର୍ ଙ୍କର ଅତ୍ୟନ୍ତ ପ୍ରିୟପାତ୍ର ହୋଇଗଲି | ସାର୍ ଙ୍କୁ ବହୁତ ଥର ନିଜ ସହ ଗପିବାର ଦେଖୁଛି |କେତେଥର ପଚାରିବି ପଚାରିବି ହୋଇ ରହି ଯାଇଛି | ସେଦିନ ଜୋରେ ବର୍ଷା ହେଉଥାଏ | ଘରୁ ସିନା ବାହାରି ଆସିଲି ହେଲେ ସାର୍ ଙ୍କ ଘରୁ ଆଉ ଯାଇ ପାରିଲି ନାହିଁ | ସାର୍ ବାପାଙ୍କୁ ଫୋନ କରି କହିଦେଲେ ଆଜି ରାତି ଦିପୁ ଏଠାରେ ରହିଯିବ | ବାପା କିଛିବି ଅସୁବିଧା ନାହିଁ କହି ରହିଗଲେ |ସେଦିନ ପ୍ରବଳ ବର୍ଷା ଲାଗିରହିଥାଏ | ସାର୍ ଙ୍କ ସହ ମିଶି ରୋଟି ଓ ଡାଲମା ତିଆରି କରି, ଖାଇବାକୁ ବସିଲୁ | ସାର୍ ଡାଲମା ବାଢ଼ିଦେଇ ଖାଇବା ଆରମ୍ଭ କଲେ | ମତେ ରୋଟି ଦେବାକୁ ଭୁଲି ଯାଇଥାନ୍ତି | ମୁଁ ସାର୍ ଙ୍କ ବାମପଟରେ ବସିଥାଏ | ରୋଟି ଡାହାଣ ପଟରେ ଥାଏ, ମୁଁ ରୋଟି କଥା କହିବା ଆଗରୁ, ସାର୍ ଦୁଇ ଥର ପାଟିକୁ ନେଇ ଖାଇବା ଆରମ୍ଭ କରି ସାରିଥିଲେ | ସାର୍ ହଟାତ ହୁମ୍ମ କହି ନିଜ ସାମ୍ନାକୁ ଚାହିଁଲେ, ଓ କହିଲେ "ଦେଇନି, ରୁହ ଦେଉଛି " | ଏତିକି କହି ଦୁଇଟି ରୋଟି ମୋ ଆଡକୁ ବଢ଼ାଇ ଦେଲେ ଓ କହିଲେ "ଦିପୁ , ଖାଲି ଡାଲମା ଖାଇବ ନା କଣ ?" | ମୁଁ ହାତ ବଢ଼ାଇ ରୋଟି ଆଣିଲି ସତ ହେଲେ ଦେଖୁଥିଲି ସାର୍ ନ ଦେଖି ଜାଣିଲେ କିପରି | ମତେ ଟିକେ ଅଡୁଆ ଲାଗିଲା | ଖାଇସାରିବା ପରେ ସାର୍ ଚୌକି ଉପରେ ବସି କଣ ଗୁଣୁଗୁଣୁ ହଉଥିଲେ | ମୁଁ ସାହସ କରି ପାଖକୁ ଗଲି, ଅନ୍ୟ ଏକ ଚୌକିକୁ ଆଣି ସାର୍ ଙ୍କ ସାମ୍ନାରେ ପକାଇ ବସିଗଲି | କିଛି ବୁଝିବା କହିବା ଆଗରୁ ମୁଁ ପ୍ରଶ୍ନ କଲି " ସାର୍, ଆପଣ କାହା ସହ କଥା ହୁଅନ୍ତି ସବୁବେଳେ, ମୋ ର ଜାଣିବାକୁ ପ୍ରବଳ ଆଗ୍ରହ | ଦୟାକରି କହିବେ? "| ସାର୍ ଟିକେ ଦୀର୍ଘ ନିଃଶ୍ବସ ନେଲେ ଓ କହିବା ଆରମ୍ଭ କଲେ " ଦିପୁ , ଜୀବନଟା ବଡ ବିଚିତ୍ର | ଏ ଜୀବନକୁ ବଂଚିବାକୁ ହେଲେ ସ୍ନହ ପ୍ରେମ ନିତ୍ୟାନ୍ତ ଆବଶ୍ୟକ | ଭଗବାନଙ୍କ ଦୟାରୁ ଏ ସବୁ ମୋ ପାଖରେ ଅଛି | ସ୍କୁଲ ରେ ପଢିବା ସମୟରେ ମୋ ସହପାଠୀ " ଅନୁ "କୁ ମୁଁ ଭଲପାଇ ବସିଲି | ଲାଗୁଥିଲା ଅନୁ ଓ ମୁଁ ଯେପରି ଆମେ ପରସ୍ପର ପାଇଁ ଵନିଛୁ | ସ୍କୁଲ ପରେ କଲେଜ ତାପରେ ଚାକିରୀ ସବୁ ମତେ ମିଳିଗଲା | ଏବେ କେବଳ ଅନୁ କୁ ପାଇବାର ଅପେକ୍ଷା | ଘରେ ଅନୁ ବିଷୟରେ ସମସ୍ତେ ଜାଣିଥିଲେ, ଅନୁ ସୁନ୍ଦର ଥିଲା, ଉଞ୍ଚ ଶିକ୍ଷିତା ମଧ୍ୟ୍ୟ | ଘରଲୋକ ସମସ୍ତେ ବହୁତ ଖୁସି ଥିଲେ | ବାପା ସେଦିନ ଅନୁ ଙ୍କ ଘରକୁ ଯାଇ ବାହାଘର ପକା କରିଦେଇ ଆସିଲେ | ବିବାହ ତାରିଖ ଠିକ୍ ହୋଇଗଲା | ବାପା ଚିଠି ଲେଖି ମତେ ଘରକୁ ଡକାଇଲେ | ମୁଁ ଚିଠିପାଇ ଏତେ ଖୁସି ଥିଲି ଯେ ସେଇଦିନ ଘରକୁ ବାହାରିଗଲି |
ଆଜି ଭଳି ସେଦିନ ବି ଏପରି ବର୍ଷା ଲାଗିରହିଥିଲା | ଟ୍ରେନ ରୁ ଓଲ୍ହାଇ ଆଗକୁ ବଢ଼ିଲି | ରାତି ଏଗାରଟା ବାଜି ସାରିଥିଲା | ଏତେ ରାତି ଓ ତାଉପରେ ଏ ବର୍ଷା କୁଲି ମିଳିଵା କଷ୍ଟ | ନିଜ ବ୍ୟାଗ ସବୁକୁ ଧରି ଆଗକୁ ବଢ଼ିଲି | କିଛି ବାଟ ଆସିବା ପରେ ମତେ ପ୍ଲାଟଫର୍ମ ସେପାଖରେ କିଏ ଯେପରି ହାତ ହଲେଇ ଡାକିଲା ଭଳି ଲାଗିଲା | ବର୍ଷା ପାଇଁ କିଛି ସ୍ପଷ୍ଟ ଦେଖା ଯାଉନଥିଲା | ମୁଁ ନିରିକ୍ଷୀ ଚାହିଁଲି ଅନୁ ! କଣ କରୁଛି, ମୁଁ ତ କାହାକୁ ଜଣେଇନି ଆଜି ଆସୁଛି ବୋଲି | ଜଲ୍ଦି ଜଲ୍ଦି ପାଦ ପକାଇ ପହଂଚି ଗଲି ସେପାଖରେ | ସେ ଦୌଡ଼ି ଆସି କୁଣ୍ଡେଇ ପକାଇଲା ମତେ | ବର୍ଷାରେ ପୁରା ଭିଜିଯାଇଛି ସେ, ଦେହଟା ପୁରା ଥଣ୍ଡା ଲାଗୁଛି | କିଛି କ୍ଷଣ ପାଇଁ ମୁଁ ନିଜକୁ ଭୁଲିଗଲି, ଜଡେଇ ଧରିଲି ମୋ ଛାତିରେ | କିଛି ସମୟ ପରେ ପଚାରିଲି "ତୁମେ ଏପରି ଭାବରେ ଏଠି ! ସବୁ ଠିକ୍ ଅଛିତ"? |
ସେ ମୁହଁ ଉଠାଇ ମତେ ଚାହିଁଲା, ଓଠରେ ସ୍ମିତ ହସ ଥିଲା | " ବାପା ଆଜି କିଛି ଜରୁରୀ କାମରେ 'ବିଜୟୱାଡା ' ଗଲେ | ମୁଁ ବାପାଙ୍କ ଛାଡିବାକୁ ଆସିଥିଲି | ବାପା ଯିବା ପରେ ବର୍ଷା ଆରମ୍ଭ ହୋଇଯାଇଛି | ତୁମେ ତ ଆମ ଗାଁ ଜାଣିଛ, ରାସ୍ତା କେତେ ଖରାପ ମୁଁ ବହୁତ ଗାଡିକୁ କହିଲି ସେମାନେ ଅରାଜି ହେଲେ ଯିବାକୁ | ରାତି ହୋଇଯିବାରୁ ମୁଁ ଡ଼ରିକି ଏଇଠି ଆସି ବସିଥିଲି | ତୁମକୁ ଦେଖିବା ପରେ ମୁଁ କେତେ ଖୁସି ତୁମେ ବୁଝି ପାରିବନି | ମୋର ଅନୁ ଉପରେ ଯେତିକି ଜୋର ରାଗ ଆସୁଥିଲା ସେତିକି ତାକୁ ଦେଖି ମୋ ମନ ପୁରିଗଲା ପରି ଲାଗିଲା | ଆଜି ଯଦି ମୁଁ ନ ଆସିଥାନ୍ତି ଅନୁ କଣ ରାତିସାରା ଏଠାରେ କଟାଇଥାନ୍ତା ? | ଭାବିଲା ବେଳକୁ ଡର ଲାଗୁଛି | ଅତି କଷ୍ଟରେ ଗାଡ଼ିଟେ ଠିକ୍ କରି ଘର ମୁହାଁ ହେଲୁ | ଆମ ବାହାଘର କୁ ନେଇ ମୋ ଠାରୁ ବେଶୀ ଉତ୍ସାହ ମୁଁ ଅନୁ ଭିତରେ ଦେଖୁଥିଲି | ଇଚ୍ଛା ହେଉଥିଲା ଏ ରାସ୍ତା ଅସରନ୍ତି ହୋଇ ଯାଆନ୍ତା, ଅନୁ ଏମିତି କହି ଚଳନ୍ତା ଆଉ ମୁଁ ଶୁଣିଚାଲନ୍ତି | ଠିକ୍ କଲି ଅନୁ କୁ ନେଇ ତାଙ୍କ ଘରେ ଛାଡ଼ିବି ତା ପରେ ଆମ ଘରକୁ ଯିବି |
ଅନୁକୁ ତାଙ୍କ ଘର ସାମ୍ନାରେ ଓଲ୍ହାଇ ଦେଲି, ସେ ଘରକୁ ଡାକୁଥିଲା ମୁଁ କିନ୍ତୁ ରାଜି ହେଲିନି | ଏତେ ରାତିରେ ଏପରି ଭାବରେ ଯିବାଟା କଣ ଉଚିତ ହେବ | ମୁଁ ଅପେକ୍ଷା କଲି ସେ ଘର ପର୍ଯନ୍ତ ଯିବାକୁ | ତାପରେ ମୁଁ ଆମ ଘରେ ପହଂଚିଲି | ଏତେ ରାତିରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ | ମୁଁ ଆଉ ଅନୁ କଥା କାହାକୁ କହିଲିନି | ଯାହାବି ହେଲେ ଆଉ କେତେଦିନ ପରେ ଘରର ବୋହୂ ହେବ, ଏତେ ରାତିରେ ଏପରି ଷ୍ଟେସନରେ ଥିବା ଜାଣି କାଳେ କାହା ମନରେ କଣ ଧାରଣା ସୃଷ୍ଟି ହେବ କିଏ ଜାଣେ |
ମନ ଭିତରେ ଅନୁର ଚେହେରାଟା ନାଚି ଯାଉଥାଏ | ଯାହା ଥିଲା ଟିକେ ଖାଇଦେଇ ଖଟ ଉପରକୁ ଯାଉଛି ବାପା ଙ୍କ ଡାକ ଶୁଭିଲା | ମତେ ପାଖରେ ବାପା ବସାଇଲେ, ମୋ ପିଠିରେ ହାତ ରଖି କହିଲେ " ଜୀବନ ଟା ବଡ ବିଚିତ୍ର ପୁଅ, ଯଦି ମଣିଷ ଯାହା ଖୋଜେ ସବୁ ମିଳି ଯାଉଥାନ୍ତା ତାହାଲେ ଦୁଃଖ କଣ କେହି ଜାଣିପାରି ନଥାନ୍ତେ " | ବାପା କଣ କହୁଛନ୍ତି ମୁଁ କିଛିବି ବୁଝିପାରୁ ନଥାଏ | ବାପା କିଛି ସମୟ ନିରବ ରହି କହିଲେ " ତିନି ଦିନ ତଳେ ଅନୁ ଓ ତା ବାପା ବିଜୟୱାଡା ଗାଡ଼ିରେ ଯାଉଥିଲେ | ହଟାତ ଆଗରୁ ଗୋଟେ ଗଡି ଆସି ଧକା ଦେଲା | ଘଟଣା ସ୍ଥଳରେ ନିତୁ ଓ ତା ବାପା ଚାଲିଗଲେ " | ବାପା ଙ୍କ କଥା ଗୁଡା ମୁଁ ଶୁଣୁଥାଏ, କିଛି ସମୟ ତଳେ ଅନୁ ସହ ବିତାଇ ଥିବା ମୁହୂର୍ତ ମୋ ଆଖି ସାମ୍ନାରେ ଭାସି ଯାଉଥାଏ | ମୁଁ ଦୌଡ଼ି ଆସି କବାଟ ବନ୍ଦ କରିଦେଲି | ବସିଗଲି ଚୌକି ଉପରେ, ପଛରୁ କାହାର ହାତ ମୋ କାନ୍ଦରେ ଥିଲା | ମୁଁ ବୁଲି ଚାହିଁଲି 'ଅନୁ' ! | ଖୁସିରେ କୁଣ୍ଡେଇ ଧରିଲି | ସେବେଠାରୁ ମୋ ଅନୁ ମୋ ପାଖରେ | ଦୁନିଆ ଆଖିରେ ସେ ମୃତ କିନ୍ତୁ ଏବେବି ସେ ମୋ ପାଖରେ ଅଛି |
ଘରଲୋକ ଭାବିଲେ , ଅନୁ ଚାଲିଗଲା ପରେ ମୁଁ ପାଗଳ ହେଇଯାଇଛି | ହେଲେ ତୁମେ କୁହ ଦିପୁ ମୁଁ କଣ ପାଗଳ | ପ୍ରେମ କଣ ଖାଲି ଗୋଟେ ଶରୀରକୁ କରାଯାଏ, ଆତ୍ମା କୁ କରାଯାଇ ପାରେନି | ମୁଁ ଯେ ପର୍ଯନ୍ତ ବଞ୍ଚିଥିବି ଅନୁ ମୋ ଭିତରେ ଜୀବିତ ରହିବ |ଜୀବନ ଥିବା ପର୍ଯନ୍ତ ସାଥି ହୋଇ ଚଳୁଥିବୁ | ମୁଁ କଣ ଖାଇବି, ପିନ୍ଧିବି ସବୁ ତାରି ପସନ୍ଦ ରେ କରେ | ଆଉ କଥା ହୁଏ ମୁଁ ତା ସହିତ ମନ ଖୋଲି | ତୁମେ ରୋଟି ନେଇ ନଥିଲ ବୋଲି ସେ ତ କହିଲା | ରୁହ ଦେଖାଉଛି ମୋ ଅନୁ ର ଫୋଟୋ " କହି ହସି ହସି ପୁରୁଣା ଡ଼ାଇରୀ ଭିତରୁ ସାର୍ ଫୋଟୋ ଟି ଆଣି ଦେଖାଇଲେ | ସତରେ ଅନୁ ବହୁତ ସୁନ୍ଦର ଥିଲା, ଦିପୁ ଫୋଟୋ ଦେଖି ମନେ ମନେ ଭାବୁଥିଲା | ବହୁତ ରାତି ହୋଇଗଲାଣି କହି ସାର୍ ଶୋଇବାକୁ ଚାଲିଗଲେ | ମୁଁ ଭାବୁଥିଲା ଏ ସବୁ ସତ ? ନା ସାର୍ ଙ୍କ କଳ୍ପନା | ମତେ ଟିକେ ଟିକେ ଡର ଲାଗୁଥିଲା, ମୁହଁକୁ ଘୋଡେଇ ଦେଇ ଶୋଇପଡ଼ିଲି |
ସକାଳ ହୋଇ ସରିଥାଏ | ନିତ୍ୟକର୍ମ ସାରି ଆମେ ବାହାରିଲୁ କଲେଜ କୁ | ସାର୍ ଗଡି ଷ୍ଟାଟ କରିସାରିଥିଲେ ମନେ ପଡିଲା ଚଷମା ନେଇ ନାହାନ୍ତି | ମୁଁ ଆଣୁଚି କହି ଦୌଡ଼ି ଆସିଲି ଘରକୁ | ଡ୍ରେସିଂ ଟେବୁଲ ଉପରେ ଚାବି ଟି ଥୁଆ ହୋଇଥିବାର ଦେଖି ମୁଁ ହାତ ବଢ଼ାଇଲି | ଦର୍ପଣରେ ଯାହା ଦେଖିଲି ମୋ ଦେହଟା ଶୀତେଇ ଗଲା | ମୋ ପଛରେ ଅନୁ ଠିଆ ହୋଇଥିଲା, କାଲି ରାତିରେ ଦେଖିଥିବା ଫୋଟୋ ସହ ଅବିକଳ ମିଶୁଥିବା ମୁହଁଟି | ଛାତିଟା ଜୋରେ ଧଡ଼ ଧଡ଼ ହେଉଥିଲା ପଛକୁ ବୁଲିଚାହିଁଲି, କିନ୍ତୁ କେହି ନଥିଲେ | ଧାଇଁଯାଇ ଗାଡ଼ିରେ ବସିଗଲି ଓ ଭାବୁଥିଲି ଯାହାକୁ ସାର୍ ଙ୍କ କଳ୍ପନା ବୋଲି ଭାବୁଥିଲି ତାହା କଣ ବାସ୍ତବ? |

