କଳଙ୍କିଲଗା ବସର ସତେଜ କାହାଣୀ
କଳଙ୍କିଲଗା ବସର ସତେଜ କାହାଣୀ
ଇଏ ସେହି ବସ ସବୁ
ବର୍ଷକୁ ବର୍ଷ ବଦଳିଯାଏ ଅନେକ ବସ ।
ପୁରାତନ ବସ୍ ଗୁଡିକ ଆମ ପାଇଁ ସୃତିମୟ ସମୟ ର ଦସ୍ତାବିଜ ହୋଇରହିଯାଏ । ଆଜି ଅନେକ ସ୍ମୃତି କୁ ଜାବୁଡି ଧରିଥିବା ଏଇ ବସ ସବୁ ଏବେ ପାଲଟି ଯାଇଛନ୍ତି ଏକ ଏକ ଇତିହାସ ଆମ ମାନଙ୍କ ପାଇଁ ।ପରିତ୍ୟକ୍ତ ବସ ମନେ ପକାଉଛି ସେ ସମୟ ର କଥା ।ସେହି ସମୟର ଏକ ବସ- "ରାଜଧାନୀ ।" ବାରିପଦା - ଭୁବନେଶ୍ବର ମଧ୍ୟରେ ଯିବା ଆସିବା ।ବିଶେଷ ପ୍ରଭାବ ଥିଲା ବାରିପଦାର ନାଇଟ କୋଚ ଭାବେ ଭୁବନେଶ୍ବର କୁ ।
ସେଠାରୁ ଦିନ ଗୋଟେ ରେ ବରମୁଣ୍ଡା ଷ୍ଟାଣ୍ଡ ରୁ ଛାଡୁଥିଲା । ବାରିପଦା ରେ ସନ୍ଧ୍ୟା ସାତ ଭିତରେ ରେ ପହଞ୍ଚିଯାଉଥିଲା । ଏବେ ବାପିପଦା ସହରର ଉପକଣ୍ଠରେ ଜରାଜୀଣ୍ଣ ଅବସ୍ଥାରେ ପଡିଛି ।ଯିଏ ଦେଖିବ ? ନିଶ୍ଚୟ ଅନେକ କଥା ମନେପଡିଯିବ । ସେତେବେଳେ ଏହି ବସ ଗୁଡିକରେ ଆଜିକଲି ପରି ବିଶେଷ କୌଣସି ସୁବିଧା ନଥିଲା ।କେବଳ ସିଟ୍ ଗୁଡିକ ପୁସ ବେକ ରହୁଥିଲା । ଆଜି ଜିନିଷଗୁଡ଼ିକର ଉନ୍ନତି ହୋଇଛି ଏବଂ ବସ୍ ଯାତ୍ରା ଅତ୍ୟନ୍ତ ଆରାମଦାୟକ, ଏବଂ ବିଳାସପୂର୍ଣ୍ଣ ଅଟେ |
ଆଉ ଭୋଳଭୋ ବସରେ ଯାତ୍ରା ତ ନିଆରା ।
ସେତେବେଳେ ଭିଡିଓ ରହିଲେ ବସଗୁଡିକ ଭିଡିଓ କୋଚ ଲେଖିଦେଉଥିଲେ ।ବସ ଯାତ୍ରା ବେଳେ ଯାତ୍ରୀମାନେ ଭିଡିଓ ଦେଖିବାର ସୁବିଧା ପାଉଥିଲେ ।ସେ ପୁଣି ଭିସିପି ଜରିଆରେ କ୍ୟାସେଟ ପକେଇ । ଆଉ ଅଡିଓ ବ୍ୟବସ୍ଥା ଅଧିକାଂଶ ବସରେ ଥାଏ ।
ବାରିପଦା ରୁ ଭୂବନେଶ୍ଵର ଅବା ଭୂବନେଶ୍ଵର ରୁ ବାରିପଦା ଆସିଲା ବେଳେ କେସେଟରେ କେବଳ ଗୋଟିଏ ସିନେମା ଦେଖିବାକୁ ଯାତ୍ରୀମାନେ ପାଇଥାନ୍ତି ।କ୍ରମେ ଭିଡିଓ ବସରୁ ଉଠିଲା ପରେ ସେହିସ୍ଥାନ ରେ ଠାକୁର ରହିଲେ ।
ବାରିପଦା -ଭୂବନେଶ୍ବର ମଧ୍ୟରେ ଚାଲୁଥିଲା ଅନେକ ବସ । ମସିହା ୧୯୯୬-୨୦୦୩ ର କଥା ।ବସରେ ଭିଡିଓ ରହୁଥିବା ସ୍ଥାନରେ ଶିବ ମୂର୍ତ୍ତି ରହିଥିଲା।ଗୋଟେ ଛୋଟ ଲାଇଟ ମଧ୍ୟ ଲାଗିଥିଲା । ଅରୁଣ ବାବୁ ଥିଲେ ସତ୍ୟନାରାୟଣ ବସର କଣ୍ଡକ୍ଟର ।ଧଳା ରଙ୍ଗର ବସଟି ।
ରାତିରେ ବାରିପଦା ବସ ଆସିଲା ବେଳେ କିଛି କିଛି ଯାତ୍ରୀ ସୋର ,ବହାନଗା ,ବେତନଟୀ କୁ ଟିକେଟ କରିଥାନ୍ତି ଓହ୍ଲେଇବା ପାଇଁ ।
ସବୁ ଲାଇଟ୍ ବନ୍ଦ ଥାଏ ।ଯିଏ ଓହ୍ଲେଇବ ତା’ଙ୍କୁ କହନ୍ତି "ହଁ ,-"ସୋର କିଏ ଓହ୍ଲେଇବେ ।ବାହାରି ଆସନ୍ତୁ ।" ଡ୍ରାଇଭର କୁ କହନ୍ତି -" ଶିବ ଲାଇଟ ଟି ଦିଅତ?।ଖରାଦିନେ ଝରକା ପାଖ ସିଟ ଯିଏ ପାଇଲା ସିଏ ଭାଗ୍ଯବାନ ।ନବେଦଶକରେ "ସିଟିବାର୍ଡ " ନାମକ କଲିକତା ବସ୍ ବହୁତ ଚର୍ଚ୍ଚିତ ଥିଲା ।ବୋଧହୁଏ ସାଁଇକୁଳା ରୁ କଲିକତା ଭାୟା ବାରିପଦା ଲାଇନ ପଞ୍ଜିକୃତ ଥିଲା । ବସଟି ଧଳା ରଙ୍ଗ ର । କେବଳ ଅଡିଓ ଥିଲା ।ବାଜୁଥିଲା କି ନାଇଁ ମନେପଡୁନି ।ବସ ଟି କଲିକତାରୁ ଫେରିଲା ବେଳେ ବ୍ୟବସାୟୀ ମାନଙ୍କର ଜିନିଷ ରେ ଭର୍ତ୍ତି ହୋଇଯାଉଥିଲା ।ମଢୁଆଳ ବାବୁ ବୋଲି ଜଣେ କଣ୍ଟକ୍ଟର ଥିଲେ ସେହି ବସରେ ।ତାଙ୍କ ସହ ପ୍ରାୟ ସମସ୍ତଙ୍କର ପରିଚିତ ।କଲିକତା ନ ଯାଇ ମଧ୍ୟ ବ୍ୟବସାୟୀ ମାନଙ୍କର ଜିନିଷ କଲିକତାରୁ ସେହି ବସରେ ଅକ୍ଳେଶରେ ଆସିପାରୁଥିଲା । ମଢୁଆଳ ବାବୁ କିଛିବର୍ଷ ତଳେ ଇହଧାମ ତ୍ୟାଗ କରିଛନ୍ତି ।ଆଜି ଏହି ସିଟିବାର୍ଡ ବସକୁ ଦେଖିଲା ମା୍ତ୍ରକେ ପ୍ରାୟ ସମସ୍ତଙ୍କ ଅନେକ ଅନୁଭୂତି ମନେପଡିଯାଉଥିବ ,ଏହା ନିଃସନ୍ଦେହ ।
ସେହିପରି ଆଉ ଏକ ବସ ଥିଲା ଯାହାର ନାମ କୀଚକେଶ୍ବରୀ ବସ୍ ।ବାରିପଦା ରୁ ପାକଟିଆ ଯାଉଥିଲା ।ଭାୟା ସାରସକଣା ବାଙ୍ଗିରିପୋଷି ଦେଇ ।ବସଟି ବାରିପଦା ରୁ ଦିନ ତିନିଟା ପରେ ପରେ ଛାଡେ ।ସାରସକଣା ସଂଧ୍ୟା ସାତଟା ସାଢେ ସାତଟା ରେ ପହଞ୍ଚେ ।ତା'ପରେ ଯାଏ ପାକଟିଆ।ପାକଟିଆ ପହଞ୍ଚିଲା ବେଳକୁ ଆଠଟା ହୋଇଯାଏ ।ଶୀତ ଦିନରେ ବସ ପହଞ୍ଚିବା ସମୟକୁ ଚାରିଆଡେ ଶୁନଶାନ ହୋଇଯାଇଥାଏ।
ସାରସକଣା ଛକର ଦୋକାନ ଗୁଡିକ ବନ୍ଦ ହେବା ଉପରେ ।କହିବାକୁ ଗଲେ ସାରସକଣା ଲାଇନରେ ଏହା ଶେଷ ବସ । ପାକଟିଆରେ ରାତି ରହିଯାଏ ।
ସକାଳେ ପୁଣି ବାରିପଦା କୁ ଫେରିଥାଏ ।
[ସାରସକଣା ଲୋକ ମାନେ କହନ୍ତି ଏହି ବସ୍ ର ହର୍ଣ୍ଣ ଶବ୍ଦ ଶୁଣିଲା ପରେ ସେମାନେ ଖିଆପିଆ କରନ୍ତି !
କାରଣ କିଏ କହିବ?
ଏହି ବସରେ ହୁଏତ ?
କିଏ ଅତିଥି କାହା ଘରକୁ ଆସିଥାଇ ପାରନ୍ତି ।
