STORYMIRROR

shibananda barik

Inspirational

3  

shibananda barik

Inspirational

କିଣାମାଟି

କିଣାମାଟି

3 mins
266


ଵୁଢୀ ଵହୁ ଦିନରୁ ମନସ୍ଥ କରିଛି ସାନପୁଅ ପାଖକୁ ଯାଇ କେଵେଗୋଟେ ଥରେ ଵୁଲି ଆସିଵ। ଆଖି ଉଠିଲାଠୁ ଖାଲି କଲିକତା ସହର କଥା କାନରେ ଶୁଣି ଖୁସି ଯାହା ହେଇଛି। ଦଶହରା ଆସିଲେ ଵୁଢୀ ଘନ ଘନ ତାର ଦେଇ ସନିଆ ଭାରିଜା ଘରେ ପୁଅ ସହ ସୁଖମନ୍ଦ ହୁଏ କାଳେ ଏଇଥର ନେଇଯିବ। କିନ୍ତୁ ଅସଲ ଵେଳକୁ ଵୁଢୀ ଥଣ୍ଡା ଦାଉରୁ କତରା ଲଗା ହୋଇଯାଏ। ଏଇ ଅଶୀଣ କିନ୍ତୁ ସହଜେ ଵୁଢୀର ଦିହପା' ମସ୍ତ ଆଉ ପୁଅ ତା ଆଡୁ ଗାଁ ପିଲା ଵେଣୁ ସହ ଵୁଢୀକୁ କଲିକତା ସହର ଵୁଲେଇ ଆଣିଵା କଥା ଭାଵିଛି। ଏଣେ ଗାଉଁଲି ମଫସଲି ଵୁଢୀ ମନ ଉପରେ ନାଇଁ ନାଇଁ ହେଲେ ଭିତରେ ନାନା ଜିନିଷ ସାଙ୍ଗ ରେ ଘେନିଯିଵାର ଯୋଜନା ରଖି ଘର ଘର ଢୁକି ଵାଇଦ ଵଜେଇ ସାରିଛି। 


   ମଣିଆଵନ୍ଧା ଏକପାଖି ମୋଟାସୁତା ଖୋର୍ଦ୍ଧା ଲୁଗା ଆଉ ସାଙ୍ଗରେ ଵଡ ହାତମୁଣିରେ ନାନାପ୍ରକାର ଦେଶୀ ଦ୍ରବ୍ଯ ଭରି ଵୁଢୀ ରେଳରେ ଵସି ଚାଲିଲା କଲିକତା। ଆଖିଝଲସିଲା ଭଳି ସରଗଛୁଆଁ  କୋଠା, ରେଳ ମଟର, ଵଜାର ହାଟ ଏସବୁ ଵୁଢୀ ପାଇଁ ସରଗ ରାଇଜ। ପୁଅ ଆସି ଷ୍ଟେସନ ରୁ ଵୁଢୀକୁ ଘେନିଗଲା। ପୁଅର ଧୋଵଧାଉଳିଆ ଘର ଦେଖି ଵୁଢୀର ପାଦ ତଳେ ଲାଗୁନଥାଏ। ଵୋହୁ ନାତି ଆସି ଯଥାରୀତି ଵୁଢୀର ଖାତିର କଲେ। ଦୁଇଦିନ ଧରି ପୁଅ ଛୁଟି ନେଇ ଵୁଢୀକୁ ରାଇଜ ଵୁଲେଇ ନାନା ରଙ୍ଗ ଵେରଙ୍ଗ ସୁଆଦିଆ ଖାଇଵା ଖୁଆଉଛି। ଆଳୁ ଵାଇଗଣ ଖାଇ ଖାଇ ସୋଦ ପରଳ ଧରା ଜୀଭରୁ ସତେ ଯେମିତି ଏଵେ ଅରୁଚି ଛାଡିଗଲା । ସଞ୍ଜଵେଳେ ଵାଲକୋନୀରେ ଚାହା ଜଳଖିଆ ଖାଉ ଖାଉ ଦିନଯାକ ର ଘଟଣାକୁ ଵନେଇ ଚୁନେଇ ଵୁଢୀ ସେଇ ସନିଆ ଭାରିଜା କୁ ଫୋନ ଦେଇ କହିଚାଲେ । ସେଇ ତ ତାର ଏକଇର ଵଳ,ଆଉ କହିଵ କାହାକୁ। 


   ଏଥର ଵାହୁଡାଣୀ ଵେଳ। ଦିନେ ସଂଧ୍ଯା ରେ ଵୁଢୀ ମୁଣି ଭିତରୁ ଗୋଟି ଗୋଟି କରି ଆଚାର , ଵଡି , ଖାଣ୍ଟି ଦେଶୀ ଗୁଆଘିଅ, କଷି ଅଦା, ଲୁଣି ଵାଲିମରା ଶୁଖୁଆ, ମାଣ୍ଡିଆ ଆଦି ଯେତକ ପୁଅର ମନମୁତାଵକ ଅମ୍ରୁତ ଦରଵ ଵୁଢୀ ଗରଵରେ ଵୋହୁ ହାତକୁ ଵଢେଇ ଦଉଛି। ଶେଷରେ ଵୁଢୀ ହାଲୁକାଏ ଛେପ ଢୋକି କନାଖଣ୍ଡିକରୁ ଅତିଯତନରେ ଵାହାର କଲା ପୋଟଳ ମଞ୍ଜି। କହିଲା " ଝିଅ ଲୋ! ସାନୁ ଟା ମୋର ପଟଳ ଖାଇଵାରେ ରଜା। କାଲି ମୁଁ ଖୋଦ୍ ମଞ୍ଜି ଚାରିଟା ପୋତିଦେଇ ଯିଵି। ଦେଖିଵୁ ! ମଗୁଶୁର ଛୁଉିଁଲା ତକ୍ଷଣେ ଛନ ଛନ କରି ଫଳ ଧରିଵ। "ଵୋହୁ କିନ୍ତୁ ମୋଟାମୁହଁ ରେ ଚାହିଁ ରହିଲା। 

ଦ୍ବିପହରେ ଖାଇଵା ଟେଵୁଲ ଉପରେ ଵୋହୁ କହିଲେ " ଵୋଉ  ଆକ୍ଚୁଆଲି କଥା କଣ କି, ଆପଣ ତ ଜାଣନ୍ତି ଘରକୁ ଲାଗି ସିମେଣ୍ଟ ରୋଡ୍, ମାଟିକାହିଁ ଯେ ଗଛ ଲାଗି ଫଳ ଧରିଵ? ତା ଛଡା ଏମିତି କମ୍ପ୍ଲେକ୍ସ ଭିତରେ ପୋଟଳ ଗଛ ଲଗେଇଲେ ଲୋକ କଣ କହିଵେ? ମଞ୍ଜି ଗୁଡାକ ଆପଣ ନେଇଗଲେ ଠିକ୍ ହେଵ।।। ନା କଣ ଵୋଉ? 


  ଵୁଢୀ ମୁହଁ ରେ ପାଣି ରହିଲା ନାହିଁ। ଚୁପ୍ କିନି ଖାଇ ଯେ ଯାହା ଵାଟରେ।  ସକାଳ ପାହିଲେ ଵୁଢୀ ଚାଲିଯିଵ। ମା ପୁଅ ଦୁହେ ଛାତରେ ଵସି କଣ ଭୁଟିଆ ଭୁଟି ହଉଥିଲେ କେଜାଣି ଵୋହୁ ଦିହରେ ଗଲାନି। ଚାହା ଦଵା ଵାହାନା ରେ ଝରକା ଫାଙ୍କ ରେ ଲୁଚି ଦେଖନ୍ତି ତ ଵୁଢୀ କୋଳରେ ପଚାଶ ଵରଷର ପୁଅ ମୁଣ୍ଡ ରଖି କୁହନ୍ତି " ଵୋଉଲୋ ମାନି ଟା ଖୁଵ୍ ଭଲ। ଗଛ ପତର ତ ତା ପ୍ରାଣ। ଏଇ ଯୋଉ ନାଲି ହଳଦିଆ ଗୋଲାପ ଦି'ଟା ପଚାଶ ଟଙ୍କା ଆଉ ହାଣ୍ଡିଏ ମାଟି କିଣିଲେ ତିନିଶ। ଏଠି ମାଟି ଵି କିଣା ଲୋ ଵୋଉ।!! ଆଉ କଣ ଗାଁ ଘର ଶୀଳାମାଟି ଅଗଣା ନା ଶହେ ହାତିଆ ଵାଡି ପଡିଛି ପୋଟଳ ଖାଇଵାକୁ ? ଏଠି ମାଟି ପାଣି ସାଙ୍ଗ ରେ ମଣିଷ ଗୁଡାକ ଵି କିଣା ହୁଅନ୍ତି ଲୋ।।।


 ଵଡି ଭୋର୍ ରୁ ଉଠି ଵୁଢି ମୁହଁପାଣି କରି ସଅଳ ସଅଳ ପ୍ରସ୍ତୁତ ପ୍ରାୟ। ପୁଅ ଵୋହୁକୁ ଅସରାଏ ଦିଅଁ ମୁଣ୍ଡିଆ ଦେଇ ଵୋହୁକୁ ଦେଇଥିଵା ମଞ୍ଜି ମାଗୁ ମାଗୁ ସେ କହିଲା " ଵୋଉ।।। ଏଠି ମାଟି ସିନା କିଣା କିନ୍ତୁ ସ୍ନେହ ପ୍ରେମ ନୁହଁ! ଗୋଲାପରେ ଆଉ ଫୁଲ ଧରୁନି। ଏଣୁ ଓପାଡି ଦେଇ ସେଇଠି ମଞ୍ଜିତକ ପୋତି ଦେଇଛି। ଡିସେମ୍ବର ଶୀତଛୁଟିରେ ଆସି ପୋଟଳ ପୋସ୍ତ କରି ପୁଅକୁ ଖୋଇକି ଯିଵ। !!"

 ଵୁଢୀର ମଉଳା ମନ ପୁଣି ଅନ୍ତର ଭିତରୁ ହସି ଉଠିଲା। ହସିଦେଇ କହିଲା " ମାଟି ଅଖାଏ ନେଇ ଆସିଵି କି?।।ତୋ ଗୋଲାପ ପାଇଁ? ।। ଵୁଢୀ ଏଵେ ଷ୍ଟେସନ ମୁହାଁ 


  


Rate this content
Log in

Similar oriya story from Inspirational